ୟୁକ୍ରେନ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଉପରେ ମତ ବିନିମୟ କଲେ ଦୁଇ ନେତା
ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନଃପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଭାରତ-ଫ୍ରାନ୍ସ ରଣନୀତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଉପାୟ ବିଷୟରେ ଆଲୋଚନା କଲେ ଉଭୟ ନେତା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରୋଁଙ୍କ ଠାରୁ ଏକ ଫୋନ୍ କଲ୍ ପାଇ ତାଙ୍କ ସହିତ କଥା ହୋଇଛନ୍ତି।

ଦୁଇ ନେତା ୟୁକ୍ରେନ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ଦେଖା ଦେଇଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚାଲିଥିବା ପ୍ରୟାସ ଉପରେ ମତ ବିନିମୟ କରିଥିଲେ।

ରାଷ୍ଟ୍ରପତି ମାକ୍ରୋଁ ୱାଶିଂଟନରେ ୟୁରୋପ, ଆମେରିକା ଏବଂ ୟୁକ୍ରେନର ନେତାମାନଙ୍କ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ବୈଠକର ମୂଲ୍ୟାଙ୍କନ ବିଷୟରେ ମତ ରଖିଥିଲେ। ସେ ଗାଜା ପରିସ୍ଥିତି ଉପରେ ତାଙ୍କର ବିଚାର ମଧ୍ୟ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନଃପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ।

 

ଦୁଇ ଦେଶର ନେତା ବାଣିଜ୍ୟ, ପ୍ରତିରକ୍ଷା, ବେସାମରିକ ପରମାଣୁ ସହଯୋଗ, ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗ କାର୍ଯ୍ୟସୂଚୀରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ। ସେମାନେ ଭାରତ-ଫ୍ରାନ୍ସ ରଣନୀତିକ ସହଭାଗୀତାକୁ ସୁଦୃଢ଼ ​​କରିବା ଏବଂ ୨୦୨୬କୁ ଉପଯୁକ୍ତ ଭାବରେ ‘ନବୋନ୍ମେଷ ବର୍ଷ’ ଭାବରେ ପାଳନ କରିବା ପାଇଁ ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ସମ୍ପାଦନ ପ୍ରତି ସମର୍ଥନ ଜଣାଇଥିଲେ।

ନେତାମାନେ ସମସ୍ତ ପ୍ରସଙ୍ଗରେ ଆପୋସ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth