ବିଶ୍ୱ ପରିବେଶ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଏକ ସିନ୍ଦୁର ଚାରା ରୋପଣ କରିଛନ୍ତି । ଏହି ଚାରା ତାଙ୍କୁ ଗୁଜୁରାଟର କଚ୍ଛର ସାହସୀ ମା’ ଏବଂ ଭଉଣୀମାନେ ଉପହାର ଦେଇଥିଲେ, ଯେଉଁମାନେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିଲେ ।

ନିକଟରେ ତାଙ୍କର ଗୁଜରାଟ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ଚାରାର ଉପହାର ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ଦୃଢ଼ ପ୍ରତୀକ ହୋଇ ରହିବ ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“୧୯୭୧ ଯୁଦ୍ଧରେ ସାହସ ଏବଂ ପରାକ୍ରମର ଚମତ୍କାର ପରାକାଷ୍ଠା ପ୍ରଦର୍ଶନ କରିଥିବା କଚ୍ଛର ବୀରାଙ୍ଗନା ମାତା ଏବଂ ଭଉଣୀମାନେ ନିକଟରେ ଗୁଜରାଟ ଗସ୍ତ ସମୟରେ ମୋତେ ସିନ୍ଦୁର ଚାରା ଉପହାର ଦେଇଥିଲେ । ବିଶ୍ୱ ପରିବେଶ ଦିବସରେ ଆଜି ମୋତେ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ବାସଭବନରେ ଏହି ଚାରାକୁ ରୋପଣ କରିବାର ସୌଭାଗ୍ୟ ମିଳିଛି । ଏହି ଚାରା ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ସଶକ୍ତ ପ୍ରତୀକ ହୋଇ ରହିବ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth