ଆସାମ ବିକାଶର ଏକ ନୂତନ ଗତିକୁ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ
ଆମ ସରକାର କୃଷକ କଲ୍ୟାଣକୁ ନିଜର ସମସ୍ତ ପ୍ରୟାସର କେନ୍ଦ୍ରରେ ରଖିଛନ୍ତି: ପ୍ରଧାନମନ୍ତ୍ରୀ
କୃଷିକୁ ପ୍ରୋତ୍ସାହନ ଦେବା ଏବଂ କୃଷକମାନଙ୍କୁ ସହାୟତା କରିବା ପାଇଁ ପିଏମ ଧନ ଧାନ୍ୟ କୃଷି ଯୋଜନା ଏବଂ ଦଲହନ ଆତ୍ମନିର୍ଭରତା ମିଶନ ଭଳି ପଦକ୍ଷେପମାନ ଆରମ୍ଭ କରାଯାଇଛି: ପ୍ରଧାନମନ୍ତ୍ରୀ
'ସବକା ସାଥ, ସବକା ବିକାଶ’ ର ପରିକଳ୍ପନା ଦ୍ୱାରା ପରିଚାଳିତ ହୋଇ ଆମର ପ୍ରୟାସ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଦିବ୍ରୁଗଡ଼ର ନାମରୂପଠାରେ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଚାଓଲଙ୍ଗ ସୁଖପା ଏବଂ ମହାବୀର ଲାଚିତ ବୋରଫୁକାନଙ୍କ ଭଳି ମହାନ ବୀରମାନଙ୍କ ଭୂମି। ସେ ଭୀମବର ଦେଉରୀ, ସହିଦ କୁଶଲ କୁୱଁର, ମୋରାନ କିଙ୍ଗ ବୋଡୋସା, ମାଲତୀ ମେମ, ଇନ୍ଦିରା ମିରି, ସ୍ୱର୍ଗଦେଓ ସର୍ବାନନ୍ଦ ସିଂହ ଏବଂ ବଲିଆନ୍ତ ସତୀ ସାଧନୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୀରତ୍ୱ ଏବଂ ବଳିଦାନର ଏହି ମହାନ ଭୂମି, ଉଜାନୀ ଆସାମର ପବିତ୍ର ମୃତ୍ତିକାକୁ ସେ ପ୍ରଣାମ କରୁଛନ୍ତି। 
ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ। 
 

ଶ୍ରୀ ମୋଦୀ କହିଥିଲେ ଯେ ସେ ଦେଖୁଛନ୍ତି ଯେ, ଆଗକୁ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ସେମାନଙ୍କ ଭଲପାଇବାକୁ ବଢାଉଛନ୍ତି । ସେ ବିଶେଷ କରି ମାଆ ଏବଂ ଭଉଣୀମାନଙ୍କ ଉପସ୍ଥିତି ଉପରେ ଆଲୋକପାତ କରି କହିଥିଲେ ଯେ ସେମାନେ ଆଣିଥିବା ପ୍ରେମ ଏବଂ ଆଶୀର୍ବାଦ ଅସାଧାରଣ ଥିଲା। ସେ କହିଥିଲେ ଯେ ଅନେକ ଭଉଣୀ ଆସାମର ଚା' ବଗିଚାର ସୁଗନ୍ଧ ନେଇ ଆସିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସୁଗନ୍ଧ ଆସାମ ସହିତ ତାଙ୍କର ସମ୍ପର୍କରେ ଏକ ଅନନ୍ୟ ଅନୁଭବ ସୃଷ୍ଟି କରିଥାଏ। ସେ ଉପସ୍ଥିତ ସମସ୍ତଙ୍କୁ ପ୍ରଣାମ କରିଥିଲେ ଏବଂ ସେମାନଙ୍କ ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ। 
ଆଜି ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବ ପାଇଁ ଏକ ଐତିହାସିକ ଦିନ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ଅଞ୍ଚଳରେ ଶିଳ୍ପ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ ହେବା ସହିତ ନାମରୂପ ଏବଂ ଦିବ୍ରୁଗଡ଼ର ବହୁ ପ୍ରତୀକ୍ଷିତ ସ୍ୱପ୍ନ ପୂରଣ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ କିଛି ସମୟ ପୂର୍ବରୁ ସେ ଆମୋନିଆ-ୟୁରିଆ ସାର କାରଖାନାର ଭୂମି ପୂଜନ କରିଥିଲେ ଏବଂ ଦିବ୍ରୁଗଡ଼ରେ ପହଞ୍ଚିବା ପୂର୍ବରୁ ଗୌହାଟୀ ବିମାନ ବନ୍ଦରରେ ନୂତନ ଟର୍ମିନାଲର ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସମସ୍ତେ କହୁଛନ୍ତି ଯେ ଆସାମ ଏବେ ବିକାଶର ଏକ ନୂତନ ଗତି ହାସଲ କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଆଜି ଯାହା ଦେଖିବାକୁ ମିଳୁଛି ତାହା କେବଳ ଆରମ୍ଭ ମାତ୍ର ଏବଂ ଆସାମକୁ ଆହୁରି ଆଗକୁ ନେବାକୁ ହେବ। ସେ ଅହୋମ ରାଜବଂଶ ସମୟରେ ଆସାମର ଶକ୍ତି ଏବଂ ଭୂମିକାକୁ ସ୍ମରଣ କରିଥିଲେ ଏବଂ ଏକ ବିକଶିତ ଭାରତରେ ଆସାମ ସମାନ ଭାବରେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେ ନୂତନ ଶିଳ୍ପର ଆରମ୍ଭ, ଆଧୁନିକ ଭିତ୍ତିଭୂମି ନିର୍ମାଣ, ସେମିକଣ୍ଡକ୍ଟର ଉତ୍ପାଦନ, କୃଷି କ୍ଷେତ୍ରରେ ନୂତନ ସୁଯୋଗ, ଚା' ବଗିଚା ଏବଂ ସେମାନଙ୍କ ଶ୍ରମିକଙ୍କ ଅଗ୍ରଗତି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପାଉଥିବା ସମ୍ଭାବନା ଉପରେ ଆଲୋକପାତ କରି କହିଛନ୍ତି ଯେ ଆସାମ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି କରୁଛି। ଶ୍ରୀ ମୋଦୀ ଆଧୁନିକ ସାର କାରଖାନାକୁ ଶୁଭେଚ୍ଛା ଜଣାଇବା ସହ ଗୌହାଟୀ ବିମାନ ବନ୍ଦରରେ ନୂତନ ଟର୍ମିନାଲ ନିର୍ମାଣ ପାଇଁ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟରେ ସେମାନଙ୍କ ସରକାର ଅଧୀନରେ ଶିଳ୍ପ ଓ ସଂଯୋଗୀକରଣର ସମନ୍ୱୟ ଆସାମର ସ୍ୱପ୍ନକୁ ପୂରଣ କରି ଯୁବକମାନଙ୍କୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଉଛି।
 ଏକ ବିକଶିତ ଭାରତ ନିର୍ମାଣରେ ଦେଶର କୃଷକ ଏବଂ ଅନ୍ନଦାତାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ  ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର କୃଷକମାନଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ଏବଂ କୃଷକ ଅନୁକୂଳ ଯୋଜନାଗୁଡ଼ିକୁ ସମସ୍ତଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ କୃଷି କଲ୍ୟାଣମୂଳକ ପଦକ୍ଷେପ ସହିତ, କୃଷକମାନଙ୍କୁ ସାରର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଜରୁରୀ। ଶ୍ରୀ ମୋଦୀ କହିଥିଲେ ଯେ ଆଗାମୀ ସମୟରେ ନୂତନ ୟୁରିଆ ପ୍ଲାଣ୍ଟ ଏହି ଯୋଗାଣର ଗ୍ୟାରେଣ୍ଟି ଦେବ। ସେ ଉଲ୍ଲେଖ କରିଥିଲେ ଯେ ସାର ପ୍ରକଳ୍ପରେ ପାଖାପାଖି ୧୧,୦୦୦ କୋଟି ଟଙ୍କା ନିବେଶ କରାଯିବ, ଯାହା ବାର୍ଷିକ ୧୨ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ସାର ଉତ୍ପାଦନ କରିବ। ସେ ଉଲ୍ଲେଖ କରିଥିଲେ ଯେ ସ୍ଥାନୀୟ ସ୍ତରରେ ଉତ୍ପାଦନ ହେବା ଦ୍ୱାରା ଯୋଗାଣ ତ୍ୱରାନ୍ୱିତ ହେବ ଏବଂ ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ ପାଇବ। 
ନାମରୂପ ୟୁନିଟ୍ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ପାଇଁ ହଜାର ହଜାର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, କାରଖାନା କାର୍ଯ୍ୟକ୍ଷମ ହେବା ସହିତ ଅନେକ ଲୋକ ସ୍ଥାନୀୟ ଭାବରେ ସ୍ଥାୟୀ ଚାକିରି ସୁରକ୍ଷିତ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମରାମତି, ଯୋଗାଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକଳାପ ଭଳି କାର୍ଯ୍ୟରେ ମଧ୍ୟ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବ। 
 

ଶ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି ଯେ, ତାଙ୍କ ସରକାର କ୍ଷମତାକୁ ଆସିବା ପରେ ହିଁ ଏପରି କୃଷକ କଲ୍ୟାଣମୂଳକ ପଦକ୍ଷେପ କାହିଁକି କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ ନାମରୂପ ଦୀର୍ଘ ଦିନ ଧରି ସାର ଉତ୍ପାଦନର ଏକ କେନ୍ଦ୍ର ଥିଲା, ଏବଂ ଏକ ସମୟରେ ଏଠାରେ ଉତ୍ପାଦିତ ସାର ଉତ୍ତର-ପୂର୍ବର କ୍ଷେତକୁ ମଜବୁତ କରିଥିଲା ଏବଂ କୃଷକଙ୍କ ଫସଲକୁ ସହାୟତା କରୁଥିଲା। ସେ ମନେ ପକାଇଥିଲେ ଯେ ଦେଶର ଅନେକ ଭାଗରେ ସାର ଯୋଗାଣ ଏକ ଆହ୍ୱାନ ଥିଲେ ମଧ୍ୟ ନାମରୂପ କୃଷକମାନଙ୍କ ପାଇଁ ଏକ ଆଶାର ଉତ୍ସ ହୋଇ ରହିଛି। ତଥାପି, ସେ ଦର୍ଶାଇଥିଲେ ଯେ ପୁରୁଣା କାରଖାନାଗୁଡ଼ିକ ପ୍ରଯୁକ୍ତିବିଦ୍ୟା ସମୟ ସହିତ ପୁରୁଣା ହୋଇଗଲା ଏବଂ ପୂର୍ବ ସରକାରମାନେ କୌଣସି ଧ୍ୟାନ ଦେଲେ ନାହିଁ। ଫଳସ୍ୱରୂପ, ନାମରୂପ କାରଖାନାର ଅନେକ ୟୁନିଟ୍ ବନ୍ଦ ହୋଇଯାଇଥିଲା, ଯାହାଦ୍ୱାରା ସମଗ୍ର ଉତ୍ତର-ପୂର୍ବାଞ୍ଚଳର କୃଷକମାନେ ଅସୁବିଧାରେ ପଡ଼ିଥିଲେ, ସେମାନଙ୍କର ଆୟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ କୃଷି ସମସ୍ୟା ବୃଦ୍ଧି ପାଇଥିଲା। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆଜି କେନ୍ଦ୍ର ଏବଂ ରାଜ୍ୟରେ ସେମାନଙ୍କ ସରକାର ପୂର୍ବ ସରକାର ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରୁଛନ୍ତି। 
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଭଳି ଅନ୍ୟ ଅନେକ ରାଜ୍ୟରେ ମଧ୍ୟ ସାର କାରଖାନା ବନ୍ଦ ହୋଇଯାଇଛି। ସେ ସେହି ସମୟରେ କୃଷକମାନେ ସମ୍ମୁଖୀନ ହେଉଥିବା କଠିନ ପରିସ୍ଥିତିକୁ ମନେ ପକାଇଥିଲେ, ଯେତେବେଳେ ସେମାନଙ୍କୁ ୟୁରିଆ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା, ଦୋକାନରେ ପୋଲିସ ମୁତୟନ କରିବାକୁ ପଡ଼ୁଥିଲା ଏବଂ କୃଷକମାନଙ୍କ ଉପରେ ଲାଠି ଚାର୍ଜ କରିବାକୁ ପଡ଼ୁଥିଲା। ସେ କହିଥିଲେ ଯେ ବିରୋଧୀ ଦଳ ଏହି ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିବା ବେଳେ ବର୍ତ୍ତମାନର ସରକାର ଏହାକୁ ସଂଶୋଧନ କରୁଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବ ଶାସନ କାଳରେ ସାର କାରଖାନା ବନ୍ଦ ହେଉଥିଲା, ଯେତେବେଳେ କି ବର୍ତ୍ତମାନର ସରକାର ଗୋରଖପୁର, ସିନ୍ଦ୍ରୀ, ବରୌନୀ ଏବଂ ରାମାଗୁଣ୍ଡମରେ ଅନେକ କାରଖାନା ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ରୟାସର ଫଳସ୍ୱରୂପ ଭାରତ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଦିଗରେ ଅଗ୍ରସର ହେଉଛି। 
"୨୦୧୪ ମସିହାରେ ଦେଶ ମାତ୍ର ୨୨୫ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ କରିଥିଲା, କିନ୍ତୁ ଆଜି ଉତ୍ପାଦନ ପ୍ରାୟ ୩୦୬ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିଛି" ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତକୁ ବାର୍ଷିକ ପ୍ରାୟ ୩୮୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଆବଶ୍ୟକ ଏବଂ ସରକାର ଏହି ବ୍ୟବଧାନକୁ ପୂରଣ କରିବା ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ କୃଷକମାନଙ୍କ ସ୍ୱାର୍ଥ ପ୍ରତି ସରକାର ଅତ୍ୟନ୍ତ ସମ୍ବେଦନଶୀଳ। ଶ୍ରୀ ମୋଦୀ କହିଥିଲେ ଯେ ବିଦେଶରୁ ଅଧିକ ମୂଲ୍ୟରେ ଆମଦାନୀ ହେଉଥିବା ୟୁରିଆ ମଧ୍ୟ କୃଷକମାନଙ୍କ ଉପରେ ବୋଝ ପକାଇବ ନାହିଁ, କାରଣ ସେମାନଙ୍କ ସରକାର ସବସିଡି ଜରିଆରେ ଏହି ଖର୍ଚ୍ଚ ବହନ କରିଥାଏ। ସେ କହିଥିଲେ ଯେ ଭାରତୀୟ କୃଷକମାନେ ଏକ ବସ୍ତା ୟୁରିଆ ମାତ୍ର ୩୦୦ ଟଙ୍କାରେ ପାଉଥିବା ବେଳେ ସରକାର ସେହି ବସ୍ତା ପାଇଁ ଅନ୍ୟ ଦେଶକୁ ପ୍ରାୟ ୩୦୦୦ ଟଙ୍କା ଦେଉଛନ୍ତି। ସେ ରେଖାଙ୍କିତ କରିଥିଲେ ଯେ ଅବଶିଷ୍ଟ ଅର୍ଥ ସେମାନଙ୍କ ସରକାର ବହନ କରିବେ, ଯାହାଦ୍ୱାରା କୃଷକ ଭାଇ ଓ ଭଉଣୀମାନେ କୌଣସି ଆର୍ଥିକ ବୋଝର ସମ୍ମୁଖୀନ ହେବେ ନାହିଁ। ସେ ଆହୁରି ମଧ୍ୟ ୟୁରିଆ ଏବଂ ଅନ୍ୟାନ୍ୟ ସାରର ବ୍ୟବହାରକୁ ହ୍ରାସ କରି ମୃତ୍ତିକା ସୁରକ୍ଷିତ କରିବାକୁ କୃଷକମାନଙ୍କୁ ଅନୁରୋଧ କରିଥିଲେ। 
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜି ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ତାଙ୍କ ସରକାର କୃଷକମାନଙ୍କ ସହିତ ଦୃଢତାର ସହ ଛିଡା ହୋଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ କୃଷି କାର୍ଯ୍ୟ ପାଇଁ ଅର୍ଥ ସିଧାସଳଖ କୃଷକମାନଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି, ଯାହାଦ୍ୱାରା ସେମାନଙ୍କୁ ଋଣ ପାଇଁ ଦଉଡିବାକୁ ପଡ଼ିବ ନାହିଁ। ସେ କହିଥିଲେ ଯେ ଏପର୍ଯ୍ୟନ୍ତ ପିଏମ କିଷାନ ସମ୍ମାନ ନିଧି ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ପାଖାପାଖି ୪ ଲକ୍ଷ କୋଟି ଟଙ୍କା ପଠାଯାଇଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେବଳ ଚଳିତ ବର୍ଷ ହିଁ କୃଷକମାନଙ୍କୁ ସହାୟତା କରିବା ପାଇଁ ୩୫,୦୦୦ କୋଟି ଟଙ୍କାର ଦୁଇଟି ଯୋଜନାର ଶୁଭାରମ୍ଭ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଦଲହନ ଆତ୍ମନିର୍ଭରତା ମିଶନ କୃଷିକୁ ଆହୁରି ପ୍ରୋତ୍ସାହନ ଦେବ। 
 

କୃଷକମାନଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ଧ୍ୟାନରେ ରଖି ସରକାର କାର୍ଯ୍ୟ କରୁଛନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ପ୍ରତିକୂଳ ପାଣିପାଗ କାରଣରୁ ଫସଲ ନଷ୍ଟ ହୋଇଥାଏ, ସେତେବେଳେ ଫସଲ ବୀମା ଯୋଜନା ଜରିଆରେ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଇଥାଏ। ସେ ଗୁରୁତ୍ୱାରୋପ କରିଥିଲେ ଯେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ସଠିକ ମୂଲ୍ୟ ସୁନିଶ୍ଚିତ କରିବା ଲାଗି କ୍ରୟ ବ୍ୟବସ୍ଥାରେ ଉନ୍ନତି ଅଣାଯାଇଛି। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ ସରକାର ଦୃଢ଼ ଭାବେ ବିଶ୍ୱାସ କରନ୍ତି ଯେ କୃଷକମାନେ ଶକ୍ତିଶାଳୀ ହେଲେ ହିଁ ଦେଶ ପ୍ରଗତି କରିପାରିବ ଏବଂ ଏଥିପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରାଯାଉଛି। 
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ରରେ ସରକାର ଗଠନ ହେବା ପରେ, ପଶୁପାଳକ ଏବଂ ମତ୍ସ୍ୟଚାଷୀମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡ ସୁବିଧା ଅଧୀନରେ ସାମିଲ କରାଯାଇଥିଲା ଏବଂ ସେମାନେ ଏଥିରୁ ବହୁତ ଉପକୃତ ହେଉଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ କେସିସି ଜରିଆରେ କୃଷକମାନେ ଚଳିତ ବର୍ଷ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ପାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୈବିକ ସାର ଉପରେ ଜିଏସଟି ହ୍ରାସ କୃଷକମାନଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି। ଶ୍ରୀ ମୋଦୀ ରେଖାଙ୍କିତ କରିଥିଲେ ଯେ, ସେମାନଙ୍କ ସରକାର ପ୍ରାକୃତିକ କୃଷିକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛନ୍ତି, ଏବଂ ପ୍ରାକୃତିକ କୃଷି ଉପରେ ଜାତୀୟ ମିଶନର ଶୁଭାରମ୍ଭ କରାଯାଇଛି, ଯାହା ଲକ୍ଷ ଲକ୍ଷ କୃଷକଙ୍କୁ ଯୋଡ଼ି ସାରିଛି। ସେ ଉଲ୍ଲେଖ କରିଥିଲେ ଯେ ବିଗତ ବର୍ଷଗୁଡ଼ିକରେ ସାରା ଦେଶରେ ୧୦,୦୦୦ କୃଷକ ଉତ୍ପାଦକ ସଙ୍ଗଠନ (ଏଫପିଓ) ପ୍ରତିଷ୍ଠା କରାଯାଇଛି। ସେ ଆହୁରି ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳ ଉପରେ ବିଶେଷ ଧ୍ୟାନ ଦେଇ ସରକାର ପାମ୍ ତେଲ ସମ୍ବନ୍ଧୀୟ ଏକ ମିଶନ ଆରମ୍ଭ କରିଛନ୍ତି, ଯାହା ଭାରତକୁ କେବଳ ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ ନାହିଁ, ବରଂ ଏହି ଅଞ୍ଚଳର କୃଷକମାନଙ୍କର ଆୟ ମଧ୍ୟ ବୃଦ୍ଧି କରିବ। 
ଏହି ଅଞ୍ଚଳରେ ବହୁ ସଂଖ୍ୟକ ଚା' ବଗିଚା ଶ୍ରମିକ ଉପସ୍ଥିତ ଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମରେ ସାଢ଼େ ସାତ ଲକ୍ଷ ଚା' ବଗିଚା ଶ୍ରମିକଙ୍କ ପାଇଁ ଜନ ଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସେମାନଙ୍କ ସରକାର ଦ୍ୱାରା ସହଜ ହୋଇଥିଲା। ସେ କହିଥିଲେ ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ଯୋଡ଼ିହେବା ଦ୍ୱାରା ଏହି ଶ୍ରମିକମାନେ ଏବେ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରିବାର ଲାଭ ପାଇପାରିବେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସରକାର ଚା'  ବଗିଚା ଅଞ୍ଚଳରେ ବିଦ୍ୟାଳୟ, ସଡ଼କ, ବିଦ୍ୟୁତ, ଜଳ ଏବଂ ଡାକ୍ତରଖାନା ଭଳି ସୁବିଧାର ସମ୍ପ୍ରସାରଣ କରୁଛନ୍ତି।
ସରକାର 'ସବକା ସାଥ୍, ସବକା ବିକାଶ ’ ମନ୍ତ୍ର ନେଇ ଆଗକୁ ବଢ଼ୁଛନ୍ତି ଏବଂ ଏହି ଦୂରଦୃଷ୍ଟି ଗରିବଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଗତ ୧୧ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଏହି ପ୍ରୟାସ ଦ୍ୱାରା ଦାରିଦ୍ର୍ୟରୁ ବାହାରିଛନ୍ତି ଏବଂ ଦେଶରେ ଏକ ନବ-ମଧ୍ୟବିତ୍ତ ବର୍ଗ ଉଭା ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଗରିବ ପରିବାରଗୁଡ଼ିକର ଜୀବନଧାରଣ ମାନ କ୍ରମାଗତ ଭାବେ ଉନ୍ନତ ହୋଇଥିବାରୁ ଏହା ସମ୍ଭବ ହୋଇପାରିଛି। 
ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ନୂତନ ତଥ୍ୟ ଆସିଛି ଯାହା ଭାରତରେ ହେଉଥିବା ପରିବର୍ତ୍ତନର ପ୍ରତୀକ। ସେ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ, ଗ୍ରାମାଞ୍ଚଳର ଦରିଦ୍ରତମ ପରିବାରଗୁଡ଼ିକ ମଧ୍ୟରେ, ପ୍ରତି ଦଶ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କ ପାଖରେ ବାଇକ୍ ଥିଲା, ଯେତେବେଳେ କି ଏବେ ଗ୍ରାମାଞ୍ଚଳର ପ୍ରାୟ ଅଧା ପରିବାର ପାଖରେ ବାଇକ୍ କିମ୍ବା କାର୍ ଅଛି। ସେ କହିଥିଲେ ଯେ ପ୍ରାୟ ପ୍ରତ୍ୟେକ ଘରେ ମୋବାଇଲ୍ ଫୋନ୍ ପହଞ୍ଚି ସାରିଛି ଏବଂ ଏକଦା ବିଳାଶପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବା ରେଫ୍ରିଜରେଟର ଭଳି ସାମଗ୍ରୀ ଏବେ ସାଧାରଣ ହୋଇଗଲାଣି, ଏପରିକି ଗାଁ ରୋଷେଇ ଘରେ ମଧ୍ୟ ସ୍ଥାନ ପାଇଛି। ସେ ଉଲ୍ଲେଖ କରିଥିଲେ ଯେ ସ୍ମାର୍ଟଫୋନଗୁଡ଼ିକର ପ୍ରସାର ସତ୍ତ୍ୱେ, ଗ୍ରାମାଞ୍ଚଳରେ ନିଜସ୍ୱ ଟେଲିଭିଜନର ପ୍ରବୃତ୍ତି ବୃଦ୍ଧି ପାଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପରିବର୍ତ୍ତନଗୁଡ଼ିକ ନିଜସ୍ୱ ଭାବେ ଘଟିନାହିଁ, ବରଂ ଦେଶର ଗରିବମାନେ ସଶକ୍ତ ହେଉଛନ୍ତି ଏବଂ ଏପରିକି ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଏବେ ବିକାଶର ଲାଭ ଉଠାଉଛନ୍ତି। 
 

କେନ୍ଦ୍ର ଏବଂ ରାଜ୍ୟରେ ତାଙ୍କ ସରକାର ଗରିବ, ଆଦିବାସୀ, ଯୁବକ ଏବଂ ମହିଳାଙ୍କ ପାଇଁ ଆସାମ ଏବଂ ଉତ୍ତର-ପୂର୍ବରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ହିଂସାକୁ ସମାପ୍ତ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ରେଖାଙ୍କିତ କରି ଶ୍ରୀ ମୋଦୀ କହିଥିଲେ ଯେ ସରକାର ସର୍ବଦା ଆସାମର ପରିଚୟ ଏବଂ ସଂସ୍କୃତିକୁ ସର୍ବାଗ୍ରେ ରଖିଛନ୍ତି ଏବଂ ପ୍ରତ୍ୟେକ ମଞ୍ଚରେ ଆସାମର ଗୌରବର ପ୍ରତୀକ ଉପରେ ଆଲୋକପାତ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ଏହି କାରଣରୁ ସରକାର ଗର୍ବର ସହ ମହାବୀର ଲଚିତ ବୋରଫୁକାନଙ୍କ ୧୨୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି, ଭୁପେନ୍ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିଛନ୍ତି ଏବଂ ଆସାମର କଳା, ହସ୍ତଶିଳ୍ପ ଏବଂ ଗାମୁଛାକୁ ବିଶ୍ୱ ସ୍ୱୀକୃତି ପ୍ରଦାନ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ କିଛି ଦିନ ପୂର୍ବରୁ ଯେତେବେଳେ ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନ ଦିଲ୍ଲୀ ଗସ୍ତ କରିଥିଲେ, ସେତେବେଳେ ସେ ତାଙ୍କୁ ଆସାମର କଳା ଚା' ଅତି ଗର୍ବର ସହ ଉପହାର ଦେଇଥିଲେ। 
ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆସାମର ମର୍ଯ୍ୟାଦା ବୃଦ୍ଧି କରୁଥିବା ପ୍ରତ୍ୟେକ ପ୍ରୟାସକୁ ପ୍ରାଥମିକତା ଦିଆଯାଇଛି। ସେ କହିଥିଲେ ଯେ ଯେତେବେଳେ ସେମାନେ ଏଭଳି କାର୍ଯ୍ୟ ହାତକୁ ନିଅନ୍ତି, ସେତେବେଳେ ଏହା ବିରୋଧୀ ଦଳ ପାଇଁ ସବୁଠାରୁ ବଡ଼ ଅସୁବିଧା ସୃଷ୍ଟି କରିଥାଏ। ସେ ସ୍ମରଣ କରାଇଦେଲେ ଯେ ଯେତେବେଳେ ସରକାର ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନ କରିଥିଲେ, ସେତେବେଳେ ବିରୋଧୀମାନେ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ ଏବଂ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଥିଲେ, 'ମୋଦୀ ଗାୟକ ଏବଂ କଳାକାରମାନଙ୍କୁ ଭାରତ ରତ୍ନ ଦେଉଛନ୍ତି'। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଆସାମରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରାଯାଇଥିଲା ସେତେବେଳେ ମଧ୍ୟ ବିରୋଧୀ ଏହାକୁ ବିରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ ଯେ ବିରୋଧୀ ସରକାର ହିଁ ଦଶନ୍ଧି ଦଶନ୍ଧି ଧରି ଚା' ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କୁ ଜମି ଅଧିକାରରୁ ବଞ୍ଚିତ କରିଆସୁଥିଲେ, କିନ୍ତୁ ତାଙ୍କ ସରକାର ସେମାନଙ୍କୁ ଜମି ଅଧିକାର ଏବଂ ସମ୍ମାନଜନକ ଜୀବନ ଦେଇଛନ୍ତି। ସେ କହିଥିଲେ ଯେ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ପାଇଁ ଆସାମର ଜଙ୍ଗଲ ଏବଂ ଜମିରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବସାଇବାକୁ ଉଦ୍ୟମ କରି ବିରୋଧୀ ଦଳ ଦେଶ ବିରୋଧୀ ଚିନ୍ତାଧାରାକୁ ଆଗକୁ ବଢ଼ାଉଛନ୍ତି। 
ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ବିରୋଧୀ ଦଳର ଆସାମ, ଏହାର ଜନସାଧାରଣ କିମ୍ବା ସେମାନଙ୍କ ପରିଚୟ ପ୍ରତି କୌଣସି ଚିନ୍ତା ନାହିଁ ଏବଂ କେବଳ କ୍ଷମତା ଏବଂ ସରକାର ପ୍ରତି ଆଗ୍ରହିଛି। ସେ ମନ୍ତବ୍ୟ ଦେଇଛନ୍ତି ଯେ ବିରୋଧୀ ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ପସନ୍ଦ କରନ୍ତି, ସେମାନଙ୍କୁ ସ୍ଥାୟୀ କରନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଜାରି ରଖିଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି କାରଣରୁ ବିରୋଧୀ ଦଳ ଭୋଟର ତାଲିକାର ଶୁଦ୍ଧିକରଣକୁ ବିରୋଧ କରୁଛନ୍ତି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଆସାମକୁ ବିରୋଧୀଙ୍କ ତୁଷ୍ଟିକରଣ ଏବଂ ଭୋଟ ବ୍ୟାଙ୍କ ରାଜନୀତିର ବିଷରୁ ରକ୍ଷା କରାଯିବା ଆବଶ୍ୟକ। ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଆସାମର ପରିଚୟ ଏବଂ ସମ୍ମାନର ସୁରକ୍ଷା ପାଇଁ ସେମାନଙ୍କ ଦଳ ଢାଲ ଭଳି ଛିଡା ହୋଇଛି। 
 

ଏକ ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତ ଏବଂ ଉତ୍ତର-ପୂର୍ବାଂଚଳର ଭୂମିକା କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଦୋହରାଇଥିଲେ ଯେ ପୂର୍ବ ଭାରତ ଦେଶର ବିକାଶର ଇଞ୍ଜିନ ହେବ। ସେ ଦର୍ଶାଇଛନ୍ତି ଯେ ନୂତନ ନାମରୂପ ୟୁନିଟ୍ ଏହି ପରିବର୍ତ୍ତନର ପ୍ରତୀକ, କାରଣ ଏଠାରେ ଉତ୍ପାଦିତ ସାର କେବଳ ଆସାମର କ୍ଷେତକୁ ସେବା ପ୍ରଦାନ କରିବ ନାହିଁ, ବରଂ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ପୂର୍ବ ଉତ୍ତର ପ୍ରଦେଶରେ ମଧ୍ୟ ପହଞ୍ଚିବ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଦେଶର ସାର ଆବଶ୍ୟକତାକୁ ପୂରଣ କରିବାରେ ଏହା ଉତ୍ତର-ପୂର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ। ପ୍ରଧାନମନ୍ତ୍ରୀ ଏହି ମନ୍ତବ୍ୟ ଦେଇ ଶେଷ କରିଥିଲେ ଯେ ନାମରୂପ ଭଳି ପ୍ରକଳ୍ପଗୁଡ଼ିକ ଦର୍ଶାଉଛି ଯେ ଆଗାମୀ ସମୟରେ ଉତ୍ତର-ପୂର୍ବାଞ୍ଚଳ ଆତ୍ମନିର୍ଭରଶୀଳ ଭାରତର ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବ ଏବଂ ପ୍ରକୃତ ଅର୍ଥରେ ଅଷ୍ଟଲକ୍ଷ୍ମୀ ଭାବେ ରହିବ। ନୂତନ ସାର କାରଖାନା ପାଇଁ ସେ ପୁଣିଥରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। 
 

ଆସାମର ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ବିଶ୍ୱ ଶର୍ମା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ପୃଷ୍ଠଭୂମି 
ପ୍ରଧାନମନ୍ତ୍ରୀ ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ ଲିମିଟେଡ (ବିଭିଏଫସିଏଲ୍) ର ବର୍ତ୍ତମାନର ପରିସର ମଧ୍ୟରେ ଆସାମର ଦିବ୍ରୁଗଡ଼ର ନାମରୂପ ଠାରେ ନୂତନ ବ୍ରାଉନଫିଲ୍ଡ ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭୂମି ପୂଜନ କରିଥିଲେ। 
ପ୍ରଧାନମନ୍ତ୍ରୀଙ୍କ କୃଷକ କଲ୍ୟାଣ ଲକ୍ଷ୍ୟକୁ ଆଗକୁ ବଢ଼ାଇ, ଏହି ପ୍ରକଳ୍ପରେ ଆନୁମାନିକ ୧୦,୬୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ କରାଯାଇଛି। ଏହା ଆସାମ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ସାର ଆବଶ୍ୟକତାକୁ ପୂରଣ କରିବ, ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ, ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରିବ ଏବଂ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ। ଏହା ଶିଳ୍ପ ପୁନରୁଦ୍ଧାର ଏବଂ କୃଷକ କଲ୍ୟାଣର ଏକ ଆଧାରଶିଳା ଭାବେ ଉଭା ହୋଇଛି।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Samsung to manufacture AI data center HVAC products in India, expanding to Asia-Pacific

Media Coverage

Samsung to manufacture AI data center HVAC products in India, expanding to Asia-Pacific
NM on the go

Nm on the go

Always be the first to hear from the PM. Get the App Now!
...
Prime Minister recalls the courage of those impacted by Partition on Partition Horrors Remembrance Day
August 14, 2026
PM shares Sanskrit Subhashitam highlighting the power of hard work and human endeavor

Prime Minister Shri Narendra Modi today stated that as we mark Partition Horrors Remembrance Day, we recall the courage of all those who were impacted by Partition. He noted that it was a moment in history that tore apart several lives, where families were uprooted, loved ones were lost, and immense suffering was endured.

The Prime Minister highlighted that at the same time, overcoming this, people rebuilt their lives from nothing, turned adversity into achievement, and contributed immensely to our nation’s progress. He observed that their life journeys remind us of the strength of the human spirit. Shri Modi expressed hope that this day may deepen our resolve to preserve harmony and brotherhood in our nation and collectively work towards building a Viksit Bharat.

The Prime Minister offered his heartfelt tributes to all those countrymen who, emerging from that horrific period, made invaluable contributions to the progress of the country. He stated that through their courage and capability, they showed how resolutions are accomplished even in adverse circumstances. Shri Modi called upon everyone to further strengthen the national spirit of goodwill and solidarity.

Sharing a Subhashitam, the Prime Minister emphasized that it is through hard work, enterprise, and dedicated effort that diverse arts, science, technological skills, craftsmanship, and innovations flourish, paving the way for success. He added that therefore, one should not remain dependent on fate; rather, one should move steadily towards one's goals with courage, diligence, and persistent effort, for it is human endeavor that shapes destiny.

In a series of posts on X, the Prime Minister wrote:

"Today we mark #PartitionHorrorsRemembranceDay. We recall the courage of all those who were impacted by Partition. It was a moment in history that tore apart several lives…families were uprooted, loved ones were lost and immense suffering was endured.

At the same time, overcoming this, people rebuilt their lives from nothing, turned adversity into achievement and contributed immensely to our nation’s progress. Their life journeys remind us of the strength of the human spirit.

May this day deepen our resolve to preserve harmony and brotherhood in our nation and collectively work towards building a Viksit Bharat."

"विभाजन विभीषिका स्मृति दिवस पर उन सभी देशवासियों का हृदय से नमन, जिन्होंने उस वीभत्स दौर से निकलकर देश की प्रगति में अमूल्य योगदान दिया। उन्होंने अपने साहस और सामर्थ्य से दिखाया कि कैसे विपरीत परिस्थितियों में भी संकल्पों को सिद्ध किया जाता है। आइए, सद्भावना और एकजुटता की राष्ट्रीय भावना को और सशक्त करें।

उद्यमस्य प्रसादेन दृश्यन्ते विविधाः कलाः।
कातरा एव जल्पन्ति यद् भाव्यं तद् भविष्यति॥”

It is through hard work, enterprise and dedicated effort that diverse arts, science, technological skills, craftsmanship and innovations flourish, paving the way for success. Therefore, one should not remain dependent on fate; rather, one should move steadily towards one's goals with courage, diligence and persistent effort, for it is human endeavor that shapes destiny.