ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନଭେମ୍ବରର ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନା ଗସ୍ତ ଅବସରରେ ଆଜି ଜର୍ଜଟାଉନରେ ପହଞ୍ଚିଛନ୍ତି । ୫୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗୁୟାନା ଗସ୍ତ । ଏକ ବିଶେଷ ସଦଭାବନା ଭାବେ ବିମାନବନ୍ଦରରେ ଗୁୟାନା ରାଷ୍ଟ୍ରପତି ଡ. ମହମ୍ମଦ ଇରଫାନ ଅଲ୍ଲୀ ଏବଂ ଗୁୟାନାର ପ୍ରଧାନମନ୍ତ୍ରୀ ବ୍ରିଗେଡିୟର (ଅବସରପ୍ରାପ୍ତ) ମାର୍କ ଆନ୍ଥୋନି ଫିଲିପ୍ସ ଶ୍ରୀ ମୋଦୀଙ୍କୁ ରାଜକୀୟ ସ୍ୱାଗତ କରିଥିଲେ । ଏହି ଅବସରରେ ଗୁୟାନା ମନ୍ତ୍ରିମଣ୍ଡଳର ଏକ ଡଜନରୁ ଅଧିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ହୋଟେଲରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ମାତ୍ରେ ତାଙ୍କୁ ଗୁୟାନା ରାଷ୍ଟ୍ରପତି ଅଲ୍ଲୀଙ୍କ ସମେତ ବାର୍ବାଡୋସର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେ ଏବଂ ଗ୍ରେନାଡାର ପ୍ରଧାନମନ୍ତ୍ରୀ ଡିକେନ ମିଚେଲ ସ୍ୱାଗତ କରିଥିଲେ । ଏଥିସହ ଗୁୟାନା ମନ୍ତ୍ରିମଣ୍ଡଳର ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭାରତୀୟ ସମୁଦାୟ ଏବଂ ଭାରତ-ଗୁୟାନା ସମୁଦାୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଶ୍ରୀ ମୋଦୀଙ୍କ ସ୍ୱାଗତ ବେଳେ ଗୁୟାନା ସରକାରଙ୍କ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ଭାରତ-ଗୁୟାନା ଘନିଷ୍ଠ ମିତ୍ରତାର ପ୍ରମାଣ ସ୍ୱରୂପ ଜର୍ଜଟାଉନର ମେୟର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ‘ଜର୍ଜଟାଉନ ସହରର ଚାବି’ ହସ୍ତାନ୍ତର କରିଥିଲେ ।  

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India