04.04.2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବ୍ୟାଙ୍କକଠାରେ ଅନୁଷ୍ଠିତ ଷଷ୍ଠ ବିମସଟେକ୍ ଶିଖର ସମ୍ମିଳନୀରେ ବିମସଟେକ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗର ବିଭିନ୍ନ ଦିଗକୁ ଅନ୍ତର୍ଭୁକ୍ତ କରି ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଇଛନ୍ତି । ବିମ୍‌ସଟେକ ରାଷ୍ଟ୍ରଗୁଡ଼ିକରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଏବଂ ଆଇଟି କ୍ଷେତ୍ରର ସମୃଦ୍ଧ ସମ୍ଭାବନାକୁ ଉପଯୋଗ କରିବା ପାଇଁ ସେ ମନ୍ତବ୍ୟ ଦେଇଥିଲେ। ନିକଟରେ ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ମହାକାଶ ଦୁନିଆରେ କାମ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସାମୂହିକ ଭାବରେ ବିମ୍‌ସଟେକ କୁ ଉତ୍ସାହିତ କରିବାକୁ ଅନୁରୋଧ କରିବା ସହ ନେତୃତ୍ୱ ନେଉଥିବା ଯୁବଗୋଷ୍ଠୀଙ୍କ ଭୂମିକା ଉପରେ ଆଲୋକପାତ କରିବା ସହ ସାଂସ୍କୃତିକ ସମ୍ପର୍କ ବିମ୍‌ସଟେକ ରାଷ୍ଟ୍ରଗୁଡ଼ିକୁ ଆହୁରି ନିକଟତର କରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏକ୍ସ ରେ ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି:

ବିଶ୍ଵର ମଙ୍ଗଳ ପାଇଁ ବିମ୍‌ସଟେକ ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ। ଆମେ ଏହାକୁ ସୁଦୃଢ଼ କରିବା ଏବଂ ଆମର ସମ୍ପର୍କକୁ ଗଭୀର କରିବା ଜରୁରୀ । ଏହି ପରିପ୍ରେକ୍ଷୀରେ, ମୁଁ ଆମ ସହଯୋଗର ବିଭିନ୍ନ ଦିଗକୁ ନେଇ ଏକ ୨୧ ସୂତ୍ରୀ କାର୍ଯ୍ୟ ଯୋଜନା ପ୍ରସ୍ତାବ ଦେଇଥିଲି।

ବିମ୍‌ସଟେକ ରାଷ୍ଟ୍ରଗୁଡ଼ିକରେ ବ୍ୟବସାୟକୁ ପ୍ରୋତ୍ସାହିତ କରିବାର ସମୟ ଆସିଛି।

ଆସନ୍ତୁ ଆଇଟି କ୍ଷେତ୍ରର ସମୃଦ୍ଧ ସମ୍ଭାବନାକୁ ଉପଯୋଗ କରିବା ଏବଂ ବିମ୍‌ସଟେକକୁ ବୈଷୟିକ ଦୃଷ୍ଟିରୁ ସୁଦୃଢ଼ କରିବା।

ନିକଟରେ ମିଆଁମାର ଓ ଥାଇଲାଣ୍ଡକୁ ପ୍ରଭାବିତ କରିଥିବା ଭୂମିକମ୍ପ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରୁଛି।

ଆସନ୍ତୁ ଆମର ସହଯୋଗକୁ ମହାକାଶ ଦୁନିଆରେ ପହଞ୍ଚାଇବା । ଆସନ୍ତୁ ଆମର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା।

ବିମସଟେକ୍ ଦକ୍ଷତା ବିକାଶ ଢାଞ୍ଚାର ଏକ ଜ୍ୱଳନ୍ତ ଉଦାହରଣ ହେବାର ସମ୍ଭାବନା ରହିଛି। ଆମେ ସମସ୍ତେ ପରସ୍ପରଠାରୁ ଶିଖିବୁ ଏବଂ ଆଗକୁ ବଢ଼ିବୁ।

ଆମେ ମିଳିତ ଭାବେ ବିମ୍‌ସଟେକ କୁ ଶକ୍ତିଶାଳୀ କରିବୁ ଏବଂ ଆମର ଯୁବପିଢ଼ି ହିଁ ଏହାର ନେତୃତ୍ୱ ନେବେ।

କିଛି ଜିନିଷ ସଂସ୍କୃତି ଭଳି ଯୋଡ଼ି ହୋଇଥାଏ। ସାଂସ୍କୃତିକ ସମ୍ପର୍କ ବିମ୍‌ସଟେକ କୁ ଆହୁରି ନିକଟତର କରିପାରିବ।

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India