କାଜିରଙ୍ଗା କେବଳ ଏକ ଜାତୀୟ ପାର୍କ ନୁହେଁ-ଏହା ଆସାମର ଆତ୍ମା, ଭାରତର ଜୈବ ବିବିଧତାର ଏକ ଅମୂଲ୍ୟ ରତ୍ନ, ୟୁନେସ୍କୋ ଦ୍ବାରା ସ୍ବୀକୃତିପ୍ରାପ୍ତ ଏକ ବିଶ୍ବ ଐତିହ୍ୟ ସ୍ଥଳ : ପ୍ରଧାନମନ୍ତ୍ରୀ
ଯେତେବେଳେ ପ୍ରକୃତିକୁ ସଂରକ୍ଷିତ କରାଯାଏ, ତାହାସହିତ ସୁଯୋଗ ବଢିଥାଏ; ବିଗତ କିଛି ବର୍ଷ ହେଲା କାଜିରଙ୍ଗା ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ଏହା ସହିତ ହୋମଷ୍ଟେ, ଗାଇଡ୍ ସେବା, ପରିବହନ, ହସ୍ତଶିଳ୍ପ ଓ କ୍ଷୁଦ୍ରଶିଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବପିଢି ଜୀବିକାର ନୂଆ ସୁଯୋଗ ପାଇପାରିଛନ୍ତି : ପ୍ରଧାନମନ୍ତ୍ରୀ
ଦୀର୍ଘକାଳ ଧରି ବିଶ୍ବାସ କରାଯାଉଥିଲା ଯେ ପ୍ରକୃତି ଓ ପ୍ରଗତି ପରସ୍ପରର ବିପରୀତ ଓ ଉଭୟ ପରସ୍ପର ସହ ଆଗେଇପାରିବେ ନାହିଁ। ଆଜି ଭାରତ ବିଶ୍ବକୁ ଦେଖାଇଛି ଯେ ଉଭୟ ଏକାଠି ଆଗକୁ ବଢିପାରିବେ: ପ୍ରଧାନମନ୍ତ୍ରୀ
ଉତ୍ତର-ପୂର୍ବାଞ୍ଚଳ ଏବେ ବିକାଶ କ୍ଷେତ୍ରରେ ପଛୁଆ ନୁହେଁ,ଏହା ଏବେ ଦେଶର ହୃଦୟ ଓ ଦିଲ୍ଲୀର ନିକଟତର ହୋଇଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର କାଲିଆବୋରଠାରେ ୬୯୫୦ କୋଟି ଟଙ୍କା ମୂଲ୍ୟର କାଜିଲଙ୍ଗା ଏଲେଭେଟେଡ୍ କରିଡର ପ୍ରକଳ୍ପ (ଜାତୀୟ ରାଜପଥ-୭୧୫ର କାଲିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନକରଣ)ର ଭୂମିପୂଜା କରିଛନ୍ତି। ଏହି ଅବସରରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ସେ କହିଥିଲେ ଯେ ଏତେ ଅଧିକ ସଂଖ୍ୟକ ଲୋକ ତାଙ୍କୁ ଆଶୀର୍ବାଦ ଦେବାକୁ ଆସିଥିବାରୁ ସେ ଅତ୍ୟନ୍ତ କୃତଜ୍ଞ। ସେ କହିଥିଲେ ଯେ, କାଜିରଙ୍ଗା ପହଞ୍ଚିବା ପରେ ତାଙ୍କର ପୂର୍ବ ସ୍ମତି ତାଜା ହୋଇଯାଇଥିଲା, ଦୁଇବର୍ଷ ତଳେ ସେ କାଜିରଙ୍ଗାରେ ହାସଲ କରିଥିବା ସ୍ମୃତି ତାଙ୍କ ଜୀବନର ସବୁଠାରୁ ଅମୂଲ୍ୟ ସ୍ମୃତି ମଧ୍ୟରେ ଅନ୍ୟତମ। ସେ ଉଲ୍ଲେଖ କରିଥିଲେ ଯେ ସେହି ଗସ୍ତ କାଳରେ ତାଙ୍କୁ କାଜିରଙ୍ଗା ଜାତୀୟ ପାର୍କରେ ଏକ ରାତି କଟାଇବାକୁ ସୁଯୋଗ ମିଳିଥିଲା ଓ ପରବର୍ତ୍ତି ସକାଳରେ ଏକ ହାତୀ ସଫାରୀ ସମୟରେ ସେ ଏହାର ପ୍ରାକୃତିକ ଶୋଭାକୁ ନିକଟରୁ ଦେଖିପାରିଥିଲେ।
ଆସାମ ଗସ୍ତ  କରିବା ତାଙ୍କୁ ସବୁବେଳେ ଆନନ୍ଦ ପ୍ରଦାନ କରିଥାଏ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଆସାମ ମାଟିକୁ ବୀରମାଟି ଓ ଏହାର ପୁଅ ଓ ଝିଅମାନେ ଏବେ ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରତିଭା ଦେଖାଉଛନ୍ତି ବୋଲି କହିଥିଲେ। ସେ କହିଥିଲେ ଯେ ଗତକାଲି ସେ ଗୁଆହାଟୀରେ ବାଗୁରୁମ୍ବା ଡାହୌ ସମାରୋହରେ ଯୋଗଦେଇଥିଲେ, ଯେଉଁଠାରେ ବୋଡ଼ୋ ସଂପ୍ରଦାୟର ଝିଅମାନେ ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ଏକ ରେକର୍ଡ କରିଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ କଳାକାରଙ୍କ ଦ୍ବାରା ପରିବେଶିତ, ବାଗୁରୁମ୍ବାର ଆସାଧାରଣ ପ୍ରଦର୍ଶନ, ଖାମର ତାଳ ଓ ସିଫଙ୍ଗର ସଂଗୀତ ସମସ୍ତଙ୍କୁ ମନ୍ତ୍ରମୁଗଧ କରିଥିଲ। ବାଗୁରୁମ୍ବାର ଅନୁଭୂତି ଚିତ୍ତାକର୍ଷକ ଥିଲା ଓ ହୃଦୟକୁ ଛୁଇଁଥିଲା ପ୍ରଧାନମନ୍ତ୍ରୀ ଆସାମର କଳାକାରମାନଙ୍କର ଉଲ୍ଲେଖନୀୟ ପ୍ରୟାସ, ପ୍ରସ୍ତୁତି ଏବଂ ସମନ୍ୱୟକୁ ପ୍ରଶଂସା କରି ଏହାକୁ ପ୍ରକୃତରେ ଚମତ୍କାର ବୋଲି କହିଥିଲେ। ସେ ପୁଣି ଥରେ ବାଗୁରୁମ୍ବା ଡାହୌ ମହୋତ୍ସବରେ ଅଂଶଗ୍ରହଣ କରୁଥିବା ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଦେଶ ଏବଂ ବିଶ୍ୱରେ ପହଞ୍ଚାଇବା ପାଇଁ ସେ ସମସ୍ତ ସୋସିଆଲ ମିଡିଆ ଇନଫ୍ଲୁଏନସର ଏବଂ ଟିଭି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଥିଲେ।
 

ପ୍ରଧାନମନ୍ତ୍ରୀ ମନେପକାଇଥିଲେ ଯେ ଗତବର୍ଷ ସେ ଝୁମୋର ମହୋତ୍ସବରେ ଯୋଗ ଦେଇଥିଲେ ଓ ଏବର୍ଷ ମାଘ ବିହୁ ସମୟରେ ଆସାମ ଗସ୍ତ କରିବାର ସୁଯୋଗ ମିଳିଛି। ସେ ଉଲ୍ଲେଖ କରିଥିଲେ ଯେ ମାସକ ତଳେ ସେ ବିକାଶମୂଳକ ପ୍ରକଳ୍ପ ପାଇଁ ଆସାମ ଆସିଥିଲେ ଓ ଗୁଆହାଟୀରେ ସଂପ୍ରସାରିତ ଲୋକପ୍ରିୟ ଗୋପୀନାଥ ବର୍ଦୋଳୋଇ ଅନ୍ତର୍ଜାତୀୟ ଏୟାରପୋର୍ଟର  ନୂଆ ଟର୍ମିନାଲ କୋଠା ଉଦଘାଟନ କରିଥିଲେ ଓ ନାମରୁପଠାରେ ଆମୋନିଆ ୟୁରିଆ କଂପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏସବୁ ଅବସରଗୁଡ଼ିକ ତାଙ୍କ ସରକାରଙ୍କ ମନ୍ତ୍ର ‘ବିକାଶ ଭି ବିରାସତ୍ ଭି’ (ବିକାଶ ମଧ୍ୟ ପରମ୍ପରା ମଧ୍ୟ) କୁ ସୁଦୃଢ କରିଛି । 
ଆସାମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତରେ କାଳିଆବୋରର ଐତିହାସିକ ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା କାଜିରଙ୍ଗା ଜାତୀୟ ଉଦ୍ୟାନର ପ୍ରବେଶ ପଥ ଏବଂ ଉପର ଆସାମ ପାଇଁ ସଂଯୋଗୀକରଣର ଏକ ପ୍ରମୁଖ କେନ୍ଦ୍ର। ସେ ମନେ ପକାଇଲେ ଯେ କାଳିଆବୋରରୁ ହିଁ ମହାନ ଯୋଦ୍ଧା ଲଚିତ ବୋରଫୁକନ ମୋଗଲ ଆକ୍ରମଣକାରୀଙ୍କୁ ପ୍ରତିହତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ଏବଂ ତାଙ୍କ ନେତୃତ୍ୱରେ ଆସାମବାସୀ ସାହସ, ଏକତା ଏବଂ ଦୃଢ଼ତାର ସହିତ ମୋଗଲ ସେନାକୁ ପରାସ୍ତ କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହା କେବଳ ଏକ ସାମରିକ ବିଜୟ ନଥିଲା ବରଂ ଆସାମର ଗର୍ବ ଏବଂ ଆତ୍ମବିଶ୍ୱାସର ଘୋଷଣା। ସେ କହିଥିଲେ ଯେ କାଳିଆବୋର ଆହୋମ କାଳରୁ ରଣନୈତିକ ଗୁରୁତ୍ୱ ବହନ କରିଆସୁଛି । ତାଙ୍କ ସରକାରରେ ଏହି ଅଞ୍ଚଳ ଏବେ ସଂଯୋଗୀକରଣ ଏବଂ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାକୁ ଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ତାଙ୍କ ଦଳ ସାରା ଦେଶର ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଏବଂ ଗତ ଦେଢ଼ ବର୍ଷ ମଧ୍ୟରେ ଦଳ ପ୍ରତି ଲୋକଙ୍କ ବିଶ୍ୱାସ ନିରନ୍ତର ବୃଦ୍ଧି ପାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ସାମ୍ପ୍ରତିକ ବିହାର ନିର୍ବାଚନରେ, ୨୦ ବର୍ଷ ପରେ ମଧ୍ୟ, ଲୋକମାନେ ଦଳକୁ ରେକର୍ଡ ସଂଖ୍ୟକ ଭୋଟ ଏବଂ ଆସନ ଦେଇଥିଲେ। ସେ ଆହୁରି କହିଛନ୍ତି ଯେ ଦୁଇ ଦିନ ପୂର୍ବରୁ ମହାରାଷ୍ଟ୍ରର ପ୍ରମୁଖ ସହରଗୁଡ଼ିକରେ ଅନୁଷ୍ଠିତ ମେୟର ଏବଂ କାଉନସିଲର ନିର୍ବାଚନର ଫଳାଫଳ ଦର୍ଶାଉଛି ଯେ ବିଶ୍ୱର ସର୍ବବୃହତ ନଗର ନିଗମ ମଧ୍ୟରୁ ଗୋଟିଏ ମୁମ୍ବାଇରେ ତାଙ୍କ ଦଳକୁ ପ୍ରଥମ ଥର ପାଇଁ ଏକ ରେକର୍ଡ ଜନାଦେଶ ଦେଇଛି। ସେ କହିଛନ୍ତି ଯେ ମହାରାଷ୍ଟ୍ରର ଅଧିକାଂଶ ସହରର ଲୋକମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ଉଲ୍ଲେଖ କରିଥିଲେ ଯେ ତା ପୂର୍ବରୁ, କେରଳର ଲୋକମାନେ ତାଙ୍କ ଦଳକୁ ଏକ ମହତ୍ତ୍ବପୂର୍ବ ସମର୍ଥନ ଦେଇଥିଲେ, ଯାହା ଫଳରେ ସେହି ରାଜ୍ୟର ରାଜଧାନୀ ତିରୁଅନନ୍ତପୁରମରେ ପ୍ରଥମ ଥର ପାଇଁ ମେୟର ପଦବୀରେ ବିଜୟ ହାସଲ ହୋଇଥିଲା। ସେ ଜୋର ଦେଇ କହିଥିଲେ ଯେ ସାରା ଦେଶରେ ଏସବୁ ନିର୍ବାଚନ ଫଳାଫଳ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭୋଟରମାନେ ସୁଶାସନ ଏବଂ ବିକାଶ ଚାହାଁନ୍ତି ଏବଂ ସେଥିପାଇଁ  ପ୍ରଗତି ଓ ଐତିହ୍ୟ ଉଭୟ ଉପରେ ଧ୍ୟାନ ଦେଇ ସେମାନେ ତାଙ୍କ ଦଳକୁ ବାଛିଛନ୍ତି।
 

ଶ୍ରୀ ମୋଦୀ କହିଥିଲେ ଯେ ଏସବୁ ନିର୍ବାଚନ ଆଉ ଏକ ବାର୍ତ୍ତା ଦେଉଛି- ତାହା ହେଉଛି ଦେଶ ବାରମ୍ବାର ବିରୋଧୀ ଦଳଙ୍କ ନକାରାତ୍ମକ ରାଜନୀତିକୁ ଖାରଜ କରୁଛି। ମୁମ୍ବାଇ ସହର, ଯେଉଁଠାରେ ଉକ୍ତ ବିରୋଧୀ ଦଳ ଜନ୍ମ ହୋଇଥିଲା ସେଠାରେ ୪ର୍ଥ ବା ୫ମ ସ୍ଥାନକୁ ଖସିଆସିଛି ଓ ମହାରାଷ୍ଟ୍ରରେ ଯେଉଁଠାରେ ଅନେକ ବର୍ଷ ଧରି ଶାସନ କରିଥିଲା ଏବେ ସଂପୂର୍ଣ୍ଣଭାବେ ସୀମିତ ହୋଇଯାଇଛି। ସେ କହିଥିଲେ ଯେ ବିରୋଧୀ ଦଳ ଦେଶର ଭରସା ହରାଇଦେଇଛି, କାରଣ ସେମାନଙ୍କର ଦେଶର ବିକାଶ ପାଇଁ କୌଣସି ଏଜେଣ୍ଡା ନାହିଁ ଓ ଏପରି ଦଳ କେବେବି ଆସାମ କିମ୍ବା କାଜିରଙ୍ଗାର ସ୍ବାର୍ଥସାଧନ କରିପାରିବ ନାହିଁ। 
ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ କଥା ମନେ ପକାଇଥିଲେ, ଯିଏ କାଜିରଙ୍ଗାର ସୌନ୍ଦର୍ଯ୍ୟକୁ ଗଭୀର ଭଲପାଇବା ସହ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଡକ୍ଟର ହଜାରିକାଙ୍କ ରଚନା କାଜିରଙ୍ଗା ପ୍ରତି ପ୍ରେମ ଏବଂ ପ୍ରକୃତି ସହିତ ଆସାମବାସୀଙ୍କ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ। କାଜିରଙ୍ଗା କେବଳ ଏକ ଜାତୀୟ ଉଦ୍ୟାନ ନୁହେଁ, ବରଂ ଆସାମର ଆତ୍ମା ଏବଂ ଭାରତର ଜୈବ ବିବିଧତାର ଏକ ମୂଲ୍ୟବାନ ରତ୍ନ। ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ସ୍ୱୀକୃତି ଦିଆଯାଇଛି। ସେ କହିଥିଲେ ଯେ କାଜିରଙ୍ଗା ଏବଂ ଏହାର ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା କେବଳ ପରିବେଶ ସୁରକ୍ଷା ନୁହେଁ ବରଂ ଆସାମ ଏବଂ ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ। ଶ୍ରୀ ମୋଦୀ ଆସାମରେ ଆରମ୍ଭ ହେଉଥିବା ନୂତନ ପ୍ରକଳ୍ପ ଘୋଷଣା କରିଥିଲେ ଏବଂ ଏହି ପଦକ୍ଷେପଗୁଡ଼ିକ ପାଇଁ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ ଯାହାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କାଜିରଙ୍ଗାର ଏକ-ଶୃଙ୍ଗୀ ଗଣ୍ଡାମାନଙ୍କ ସମସ୍ୟା ସମ୍ପର୍କରେ କହିଥିଲେ ଯେଉଁମାନେ ବନ୍ୟା ସମୟରେ ଉଚ୍ଚ ଭୂମି ସନ୍ଧାନରେ ଜାତୀୟ ରାଜପଥ ପାର କରିବାକୁ ଚେଷ୍ଟାକରନ୍ତି ଓ ଫସିଯାଆନ୍ତି। ସେ କହିଥିଲେ ଯେ ସରକାରଙ୍କ ପ୍ରୟାସ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ସୁଗମ ଯାତାୟାତ ସୁନିଶ୍ଚିତ କରିବା। ସେ ବ୍ୟାଖ୍ୟା କରିଥିଲେ ଯେ ଏହି ଯୋଜନା ଅଧୀନରେ, ପ୍ରାୟ ୭୦୦୦ କୋଟି ଟଙ୍କା ବ୍ୟୟରେ କାଳିଆବୋରରୁ ନୁମାଲିଗଡ଼ ପର୍ଯ୍ୟନ୍ତ ୯୦ କିଲୋମିଟରର ଏକ କରିଡର ବିକଶିତ କରାଯାଉଛି, ଯେଉଁଥିରେ ୩୫ କିଲୋମିଟର ଉଚ୍ଚ ବନ୍ୟପ୍ରାଣୀ କରିଡର ଅନ୍ତର୍ଭୁକ୍ତ। ଯାନବାହାନ ଏହି କରିଡରର ଉପର ଦେଇ ଯିବ, ଯେତେବେଳେ କି ତଳେ ବନ୍ୟପ୍ରାଣୀ ଅବାଧ ବିଚରଣ କରିପାରିବେ। ଗଣ୍ଡା, ହାତୀ ଏବଂ ବାଘଙ୍କ ପାରମ୍ପରିକ ଗତିବିଧି ପଥକୁ ମନେ ରଖି ଏହି କରିଡର ଡିଜାଇନ୍ କରାଯାଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ଏହି କରିଡର ଉପର ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ସଂଯୋଗୀକରଣକୁ ମଧ୍ୟ ଉନ୍ନତ କରିବ ଏବଂ ନୂତନ ରେଳ ସେବା ସହିତ ଲୋକଙ୍କ ପାଇଁ ନୂତନ ସୁଯୋଗ ଖୋଲିବ। ସେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଆସାମ ଏବଂ ଦେଶକୁ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ପ୍ରକୃତିକୁ ସଂରକ୍ଷିତ କରାଯାଏ, ତାହାସହିତ ସୁଯୋଗ ବଢିଥାଏ; ବିଗତ କିଛି ବର୍ଷ ହେଲା କାଜିରଙ୍ଗାରେ ପର୍ଯ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ଏହା ସହିତ ହୋମଷ୍ଟେ, ଗାଇଡ୍ ସେବା, ପରିବହନ, ହସ୍ତଶିଳ୍ପ ଓ କ୍ଷୁଦ୍ରଶିଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବପିଢି ଜୀବିକାର ନୂଆ ସୁଯୋଗ ପାଇପାରିଛନ୍ତି ।
 

ଆସାମର ଜନତା ଏବଂ ସରକାରଙ୍କ ଆଉ ଏକ ସଫଳତାକୁ ପ୍ରଶଂସା କରି ଶ୍ରୀ ମୋଦୀ ମନପକାଇଥିଲେ ଗୋଟିଏ ସମୟ ଥିଲା ଯେତେବେଳେ ଗଣ୍ଡା ଶିକାର ଏକ ପ୍ରମୁଖ ଚିନ୍ତାର ବିଷୟ ଥିଲା ଏବଂ ୨୦୧୩ ଏବଂ ୨୦୧୪ରେ ଡଜନ ଡଜନ ଏକ-ଶୃଙ୍ଗୀ ଗଣ୍ଡା ଶିକାର କରାଯାଇଥିଲା। ସେ କହିଥିଲେ ଯେ ତାଙ୍କ ସରକାର ଏହାକୁ ସହ୍ୟ ନକରିବାକୁ ସଂକଳ୍ପବଦ୍ଧ ଥିଲା ଏବଂ ସୁରକ୍ଷାକୁ ସୁଦୃଢ଼ କରିଥିଲା, ବନ ବିଭାଗକୁ ଆଧୁନିକ ସମ୍ବଳ ଯୋଗାଇଥିଲା, ପ୍ରହରା ବୃଦ୍ଧି କରିଥିଲା ଏବଂ "ବନଦୁର୍ଗା" ଯୋଜନା ମାଧ୍ୟମରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିଥିଲା। ଏହାର ଫଳସ୍ୱରୂପ, ୨୦୨୫ରେ ଗଣ୍ଡା ଶିକାରର ଗୋଟିଏ ବି ଘଟଣା ରେକର୍ଡ ହୋଇନାହିଁ। ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି ଏବଂ ଆସାମବାସୀଙ୍କ ପ୍ରୟାସ ଦ୍ୱାରା ଏହା ସମ୍ଭବ ହୋଇପାରିଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବହୁ ଦିନ ଧରି ବିଶ୍ୱାସ କରାଯାଉଥିଲା ଯେ ପ୍ରକୃତି ଏବଂ ପ୍ରଗତି ପରସ୍ପରର ବିପରୀତ, କିନ୍ତୁ ଆଜି ଭାରତ ବିଶ୍ୱକୁ ଦେଖାଉଛି ଯେ ଅର୍ଥନୀତି ଏବଂ ପରିବେଶ ଉଭୟ ଏକତ୍ର ପ୍ରଗତି କରିପାରିବେ। ସେ ଉଲ୍ଲେଖ କରିଥିଲେ ଯେ ଗତ ଦଶନ୍ଧିରେ ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦନ ବୃଦ୍ଧି ପାଇଛି ଏବଂ ଲୋକମାନେ ଉତ୍ସାହର ସହିତ "ଏକ ପେଡ୍ ମା କେ ନାମ" ଅଭିଯାନରେ ଅଂଶଗ୍ରହଣ କରିଛନ୍ତି, ଯାହା ଅଧୀନରେ ୨୬୦କୋଟିରୁ ଅଧିକ ଗଛ ଲଗାଯାଇଛି। ୨୦୧୪ ମସିହାରୁ, ବାଘ ଏବଂ ହାତୀ ସଂରକ୍ଷଣର ସଂଖ୍ୟା ବୃଦ୍ଧି ପାଇଛି, ଏବଂ ସଂରକ୍ଷିତ ଏବଂ ସମ୍ପ୍ରଦାୟ କ୍ଷେତ୍ର ବିସ୍ତାରିତ ହୋଇଛି। ଶ୍ରୀ ମୋଦୀ କହିଛନ୍ତି ଯେ ଭାରତରେ ଥରେ ବିଲୁପ୍ତ ହୋଇଯାଇଥିବା ଚିତାବାଘ ଏବେ ପୁନଃ ପ୍ରଚଳିତ ହୋଇଛି ଏବଂ ଏକ ନୂତନ ଆକର୍ଷଣ ପାଲଟିଛି। ସେ ଆହୁରି କହିଛନ୍ତି ଯେ ଭାରତ ନିରନ୍ତର ଆର୍ଦ୍ରଭୂମି ସଂରକ୍ଷଣ ଉପରେ କାର୍ଯ୍ୟ କରୁଛି ଏବଂ ଏସିଆର ସର୍ବବୃହତ ରାମସର ନେଟୱାର୍କରେ ପରିଣତ ହୋଇଛି, ରାମସର ସ୍ଥାନ ସଂଖ୍ୟାରେ ବିଶ୍ୱ ସ୍ତରରେ ତୃତୀୟ ସ୍ଥାନରେ ରହିଛି। ପ୍ରଧାନମନ୍ତ୍ରୀ କହିଥିଲ ଯେ ଆସାମ ବିଶ୍ୱକୁ ଏହା ମଧ୍ୟ ଦେଖାଉଛି ଯେ ବିକାଶ, ଐତିହ୍ୟ ସଂରକ୍ଷଣ ଏବଂ ପ୍ରକୃତି ସୁରକ୍ଷା କିପରି ହାତ ମିଳାଇ ଚାଲିପାରିବ।

ଶ୍ରୀ ମୋଦୀ କହିଥିଲେ ଯେ ଉତ୍ତର-ପୂର୍ବର ସବୁଠାରୁ ବଡ଼ ସମସ୍ୟା ଥିଲା ସବୁକ୍ଷେତ୍ରରେ ଦୂରତା - ହୃଦୟର ଦୂରତା ଏବଂ ସ୍ଥାନର ଦୂରତା। ସେ କହିଛନ୍ତି ଯେ ଦଶନ୍ଧି ଧରି, ଏହି ଅଞ୍ଚଳର ଲୋକମାନେ ଅନୁଭବ କରୁଥିଲେ ଯେ ବିକାଶ ଅନ୍ୟତ୍ର ଘଟୁଛି ଏବଂ ସେମାନଙ୍କୁ ପଛରେ ପକାଇ ଦିଆଯାଉଛି, ଯାହା କେବଳ ଅର୍ଥନୀତି ନୁହେଁ ବରଂ ସେମାନଙ୍କ ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥିଲା। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟରେ ତାଙ୍କ ଦଳର ସରକାର ଉତ୍ତର-ପୂର୍ବର ବିକାଶକୁ ପ୍ରାଥମିକତା ଦେଇ ଏହି ଭାବନାକୁ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ ସଡ଼କ, ରେଳ, ବାୟୁ ଏବଂ ଜଳପଥ ମାଧ୍ୟମରେ ଆସାମକୁ ସଂଯୋଗ କରିବାର କାର୍ଯ୍ୟ ଏକକାଳୀନ ଆରମ୍ଭ ହୋଇଛି।
ଶ୍ରୀ ମୋଦୀ କହିଥିଲେ ଯେ ରେଳ ସଂଯୋଗୀକରଣର ସଂପ୍ରସାରଣ ସାମାଜିକ ଏବଂ ଆର୍ଥିକ ଉଭୟ ଭାବରେ ଲାଭଦାୟକ ହୋଇଥାଏ। ଏହା ଉତ୍ତର-ପୂର୍ବ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଏହାକୁ ଅଣଦେଖା କରିବା ପାଇଁ ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ଯେତେବେଳେ ବିରୋଧୀ ଦଳ କେନ୍ଦ୍ରରେ କ୍ଷମତାରେ ଥିଲେ, ସେତେବେଳେ ଆସାମ ରେଳ ବଜେଟରୁ ମାତ୍ର ୨୦୦୦ କୋଟି ଟଙ୍କା ପାଉଥିଲା, କିନ୍ତୁ ତାଙ୍କ ସରକାର ସମୟରେ ଏହି ପରିମାଣ ପ୍ରତିବର୍ଷ ପ୍ରାୟ ୧୦୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଅର୍ଥାତ୍ ପାଞ୍ଚଗୁଣ ବୃଦ୍ଧି। ଶ୍ରୀ ମୋଦୀ କହିଥିଲେ ଯେ ଏହି ବର୍ଦ୍ଧିତ ନିବେଶ ଯୋଗୁଁ ନୂତନ ରେଳ ଲାଇନ, ଦୋହରୀକରଣ ଏବଂ ବିଦ୍ୟୁତୀକରଣ ସମେତ ବ୍ୟାପକ ଭିତ୍ତିଭୂମି ବିକାଶ ହୋଇଛି, ଯାହା ଦ୍ୱାରା ରେଳ କ୍ଷମତା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ କାଳିଆବୋରରୁ ତିନୋଟି ନୂତନ ରେଳ ସେବା ଆରମ୍ଭ କରିବାର ଘୋଷଣା କରିଥିଲେ, ଯାହା ଆସାମର ରେଳ ସଂଯୋଗୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ସଂପ୍ରସାରଣ। ସେ କହିଥିଲେ ଯେ ବନ୍ଦେ ଭାରତ ସ୍ଲିପର ଟ୍ରେନ ଗୁଆହାଟକୁ କୋଲକାତା ସହିତ ସଂଯୋଗ କରିବ, ଯାହା ଦୀର୍ଘ ଦୂରତା ଯାତ୍ରାକୁ ଅଧିକ ଆରାମଦାୟକ କରିବ। ଏହା ସହିତ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଆସାମ, ପଶ୍ଚିମବଙ୍ଗ, ବିହାର ଏବଂ ଉତ୍ତର ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକୁ ସଂଯୋଗ କରିବ, ଯାହା ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସିଧାସଳଖ ଉପକୃତ କରିବ। ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଟ୍ରେନଗୁଡ଼ିକ ଆସାମର ବ୍ୟବସାୟୀମାନଙ୍କୁ ନୂତନ ବଜାର ସହିତ ସଂଯୋଗ କରିବ, ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ସୁଯୋଗ ସୁଲଭ କରିବ ଏବଂ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରାକୁ ସୁଗମ କରିବ। ସେ କହିଛନ୍ତି ଯେ ଏପରି ସଂଯୋଗୀକରଣ ସମ୍ପ୍ରସାରଣ ଆତ୍ମବିଶ୍ୱାସ ସୃଷ୍ଟି କରେ ଯେ ଉତ୍ତର-ପୂର୍ବ ଆଉ ବିକାଶ କ୍ଷେତ୍ରରେ ପଛୁଆ ନାହିଁ, ଆଉ ଦୂରରେ ନାହିଁ, ବରଂ ହୃଦୟର ନିକଟତର ଏବଂ ଦିଲ୍ଲୀର ନିକଟତର ହୋଇଯାଇଛି।
 

ପ୍ରଧାନମନ୍ତ୍ରୀ ଆସାମ ସାମ୍ନା କରୁଥିବା ଏକ ପ୍ରମୁଖ ଚ୍ୟାଲେଞ୍ଜ ବିଷୟରେ ମଧ୍ୟ କହିଥିଲେ - ଏହାର ପରିଚୟ ଏବଂ ସଂସ୍କୃତିକୁ ସୁରକ୍ଷା ଦେବାର ଆବଶ୍ୟକତା। ସେ ଅନୁପ୍ରବେଶକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିବା, ଜଙ୍ଗଲ, ଐତିହାସିକ ସାଂସ୍କୃତିକ ସ୍ଥଳ ଏବଂ ଲୋକଙ୍କ ଜମିକୁ ବେଆଇନ ଜବରଦଖଲରୁ ମୁକ୍ତ କରିବା ପାଇଁ ଆସାମରେ ଥିବା ତାଙ୍କ ଦଳର ସରକାରଙ୍କୁ ପ୍ରଶଂସା କରିଥିଲେ। ସବୁ ମହଲରେ ଏହାକୁ ବହୁଳ ଭାବରେ ପ୍ରଶଂସା କରାଯାଇଛି ବୋଲି ସେ କହିଥିଲେ। ଏହାକୁ ବିରୋଧୀ ଦଳ ସହିତ ତୁଳନା କରି ସେ କହିଥିଲେ ଯେ ଦଶନ୍ଧି ଦଶନ୍ଧି ଧରି ବିରୋଧୀ ଦଳ କେବଳ ଭୋଟ ପାଇଁ ଏବଂ ସରକାର ଗଠନ କରିବା ପାଇଁ ଆସାମ ଜମିକୁ ଅନୁପ୍ରବେଶକାରୀମାନଙ୍କୁ ହସ୍ତାନ୍ତର କରିଆସୁଥିଲା। ବିରୋଧୀଙ୍କ ଶାସନ ସମୟରେ ଅନୁପ୍ରବେଶ ବୃଦ୍ଧି ପାଉଥିଲା, ଏବଂ ଏହି ଅନୁପ୍ରବେଶକାରୀମାନେ ଆସାମର ଇତିହାସ, ସଂସ୍କୃତି କିମ୍ବା ବିଶ୍ୱାସକୁ ଗୁରୁତ୍ୱ ନ ଦେଇ ବଡ଼ ଧରଣର ଜବରଦଖଲ କରୁଥିଲେ। ଏସବୁ ଅନୁପ୍ରବେଶ ପ୍ରାଣୀ କରିଡର ଉପରେ ଜବରଦଖଲ, ଶିକାରକୁ ପ୍ରୋତ୍ସାହିତ ଏବଂ ଚୋରାଚାଲାଣ ଏବଂ ଅନ୍ୟାନ୍ୟ ଅପରାଧ ବୃଦ୍ଧି ଘଟାଇଥିଲା।
 

ପ୍ରଧାନମନ୍ତ୍ରୀ ମୋଦୀ ଚେତାବନୀ ଦେଇଥିଲେ ଯେ ଅନୁପ୍ରବେଶକାରୀମାନେ ଜନସଂଖ୍ୟାଗତ ସନ୍ତୁଳନକୁ ବିପର୍ଯ୍ୟସ୍ତ କରୁଛନ୍ତି, ସଂସ୍କୃତି ଉପରେ ଆକ୍ରମଣ କରୁଛନ୍ତି, ଗରିବ ଏବଂ ଯୁବକଙ୍କଠାରୁ ଚାକିରି ଛଡ଼ାଇ ନେଉଛନ୍ତି ଏବଂ ଆଦିବାସୀ ଅଞ୍ଚଳରେ ଠକେଇ କରି ଜମି ଅଧିଗ୍ରହଣ କରୁଛନ୍ତି, ଯାହା ଆସାମ ଏବଂ ଦେଶ ଉଭୟର ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି। ସେ ବିରୋଧୀ ଦଳ ପ୍ରତି ସତର୍କ ରହିବାକୁ ଲୋକଙ୍କୁ ସତର୍କ କରାଇ କହିଥିଲେ, ସେମାନଙ୍କର ଏକମାତ୍ର ନୀତି ହେଉଛି ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ଏବଂ କ୍ଷମତା ହାସଲ କରିବା। ଶ୍ରୀ ମୋଦୀ କହିଛନ୍ତି ଯେ ବିରୋଧୀ ଦଳ ଏବଂ ଏହାର ସହଯୋଗୀମାନେ ସାରା ଦେଶରେ ଏହି ରଣନୀତି ବ୍ୟବହାର କରୁଛନ୍ତି। ବିହାରର ଉଦାହରଣ ଦେଇ, ଯେଉଁଠାରେ ବିରୋଧୀ ଦଳ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ଶୋଭାଯାତ୍ରା ଏବଂ ରାଲି ଆୟୋଜନ କରିଥିଲେ, ସେ ସେମାନଙ୍କୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଆସାମବାସୀ ମଧ୍ୟ ବିରୋଧୀଙ୍କୁ ଉଚିତ ଜବାବ ଦେବେ।
ଶ୍ରୀ ମୋଦୀ କହିଥିଲେ ଯେ ଆସାମ ବିକାଶ ସମଗ୍ର ଉତ୍ତର-ପୂର୍ବ କ୍ଷେତ୍ର ପାଇଁ ପ୍ରଗତି ପାଇଁ ନୂତନ ଦ୍ୱାର ଖୋଲି ଦେଉଛି ଏବଂ ଆକ୍ଟ-ଇଷ୍ଟ ନୀତିକୁ ଦିଗଦର୍ଶନ ଦେଉଛି। ଯେତେବେଳେ ଆସାମ ପ୍ରଗତି କରିବ, ଉତ୍ତର-ପୂର୍ବ କ୍ଷେତ୍ର ପ୍ରଗତି କରିବ ଏବଂ ସରକାରଙ୍କ ପ୍ରୟାସ ଏବଂ ଜନସାଧାରଣଙ୍କ ବିଶ୍ୱାସ ସହିତ, ଏହି ଅଞ୍ଚଳ ନୂତନ ଉଚ୍ଚତାରେ ପହଞ୍ଚିବ। ନିଜ ଅଭିଭାଷଣ ସମାପ୍ତ କରି, ପ୍ରଧାନମନ୍ତ୍ରୀ ଆଜି ଉଦଘାଟନ ହୋଇଥିବା ପ୍ରକଳ୍ପଗୁଡ଼ିକ ପାଇଁ ସମସ୍ତଙ୍କୁ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଶ୍ରୀ ପବିତ୍ରା ମାର୍ଗେରିଟା ପ୍ରମୁଖ ଯୋଗ ଦେଇଥିଲେ।
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ଆସାମର କାଲିଆବୋରଠାରେ ୬୯୫୦ କୋଟି ଟଙ୍କା ମୂଲ୍ୟର କାଜିଲଙ୍ଗା ଏଲେଭେଟେଡ୍ କରିଡର ପ୍ରକଳ୍ପ (ଜାତୀୟ ରାଜପଥ-୭୧୫ର କାଲିଆବୋର-ନୁମାଲିଗଡ଼ ସେକ୍ସନର ୪-ଲେନ ନିର୍ମାଣ)ର ଭୂମିପୂଜା କରିଛନ୍ତି।

୮୬ କିଲୋମିଟର ଦୀର୍ଘ କାଜିରଙ୍ଗା ଏଲିଭେଟେଡ୍ କରିଡର ପ୍ରକଳ୍ପ ଏକ ପରିବେଶ ସଚେତନ ଜାତୀୟ ରାଜପଥ ପ୍ରକଳ୍ପ। ଏଥିରେ ଅନ୍ତର୍ଭୁକ୍ତ ରହିଛି କାଜିରଙ୍ଗା ଜାତୀୟ ଉଦ୍ୟାନ ଦେଇ ୩୫ କିଲୋମିଟର ଉଚ୍ଚା ବନ୍ୟପ୍ରାଣୀ କରିଡର, ୨୧ କିଲୋମିଟର ବାଇପାସ୍ ସେକ୍ସନ ଏବଂ ଏନଏଚ-୭୧୫ର ରାଜପଥର ୩୦ କିଲୋମିଟର ସେକ୍ସନକ ଦୁଇରୁ ଚାରି ଲେନ ବିଶିଷ୍ଟ କରିବା। ଏହି ପ୍ରକଳ୍ପର ଲକ୍ଷ୍ୟ ପାର୍କର ସମୃଦ୍ଧ ଜୈବ ବିବିଧତାର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା। 

ଏହି ପ୍ରକଳ୍ପ ନାଗାଓଁ, କାର୍ବି ଆଙ୍ଗଲଙ୍ଗ ଏବଂ ଗୋଲାଘାଟ ଜିଲ୍ଲା ଦେଇ ଯିବ ଏବଂ ଉପର ଆସାମ, ବିଶେଷକରି ଦିବ୍ରୁଗଡ଼ ଏବଂ ତିନସୁକିଆକୁ ସଂଯୋଗୀକରଣରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହି ଉନ୍ନତ ବନ୍ୟପ୍ରାଣୀ କରିଡର ପ୍ରାଣୀମାନଙ୍କର ଅବିରତ ଗତିବିଧି ସୁନିଶ୍ଚିତ କରିବ ଏବଂ ମାନବ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ କରିବ। ଏହା ସଡ଼କ ସୁରକ୍ଷାକୁ ମଧ୍ୟ ଉନ୍ନତ କରିବ, ଯାତ୍ରା ସମୟ ଏବଂ ଦୁର୍ଘଟଣା ହାର ହ୍ରାସ କରିବ, ଏବଂ ବର୍ଦ୍ଧିତ ଯାତ୍ରୀ ଏବଂ ମାଲ ପରିବହନକୁ ସହଜ କରିବ। ଏହି ପ୍ରକଳ୍ପ ଅଧୀନରେ, ଜାଖଲବନ୍ଧା ଏବଂ ବୋକାଖତରେ ବାଇପାସ୍ ନିର୍ମାଣ କରାଯିବ। ଏହା ସହରଗୁଡ଼ିକୁ ଭିଡ଼ କମ କରିବା, ସହରାଞ୍ଚଳ ଗତିଶୀଳତାକୁ ଉନ୍ନତ କରିବା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଜୀବନର ମାନ ଉନ୍ନତ କରିବାରେ ସାହାଯ୍ୟ କରିବ।
ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଦୁଇଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ - ଗୁଆହାଟୀ (କାମାଖ୍ୟା)-ରୋହତକ୍ ଅମୃତ ଭାରତ ଏକ୍ସପ୍ରେସ୍ ଏବଂ ଡିବ୍ରୁଗଡ଼-ଲକ୍ଷ୍ନୌ (ଗୋମତୀ ନଗର) ଅମୃତ ଭାରତ ଏକ୍ସପ୍ରେସ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ନୂତନ ରେଳ ସେବାଗୁଡ଼ିକ ଉତ୍ତର-ପୂର୍ବ ଏବଂ ଉତ୍ତର ଭାରତ ମଧ୍ୟରେ ରେଳ ସଂଯୋଗକୁ ସୁଦୃଢ଼ କରିବ, ଯାହା ଲୋକଙ୍କ ପାଇଁ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରାକୁ ସକ୍ଷମ କରିବ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI-ng the ante: PM Modi wants desi connect with global pay

Media Coverage

UPI-ng the ante: PM Modi wants desi connect with global pay
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the value and transformative power of knowledge
September 09, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wisdom teaches the art of living in harmony with society. He said that knowledge imparts wisdom and prosperity, fills the heart with joy and enhances one’s dignity.

The Prime Minister shared a Sanskrit Subhashitam-

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”

The Subhashitam conveys that wisdom teaches the art of living in harmony with society. It grants knowledge and prosperity, fills the heart with joy, and raises one's dignity. Thus, wisdom is as precious as service to righteous governance, beloved by the heart, and a force that uplifts life.

The Prime Minister wrote on X;

“उपदिशति लोकवृत्तं वितरति वित्तं विनोदयति चित्तम्।

उत्तम्भयति महत्त्वं विद्या हृद्या सुराजसेवेव॥”