ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି ନାଇସ୍ ସହରସ୍ଥିତ ପାଲାଇସ୍ ଡେସ୍ ଏକ୍ସପୋଜିସନ୍ସରେ ମିଳିତ ଭାବରେ "ଭାରତ ଇନୋଭେଟ୍ସ ୨୦୨୬"ର ଉଦଘାଟନ କରିଛନ୍ତି। ଏହି ତିନି ଦିନିଆ କାର୍ଯ୍ୟକ୍ରମ ଭାରତର ଡିପ୍-ଟେକ୍ ଷ୍ଟାର୍ଟ-ଅପ୍ସ, ନବସୃଜନକାରୀ, ଗବେଷକ ଏବଂ ନିବେଶକମାନଙ୍କୁ ବିଶ୍ୱ ନବସୃଜନ ପାଣ୍ଠି ଏବଂ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏହା ବିଶ୍ୱ ସ୍ତରରେ ଭାରତର ଅଗ୍ରଣୀ ଡିପ୍‌-ଟେକ୍‌ର ପ୍ରଦର୍ଶନ କରିଥାଏ ତଥା ୧୩ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ୧୨୦ ଉନ୍ନତ ଷ୍ଟାର୍ଟଅପ୍‌, ୨୦ରୁ ଅଧିକ ଉତ୍କର୍ଷ ପ୍ରତିଷ୍ଠାନର ଉପସ୍ଥାପିତ କରିଥାଏ। ବିଶ୍ୱର ୩୫୦ରୁ ଅଧିକ ଶ୍ରେଷ୍ଠ ନିବେଶକ ଏବଂ ଭେଞ୍ଚର କ୍ୟାପିଟାଲିଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ମାକ୍ରନଙ୍କୁ ତାଙ୍କର ଉପସ୍ଥିତି ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ଭାରତ ଏବଂ ଫ୍ରାନ୍ସ ଉଭୟ ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଦୃଢ଼ ଅଂଶୀଦାର ଭାବରେ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ସେ ଅନ୍ତର୍ଜାତୀୟ ସୌର ମେଣ୍ଟ ଭଳି ଭାରତ-ଫ୍ରାନ୍ସ ମିଳିତ ପଦକ୍ଷେପ, ଏବଂ କୃତ୍ରିମ ବୁଦ୍ଧିମତ୍ତା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷା ପ୍ରୋତ୍ସାହନ କ୍ଷେତ୍ରରେ ଆଲୋକପାତ କରିଥିଲେ। ପାଳନ ହେଉଥିବା ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ କଲ୍ୟାଣ ପାଇଁ କାମ କରିବା ପାଇଁ ଉଭୟ ଦେଶର ମିଳିତ ସଂକଳ୍ପରେ ‘ଭାରତ ଇନୋଭେଟ୍ସ’ ଆଉ ଏକ ମାଇଲଖୁଣ୍ଟ। ଭାରତରେ ଷ୍ଟାର୍ଟ-ଅପ୍ ବିପ୍ଳବକୁ ଉଲ୍ଲେଖ କରି ସେ ଗ୍ରାମୀଣ ବିକାଶ ପାଇଁ ଏଆଇ ଏବଂ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟାର ପରିବର୍ତ୍ତନଶୀଳ ସମ୍ଭାବନା, ସ୍ଥାୟୀ ଜୀବନଯାପନ ପାଇଁ ଉନ୍ନତ ଉତ୍ପାଦନ, ଏବଂ ସ୍ୱଚ୍ଛ ବିକାଶ ପାଇଁ ସବୁଜ ହାଇଡ୍ରୋଜେନ୍, ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା ଏବଂ ବୈଦ୍ୟୁତିକ ଗତିଶୀଳତା ଉପରେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ୍ ଯୁଗରେ ଚାଲିଥିବା ପ୍ରଯୁକ୍ତିବିଦ୍ୟା ବିପ୍ଳବ ମାନବଜାତି ପାଇଁ ନୂତନ ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ, ସେ 'ଭାରତ ଇନୋଭେଟ୍ସ'ରେ ଏକତ୍ରିତ ହୋଇଥିବା ଉଦ୍ଭାବକ, ନିବେଶକ ଏବଂ ଉଦ୍ୟୋଗୀମାନଙ୍କୁ ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବାକୁ ଆହ୍ୱାନ କରିଥିଲେ ଯାହା ନିର୍ଭରଯୋଗ୍ୟ, ସମାବେଶୀ ଏବଂ ମାନବ-କେନ୍ଦ୍ରିକ ହୋଇଥିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଷ୍ଟାର୍ଟ-ଅପ୍‌ଗୁଡ଼ିକୁ କେବଳ ସେମାନଙ୍କର ବଜାର ମୂଲ୍ୟାଙ୍କନ ଦ୍ୱାରା ନୁହେଁ, ବରଂ ମାନବଜାତି ଉପରେ ସେମାନଙ୍କର ପ୍ରଭାବ ଦ୍ୱାରା ମଧ୍ୟ ମୂଲ୍ୟାଙ୍କନ କରାଯିବା ଉଚିତ। ଏହା ହିଁ 'ଭାରତ ଇନୋଭେଟ୍ସ'ର ମୂଳ ବାର୍ତ୍ତା ବୋଲି ଉଲ୍ଲେଖ କରି ସେ ଉପସ୍ଥିତ ଲୋକମାନଙ୍କୁ ବିଶ୍ୱ ନବସୃଜନର ପରବର୍ତ୍ତୀ ଅଧ୍ୟାୟକୁ ମିଳିତଭାବେ ସୃଷ୍ଟି କରିବାରେ ଭାରତ ସହିତ ହାତ ମିଳାଇବାକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର, ଜୈବ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ମହାକାଶ, ସ୍ୱାସ୍ଥ୍ୟସେବା, ଚିକିତ୍ସା-ପ୍ରଯୁକ୍ତିବିଦ୍ୟା, ଉନ୍ନତ ସାମଗ୍ରୀ ଏବଂ ସ୍ୱଚ୍ଛ ଶକ୍ତି ଭଳି ଅତ୍ୟାଧୁନିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। 

ଏହା ପରେ ଉଭୟ ନେତା ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ବିଭିନ୍ନ ଅଗ୍ରଣୀ କ୍ଷେତ୍ରର ଷ୍ଟାର୍ଟ-ଅପ୍ ଏବଂ ନବସୃଜନକାରୀଙ୍କ ସହିତ ଆଲୋଚନା କରିଥିଲେ।

'ଭାରତ ଇନୋଭେଟ୍ସ' ଭାରତକୁ ଏକ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ରରେ ପରିଣତ କରିବା ପାଇଁ ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ରେଖାଙ୍କିତ କରୁଛି, ଯାହା ବିକଶିତ ଭାରତର ପରିକଳ୍ପନା ସହ ସମାନ ଏବଂ ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅବଦାନ ଦେବାରେ ଭାରତ-ଫ୍ରାନ୍ସ ସହଯୋଗର ଗୁରୁତ୍ୱକୁ ଦର୍ଶାଉଛି।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Can we have a picture? BRICS delegates gather around PM Modi for candid photo op

Media Coverage

Can we have a picture? BRICS delegates gather around PM Modi for candid photo op
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 12, 2026
September 12, 2026

President Putin, Partners, and a Photograph: How PM Modi Turned BRICS Into India’s Showcase

16 Crore Domestic Flyers. ₹22 Lakh Crore Tourism. The Holiday Stayed Home.