ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଗୁରୁତ୍ୱ ଉପରେ ଆଲୋକପାତ କଲେ
ନୂତନ ପ୍ରଜାତି ଅତ୍ୟନ୍ତ ଲାଭଦାୟକ ହେବା ସହିତ ବ୍ୟୟ ହ୍ରାସ କରିବାରେ ସହାୟକ ହେବ ଏବଂ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ: ପ୍ରଧାନମନ୍ତ୍ରୀ
ଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ
ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି
ପ୍ରଧାନମନ୍ତ୍ରୀ ପ୍ରାକୃତିକ ଚାଷର ଲାଭ ଏବଂ ଜୈବିକ ଖାଦ୍ୟର ବର୍ଦ୍ଧିତ ଚାହିଦା ଉପରେ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ଏବଂ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ।

 

ପ୍ରଧାନମନ୍ତ୍ରୀ ବାଜରାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ଲୋକମାନେ କିପରି ପୁଷ୍ଟିକର ଖାଦ୍ୟ ଆଡକୁ ଅଗ୍ରସର ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରାକୃତିକ ଚାଷର ଉପକାରିତା ଏବଂ ଜୈବିକ ଚାଷ ପ୍ରତି ସାଧାରଣ ଲୋକଙ୍କ ବୃଦ୍ଧି ପାଉଥିବା ଆସ୍ଥା ବିଷୟରେ ସେ କହିଥିଲେ ଯେ ଲୋକମାନେ ଜୈବିକ ଖାଦ୍ୟ ଖାଇବା ଏବଂ ଦାବି କରିବା ଆରମ୍ଭ କରିଛନ୍ତି । ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ କୃଷକମାନେ ପ୍ରଶଂସା କରିଛନ୍ତି ।

 

ସଚେତନତା ସୃଷ୍ଟି କରିବାରେ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ଭୂମିକାକୁ ମଧ୍ୟ କୃଷକମାନେ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ କେଭିକେଗୁଡିକ ପ୍ରତି ମାସରେ ବିକଶିତ ହେଉଥିବା ନୂତନ ପ୍ରଜାତିର ଲାଭ ବିଷୟରେ ସକ୍ରିୟ ଭାବରେ କୃଷକମାନଙ୍କୁ ଅବଗତ କରାଇବା ଉଚିତ ଯାହା ଦ୍ୱାରା ଏହାର ଫାଇଦାକୁ ନେଇ ସଚେତନତା ବୃଦ୍ଧି ପାଇବ ।

 

ଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ ।

 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ୬୧ ଟି ଫସଲର ୧୦୯ ଟି ପ୍ରଜାତି ମଧ୍ୟରେ ୩୪ଟି କ୍ଷେତ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ । କ୍ଷେତ ଫସଲ ମଧ୍ୟରେ ବାଜରା, ଚାରାଜାତୀୟ ଫସଲ, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ତନ୍ତୁଜାତୀୟ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସମେତ ବିଭିନ୍ନ ଶସ୍ୟର ବିହନ ଜାରି କରାଯାଇଥିଲା । ଉଦ୍ୟାନ କୃଷି ଫସଲ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବାଡିବଗିଚାରେ ଚାଷ ହେଉଥିବା ଫସଲ, କନ୍ଦଜାତୀୟ ଫସଲ, ମସଲା, ଫୁଲ ଓ ଔଷଧୀୟ ଫସଲ ଜାରି କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine