Rajmata Scindia proved that for people's representatives not 'Raj Satta' but 'Jan Seva' is important: PM
Rajmata had turned down many posts with humility: PM Modi
There is lots to learn from several aspects of Rajmata's life: PM Modi

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ  ନରେନ୍ଦ୍ର ମୋଦୀ ଆଜି 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର 100 ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜମାତା ବିଜୟାରାଜେ ସିନ୍ଧିଆ ଦେଶକୁ ସଠିକ ଦିଗଦର୍ଶନ ଦେଉଥିଲେ । ସେ ଜଣେ କୁଶଳୀ ପ୍ରଶାସକ ଓ ନିର୍ଣ୍ଣାୟକ ନେତ୍ରୀ ଥିଲେ । ବିଦେଶୀ ଲୁଗା ପୋଡି ହେଉ ବା ଜରୁରିକାଳିନ ପରିସ୍ଥିତି ବା ରାମମନ୍ଦିର ଆନ୍ଦୋଳନ, ଭାରତୀୟ ରାଜନୀତିର ସମସ୍ତ ଗୁରୁତ୍ଵପୂର୍ଣ୍ଣ ପର୍ଯ୍ୟାୟ ସେ ଦେଖିଥିଲେ । ବର୍ତ୍ତମାନର ପିଢି ରାଜମାତାଙ୍କ ଜୀବନ ସମ୍ପର୍କରେ ଜାଣିବା ଉପରେ ଶ୍ରୀ ମୋଦୀ ଗୁରୁତ୍ଵାରୋପ କରିଥିଲେ। ତାଙ୍କ ଜୀବନୀ ଓ ଅଭିଜ୍ଞତା ସମ୍ପର୍କରେ ବାରମ୍ବାର ଆଲୋଚନା କରିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜମାତାଙ୍କ ମତରେ ଜନସେବା ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ନେବାର ଆବଶ୍ୟକତା ନାହିଁ । ଏଥିପାଇଁ ଦରକାର ଦେଶପ୍ରୀତି ଓ ଗଣତାନ୍ତ୍ରିକ ଭାବଧାରା । ଏ ପ୍ରକାରର ଚିନ୍ତାଧାରା ଓ ଆଦର୍ଶ ତାଙ୍କ ଜୀବନରେ ସ୍ପଷ୍ଟ ନିହିତ ଥିଲା । ରାଜମାତାଙ୍କ ପାଖରେ ଶତ ସହସ୍ର କର୍ମଚାରୀ, ସୁରମ୍ୟ ରାଜପ୍ରାସାଦ ଓ ସମସ୍ତ ସୁବିଧା ଥିଲେ ମଧ୍ୟ ତାଙ୍କ ଜୀବନକୁ ସେ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ଓ ଗରିବଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଉତ୍ସର୍ଗ କରିଥିଲେ । ଦେଶର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ସେ ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇଥିଲେ । ରାଜମାତା କୌଣସି ପଦ ପଦବୀ ପାଇଁ ଲାଳାୟିତ ନଥିଲେ କି ସେ ରଣନୀତି ମଧ୍ୟ କରୁନଥିଲେ । ରାଜମାତା ବହୁ ପଦପଦବୀ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା ଘଟଣାର ଶ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ । ଥରେ ଅଟଳଜୀ ଓ ଆଡଭାନୀଜୀ ରାଜମାତାଙ୍କୁ ଜନସଙ୍ଘର ସଭାପତି ହେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଜନସଙ୍ଘର କେବଳ ଜଣେ କାର୍ଯ୍ୟକର୍ତ୍ତା ଭାବରେ ରହିବାକୁ ଇଚ୍ଛା ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜମାତା ତାଙ୍କର ସହକର୍ମୀମାନଙ୍କୁ ସେମାନଙ୍କ ନାଁ ଅନୁସାରେ ଜାଣିଥିଲେ ଓ ସେଭଳି ଭାବନା ସମସ୍ତଙ୍କର ନିଜର ସହକର୍ମୀଙ୍କ ପ୍ରତି ରହିବା ଆବଶ୍ୟକ । ରାଜନୀତିରେ ଗର୍ବ ନୁହେଁ, ସମ୍ମାନ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ । ସେ ରାଜମାତାଙ୍କୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ଭାବେ ଅଭିହିତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଜନସଚେତନତା ଓ ଆନ୍ଦୋଳନ ଯୋଗୁଁ ଗତ କିଛି ବର୍ଷରେ ଅନେକ ପରିବର୍ତ୍ତନ ଘଟିଛି ଓ ଅନେକ ଅଭିଯାନ ଓ ଯୋଜନା ସଫଳ ମଧ୍ୟ ହୋଇଛି । ରାଜମାତାଙ୍କ ଆଶୀର୍ବାଦରେ ଦେଶ ଆଗେଇ ଚାଲିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତରେ ନାରୀଶକ୍ତି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜମାତାଙ୍କ ମହିଳା ସଶକ୍ତିକରଣ ସ୍ଵପ୍ନକୁ ସାକାର କରିବା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେବା ସହ ଏହା କିଭଳି ସଫଳ ହୋଇଛି ତାହାର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅଦ୍ଭୁତ ସଂଯୋଗ ଯେ, ଯେଉଁ ରାଜମାତା ରାମ ଜନ୍ମଭୂମି ମନ୍ଦିର ପାଇଁ ସ୍ଵପ୍ନ ଦେଖିବା ସହ ସଂଗ୍ରାମ ମଧ୍ୟ କରିଥିଲେ, ତାହା ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସାକାର ହୋଇଛି । ଆତ୍ମନିର୍ଭର ଭାରତର ସଫଳତା ଏକ ଶକ୍ତିଶାଳୀ, ସୁରକ୍ଷିତ ଓ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India highlights 13 outcomes from SCO summit; Centre for security threats among key decisions

Media Coverage

India highlights 13 outcomes from SCO summit; Centre for security threats among key decisions
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the virtues of instilling fearlessness and saving lives
September 02, 2026

Prime Minister Shri Narendra Modi shared a Sanskrit Subhashitam today, highlighting the virtues of instilling fearlessness and saving lives.

The Prime Minister wrote on X;

"अभयस्यैव यो दाता तस्यैव सुमहत्फलम् ।

न हि प्राणसमं दानं त्रिषु लोकेषु विद्यते ॥"

Whoever takes away people's fear receives great blessings, and in all three worlds, there is no greater gift than saving a life.