ରାଜ କପୁର କେବଳ ଜଣେ ଚଳଚ୍ଚିତ୍ର ନିର୍ମାତା ନଥିଲେ ବରଂ ଜଣେ ସାଂସ୍କୃତିକ ରାଷ୍ଟ୍ରଦୂତ ଯିଏ ଭାରତୀୟ ସିନେମାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କିମ୍ବଦନ୍ତୀ ଅଭିନେତା ଶ୍ରୀ ରାଜ କପୁରଙ୍କୁ ତାଙ୍କର ୧୦୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ କପୁର ଜଣେ ଦୂରଦୃଷ୍ଟି ସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ ସବୁଦିନିଆ ଶୋମ୍ୟାନ୍ ଭାବରେ ପ୍ରଶଂସା କରିଥିଲେ । ଶ୍ରୀ ରାଜ କପୁରଙ୍କୁ କେବଳ ଜଣେ ଚଳଚ୍ଚିତ୍ର ନିର୍ମାତା ନୁହେଁ ବରଂ ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପହଞ୍ଚାଇଥିବା ଜଣେ ସାଂସ୍କୃତିକ ରାଷ୍ଟ୍ରଦୂତ ଏବଂ ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନଙ୍କର ପୀଢ଼ି ତାଙ୍କଠାରୁ ବହୁତ କିଛି ଶିକ୍ଷା କରିପାରିବେ ।

ଏକ୍ସରେ ଏକ ଥ୍ରେଡ୍ ପୋଷଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ଆଜି ଆମେ ମହାନ ଅଭିନେତା ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ପାଳନ କରୁଛୁ, ଯିଏ ଜଣେ ଦୂରଦୃଷ୍ଟିସମ୍ପନ୍ନ ଚଳିଚ୍ଚିତ୍ର ନିର୍ମାତା, ଅଭିନେତା ତଥା ସବୁଦିନିଆ ଶୋମ୍ୟାନ ଥିଲେ ! ତାଙ୍କର ପ୍ରତିଭା ଭାରତୀୟ ଏବଂ ବିଶ୍ୱ ସିନେମାରେ ଏକ ଅବିସ୍ମରଣୀୟ ଛାପ ଛାଡିବା ସହ ପୀଢ଼ିମାନଙ୍କୁ ପ୍ରଭାବିତ କରିଆସୁଛି ।”

“ସିନେମା ପ୍ରତି ଶ୍ରୀ ରାଜ କପୁରଙ୍କ ଆଗ୍ରହ ଅଳ୍ପ ବୟସରେ ଆରମ୍ଭ ହୋଇଥିଲା ଏବଂ ଜଣେ ଅଗ୍ରଣୀ କାହାଣୀକାର ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କର ଚଳଚ୍ଚିତ୍ରଗୁଡିକ କଳା, ଭାବନା ଏପରିକି ସାମାଜିକ ସ୍ଥିତିର ଏକ ମିଶ୍ରଣ ଥିଲା । ସେଗୁଡିକ ସାଧାରଣ ନାଗରିକଙ୍କର ଆକାଂକ୍ଷା ଏବଂ ସଂଘର୍ଷର ପ୍ରତିଫଳନ ଥିଲା ।”

“ରାଜ କପୁରଙ୍କ ଚଳଚ୍ଚିତ୍ରଗୁଡିକରେ ପ୍ରତିକାତ୍ମକ ଚରିତ୍ର ଏବଂ ଅବିସ୍ମରଣୀୟ ସଂଗୀତ ବିଶ୍ୱବ୍ୟାପୀ ଦର୍ଶକମାନଙ୍କୁ ପସନ୍ଦ ଆସୁଥିଲା । ସେ ସହଜରେ ଏବଂ ଉତ୍କୃଷ୍ଟତା ସହି ବିଭିନ୍ନ ବିଷୟକୁ ଦର୍ଶାଇଥାନ୍ତି ଏବଂ ଲୋକମାନେ ତାଙ୍କର ଏହି ସ୍ୱତନ୍ତ୍ର କଳାକୁ ପ୍ରଶଂସା କରନ୍ତି । ତାଙ୍କ ଚଳଚ୍ଚିତ୍ରଗୁଡିକର ସଂଗୀତ ମଧ୍ୟ ବେଶ୍ ଲୋକପ୍ରିୟ ।”

“ଶ୍ରୀ ରାଜ କପୁର କେବଳ ଜଣେ ଚଳଚ୍ଚିତ୍ର ନିର୍ମାତା ନୁହନ୍ତି ବରଂ ଜଣେ ସାଂସ୍କୃତିକ ରାଷ୍ଟ୍ରଦୂତ ଯିଏକି ଭାରତୀୟ ସିନେମାକୁ ବିଶ୍ୱ ଦରବାରରେ ପରିଚିତ କରାଇଥିଲେ । ଚଳଚ୍ଚିତ୍ର ନିର୍ମାତା ଏବଂ ଅଭିନେତାମାନଙ୍କର ପୀଢ଼ି ତାଙ୍କଠାରୁ ବହୁତ କିଛି ଶିଖିପାରିବେ । ମୁଁ ପୁଣି ଥରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ରଚନାତ୍ମକ ଜଗତରେ ତାଙ୍କର ଅବଦାନକୁ ମନେ ପକାଉଛି ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's high-flying ambitions: How policy overhaul doubled nation's MRO footprint from 96 to 166

Media Coverage

India's high-flying ambitions: How policy overhaul doubled nation's MRO footprint from 96 to 166
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 16, 2026
May 16, 2026

Petroleum Reserves Secured, Dollars Pouring In, AI Supercluster Rising — Welcome to PM Modi’s New India