ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୁଖାର୍ଜୀଙ୍କୁ ଜଣେ ଉଚ୍ଚକୋଟୀର ରାଜନେତା ଏବଂ ଅସାଧାରଣ ବିଦ୍ୱାନ ଭାବେ ପ୍ରଶଂସା କରିଥିଲେ, ଯିଏକି ଦଶନ୍ଧି ଦଶନ୍ଧି ଧରି ସାର୍ବଜନୀନ ଜୀବନରେ ଅତୁଟ ଉତ୍ସର୍ଗୀକୃତ ଭାବେ ଭାରତର ସେବା କରିଥିଲେ।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଶ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି। ଜଣେ ଉଚ୍ଚକୋଟୀର ରାଜନେତା ଏବଂ ଅସାଧାରଣ ବିଦ୍ୱାନ, ସେ ଦଶନ୍ଧି ଦଶନ୍ଧି ଧରି ସାର୍ବଜନୀନ ଜୀବନରେ ଅତୁଟ ଉତ୍ସର୍ଗୀକୃତ ଭାବରେ ଭାରତର ସେବା କରିଥିଲେ। ପ୍ରଣବ ବାବୁଙ୍କ ବୁଦ୍ଧି ଏବଂ ଚିନ୍ତାଧାରାର ସ୍ପଷ୍ଟତା ଆମ ଗଣତନ୍ତ୍ରକୁ ପ୍ରତ୍ୟେକ ପଦକ୍ଷେପରେ ସମୃଦ୍ଧ କରିଥିଲା। ଏହା ଏକ ସୌଭାଗ୍ୟ ଯେ ଆମେ କଥାବାର୍ତ୍ତା କରିଥିବା ଅନେକ ବର୍ଷ ମଧ୍ୟରେ ମୁଁ ତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି ।‘‘
Tributes to Shri Pranab Mukherjee on his birth anniversary. A towering statesman and a scholar of exceptional depth, he served India with unwavering dedication across decades of public life. Pranab Babu’s intellect and clarity of thought enriched our democracy at every step. It’s… pic.twitter.com/CSUctgZAmm
— Narendra Modi (@narendramodi) December 11, 2025


