ପବିତ୍ର ହୁଲ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଆଦିବାସୀ ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ଅସାଧାରଣ ବୀରତ୍ୱକୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଐତିହାସିକ ସାନ୍ତାଳ ବିଦ୍ରୋହକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉପନିବେଶବାଦୀ ଅତ୍ୟାଚାର ପ୍ରତିବାଦରେ ନିଜ ଜୀବନ ଉତ୍ସର୍ଗ କରିଥିବା ଅଗଣିତ ସାହସୀ ଆଦିବାସୀ ସହିଦଙ୍କ ସହିତ ପୂଜ୍ୟ ସ୍ୱାଧୀନତା ସଂଗ୍ରାମୀ – ସିଦୋ-କାହ୍ନୁ, ଚାନ୍ଦ-ଭୈରବ ଓ ଫୁଲୋ-ଝାନୋଙ୍କ ସ୍ଥାୟୀ ଐତିହ୍ୟକୁ ସମ୍ମାନିତ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି ;
“ହୁଲ ଦିବସ ଆମକୁ ଆମ ଆଦିବାସୀ ସମ୍ପ୍ରଦାୟର ଅଦମ୍ୟ ସାହସ ଏବଂ ଅସାଧାରଣ ପରାକ୍ରମ ସମ୍ପର୍କରେ ସ୍ମରଣ କରାଇଥାଏ । ଐତିହାସିକ ସାନ୍ତାଳ ବିଦ୍ରୋହ ସହ ଜଡିତ ଏହି ସ୍ୱତନ୍ତ୍ର ଦିବସ ଅବସରରେ ସିଦୋ-କାହ୍ନୁ, ଚାନ୍ଦ-ଭୈରବ ଓ ଫୁଲୋ-ଝାନୋଙ୍କ ସମେତ ସମସ୍ତ ବୀର-ବୀରାଙ୍ଗନାମାନଙ୍କୁ ହୃଦୟରୁ ପ୍ରଣାମ । ସେମାନେ ବିଦେଶୀ ଶାସନର ଅତ୍ୟାଚାର ବିରୁଦ୍ଧରେ ଲଢ଼େଇ କରି ନିଜ ଜୀବନ ଉତ୍ସର୍ଗ କରିଥିଲେ । ସେମାନଙ୍କର ବୀରତ୍ୱର ଗାଥା ଦେଶର ସମସ୍ତ ପିଢ଼ିକୁ ମାତୃଭୂମିର ସ୍ୱାଭିମାନର ରକ୍ଷା ପାଇଁ ପ୍ରେରିତ କରିବ ।”
हूल दिवस हमें अपने आदिवासी समाज के अदम्य साहस और अद्भुत पराक्रम की याद दिलाता है। ऐतिहासिक संथाल क्रांति से जुड़े इस विशेष अवसर पर सिदो-कान्हू, चांद-भैरव और फूलो-झानो के साथ ही उन सभी वीर-वीरांगनाओं का हृदय से नमन और वंदन, जिन्होंने विदेशी हुकूमत के अत्याचार के खिलाफ लड़ते हुए…
— Narendra Modi (@narendramodi) June 30, 2025
“ᱦᱩᱞ ᱢᱟᱦᱟ ᱫᱚ ᱟᱵᱚ ᱟᱹᱫᱤᱵᱟ.ᱥᱤ ᱥᱟᱶᱛᱟ ᱨᱮᱭᱟᱜ ᱫᱤᱞ ᱫᱟᱲᱮ ᱟᱨ ᱦᱟᱦᱟᱲᱟᱜ ᱵᱤᱨᱚᱛᱛᱚ ᱨᱮᱭᱟᱜ ᱠᱟᱛᱷᱟᱭ ᱩᱭᱦᱟᱹᱨ ᱟᱵᱚᱱᱟ ᱾ ᱱᱟᱜᱟᱢᱟᱱᱟᱜ ᱥᱟᱱᱛᱟᱞ ᱦᱩᱞ ᱥᱟᱶᱛᱮ ᱥᱟᱹᱜᱟᱹᱭ ᱟᱱ ᱱᱚᱣᱟ ᱟᱠᱷᱲᱟ ᱨᱮ ᱟᱞᱮ ᱥᱤᱫᱩ,ᱠᱟᱱᱦᱩ,ᱪᱟᱸᱫᱽ ᱵᱷᱟᱭᱨᱳ ᱟᱨ ᱯᱷᱩᱞᱳᱼᱡᱷᱟᱱᱳ ᱛᱮᱠᱚ ᱤᱝᱨᱮᱡᱽ ᱵᱤᱨᱩᱫᱷ ᱨᱮ ᱡᱤᱣᱤ ᱠᱚ ᱟᱞᱟᱭ ᱞᱮᱫ ᱥᱟᱱᱟᱢ ᱥᱟᱦᱚᱥᱟᱱ ᱵᱤᱨᱵᱟᱱᱴᱟ ᱟᱨ ᱦᱩᱞᱜᱟᱹᱨᱤᱭᱟᱹ ᱠᱚ ᱜᱩᱱᱢᱟᱱ ᱥᱟᱞᱟᱜ ᱜᱚᱰ ᱟᱨ ᱡᱚᱦᱟᱨ ᱞᱮ ᱪᱟᱞ ᱟᱠᱚ ᱠᱟᱱᱟ ᱾ ᱩᱱᱠᱩ ᱠᱚᱣᱟᱜ ᱠᱟ.ᱦᱱᱤ ᱛᱟᱭᱚᱢ ᱫᱟᱨᱟᱢ ᱫᱤᱥᱚᱢᱨᱮᱱ ᱥᱟᱱᱟᱢ ᱯᱚᱯᱚᱝᱲᱟ ᱜᱮ ᱫᱤᱥᱚᱢ ᱨᱮᱭᱟᱜ ᱢᱟᱹᱱ ᱨᱩᱠᱷᱤᱭᱟᱹ ᱞᱟᱜᱤᱫ ᱵᱷᱚᱨᱥᱟᱭ ᱡᱚᱜᱟᱣ ᱟᱠᱚᱣᱟ ᱾”
ᱦᱩᱞ ᱢᱟᱦᱟ ᱫᱚ ᱟᱵᱚ ᱟᱹᱫᱤᱵᱟ.ᱥᱤ ᱥᱟᱶᱛᱟ ᱨᱮᱭᱟᱜ ᱫᱤᱞ ᱫᱟᱲᱮ ᱟᱨ ᱦᱟᱦᱟᱲᱟᱜ ᱵᱤᱨᱚᱛᱛᱚ ᱨᱮᱭᱟᱜ ᱠᱟᱛᱷᱟᱭ ᱩᱭᱦᱟᱹᱨ ᱟᱵᱚᱱᱟ ᱾ ᱱᱟᱜᱟᱢᱟᱱᱟᱜ ᱥᱟᱱᱛᱟᱞ ᱦᱩᱞ ᱥᱟᱶᱛᱮ ᱥᱟᱹᱜᱟᱹᱭ ᱟᱱ ᱱᱚᱣᱟ ᱟᱠᱷᱲᱟ ᱨᱮ ᱟᱞᱮ…
— Narendra Modi (@narendramodi) June 30, 2025


