ନିଜ ସଞ୍ଚିତ ଅର୍ଥରେ ପ୍ରାଣୀଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା କରାଇଲେ ଅବସରପ୍ରାପ୍ତ ମେଜର ପ୍ରମିଳା ସିଂ
ଆପଣଙ୍କ ପ୍ରୟାସ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ, ଲେଖିଲେ ପ୍ରଧାନମନ୍ତ୍ରୀ
ଏହି ଅଭୂତପୂର୍ବ ପରିସ୍ଥିତି ପଶୁଙ୍କ ପାଇଁ ମଧ୍ୟ ସଙ୍କଟ ଆଣିଛି ଏବଂ ଆମେ ସମସ୍ତେ ସେମାନଙ୍କର ଆବଶ୍ୟକତା ଓ ଯନ୍ତ୍ରଣା ପ୍ରତି ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର କୋଟା ସହରରେ ରହୁଥିବା ପ୍ରମିଳା ସିଂଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରମିଳା ହେଉଛନ୍ତି ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରିଣୀ । ତାଙ୍କର ଦୟାଳୁ ସ୍ୱଭାବ ଓ ସେବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଛନ୍ତି । କରୋନା ଜନିତ ଲକଡାଉନ୍‌ ସମୟରେ ଅବସରପ୍ରାପ୍ତ ମେଜନ ପ୍ରମିଳା ସିଂ ଏବଂ ତାଙ୍କ ପିତା ଶ୍ୟାମବୀର ସିଂ ଅସହାୟ ଓ ପରିତ୍ୟକ୍ତ ସ୍ଥିତିରେ ଥିବା ପଶୁଙ୍କ ଯତ୍ନ ନେଇଥିଲେ । ସେମାନଙ୍କର ଯନ୍ତ୍ରଣାକୁ ବୁଝି ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ । ନିଜର ବ୍ୟକ୍ତିଗତ ସଞ୍ଚିତ ଅର୍ଥ ଖର୍ଚ୍ଚ କରି ମେଜର ପ୍ରମିଳା ଓ ତାଙ୍କ ପିତା ରାସ୍ତାରେ ବୁଲୁଥିବା ବୁଲା ପଶୁଙ୍କ ଖାଦ୍ୟ ଓ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ମେଜର ପ୍ରମିଳାଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରୟାସକୁ ସମାଜ ପାଇଁ ଏକ ପ୍ରେରଣା ବୋଲି ଅଭିହିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କୁ ଲେଖିଥିବା ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ବିଗତ ପାଖାପାଖି ଦେଢ଼ ବର୍ଷ ଧରି, ଆମେ ଏକ ଅଭୂତପୂର୍ବ ପରିସ୍ଥିତିକୁ ଦୃଢ଼ତାର ସହ ସମ୍ମୁଖିନ ହୋଇଛୁ । ଏହା ଏପରି ଏକ ଐତିହାସିକ ସମୟ ଯାହାକୁ ଲୋକମାନେ ସାରା ଜୀବନ ଭୁଲି ପାରିବେ ନାହିଁ । ଏହା କେବଳ ମଣିଷଙ୍କ ପାଇଁ ନୁହେଁ ବରଂ ମଣିଷମାନଙ୍କ ସାନ୍ନିଧ୍ୟରେ ରହୁଥିବା ଅନେକ ପ୍ରାଣୀଙ୍କ ପାଇଁ କଷ୍ଟକର ମୁହୂର୍ତ୍ତ। ଏପରି ସ୍ଥିତିରେ ଆପଣ ଅସହାୟ ପଶୁଙ୍କ ଦୁଃଖ-ଯନ୍ତ୍ରଣା ଏବଂ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ତଥା ସେମାନଙ୍କର କଲ୍ୟାଣ ପାଇଁ ବ୍ୟକ୍ତିଗତ ସ୍ତରରେ ସମ୍ପୂର୍ଣ୍ଣ ସାମର୍ଥ୍ୟର ସହିତ କାମ କରିବା ପ୍ରଶଂସନୀୟ ଅଟେ ।

ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଏପରି ଅନେକ ଉଦାହରଣ ଦେଖିବାକୁ ମିଳିଛି ଯାହା ମାନବିକତାକୁ ନେଇ ଆମକୁ ଗର୍ବ କରିବାର ଅବସର ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ମେଜର ପ୍ରମିଳା ଏବଂ ତଙ୍କ ପିତା ଏହିପରି ଭାବେ ସେମାନଙ୍କର ପ୍ରୟାସ ଜରିଆରେ ସମାଜରେ ସଚେତନତା ପ୍ରସାରିତ କରି ନିଜର କାର୍ଯ୍ୟ ମାଧ୍ୟମରେ ଲୋକମାନଙ୍କୁ ନିରନ୍ତର ଅନୁପ୍ରାଣିତ କରି ଚାଲିଥିବେ ।

ଏଥିପୂର୍ବରୁ ମେଜର ପ୍ରମିଳା ସିଂ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ ପଶୁମାନଙ୍କର ଦେଖାଶୁଣା କରିବା ଲାଗି ଲକଡାଉନ ସମୟରେ ସେ ଯେଉଁ କାମ ଆରମ୍ଭ କରିଥିଲେ ତାହା ଏବେ ସୁଦ୍ଧା ଜାରି ରହିଛି । ସେ ପତ୍ରରେ ଅସହାୟ ପଶୁଙ୍କ ଯନ୍ତ୍ରଣାକୁ ବ୍ୟକ୍ତ କରି ସମାଜର ଅଧିକରୁ ଅଧିକ ଲୋକଙ୍କୁ ଏମାନଙ୍କ ସହାୟତା କରିବା ନିମନ୍ତେ ଆଗେଇ ଆସିବା ନିମନ୍ତେ ଅପିଲ କରିଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional