ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ଵର୍ଗୀୟା ଶ୍ରୀମତୀ ସୁଷମା ସ୍ୱରାଜଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟ୍ଵିଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦିବଙ୍ଗତ ନେତ୍ରୀ “ଆଦର୍ଶ, ଶାଳୀନତା ଏବଂ ଅତୁଟ ପ୍ରତିବଦ୍ଧତାର ପ୍ରତୀକ ଥିଲେ । ଭାରତୀୟ ମୂଲ୍ୟବୋଧ ଏବଂ ଲୋକାଚାର ସହିତ ନିବିଡ ଭାବେ ସେ ଜଡିତ ରହି ଆମ ଦେଶ ପାଇଁ ମହାନ ସ୍ଵପ୍ନ ଦେଖିଥିଲେ । ସେ ଥିଲେ ଜଣେ ଅସାଧାରଣ ସହଯୋଗୀ ଏବଂ ଉତ୍କୃଷ୍ଟ ମନ୍ତ୍ରୀ” ।