“ବୀର ବାଲ ଦିବସ ଦେଶ ପାଇଁ ଏକ ନୂତନ ଆରମ୍ଭ”
ଭାରତ କଣ ଏବଂ ଏହାର ପରିଚୟ କଣ ବୀର ବାଲ ଦିବସ ଆମକୁ କହିବ
ବୀର ବାଲ ଦିବସ ଆମକୁ ଦଶ ଶିଖ ଗୁରୁଙ୍କ ଅପାର ଅବଦାନ ଏବଂ ଜାତିର ସମ୍ମାନ ରକ୍ଷା ପାଇଁ ଶିଖ ପରମ୍ପରାର ବଳିଦାନ ବିଷୟରେ ମନେ ପକାଇବ
“ସହିଦ ସପ୍ତାହ ଏବଂ ବୀର ବାଲ ଦିବସ କେବଳ ଆବେଗ ନୁହେଁ ବରଂ ଅସୀମ ପ୍ରେରଣାର ଉତ୍ସ”
ଗୋଟିଏ ପଟେ ଆତଙ୍କବାଦ ଏବଂ ଧାର୍ମିକ ବିଷୟ ରହିଥିବା ବେଳେ ଅନ୍ୟ ପଟେ ପ୍ରତ୍ୟେକ ମନୁଷ୍ୟ ଭିତରେ ଭଗବାନଙ୍କୁ ଦେଖିବା ସହିତ ଆଧ୍ୟାତ୍ମିକତା ଏବଂ ନମ୍ରତାର ଗୁରୁତ୍ବ ରହିଥିଲା
ଏପରି ଗୌରବମୟ ଇତିହାସ ଥିବା ଯେ କୌଣସି ଦେଶ ନିଶ୍ଚିତ ଭାବରେ ଆତ୍ମବିଶ୍ୱାସ ଏବଂ ଆତ୍ମ ସମ୍ମାନରେ ପରିପୂର୍ଣ୍ଣ ହେବା ଆବଶ୍ୟକ କିନ୍ତୁ ମନ ଗଢ଼ା କାହାଣୀଗୁଡ଼ିକ ହୀନମନ୍ୟତା ସୃଷ୍ଟି ଉଦ୍ଦେଶ୍ୟରେ ଶିକ୍ଷା ଦିଆଯାଇଥିଲା
ଆଗକୁ ବଢ଼ିବା ପାଇଁ ଅତୀତର ସଂକୀର୍ଣ୍ଣ ବ୍ୟାଖ୍ୟାରୁ ମୁକ୍ତ ହେବାର ଆବଶ୍ୟକତା ଅଛି
ବୀର ବାଲ ଦିବସ ପଞ୍ଚ ପ୍ରାଣ ପାଇଁ ଏକ ଜୀବନ ଶକ୍ତି ପରି
ଶିଖ ଗୁରୁ ପରମ୍ପରା ଏକ ଭରତ ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ପ୍ରେରଣା ଉତ୍ସ
ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଜାତି ପ୍ରଥମ’ ର ପରମ୍ପରା ଆମ ପାଇଁ ଏକ ବଡ଼ ପ୍ରେରଣା
ଦୀର୍ଘ ଦିନ ଧରି ହଜିଯାଇଥିବା ପରମ୍ପରାକୁ ପୁନଃସ୍ଥାପିତ କରି ନୂତନ ଭାରତ ଅତୀତ ଦଶନ୍ଧିର ଭୁଲଗୁଡ଼ିକୁ ସଂଶୋଧନ କରୁଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ‘ବୀର ବାଲ ଦିବସ’ ନାମକ ଏକ ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରାୟ ତିନି ଶହ ବାଲ କିର୍ତ୍ତନୀଙ୍କ ଦ୍ୱାରା ପ୍ରଦର୍ଶିତ ‘ଶବଦ୍ କିର୍ତ୍ତନ’ ରେ ଯୋଗ ଦେଇଥିଲେ। ଏହି ମହତ୍ବପୂର୍ଣ୍ଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ପ୍ରାୟ ତିନି ହଜାର ପିଲାଙ୍କ ଦ୍ୱାରା ମାର୍ଚ୍ଚ-ପାଷ୍ଟକୁ ପତାକା ଦେଖାଇଥିଲେ। 

9 ଜାନୁଆରୀ 2022 ରେ ଶ୍ରୀ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ପ୍ରକାଶ ପରବ ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର - ସାହିବଜାଦା ବାବା ଜୋରୱାର ସିଂ ଜୀ ଏବଂ ବାବା ଫତେହ ସିଂ ଜୀଙ୍କ ଶହୀଦତାକୁ ପାଳନ କରିବା ପାଇଁ 26 ଡିସେମ୍ବର ‘ବୀର ବାଲ ଦିବସ' ଭାବରେ ପାଳନ କରାଯିବ। 

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଜି ଭାରତ ପ୍ରଥମ ବୀର ବାଲ ଦିବସ ପାଳନ କରୁଛି। ଜାତି ପାଇଁ ଏହା ଏକ ନୂତନ ଆରମ୍ଭର ଦିନ, ଯେତେବେଳେ ଆମେ ସମସ୍ତେ ଏକତ୍ରିତ ହୋଇ ଅତୀତରେ ଦିଆଯାଇଥିବା ବଳିଦାନ ପାଇଁ ମୁଣ୍ଡ ନୁଆଁଇବା ଆବଶ୍ୟକ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସହିଦ ସପ୍ତାହ ଏବଂ ବୀର ବାଲ ଦିବସ କେବଳ ଏକ ଆବେଗ ନୁହେଁ ବରଂ ଅସୀମ ପ୍ରେରଣାର ଉତ୍ସ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୀର ବାଲ ଦିବସ ଆମକୁ ସ୍ମରଣ କରାଇଥାଏ ଯେତେବେଳେ ଚରମ ବୀରତ୍ୱ ଏବଂ ବଳିଦାନ କଥା ଆସେ ସେତେବେଳେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ। ବୀର ବାଲ ଦିବସ ଆମକୁ ଦଶ ଶିଖ ଗୁରୁଙ୍କ ଅପାର ଅବଦାନ ଏବଂ ଜାତିର ସମ୍ମାନ ରକ୍ଷା ପାଇଁ ଶିଖ ପରମ୍ପରାର ବଳିଦାନ ବିଷୟରେ ମନେ ପକାଇଥାଏ। ବୀର ବାଲ ଦିବସ ଆମକୁ କହିଥାଏ ଭାରତ କଣ ଏବଂ ଏହାର ପରିଚୟ କଣ ଏବଂ ପ୍ରତିବର୍ଷ ବୀର ବାଲ ଦିବସ ଆମର ଅତୀତକୁ ଚିହ୍ନିବା ଏବଂ ଆମର ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣା ଯୋଗାଇବ। ଏହା ମଧ୍ୟ ଆମ ଯୁବ ପୀଢ଼ି ଶକ୍ତି ବିଷୟରେ ସମସ୍ତଙ୍କୁ ମନେ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ବୀର ସାହିବଜାଦା ଏବଂ ମାତା ଗୁରୁଜାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ମୁଁ ଏହାକୁ ଆମ ସରକାରଙ୍କ ସୌଭାଗ୍ୟ ବୋଲି ମନେ କରୁ ଯେ 26 ଡିସେମ୍ବରକୁ ବୀର ବାଲ ଦିବସ ଭାବେ ଘୋଷଣା କରିବାର ସୁଯୋଗ ମିଳିପାରିଛି। 

ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ବିଶ୍ବର ହଜାର ହଜାର ବର୍ଷର ଇତିହାସ ଅତ୍ୟନ୍ତ ନିଷ୍ଠୁର ଅଧ୍ୟାୟରେ ପରିପୂର୍ଣ୍ଣ। ସେ ଉଲ୍ଲେଖ କରିଛନ୍ତି ଯେ ଆମେ ନିଷ୍ଠୁରତାର ହିଂସାତ୍ମକ ଚେହେରାକୁ ସମ୍ମୁଖୀନ ହୋଇଥାଉ କିନ୍ତୁ ଆମର ହିରୋମାନଙ୍କ ଚରିତ୍ର ହିଁ ଇତିହାସର ପୃଷ୍ଠାରେ ସର୍ବଦା ଏକ ଉଲ୍ଲେଖନୀୟ ସ୍ଥାନ ଗ୍ରହର କରିଛି। ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ଯେ ଚାମକୁର ଓ ସିରହିଣ୍ଡ ଯୁଦ୍ଧରେ ଯାହା ହୋଇଛି ତାହା କେବେବି ଭୁଲିପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା କେବଳ ତିନି ଶତାବ୍ଦୀ ପୂର୍ବରୁ ଏହି ମାଟିରେ ଘଟିଥିଲା। “ଗୋଟିଏ ପଟେ ଶକ୍ତିଶାଳୀ ମୋଗଲ ସଲ୍‌ତନତ୍ ଧାର୍ମିକ ଭାବନାରେ ଅନ୍ଧ ହୋଇଯାଇଥିବା ବେଳେ ଅନ୍ୟ ପଟେ ଆମର ଗୁରୁମାନେ ଜ୍ଞାନରେ ଆଲୋକିତ ହୋଇଥିଲେ ଏବଂ ଭାରତର ପ୍ରାଚୀନ ନୀତି ଅନୁଯାୟୀ ଜୀବନ ବିତାଉଥିଲେ”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି, “ଗୋଟିଏ ପଟେ ଆତଙ୍କବାଦ ଶିଖରରେ ପହଞ୍ଚିଥିଲା ଅନ୍ୟପକ୍ଷରେ, ଅନ୍ୟପକ୍ଷରେ, ପ୍ରତ୍ୟେକ ମନୁଷ୍ୟ ଠାରେ ଈଶ୍ବରଙ୍କୁ ଦେଖିବା ପାଇଁ ଆଧ୍ୟାତ୍ମିକତା ଏବଂ ଦୟାର ଭାବନା ବୃଦ୍ଧି ହୋଇଥିଲା। ପ୍ରଧାନମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ ଏସବୁ ମଧ୍ୟରେ ମୋଗଲମାନଙ୍କର ଲକ୍ଷ ଲକ୍ଷ ସୈନ୍ୟ ଥିବାବେଳେ ଗୁରୁ ବୀର ସାହେବଦାସଙ୍କର ପ୍ରଚଣ୍ଡ ସାହସ ରହିଥିଲା। ସେମାନେ ଏକୁଟିଆ ଥିଲେ ମଧ୍ୟ ସେମାନେ ମୋଗଲମାନଙ୍କ ନିକଟରେ ମୁଣ୍ଡ ନୁଆଁଇଲେ ନାହିଁ ଏବଂ ଏଥିପାଇଁ ସେମାନଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଥିଲା। ଏହା ସେମାନଙ୍କର ସାହସିକତା ଯାହା ଶହ ଶହ ବର୍ଷ ଧରି ପ୍ରେରଣା ଉତ୍ସ ହୋଇଆସୁଛି |

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏପରି ହଜାର ହଜାର ବର୍ଷର ଗୌରବମୟ ଇତିହାସ ଥିବା ଯେ କୌଣସି ଦେଶ ନିଶ୍ଚିତ ଭାବରେ ଆତ୍ମବିଶ୍ୱାସ ଏବଂ ଆତ୍ମ ସମ୍ମାନରେ ପରିପୂର୍ଣ୍ଣ ହେବା ଆବଶ୍ୟକ, ତଥାପି ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ସଂକଳ୍ପିତ କାହାଣୀଗୁଡିକ ଶିକ୍ଷା ଦିଆଯାଇଛି ଏବଂ ଦେଶରେ ଏକ ହୀନମନ୍ୟତାର ଭାବନା ସୃଷ୍ଟି କରାଯାଇଛି। ଏହି ସ୍ଥାନୀୟ ପରମ୍ପରା ସତ୍ତ୍ବେ ସମାଜ ଏହି ଗୌରବମୟ କାହାଣୀକୁ ଜୀବନ୍ତ ରଖିଛି। ଆଗକୁ ବଢ଼ିବା ପାଇଁ ଅତୀତର ସଂକୀର୍ଣ୍ଣ ବ୍ୟାଖ୍ୟାରୁ ମୁକ୍ତ ହେବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେଥିପାଇଁ ଆଜାଦୀ କା ଅମୃତ କାଲରେ ଦାସ ମାନସିକତାର ସମସ୍ତ ଚିହ୍ନ ହଟାଇବାକୁ ଦେଶ ପ୍ରତିଶ୍ରୁତି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବୀର ବାଲ ଦିବସ ପଞ୍ଚ ପ୍ରାଣ ପାଇଁ ଏକ ଜୀବନଶୈଳୀ ସଦୃଶ।

ପ୍ରଧାନମନ୍ତ୍ରୀ ବୀର ସାହିବଜାଦାଙ୍କ ନିଷ୍ଠା ଏବଂ ସାହସିକତାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେମାନେ ଆଉରଙ୍ଗଜେବ ଏବଂ ତାଙ୍କ ଲୋକଙ୍କୁ ଦୃଢ଼ତାର ସହିତ ପ୍ରତିରୋଧ ପ୍ରଦର୍ଶନ କରିଥିଲେ। ସେମାନେ ଏହି ସମୟରେ ଦେଶର ମନୋବଳ ରକ୍ଷା କରିବାକୁ ଦୃଢ଼ ଭାବରେ ଠିଆ ହୋଇଥିଲେ। ଏଥିପାଇଁ ଦେଶର ଭବିଷ୍ୟତ ନିର୍ମାଣରେ ଯୁବକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜିର ଯୁବ ପୀଢ଼ି ମଧ୍ୟ ଏହି ନିଷ୍ଠା ସହିତ ଭାରତକୁ ଆଗକୁ ନେଉଛନ୍ତି। ଏହା ଦ୍ବାରା 26 ଡିସେମ୍ବରରେ ବୀର ବାଲ ଦିବସ ଙ୍କ ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ବୋଲି ସେ କହିଛନ୍ତି।

ଶିଖ ଗୁରୁ ପରମ୍ପରାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ଆଧ୍ୟାତ୍ମିକତା ଏବଂ ବଳିଦାନର ପରମ୍ପରା ନୁହେଁ ବରଂ ଏକ ଭାରତ ଶ୍ରେଷ୍ଠ ଭାରତର ସଂକଳ୍ପ ପାଇଁ ପ୍ରେରଣା ଉତ୍ସ ମଧ୍ୟ ଅଟେ। ସବୁଠାରୁ ବଡ ଉଦାହରଣ ହେଉଛି ଶ୍ରୀ ଗୁରୁ ଗ୍ରନ୍ଥ ସାହେବଙ୍କ ବିଶାଳ ଚରିତ୍ର ଯେଉଁଥିରେ ସମଗ୍ର ଭାରତରୁ ସାଧୁମାନଙ୍କ ପ୍ରଚାର ଏବଂ ବକ୍ତବ୍ୟ ଅନ୍ତର୍ଭୁକ୍ତ। ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଜୀବନ ଯାତ୍ରା ମଧ୍ୟ ଏହି ଗୁଣର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ‘ପଞ୍ଚ ପ୍ୟାରେ’ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗର୍ବ ଅନୁଭବ କରିଛନ୍ତି ଯେ ମୂଳ ପଞ୍ଚ ପ୍ୟାରା ମଧ୍ୟରୁ ଗୋଟିଏ ଦ୍ୱାରକା, ଯେଉଁଠାରେ ପ୍ରଧାନମନ୍ତ୍ରୀ ମଧ୍ୟ ଅଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, “ରାଷ୍ଟ୍ର ପ୍ରଥମ- ଦେଶର ସଂକଳ୍ପ ପ୍ରଥମେ ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଅଦମ୍ୟ ସଙ୍କଳ୍ପ ଥିଲା”। ଶ୍ରୀ ମୋଦୀ ତାଙ୍କ ପରିବାରର ଅପାର ବ୍ୟକ୍ତିଗତ ବଳିଦାନ ବିଷୟରେ ବର୍ଣ୍ଣନା କରି ଏହି ବିଷୟକୁ ଦର୍ଶାଇଛନ୍ତି। “ଦେଶ ପ୍ରଥମ”ର ଏହି ପରମ୍ପରା ଆମ ପାଇଁ ଏକ ବଡ଼ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଭାରତର ଆଗାମୀ ପୀଢ଼ିର ଭବିଷ୍ୟତ ସେମାନଙ୍କ ପ୍ରେରଣା ଉତ୍ସ ଉପରେ ନିର୍ଭର କରିବ। ଭରତ, ଭକ୍ତ ପ୍ରହ୍ଲାଦ, ନଚିକେତା ଏବଂ ଧ୍ରୁବ, ବଳ ରାମ, ଲବ-କୁଶ ଏବଂ ବାଲ କ୍ରିଷ୍ଣଙ୍କ ପରି ପ୍ରେରଣାଦାୟକ ଅସଂଖ୍ୟ ଉଦାହରଣ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ସାହସୀ ବାଳକ ଏବଂ ବାଳିକାମାନେ ଭାରତର ବୀରତ୍ୱର ପ୍ରତିଫଳନ କରି ଆସୁଛନ୍ତି।

ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ନୂତନ ଭାରତ ଦୀର୍ଘ ଦିନର ହଜିଯାଇଥିବା ଐତିହ୍ୟକୁ ପୁନଃସ୍ଥାପିତ କରି ଅତୀତର ଭୁଲଗୁଡ଼ିକୁ ସଂଶୋଧନ କରୁଛି। ଯେ କୌଣସି ଦେଶ ଏହାର ନୀତି ଦ୍ବାରା ଚିହ୍ନିତ ହୋଇଥାଏ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କରିଛନ୍ତି ଯେ ଯେତେବେଳେ ଏକ ଦେଶର ମୂଳ ମୂଲ୍ୟବୋଧ ଏକ ପରିବର୍ତ୍ତନ ଦେଇ ଗତି କରେ, ସେତେବେଳେ ଦେଶର ଭବିଷ୍ୟତ ସମୟ ସହିତ ବଦଳିଯାଏ। ବର୍ତ୍ତମାନର ପୀଢ଼ି ଦେଶର ଇତିହାସ ବିଷୟରେ ସ୍ପଷ୍ଟ ହେଲେ ହିଁ ଏକ ରାଷ୍ଟ୍ରର ମୂଲ୍ୟବୋଧକୁ ସଂରକ୍ଷଣ କରାଯାଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। “ଯୁବକମାନେ ସର୍ବଦା ଶିଖିବା ଏବଂ ପ୍ରେରଣା ପାଇବା ପାଇଁ ଏକ ଆଦର୍ଶ ଖୋଜନ୍ତି। ସେହି କାରଣରୁ ଆମେ ଭଗବାନ ରାମଙ୍କ ଆଦର୍ଶରେ ବିଶ୍ବାସ କରୁ, ଗୌତମ ବୁଦ୍ଧ ଏବଂ ଭଗବାନ ମହାବୀରଙ୍କଠାରୁ ପ୍ରେରଣା ପାଇ ଗୁରୁ ନାନକ ଦେବ ଜୀ ଙ୍କ ବକ୍ତବ୍ୟରେ ଆଗକୁ ବଢ଼ିା ପାଇଁ ଚେଷ୍ଟା କରୁଛୁ, ମହାରାଣା ପ୍ରତାପ ଏବଂ ଛତ୍ରପତି ବୀର ଶିବାଜୀଙ୍କ ମାର୍ଗ ମଧ୍ୟ ଅନୁସରଣ କରୁଛୁ ”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଧର୍ମ ଏବଂ ଆଧ୍ୟାତ୍ମିକତା ଉପରେ ବିଶ୍ବାସ କରୁଥିବା ଭାରତର ସଂସ୍କୃତି ଏବଂ ପରମ୍ପରାକୁ ଆଲୋକିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶର ପୂର୍ବପୁରୁଷମାନେ ଏକ ଭାରତୀୟ ସଂସ୍କୃତିର ରୂପ ଦେଇଛନ୍ତି ଯାହା ପର୍ବ ଏବଂ ବିଶ୍ୱାସ ସହିତ ଜଡିତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମକୁ ସେହି ଚେତନାକୁ ଚିରସ୍ଥାୟୀ କରିବା ଆବଶ୍ୟକ ଏବଂ ସେଥିପାଇଁ ଆଜାଦି କା ଅମୃତ ମହୋତ୍ସବ ସମୟରେ ଦେଶ ସ୍ୱାଧୀନତା ସଂଗ୍ରାମ ଇତିହାସର ଗୌରବକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟକୁ ସାହସୀ ପୁରୁଷ ଏବଂ ମହିଳା ଏବଂ ଆଦିବାସୀ ସମ୍ପ୍ରଦାୟର ଅବଦାନ ନେବାକୁ କାର୍ଯ୍ୟ ଜାରି ରହିଛି। ବୀର ବାଲ ଦିବସ ପାଇଁ ଆୟୋଜିତ ପ୍ରତିଯୋଗିତା ତଥା ଇଭେଣ୍ଟରେ ଦେଶର ପ୍ରତ୍ୟେକ ଭାଗରୁ ବିଶାଳ ଅଂଶଗ୍ରହଣ ଦେଖି ସେ ସନ୍ତୋଷତା ବ୍ୟକ୍ତ କରିଥିଲେ। ବୀର ସାହିବଦାସଙ୍କ ଜୀବନର ବାର୍ତ୍ତାକୁ ସଂପୂର୍ଣ୍ଣ ନିଷ୍ଠା ସହିତ ବିଶ୍ୱକୁ ନେବା ଆବଶ୍ୟକ ବୋଲି ସେ ଦୋହରାଇଛନ୍ତି।

ଏହି ଅବସରରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଶ୍ରୀ ଭଗବନ୍ତ ମାନ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଶ୍ରୀ ଅର୍ଜୁନ ରାମ ମେଘୱାଲ, ଶ୍ରୀମତୀ ମୀନାକ୍ଷୀ ଲେଖୀ ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ। 

ପୃଷ୍ଠଭୂମି

ସାହିବଜାଦା ଙ୍କ ଆଦର୍ଶ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷକରି ଛୋଟ ପିଲାମାନଙ୍କୁ ସୂଚନା ତଥା ଶିକ୍ଷା ଦେବା ପାଇଁ ସରକାର ସାରା ଦେଶରେ ପାରସ୍ପରିକ ତଥା ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏହି ପ୍ରୟାସରେ ଦେଶର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରବନ୍ଧ ଲେଖା, କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ | ରେଳ ଷ୍ଟେସନ, ପେଟ୍ରୋଲ ପମ୍ପ, ବିମାନବନ୍ଦର ଇତ୍ୟାଦି ସର୍ବସାଧାରଣ ସ୍ଥାନରେ ଡିଜିଟାଲ ପ୍ରଦର୍ଶନୀ ସ୍ଥାପନ କରାଯିବ, ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯେଉଁଠାରେ ମାନ୍ୟଗଣ୍ୟ ବ୍ୟକ୍ତି ସାହିବଜାଦା ଙ୍କ ଜୀବନ କାହାଣୀ ଏବଂ ବଳିଦାନ ବିଷୟରେ ବର୍ଣ୍ଣନା କରିବେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two defence industrial corridors have attracted investment commitments of about Rs 70,000 crore: Defence secretary

Media Coverage

Two defence industrial corridors have attracted investment commitments of about Rs 70,000 crore: Defence secretary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of teachers on Guru Purnima
July 29, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Guru Purnima. He said that, along with imparting knowledge, teachers infuse their students with positive energy and shape them through noble thoughts and values. The Prime Minister called upon everyone to make the ideals of their gurus a guiding force in their lives.

The Prime Minister shared a Sanskrit Subhashitam-

“प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”

The Subhashitam conveys that one who provides the right direction, imparts knowledge and truth, shows the righteous path, offers education and awakens an understanding of truth in life, paving the way for self-development. These are regarded as the six forms of a Guru.

The Prime Minister wrote on X;

“गुरु पूर्णिमा की सभी देशवासियों को बहुत-बहुत बधाई। गुरु ज्ञान के साथ ही अपने शिष्यों में सकारात्मक ऊर्जा का संचार कर उन्हें सुविचार और सुसंस्कारों से सुशिक्षित करते हैं। आइए, उनके आदर्शों को अपने जीवन का संबल बनाएं।

प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”