ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଭାରତର ଗୌରବମୟ ସାମୁଦ୍ରିକ ଇତିହାସର ସ୍ମୃତିଚାରଣ କରିଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ରରେ ଗୁରୁତ୍ୱ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଆଠ ବର୍ଷ ମଧ୍ୟରେ ସରକାର ବନ୍ଦର ଭିତ୍ତିକ ବିକାଶ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଏହା ଦେଶର ଆର୍ଥିକ ବିକାଶ ସହିତ ଏକ ଆତ୍ମନିର୍ଭର ଭାରତ ଗଠନ ଦିଗରେ ବିଶେଷ ସହାୟକ ହେବ । ଭାରତ ସରକାର ସାମୁଦ୍ରିକ ବାତାବରଣ ଓ ବିବିଧତାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିବା ଶ୍ରୀ ମୋଦୀ କହିଥିଲେ । ଧାରାବାହିକ ଟୁଇଟ ଜରିଆରେ ପଧାନମନ୍ତ୍ରୀ କହିଛନ୍ତି ଯେ, “ଆଜି, ଜାତୀୟ ସାମୁଦ୍ରିକ ଦିବସ ଅବସରରେ ଆମେ ଆମର ଗୌରବମୟ ସାମୁଦ୍ରିକ ଇତିହାସର ସ୍ମୃତିଚାରଣ କରିବା ସହ ଭାରତର ଆର୍ଥିକ ଅଭିବୃଦ୍ଧିରେ ସାମୁଦ୍ରିକ କ୍ଷେତ୍ର ମହତ୍ତ୍ୱ ଉପରେ ଆଲୋକପାତ କରୁଛୁ । ଗତ ଆଠ ବର୍ଷ ମଧ୍ୟରେ ଆମ ସାମୁଦ୍ରିକ କ୍ଷେତ୍ର ଏକ ନୂତନ ଶିଖରରେ ପହଞ୍ଚି ବାଣିଜ୍ୟ ଓ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହୋଇଛି ।”

“ଗତ ଆଠ ବର୍ଷ ମଧ୍ୟରେ ଭାରତ ସରକାର ବନ୍ଦର ଭିତ୍ତିକ ବିକାଶ ଦିଗରେ ଧ୍ୟାନ କେନ୍ଦ୍ରିତ କରି, ବନ୍ଦର ସାମର୍ଥ୍ୟର ସଂପ୍ରସାରଣ କରି ଥିବା ପଦ୍ଧତିକୁ ଅଧିକ ଦକ୍ଷ କରିଛନ୍ତି । ଭାରତୀୟ ସାମଗ୍ରୀ ଯେପରି ନୂତନ ବଜାରରେ ଉପଲବ୍ଧ ହେବ ସେଥିପାଇଁ ଜଳପଥକୁ ଅଧିକ ଗତିଶୀଳ କରାଯାଇଛି ।”

“ଆମେ ସାମୁଦ୍ରିକ କ୍ଷେତ୍ରକୁ ଆର୍ଥିକ ପ୍ରଗତି ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଶକ୍ତ କରିବା ବେଳେ, ଭାରତର ଗର୍ବ ସାମୁଦ୍ରିକ ଜୈବ ବିବିଧତା ଓ ବାତାବରଣ ମଧ୍ୟ ଯେପରି ଅତୁଟ ରହେ ସେଥିପାଇଁ ଉପଯୁକ୍ତ ଯତ୍ନ ନେଉଛୁ ।”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour