“ବୀର ବାଲ ଦିବସ ଦେଶ ପାଇଁ ଏକ ନୂତନ ଆରମ୍ଭ”
ଭାରତ କଣ ଏବଂ ଏହାର ପରିଚୟ କଣ ବୀର ବାଲ ଦିବସ ଆମକୁ କହିବ
ବୀର ବାଲ ଦିବସ ଆମକୁ ଦଶ ଶିଖ ଗୁରୁଙ୍କ ଅପାର ଅବଦାନ ଏବଂ ଜାତିର ସମ୍ମାନ ରକ୍ଷା ପାଇଁ ଶିଖ ପରମ୍ପରାର ବଳିଦାନ ବିଷୟରେ ମନେ ପକାଇବ
“ସହିଦ ସପ୍ତାହ ଏବଂ ବୀର ବାଲ ଦିବସ କେବଳ ଆବେଗ ନୁହେଁ ବରଂ ଅସୀମ ପ୍ରେରଣାର ଉତ୍ସ”
ଗୋଟିଏ ପଟେ ଆତଙ୍କବାଦ ଏବଂ ଧାର୍ମିକ ବିଷୟ ରହିଥିବା ବେଳେ ଅନ୍ୟ ପଟେ ପ୍ରତ୍ୟେକ ମନୁଷ୍ୟ ଭିତରେ ଭଗବାନଙ୍କୁ ଦେଖିବା ସହିତ ଆଧ୍ୟାତ୍ମିକତା ଏବଂ ନମ୍ରତାର ଗୁରୁତ୍ବ ରହିଥିଲା
ଏପରି ଗୌରବମୟ ଇତିହାସ ଥିବା ଯେ କୌଣସି ଦେଶ ନିଶ୍ଚିତ ଭାବରେ ଆତ୍ମବିଶ୍ୱାସ ଏବଂ ଆତ୍ମ ସମ୍ମାନରେ ପରିପୂର୍ଣ୍ଣ ହେବା ଆବଶ୍ୟକ କିନ୍ତୁ ମନ ଗଢ଼ା କାହାଣୀଗୁଡ଼ିକ ହୀନମନ୍ୟତା ସୃଷ୍ଟି ଉଦ୍ଦେଶ୍ୟରେ ଶିକ୍ଷା ଦିଆଯାଇଥିଲା
ଆଗକୁ ବଢ଼ିବା ପାଇଁ ଅତୀତର ସଂକୀର୍ଣ୍ଣ ବ୍ୟାଖ୍ୟାରୁ ମୁକ୍ତ ହେବାର ଆବଶ୍ୟକତା ଅଛି
ବୀର ବାଲ ଦିବସ ପଞ୍ଚ ପ୍ରାଣ ପାଇଁ ଏକ ଜୀବନ ଶକ୍ତି ପରି
ଶିଖ ଗୁରୁ ପରମ୍ପରା ଏକ ଭରତ ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ପ୍ରେରଣା ଉତ୍ସ
ଗୁରୁ ଗୋବିନ୍ଦ ସିଂ ଜୀଙ୍କର ଜାତି ପ୍ରଥମ’ ର ପରମ୍ପରା ଆମ ପାଇଁ ଏକ ବଡ଼ ପ୍ରେରଣା
ଦୀର୍ଘ ଦିନ ଧରି ହଜିଯାଇଥିବା ପରମ୍ପରାକୁ ପୁନଃସ୍ଥାପିତ କରି ନୂତନ ଭାରତ ଅତୀତ ଦଶନ୍ଧିର ଭୁଲଗୁଡ଼ିକୁ ସଂଶୋଧନ କରୁଛି

ୱାରେ ଗୁରୁ ଦା ଖାଲସା, ୱାହେ ଗୁରୁ ଦି ଫତେହ!

କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀଗଣ, ରାଜ୍ୟର ମୁଖ୍ୟମନ୍ତ୍ରୀଗଣ, ବିଭିନ୍ନ ସମ୍ମାନିତ ସଂସ୍ଥାମାନଙ୍କର ଚେୟାରମ୍ୟାନ ଏବ ପ୍ରେସିଡେଣ୍ଟ, କୁଟନୀତିଜ୍ଞ, ସମଗ୍ର ଦେଶ ସହିତ ଜଡ଼ିତ ବିଶେଷ ଭାବରେ ଏହି କାର୍ଯ୍ୟକ୍ରମ ସହିତ ଆସିଥିବା ବାଳକ-ବାଳିକମାନେ, ଅନ୍ୟ ସମସ୍ତ ମହାନୁଭବ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।

ଆଜି ଦେଶ ପ୍ରଥମ ‘ବୀର ବାଲ ଦିବସ’ ପାଳନ କରୁଛି । ଯେଉଁ ଦିନକୁ, ଯେଉଁ ବଳିଦାନକୁ ଆମେ ପିଢ଼ି ପିଢ଼ି ଧରି ସ୍ମରଣ କରିଆସୁଛ, ଆଜି ଏକ ରାଷ୍ଟ୍ର ଭାବରେ ଏକଜୁଟ ହୋଇ ତାଙ୍କୁ ପ୍ରଣାମ କରିବାର ଏକ ନୂତନ ଆରମ୍ଭ ହୋଇଛି। ଶହୀଦଙ୍କ ସପ୍ତାହ ଏବଂ ବୀର ବାଲ ଦିବସ, ଆମର ଶିଖ ପରମ୍ପରା ପାଇଁ ଭାବନାରେ ପରିପୂର୍ଣ୍ଣ, କିନ୍ତୁ ଏହାଦ୍ୱାରା ଆକାଶ ଭଳି ଅନନ୍ତ ପ୍ରେରଣା ମଧ୍ୟ ଯୋଡ଼ି ହୋଇଛି । ‘ବୀର ବାଲ ଦିବସ’ ଆମକୁ ମନେ ପକାଇବ ଯେ ସାହସିକତାର ପରାକାଷ୍ଠା ସମୟରେ କମ୍ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ, ‘ବୀର ବାଲ ଦିବସ’ ଆମକୁ ମନେ ପକାଇବ ଯେ ଦଶ ଜଣ ଗୁରୁଙ୍କର ଅବଦାନକତା ଅଟେ! ‘ବୀର ବାଲ ଦିବସ’ ଆମକୁ କହିବ ଯେ ଭାରତ କ’ଣ? ଭାରତର ପରିଚୟ କ’ଣ! ପ୍ରତ୍ୟେକ ବର୍ଷ ବୀର ବାଲ ଦିବସର ଏହି ପୂଣ୍ୟ ଅବସର ଆମକୁ ନିଜର ଅତୀତକୁ ଚିହ୍ନିବା ପାଇଁ ଏବଂ ଆଗାମୀ ଭବିଷ୍ୟତର ନିର୍ମାଣ କରିବାକୁ ପ୍ରେରଣା ଦେବ । ଭାରତର ଯୁବଗୋଷ୍ଠୀଙ୍କର ସାମର୍ଥ୍ୟ କ’ଣ ଅଟେ, ଭାରତର ଯୁବ ପିଢ଼ି କିଭଳି ଅତୀତରେ ଦେଶର ସୁରକ୍ଷା କରିଛି, ଆମ ଯୁବପିଢ଼ି କିପରି ଭାରତର ମାନବିକତାର ଅନ୍ଧକାରୁ ବାହାର କରିଛି, ‘ବୀର ବାଲ ଦିବସ’ ଆଗାମୀ ଦଶନ୍ଧି ଏବଂ ଶତାବ୍ଦୀ ପାଇଁ ଘୋଷଣା କରିବ ।

ଆଜି ମୁଁ ଏହି ଅବସରରେ ବୀର ସାହବଜାଦୋଁଙ୍କ ଚରଣରେ ପ୍ରଣାମ କରି ସେମାନଙ୍କୁ କୃତଜ୍ଞତା ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୁଁ ଏହାକୁ ଆମ ସରକାରଙ୍କ ସୌଭାଗ୍ୟ ବୋଲି ମନେ କରୁଛି ଯେ ତାହାକୁ ଆଜି ୨୬ ଡିସେମ୍ବର ଦିନରେ ‘ବୀର ବାଲ ଦିବସ’ ଭାବରେ ଘୋଷଣା କରିବାର ସୁଯୋଗ ମିଳିଲା । ମୁଁ ପିତା ଦଶମେଶ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ସମସ୍ତ ଗୁରୁମାନଙ୍କ ଚରଣରେ ମଧ୍ୟ ଭକ୍ତି ଭାବର ସହିତ ପ୍ରଣାମ କରୁଛି । ମୁଁ ମାତୃଶକ୍ତିର ପ୍ରତୀକ ମାତା ଗୁଜରୀଙ୍କ ଚରଣରେ ମଧ୍ୟ ନିଜର ମୁଣ୍ଡ ନୁଆଁଉଛି ।

ସାଥୀମାନେ,

ବିଶ୍ୱର ହଜାର ହଜାର ବର୍ଷର ଇତିହାସ କ୍ରୁରତାର ବଡ଼ରୁ ବଡ଼ ଭୟଙ୍କର ଅଧ୍ୟାୟରେ ପରିପୂର୍ଣ୍ଣ । ଇତିହାସ ଠାରୁ ଆରମ୍ଭ କରି କିମ୍ବଦନ୍ତୀ ପର୍ଯ୍ୟନ୍ତ, ପ୍ରତ୍ୟେକ କ୍ରୁର ଚେହେରା ସମ୍ମୁଖରେ ମହାନାୟକମାନଙ୍କର ଏବଂ ମହାନାୟିକାମାନଙ୍କର ମଧ୍ୟ ଏକ ମହାନ ଚରିତ୍ର ରହିଛି । କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ଚମକୌର ଏବଂ ସରାହିଂଦର ଯୁଦ୍ଧରେ ଯାହା ଘଟିଲା, ତାହା ହେଲା ‘ଭୂତୋ ନ ଭବିଷ୍ୟତ’ ଥିଲା । ଏହି ଅତୀତ ହଜାରେ ବର୍ଷ ପୁରୁଣା ନୁହେଁ ଯେ ସମୟର ଚକଗୁଡ଼ିକ ଏହାର ରେଖାଗୁଡ଼ିକୁ ଅସ୍ପଷ୍ଟ କରିଦେଇଛି । ଏହି ସମସ୍ତ ଘଟଣା କେବଳ ତିନି ଶତାବ୍ଦୀ ପୂର୍ବରୁ ଏହି ଦେଶର ମାଟିରେ ଘଟିଥିଲା । ଗୋଟିଏ ପଟେ ଧାର୍ମିକ କୁସଂସ୍କାର ଏବଂ ସେହି କୁସଂସ୍କାର ମଧ୍ୟରେ ଏତେ ଅନ୍ଧ ହୋଇଥିବା ବିଶାଳ ମୋଗଲ ସାମ୍ରାଜ୍ୟ, ଅନ୍ୟପଟେ ଜ୍ଞାନ ଏବଂ ତପସ୍ୟାରେ ବ୍ୟସ୍ତ ଥିବା ଆମର ଗୁରୁ, ଭାରତା ପ୍ରାଚୀନ ମାନବିକ ମୂଲ୍ୟବୋଧର ପରମ୍ପରା! ଗୋଟିଏ ପଟେ ଆତଙ୍କର ପରାକାଷ୍ଠା, ଅନ୍ୟପଟେ ଆଧ୍ୟାତ୍ମିକତାର ଶିଖର! ଗୋଟିଏ ପଟେ ଧାର୍ମିକ କ୍ରୋଧ ଏବଂ ଅନ୍ୟପଟେ ସମସ୍ତଙ୍କ ମଧ୍ୟରେ ଈଶ୍ୱର ଦେଖୁଥିବା ଉଦାରତା! ଏବଂ ଏସବୁ ମଧ୍ୟରେ ମଧ୍ୟ ଗୋଟିଏ ପଟେ ଲକ୍ଷ ଲକ୍ଷ ସୈନ୍ୟ ଏବଂ ଅନ୍ୟପଟେ ଗୁରୁଙ୍କ ସାହସୀ ସାହିବଜାଦେ ଏକୁଟିଆ ଥାଇ ମଧ୍ୟ ନିର୍ଭୟରେ ଠିଆ ହେଲେ! ଏହି ସାହସୀ ସାହିବଜାଦେ କୌଣସି ବିପଦକୁ ଭୟ କରୁନଥିଲେ, କାହା ଆଗରେ ନତମସ୍ତକ ହୋଇ ନ ଥିଲେ, ଜୋରୱର ସିଂ ସାହେବ ଏବଂ ଫତେର ସିଂ ସାହେବ ଉଭୟଙ୍କୁ କାନ୍ଥରେ ଟଙ୍ଗାଇ ଦିଆଯାଇଥିଲା । ଗୋଟିଏ ପଟେ ନୃସଂଶତା ନିଜର ସମସ୍ତ ସୀମାକୁ ଭାଙ୍ଗି ଦେଇଥିଲା, ଅନ୍ୟପଟେ ଧୈର୍ଯ୍ୟ। ସାହସିକତା ଏବଂ ପରାକ୍ରମରେ ମଧ୍ୟ ସମସ୍ତ ପ୍ରତିମାନ ଭାଙ୍ଗିଗଲା । ସାହାବଜାଦା ଅଜିତ ସିଂହ ଏବଂ ସାହିବଜାଦା ଜୁଝାର ସିଂହ ମଧ୍ୟ ସାହସିକତାର ଏକ ଉଦାହରଣ ହୋଇଛନ୍ତି, ଯାହା ଶତାବ୍ଦୀ ଧରି ପ୍ରେରଣାଦାୟକ ଅଟେ ।

ଭାଇ ଏବଂ ଭଉଣୀମାନେ,

ଯେଉଁ ଦେଶର ଐତିହ୍ୟ ଏପରି ଅଟେ, ଯାହାର ଇତିହାସ ଏହିପରି ଅଟେ, ସେଥିରେ ସ୍ୱାଭାବିକ ଭାବରେ ସ୍ୱାଭିମାନ ଏବଂ ଆତ୍ମବିଶ୍ୱାସ ଅତି ନିଖୁଣ ଭାବରେ ପରିପୂର୍ଣ୍ଣ ହେବା ଉଚିତ । କିନ୍ତୁ ଦୁର୍ଭାଗ୍ୟବଶତଃ, ଆମକୁ ଇତିହାସ ନାମରେ ସେହି କଳ୍ପିତ କାହାଣୀଗୁଡ଼ିକୁ କୁହାଗଲା ଏବଂ ଶିଖାଗଲା, ଯାହା ଆମ ଭିତରେ ହୀନ ଭାବନା ସୃଷ୍ଟି କରୁଛି! ଏହାସତ୍ତ୍ୱେ ଆମର ସମାଜ, ଆମର ପରମ୍ପରା ଏହି ଗୌରବଗାଥାକୁ ଜୀବନ୍ତ ରଖିଲା ।

ସାଥୀମାନେ,

ଭବିଷ୍ୟତରେ ଯଦି ଆମକୁ ଭାରତର ସଫଳତାକୁ ଉଚ୍ଚ ଶିଖର ପର୍ଯ୍ୟନ୍ତ ନେଇଯିବାକୁ ହେବ, ତେବେ ଆମକୁ ଅତୀତର ସଂକୀର୍ଣ୍ଣ ଦୃଷ୍ଟିକୋଣରୁ ମଧ୍ୟ ଆମକୁ ମୁକ୍ତ ହେବାକୁ ପଡ଼ିବ । ସେଥିପାଇଁ ସ୍ୱାଧୀନତାର ଅମୃତ କାଳରେ ଦେଶ ‘ଦାସତ୍ୱର ମାନସିକତାରୁ ମୁକ୍ତି’ର ଜୀବନକୁ ବିଶ୍ୱାସ ତ୍ୟାଗ କରିଛି । ‘ବୀର ବାଲ ଦିବସ’ ଦେଶର ସେହି ‘ପଞ୍ଚ ପ୍ରାଣ’ ପାଇଁ ପ୍ରାଣବାୟୁ ସଦୃଶ ଅଟେ ।

ସାଥୀମାନେ,

ଏତେ କମ ବୟସରେ ସାହିବଜାଦଙ୍କର ଏହି ବଳିଦାନରେ ଆମ ପାଇଁ ଆଉ ଏକ ବଡ଼ ଉପଦେଶ ଲୁଚି ରହିଛି । ଆପଣ ସେହି ସମୟର କଳ୍ପନା କରନ୍ତୁ! ଔରଙ୍ଗଜେବଙ୍କ ଆତଙ୍କବାଦ ବିରୋଧରେ, ଭାରତ ପରିବର୍ତ୍ତନ କରିବାର ଯୋଜନା ବିରୋଧରେ, ଗୁରୁ ଗୋବିନ୍ଦ ସିଂହ ଜୀ ପାହାଡ଼ ସଦୃଶ ଠିଆ ହୋଇଥିଲେ । କିନ୍ତୁ, ଜୋରାବର ସିଂହ ସାହେବ ଏବଂ ଫତେହ ସିଂହ ସାହେବଙ୍କ ଭଳି କମ ବୟସର ବାଳକମାନଙ୍କ ଠାରୁ ଔରଙ୍ଗଜେବ ଏବଂ ତାଙ୍କର ରାଜ୍ୟର କ’ଣ ଶତ୍ରୁତା ରହିପାରେ? ଦୁଇଟି ନିରୀହ ନିର୍ଦୋଷ ବାଳକଙ୍କୁ କାନ୍ଥରେ ଜୀଅନ୍ତା ଟାଙ୍ଗିବା ଭଳି ନିଷ୍ଠୁରତା କାହିଁକି କରାଯାଇଥିଲା? ତାହାର କାରଣ ଔରଙ୍ଗଜେବ ଏବଂ ତାଙ୍କ ଲୋକମାନେ ଗୁରୁ ଗୋବିନ୍ଦ ସିଂହଙ୍କ ପିଲାମାନଙ୍କ ଧର୍ମକୁ ଖଣ୍ଡାର ଜୋରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ । ଯେଉଁ ସମାଜରେ, ଯେଉଁ ରାଷ୍ଟ୍ରରେ ତାହାର ନୂଆ ପିଢ଼ି ଅତ୍ୟାଚାର ଆଗରେ ମଥା ନୁଆଁଇଥାନ୍ତି, ତାଙ୍କର ଆତ୍ମବିଶ୍ୱାସ ଏବଂ ଭବିଷ୍ୟ ନିଜେ ହିଁ ମରିଯାଇଥାଏ । କିନ୍ତୁ, ଭାରତର ସେହି ପୁଅ, ସେହି ବୀର ବାଳକ, ମୃତ୍ୟୁକୁ ମଧ୍ୟ ଭୟ କରୁନଥିଲା । ସେ କାନ୍ଥରେ ଜୀବନ୍ତ ଓହଳି ପଡ଼ିଲେ, କିନ୍ତୁ ସେ ସେହି ଆତଙ୍କବାଦୀ ଯୋଜନାଗୁଡ଼ିକୁ ସବୁଦିନ ପାଇଁ ପୋତି ଦେଇଥିଲେ । ଏହା ହେଉଛି ଯେକୌଣସି ଜାତିର ଦକ୍ଷ ଯୁବକମାନଙ୍କର ଶକ୍ତି । ଯୁବକମାନେ, ନିଜର ସାହସ ସହିତ, ସମୟର ଧାରାକୁ ସବୁଦିନ ପାଇଁ ପରିବର୍ତ୍ତନ କରି ଦେଇଥାନ୍ତି । ଏହି ନିଷ୍ଠା ସହିତ ଆଜି ଭାରତର ଯୁବପିଢ଼ି ମଧ୍ୟ ଦେଶକୁ ଏକ ନୂତନ ଶିଖରକୁ ନେବାକୁ ସ୍ଥିର କରିଛନ୍ତି ଏବଂ ସେଥିପାଇଁ ବର୍ତ୍ତମାନ ୨୬ ଡିସେମ୍ବରରେ ‘ବୀର ବାଲ ଦିବସ’ର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି ।

ସାଥୀମାନେ,

ଶିଖ ଗୁରୁ ପରମ୍ପରା କେବଳ ବିଶ୍ୱାସ ଏବଂ ଆଧ୍ୟାତ୍ମିକତାର ପରମ୍ପରା ନୁହେଁ, ଏହା ମଧ୍ୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ବିଚାରର ମଧ୍ୟ ପ୍ରେରଣାର ଉତ୍ସ ଅଟେ । ଆମର ପବିତ୍ର ଗୁରୁଗ୍ରନ୍ଥ ସାହେବଙ୍କ ଠାରୁ ଏହାର ଉତ୍ତମ ଉଦାହରଣ କ’ଣ ହୋଇପାରେ? ଏଥିରେ ଶିଖ ଗୁରୁମାନଙ୍କ ସହିତ ଭାରତର ବିଭିନ୍ନ କୋଣରୁ ୧୫ ସନ୍ଥ ଏବଂ ୧୪ ରଚନାକାରଙ୍କର ବାଣୀ ସମାହିତ ଅଛି । ସେହିଭଳି ଆପଣ ଗୁରୁ ଗୋବିନ୍ଦ ସିଂଙ୍କ ଜୀବନଯାତ୍ରାକୁ ମଧ୍ୟ ଦେଖନ୍ତୁ । ତାଙ୍କର ଜନ୍ମ ପୂର୍ବ ଭାରତର ପାଟନାରେ ହୋଇଥିଲା । ତାଙ୍କର କାର୍ଯ୍ୟକ୍ଷେତ୍ର ଉତ୍ତର-ପଶ୍ଚିମ ଭାରତର ପାର୍ବତ୍ୟ ଅଞ୍ଚଳରେ ଥିଲା । ଏବଂ ତାଙ୍କର ଜୀବନଯାତ୍ରା ମହାରାଷ୍ଟ୍ରରେ ପୂର୍ଣ୍ଣ ହୋଇଥିଲା । ଗୁରୁଙ୍କର ପାଞ୍ଚ ଜଣ ପ୍ରିୟ ମଧ୍ୟ ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଆସିଥିଲେ ଏବଂ ମୋତେ ଗର୍ବ ଲାଗୁଛି ଯେ ପ୍ରଥମ ପାଞ୍ଚ ପ୍ରିୟଙ୍କ ମଧ୍ୟରୁ ଏଠାରେ ମଧ୍ୟ ଜଣେ ମଧ୍ୟ ଧରିତ୍ରୀର ଥିଲା, ଦ୍ୱାରିକାରୁ, ଗୁଜରାଟରୁ ଯେଉଁଠାରୁ ମୋତେ ଜନ୍ମ ହେବାର ସୌମାଗ୍ୟ ମିଳିଛି । ‘ବ୍ୟକ୍ତି ଠାରୁ ବଡ଼ ବିଚାର, ବିଚାର ଠାରୁ ବଡ଼ ରାଷ୍ଟ୍ର, ‘ରାଷ୍ଟ୍ର ପ୍ରଥମ’ର ଏହି ମନ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଅଟଳ ସଂକଳ୍ପ ଥିଲା । ଯେତେବେଳେ ସେ ବାଳକ ଥିଲେ, ସେତେବେଳେ ପ୍ରଶ୍ନ ଆସିଲା ଯେ ରାଷ୍ଟ୍ରଧର୍ମର ରକ୍ଷା ପାଇଁ ବଡ଼ ବଳିଦାନର ଆବଶ୍ୟକତା ରହିଛି । ସେ ତାଙ୍କର ବାପାଙ୍କୁ କହିଥିଲେ ଯେ ତୁମଠାରୁ ଆଜି ମହାନ କିଏ? ଏହି ବଳିଦାନ ଆପଣ କରନ୍ତୁ । ଯେତେବେଳେ ସେ ବାପା ହେଲେ, ସେତେବେଳେ ସେହି ତତ୍ପରତାର ସହିତ ସେ ନିଜର ପୁଅକୁ ମଧ୍ୟ ରାଷ୍ଟ୍ରଧର୍ମ ପାଇଁ ବଳିଦାନ କରିବାକୁ ସଙ୍କୋଚ କଲେ ନାହିଁ । ଯେତେବେଳେ ତାଙ୍କର ପୁଅର ବଳିଦାନ ହେଲା, ସେତେବେଳେ ସେ ନିଜର ସାଙ୍ଗମାନଙ୍କୁ ଦେଖି କହିଥିଲେ- ‘ଚାର ମୁୟେ ତୋ କ୍ୟା ହୁଆ, ଜୀବିତ କଇ ହଜାର’ । ଅର୍ଥାତ, ମୋର ୪ ପୁଅ ମରିଗଲେ ତେବେ କ’ଣ ହେଲା? ସାଙ୍ଗରେ ରହିଛନ୍ତି ଅନେକ ସାଥୀ, ହଜାର ହଜାର ଦେଶବାସୀ ମୋର ପୁଅ ହିଁ ଅଛନ୍ତି । ଦେଶ ପ୍ରଥମ, ନେସନ ଫାର୍ସକୁ ସର୍ବାଗ୍ରେ ରଖିବାର ଏହି ପରମ୍ପରା, ଆମ ପାଇଁ ବହୁତ ବଡ଼ ପ୍ରେରଣା ଅଟେ । ଏହି ପରମ୍ପରାକୁ ସଶକ୍ତ କରିବାର ଦାୟିତ୍ୱ ଆଜି ଆମ କାନ୍ଧ ଉପରେ ରହିଛି ।

ସାଥୀମାନେ,

ଭାରତର ଭବିଷ୍ୟତ ପିଢ଼ି କିପରି ହେବ, ଏହା ସେହି କଥା ଉପରେ ମଧ୍ୟ ନିର୍ଭର କରିଥାଏ ସେ କାହାଠାରୁ ପ୍ରେରଣା ନେଉଛି । ଭାରତର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ପ୍ରତ୍ୟେକ ସ୍ତୋତ୍ର ଏହି ଧରିତ୍ରୀରେ ଅଛି । କୁହାଯାଏ, ଆମ ଦେଶ ଭାରତର ନାମ ଯେଉଁ ବାଳକ ଭାରତର ନାମରେ ପଡ଼ିଲା, ସେହି ସିଂହ ଏବଂ ଦାନବମାନଙ୍କର ସଂହାର କରିବାରେ ଥକୁ ନ ଥିଲେ । ଆମେ ଆଜି ମଧ୍ୟ ଧର୍ମ ଏବଂ ଭକ୍ତିର କଥା କହିଥାଉ ସେତେବେଳେ ରକ୍ତରାଜ ପ୍ରହଲ୍ଲାଦଙ୍କୁ ମନେ ପକେଇଥାଉ । ଆମେ ଧୈର୍ଯ୍ୟ ଏବଂ ବିବେକର କଥା କହିଥାଉ ସେତେବେଳେ ବାଳକ ଧ୍ରୁବର ଉଦାହରଣ ଦେଇଥାଉ । ଆମେ ମୃତ୍ୟୁର ଦେବତା ଯମରାଜଙ୍କୁ ମଧ୍ୟ ନିଜର ତପସ୍ୟା ଦ୍ୱାରା ପ୍ରଭାବିତ କରିଥିବା ନଚିକେତାଙ୍କୁ ମଧ୍ୟ ପ୍ରଣାମ କରୁଛୁ । ଯେଉଁ ନଚିକେତା ବାଲ୍ୟକାଳରେ ଯମରାଜଙ୍କୁ ପଚାରିଥିଲେ ହ୍ୱାଟ ଇଜ ଦିସ? ମୃତ୍ୟୁ କ’ଣ ହୋଇଥାଏ? ଆମେ ବାଲ ରାମଙ୍କ ଜ୍ଞାନ ଠାରୁ ନେଇ ଅନେକ ଶୌର୍ଯ୍ୟ ପର୍ଯ୍ୟନ୍ତ, ବଶିଷ୍ଠଙ୍କ ଆଶ୍ରମ ଠାରୁ ନେଇ ବିଶ୍ୱାମିତ୍ରଙ୍କ ଆଶ୍ରମ ପର୍ଯ୍ୟନ୍ତ, ତାଙ୍କ ଜୀବନରେ ଆମେ ପ୍ରତ୍ୟେକଟି କ୍ଷଣରେ ଆଦର୍ଶକୁ ଦେଖିଥାଉ । ପ୍ରଭୁ ରାମଙ୍କର ପୁତ୍ର ଲବ-କୁଶଙ୍କ କାହାଣୀ ମଧ୍ୟ ପ୍ରତ୍ୟେକ ମା’ ନିଜ ପିଲାମାନଙ୍କୁ ଶୁଣାଇଥାଏ । ଶ୍ରୀକୃଷ୍ଣ ମଧ୍ୟ ଆମକୁ ଯେତେବେଳେ ମନେ ପଡ଼ିଥାନ୍ତି, ସେତେବେଳେ ସର୍ବପ୍ରଥମେ କୃଷ୍ଣଙ୍କର ସେହି ଛବି ମନେ ପଡ଼ିଥାଏ ଯାହାଙ୍କ ବଂଶୀରେ ପ୍ରେମର ସ୍ୱର ମଧ୍ୟ ଅଛି ଏବଂ ସେ ବଡ଼ ବଡ଼ ରାକ୍ଷାସମାନଙ୍କର ସଂହାର ମଧ୍ୟ କରିଥାନ୍ତି । ସେହି ପୌରାଣିକ ଯୁଗରୁ ନେଇ ଆଧୁନିକ କାଳ ପର୍ଯ୍ୟନ୍ତ, ବୀର ବାଳକ-ବାଳିକମାନେ, ଭାରତର ପରମ୍ପରାର ପ୍ରତିବିମ୍ବ ରହିଛନ୍ତି ।

କିନ୍ତୁ ସାଥୀମାନେ,

ଆଜି ଗୋଟିଏ ସତକଥା ମଧ୍ୟ ମୁଁ ଦେଶ ସମ୍ମୁଖରେ ଦୋହରାଇବି । ସାହିବଜାଦୋଁମାନେ ଏତେ ବଡ଼ ବଳିଦାନ ଏବଂ ତ୍ୟାଗ କଲେ, ନିଜ ଜୀବନ ତ୍ୟାଗ କରିଦେଇଥିଲେ, କିନ୍ତୁ ଆଜିର ପିଢ଼ିର ପିଲାମାନଙ୍କୁ ପଚାରିବି ତେବେ ସେଥିମଧ୍ୟରୁ ବହୁତ ପିଲାଙ୍କୁ ତାଙ୍କ ବିଷୟରେ ଜଣାନାହିଁ । ଦୁନିଆର କୌଣସି ଦେଶରେ ଏମିତି ହୁଏନାହିଁ ଯେ ଏତେ ବଡ଼ ଶୌର୍ଯ୍ୟ ଗାଥାକୁ ଏଭଳି ଭାବରେ ଭୁଲିଯିବ । ମୁଁ ଆଜିର ଏହି ପବିତ୍ର ଦିନରେ ଏହି ଚର୍ଚ୍ଚାକୁ ଯିବିନାହିଁ ଯେ ପୂର୍ବେ ଆମର ଏଠାରେ କାହିଁକି ବୀର ବାଲ ଦିବସର ବିଚାର ପର୍ଯ୍ୟନ୍ତ ଆସିଲା ନାହିଁ । କିନ୍ତୁ ଏହା ନିଶ୍ଚିତ ଦିବସର ବିଚାର ପର୍ଯ୍ୟନ୍ତ ଆସିଲା ନାହିଁ । କିନ୍ତୁ ଏହା ନିଶ୍ଚିତ କହିବି ଯେ ବର୍ତ୍ତମାନ ନୂତନ ଭାରତ, ଦଶନ୍ଧି ପୂର୍ବରୁ ହୋଇଥିବା ଗୋଟିଏ ପୁରୁଣା ଭୁଲକୁ ସଂଶୋଧନ କରୁଛି ।

ଯେକୌଣସି ରାଷ୍ଟ୍ରର ପରିଚୟ ତାହାର ସିଦ୍ଧାନ୍ତ, ମୂଲ୍ୟବୋଧ ଏବଂ ଆଦର୍ଶ ଦ୍ୱାରା ଚିହ୍ନିତ ହୋଇଥାଏ । ଆମେ ଇତିହାସରେ ଦେଖୁଛୁ, ଯେତେବେଳେ କୌଣସି ଏକ ରାଷ୍ଟ୍ରର ମୂଲ୍ୟ ବଦଳିଯାଇଥାଏ, ସେତେବେଳେ କିଛି ସମୟ ମଧ୍ୟରେ ତାହାର ଭବିଷ୍ୟତ ମଧ୍ୟ ବଦଳି ଯାଇଥାଏ ଏବଂ ଏହି ମୂଲ୍ୟଗୁଡ଼ିକ ସଂରକ୍ଷିତ ହୁଏ ସେତେବେଳେ ବର୍ତ୍ତମାନର ଯୁବପିଢ଼ି ଏହାର ଅତୀତର ଆଦର୍ଶ ବିଷୟରେ ସ୍ପଷ୍ଟ ହୋଇଥାଏ । ଯୁବପିଢ଼ିଙ୍କୁ ଆଗମୁ ବଢ଼ିବା ପାଇଁ ସବୁବେଳେ ଆଦର୍ଶ ଆବଶ୍ୟକ କରନ୍ତି । ଯୁବପିଢ଼ିଙ୍କୁ ଶିଖିବା ଏବଂ ପ୍ରେରଣା ନେବା ପାଇଁ ମହାନ ବ୍ୟକ୍ତିତ୍ୱ ଥିବା ନାୟକ-ନାୟିକାମାନଙ୍କର ଆବଶ୍ୟକତା ପଡ଼ିଥାଏ । ଏବଂ ସେଥିପାଇଁ, ଆମେ ଶ୍ରୀରାମଙ୍କ ଆଦର୍ଶରେ ମଧ୍ୟ ବିଶ୍ୱାସ ରଖିଥାଉ, ଆମେ ଭଗବାନ ଗୌତମ ବୁଦ୍ଧ ଏବଂ ଭଗବାନ ମହାବୀରଙ୍କ ଠାରୁ ପ୍ରେରଣା ପାଇଥାଉ, ଆମେ ଗୁରୁ ନାନକ ଦେବ ଜୀଙ୍କ ବାଣୀକୁ ଜୀଇଁବାରେ ପ୍ରୟାସ କରିଥାଉ, ଆମେ ମହାରାଣା ପ୍ରତାପ ଏବଂ ଛତ୍ରପତି ବୀର ଶିବାଜୀ ମହାରାଜାଙ୍କ ଭଳି ବୀରଙ୍କ ସମ୍ପର୍କରେ ମଧ୍ୟ ପଢ଼ିଥାଉ । ଏଥିପାଇଁ ଆମେ ବିଭିନ୍ନ ଜୟନ୍ତୀମାନ ପାଳନ କରିଥାଉ । ଶହ ଶହ ହଜାର ହଜାର ବର୍ଷ ପୁରୁଣା ଘଟଣାମାନଙ୍କ ଉପରେ ମଧ୍ୟ ପର୍ବର ଆୟୋଜନ କରିଥାଉ । ଆମର ପୂର୍ବପୁରୁଷମାନେ ସମାଜର ଏହି ଆବଶ୍ୟକତାକୁ ବୁଝିଥିଲେ ଏବଂ ଭାରତକୁ ଏକ ଏମିତି ଦେଶ ଭାବରେ ଗଢ଼ିଥିଲେ ଯାହାର ସଂସ୍କୃତି ପର୍ବ ଏବଂ ବିଶ୍ୱାସ ସହିତ ଯୋଡ଼ି ହୋଇଥିଲା । ଆଗାମୀ ପିଢ଼ି ପାଇଁ ଆମର ମଧ୍ୟ ସମାନ ଦାୟିତ୍ୱ ଅଛି । ଆଗାମୀ ପିଢ଼ି ପାଇଁ ଆମର ମଧ୍ୟ ସମାନ ଦାୟିତ୍ୱ ଅଛି । ଆମକୁ ସେହି ଚିନ୍ତାଧାରା ଏବଂ ଚେତନାକୁ ଅନନ୍ତ କରିବାକୁ ପଡ଼ିବ । ଆମକୁ ଆମର ଆଦର୍ଶଗତ ପ୍ରବାହକୁ ଅକ୍ଷୁଣ୍ଣ ରଖିବାକୁ ପଡ଼ିବ ।

ସେଥିପାଇଁ, ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି । ଆମର ସ୍ୱାଧୀନତା ସଂଗ୍ରାମୀ, ବୀରାଙ୍ଗନାମାନଙ୍କୁ, ଆଦିବାସୀ ସମାଜର ଯୋଗଦାନକୁ ପ୍ରତ୍ୟେକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ କାର୍ଯ୍ୟ କରୁଛୁ । ‘ବୀର ବାଲ ଦିବସ’ ପରି ପୂଣ୍ୟ ତିଥି ଏହି ଦିଗରେ ଏକ ପ୍ରଭାବଶାଳୀ ଶେଷର ବିକଳ୍ପ ଭୂମିକା ଗ୍ରହଣ କରିବ ।

ସାଥୀମାନେ,

ମୋତେ ଖୁସି ଲାଗୁଛି ଯେ ହଜାର ହଜାର ଯୁବକ ନୂତନ ପିଢ଼ିକୁ ବୀର ବାଲ ଦିବସ ସହ ଯୋଡ଼ିବା ପାଇଁ ଆୟୋଜିତ କୁଇଜ୍ ପ୍ରତିଯୋଗିତା ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଜାମ୍ମୁ-କାଶ୍ମୀର ହେଉ, ଦକ୍ଷିଣରେ ପୁଡୁଚେରୀ ହେଉ, ପୂର୍ବରେ ନାଗାଲାଣ୍ଡ, ପଶ୍ଚିମରେ ରାଜସ୍ଥାନ, ଦେଶର କୌଣସି କୋଣ ନାହିଁ ଯେଉଁଠାରେ ପିଲାମାନେ ଏହି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି ଏବଂ ସାହିବଜାଦାସଙ୍କ ଜୀବନ ବିଷୟ ସହିତ ଜଡ଼ିତ ସୂଚନା ନେଇ ନ ଥିବେ। ପ୍ରବନ୍ଧ ଲେଖି ନ ଥିବେ । ଦେଶର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ସାହିବଦାଦୋଁ ସହିତ ଜଡ଼ିତ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେ ଦିନ ଆଉ ବେଶୀ ଦୂରରେ ନାହିଁ ଯେତେବେଳେ କେରଳର ପିଲାମାନଙ୍କୁ ବୀର ସାହିବଜାଦୋଁଙ୍କ ସମ୍ପର୍କରେ ଜଣାଥିବ, ନର୍ଥ ଇଣ୍ଟର ପିଲାମାନଙ୍କୁ ବୀର ସାହିବଜାଦୋଁଙ୍କ ସମ୍ପର୍କରେ ଜଣାଥିବ ।

ସାଥୀମାନେ,

ଆମେ ମିଳିତ ଭାବେ ବାଲ ଦିବସ ବାର୍ତ୍ତାକୁ ଦେଶର କୋଣ ଅନୁକୋଣ ପର୍ଯ୍ୟନ୍ତ ନେବାକୁ ପଡ଼ିବ । ଆମର ସାହିତଜାଦୋଁଙ୍କର ଜୀବନ, ତାଙ୍କର ଜୀବନର ବାର୍ତ୍ତା ଦେଶର ପ୍ରତ୍ୟେକ ପିଲାମାନଙ୍କ ନିକଟରେ ପହଞ୍ଚୁ, ସେ ସେତିକି ପ୍ରେରଣା ନେଇ ଦେଶ ପାଇଁ ସମର୍ପିତ ନାଗରିକ ହୁଅନ୍ତୁ, ଆମେ ସେଥିପାଇଁ ମଧ୍ୟ ପ୍ରୟାସ କରୁଛୁ । ମୋତେ ବିଶ୍ୱାସ ଅଛି, ଆମର ଏହି ଏକତାର ପ୍ରୟାସର ସାମର୍ଥ୍ୟ ଏବଂ ବିକଶିତ ଭାରତର ଆମର ଲକ୍ଷ୍ୟକୁ ନୂତନ ଶକ୍ତି ଦେବ । ମୁଁ ପୁଣିଥରେ ବୀର ସାହିବଜାଦୋଁଙ୍କ ଚରଣରେ ପ୍ରଣାମ କରି ଏହି ସଂକଳ୍ପ ସହିତ ଆପଣ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two defence industrial corridors have attracted investment commitments of about Rs 70,000 crore: Defence secretary

Media Coverage

Two defence industrial corridors have attracted investment commitments of about Rs 70,000 crore: Defence secretary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of teachers on Guru Purnima
July 29, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Guru Purnima. He said that, along with imparting knowledge, teachers infuse their students with positive energy and shape them through noble thoughts and values. The Prime Minister called upon everyone to make the ideals of their gurus a guiding force in their lives.

The Prime Minister shared a Sanskrit Subhashitam-

“प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”

The Subhashitam conveys that one who provides the right direction, imparts knowledge and truth, shows the righteous path, offers education and awakens an understanding of truth in life, paving the way for self-development. These are regarded as the six forms of a Guru.

The Prime Minister wrote on X;

“गुरु पूर्णिमा की सभी देशवासियों को बहुत-बहुत बधाई। गुरु ज्ञान के साथ ही अपने शिष्यों में सकारात्मक ऊर्जा का संचार कर उन्हें सुविचार और सुसंस्कारों से सुशिक्षित करते हैं। आइए, उनके आदर्शों को अपने जीवन का संबल बनाएं।

प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”