ଭାରତ ବିକଶିତ ହେବାକୁ ଅତ୍ୟନ୍ତ ଆଗ୍ରହୀ, ଭାରତ ଆତ୍ମନିର୍ଭର ହେବାକୁ ମଧ୍ୟ ଆଗ୍ରହୀ: ପ୍ରଧାନମନ୍ତ୍ରୀ
ଭାରତ କେବଳ ଏକ ଉଦୟମାନ ବଜାର ନୁହେଁ, ଏକ ଉଦୟମାନ ମଡେଲ ମଧ୍ୟ: ପ୍ରଧାନମନ୍ତ୍ରୀ
ଆଜି ଭାରତୀୟ ବିକାଶ ମଡେଲକୁ ଆଶାର ମଡେଲ ଭାବେ ଦେଖୁଛି: ପ୍ରଧାନମନ୍ତ୍ରୀ
ସଂତୃପ୍ତିର ମିଶନ ପାଇଁ ଆମେ ନିରନ୍ତର କାମ କରୁଛୁ; କୌଣସି ଯୋଜନାର ଫାଇଦାରୁ ଜଣେ ବି ହିତାଧିକାରୀ ବାଦ୍ ପଡ଼ିବେ ନାହିଁ: ପ୍ରଧାନମନ୍ତ୍ରୀ
ନୂଆ ଜାତୀୟ ଶିକ୍ଷା ନୀତିରେ ଆମେ ସ୍ଥାନୀୟ ଭାଷାରେ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦେଇଛୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଦ ଇଣ୍ଡିଆନ ଏକ୍ସପ୍ରେସ ଦ୍ୱାରା ଆୟୋଜିତ ଷଷ୍ଠ ରାମନାଥ ଗୋଏଙ୍କା ବତ୍କୃତା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଆମେ ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ସ୍ମରଣ କରିବାକୁ ଏକାଠି ହୋଇଛୁ, ଯିଏକି ଭାରତର ଗଣତନ୍ତ୍ର, ପତ୍ରକାରିତା, ଅଭିବ୍ୟକ୍ତି ଏବଂ ଜନଆନ୍ଦୋଳନର ଶକ୍ତିକୁ ଉଚ୍ଚ ସ୍ଥାନକୁ ନେଇଯାଇଥିଲେ । ସେ ଉଲ୍ଲେଖ କରିଥିଲେ, ଶ୍ରୀ ରାମନାଥ ଗୋଏଙ୍କା ଦୃଷ୍ଟିସମ୍ପନ୍ନ, ସଂସ୍ଥାପକ, ଜାତୀୟତାବାଦୀ ଏବଂ ଗଣମାଧ୍ୟମ ନେତା ଭାବେ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କେବଳ ଏକ ସମ୍ବାଦପତ୍ର ନୁହେଁ, ବରଂ ଜନତାଙ୍କ ମଧ୍ୟରେ ଏକ ମିଶନରେ ପରିଣତ କରିଥିଲେ । ସେ କହିଥିଲେ, ଗୋଏଙ୍କାଜୀଙ୍କ ନେତୃତ୍ୱରେ ଏହି ଗ୍ରୁପ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଜାତୀୟ ହିତର ଏକ ସ୍ୱର ହୋଇପାରିଥିଲା । ସେ କହିଥିଲେ, ଏକବିଂଶ ଶତାବ୍ଦୀର ଏହି ଯୁଗରେ ଯେତେବେଳେ ଭାରତ ନିଜକୁ ବିକଶିତ କରିବାର ସଂକଳ୍ପରେ ଅଗ୍ରସର ହେଉଛି, ଗୋଏଙ୍କାଜୀଙ୍କର ଦୃଢ଼ତା ଏବଂ ଦୃଷ୍ଟି ଆମ ପାଇଁ ପ୍ରେରଣା । ବତ୍କୃତା ପାଇଁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପକୁ କୃତଜ୍ଞତା ଜଣାଇବା ସହ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଶ୍ରୀ ଗୋଏଙ୍କା ଭଗବଦ୍ ଗୀତାର ଏକ ଶ୍ଳୋକରୁ ଗଭୀର ପ୍ରେରଣା ପାଇଥିଲେ, ଏହା ବୁଝାଉଥିଲା-ସୁଖ-ଦୁଃଖ, ଲାଭହାନି, ଜୟ-ପରାଜୟରେ ସମତା ରଖି କର୍ତ୍ତବ୍ୟ କରିବା- ଯାହାକି ରାମନାଥ ଜୀଙ୍କ ଜୀବନୀ ଓ କାମକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ଶ୍ରୀ ରାମନାଥ ଗୋଏଙ୍କା ଏହି ସିଦ୍ଧାନ୍ତକୁ ଜୀବନବ୍ୟାପୀ କାଏମ ରଖିଥିଲେ ଏବଂ କର୍ତ୍ତବ୍ୟକୁ ସବୁଠୁ ଉପରେ ସ୍ଥାନ ଦେଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ରାମନାଥ ଜୀ ସ୍ୱାଧୀନତା ଆନ୍ଦୋଳନ ସମୟରେ ଭାରତୀୟ ଜାତୀୟ କଂଗ୍ରେସକୁ ସମର୍ଥନ କରିଥିଲେ, ପରେ ଜନତା ପାର୍ଟିକୁ ସମର୍ଥନ କରିଥିଲେ, ଏପରିକି ଜନସଂଘ ଟିକେଟରେ ନିର୍ବାଚନ ଲଢ଼ିଥିଲେ । ବିଚାରଧାରା ନିର୍ବିଶେଷରେ ସେ ସର୍ବଦା ଜାତୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ, ଯେଉଁମାନେ ରାମନାଥଜୀଙ୍କ ସହ ବିଗତ କିଛି ବର୍ଷ ଧରି କାମ କରିଥିଲେ, ଅନେକ ସମୟରେ ତାଙ୍କର ଅନେକ ଘଟଣାବଳୀ ମନେ ପକାଇଥାନ୍ତି । ସେ ସ୍ମରଣ କରିଥିଲେ, ଯେତେବେଳେ ସ୍ୱାଧୀନତା ପରେ ହାଇଦ୍ରାବାଦରେ ରଜାକରମାନଙ୍କ ନିର୍ଯାତନା ବୃଦ୍ଧି ପାଇଥିଲା, ରାମନାଥ ଜୀ ସର୍ଦ୍ଦାର ପଟେଲଙ୍କୁ ସହାୟତା କରିଥିଲେ । ଯେତେବେଳେ ବିହାରରେ ଛାତ୍ର ଆନ୍ଦୋଳନକୁ ନେତୃତ୍ୱର ଆବଶ୍ୟକତା ପଡ଼ିଲା, ରାମନାଥ ଜୀ ନାନାଜୀ ଦେଶମୁଖଙ୍କ ସହିତ ଆନ୍ଦୋଳନର ନେତୃତ୍ୱ ନେବାକୁ ଜୟପ୍ରକାଶ ନାରାୟଣଙ୍କୁ ରାଜି କରାଇପାରିଥିଲେ । ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀଙ୍କ ଘନିଷ୍ଠ ମନ୍ତ୍ରୀ ତାଙ୍କୁ ଡକାଇ ଜେଲ ପଠାଇଦେବାର ଧମକ ଦେଇଥିଲେ, ତାଙ୍କର ସାହସିକ ପ୍ରତିକ୍ରିୟା ଇତିହାସର ଛପି ରହିଥିବା ରେକର୍ଡରେ ସ୍ଥାନ ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ଏଥିରୁ କିଛି ସାଧାରଣରେ ପ୍ରକାଶ ପାଇଥିବା ବେଳେ ଅନ୍ୟ କିଛି ଗୋପନୀୟ ରହିଯାଇଛି, ସେସବୁ ସତ୍ୟ ପ୍ରତି ରାମନାଥଙ୍କ ଅତୁଟ ପ୍ରତିବଦ୍ଧତା ଏବଂ ସମ୍ମୁଖିନ ହେଉଥିବା ଶକ୍ତିକୁ ଖାତିର ନ କରି କର୍ତ୍ତବ୍ୟ ପ୍ରତି ଦୃଢ଼ତା ପ୍ରଦର୍ଶନକୁ ପ୍ରତିଫଳିତ କରୁଛି ।

 

ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ ଶ୍ରୀ ରାମନାଥ ଗୋଏଙ୍କାଙ୍କୁ ପ୍ରାୟତଃ ଅଧୈର୍ଯ୍ୟ ତଥା ଅଧୀର ଭାବରେ ବର୍ଣ୍ଣନା କରାଯାଇଥିଲା - ନକରାତ୍ମକ ଅର୍ଥରେ ନୁହେଁ, ବରଂ ସକାରାତ୍ମକ ଅର୍ଥରେ । ସେ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରକାରର ଅଧୈର୍ଯ୍ୟତା ପରିବର୍ତ୍ତନ ପାଇଁ ସର୍ବୋଚ୍ଚ ସ୍ତରର ପ୍ରୟାସକୁ ପ୍ରେରିତ କରେ, ଯାହା ସ୍ଥିର ଜଳକୁ ମଧ୍ୟ ଗତିଶୀଳ କରାଇଥାଏ । ପ୍ରଧାନମନ୍ତ୍ରୀ ଏକ ସମାନ୍ତରାଳ ସ୍ଥାପିତ କରି କହିଥିଲେ, “ଆଜିର ଭାରତ ମଧ୍ୟ ଅଧୈର୍ଯ୍ୟ – ବିକଶିତ ହେବା ପାଇଁ ଅଧୈର୍ଯ୍ୟ, ସ୍ୱାବଲମ୍ବୀ ହେବା ପାଇଁ ଅଧୈର୍ଯ୍ୟ ଏବଂ ଅଧୀର” । ସେ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ପ୍ରଥମ ପଚିଶ ବର୍ଷ ଦ୍ରୁତ ଗତିରେ ବିତିଯାଇଛି, ଗୋଟିଏ ପରେ ଗୋଟିଏ ଆହ୍ୱାନ ଆଣିଛି, ତଥାପି କେହି ଭାରତର ଗତିକୁ ରୋକିପାରିଲେ ନାହିଁ ।

ଗତ ଚାରିରୁ ପାଞ୍ଚ ବର୍ଷ ବିଶ୍ୱସ୍ତରୀୟ ଆହ୍ୱାନରେ ପରିପୂର୍ଣ୍ଣ ଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୨୦ ମସିହାରେ, କୋଭିଡ-୧୯ ମହାମାରୀ ବିଶ୍ୱସ୍ତରୀୟ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଥିଲା, ଯାହା ବ୍ୟାପକ ଅନିଶ୍ଚିତତା ସୃଷ୍ଟି କରିଥିଲା । ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା ଏବଂ ବିଶ୍ୱ ନିରାଶା ଆଡକୁ ଗତି କରିବାକୁ ଲାଗିଲା । ଯେତେବେଳେ ପରିସ୍ଥିତିରେ ସୁଧାର ଆସିବା ଆରମ୍ଭ ହେଲା, ପଡୋଶୀ ଦେଶଗୁଡିକରେ ଅଶାନ୍ତି ଦେଖାଦେଇଥିଲା । ଏହି ସଂକଟ ମଧ୍ୟରେ, ଭାରତର ଅର୍ଥନୀତି ଉଚ୍ଚ ଅଭିବୃଦ୍ଧି ହାର ହାସଲ କରି ସ୍ଥିରତା ପ୍ରଦର୍ଶନ କରିଥିଲା । ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ୨୦୨୨ ମସିହାରେ, ୟୁରୋପୀୟ ସଙ୍କଟ ବିଶ୍ୱସ୍ତରୀୟ ଯୋଗାଣ ଶୃଙ୍ଖଳା ଏବଂ ଶକ୍ତି ବଜାରକୁ ପ୍ରଭାବିତ କରିଥିଲା, ଯାହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ, ୨୦୨୨-୨୩ ପର୍ଯ୍ୟନ୍ତ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଦୃଢ଼ ଭାବରେ ଜାରି ରହିଥିଲା । ୨୦୨୩ ମସିହାରେ, ପଶ୍ଚିମ ଏସିଆରେ ପରିସ୍ଥିତି ଖରାପ ହୋଇଥିଲେ ମଧ୍ୟ, ଭାରତର ଅଭିବୃଦ୍ଧି ହାର ମଜବୁତ ରହିଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଚଳିତ ବର୍ଷ ମଧ୍ୟ ବିଶ୍ୱସ୍ତରୀୟ ଅସ୍ଥିରତା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ସାତ ପ୍ରତିଶତ ପାଖାପାଖି ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ, “ଏପରି ଏକ ସମୟ ଯେତେବେଳେ ସମଗ୍ର ବିଶ୍ୱ ବିଭିନ୍ନ ବାଧାବିଘ୍ନ ଯୋଗୁଁ ଭୟଭୀତ, ଭାରତ ଆତ୍ମବିଶ୍ୱାସର ସହିତ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଅଗ୍ରସର ହେଉଛି ।” ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ, “ଭାରତ କେବଳ ଏକ ଉଦୀୟମାନ ବଜାର ନୁହେଁ, ବରଂ ଏକ ଉଦୀୟମାନ ମଡେଲ ।” ସେ ଆଲୋକପାତ କରିଥିଲେ ଯେ ବିଶ୍ୱ ଆଜି ଭାରତୀୟ ଅଭିବୃଦ୍ଧି ମଡେଲକୁ ଆଶାର ମଡେଲ ଭାବରେ ଦେଖୁଛି ।

 

 

ଏକ ମଜବୁତ ଗଣତନ୍ତ୍ର ଅନେକ ମାନଦଣ୍ଡରେ ପରୀକ୍ଷିତ ହୁଏ, ଯାହା ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜନଭାଗୀଦାରୀ, ଏହା ଉପରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ନିର୍ବାଚନ ସମୟରେ ଗଣତନ୍ତ୍ର ପ୍ରତି ଲୋକଙ୍କ ବିଶ୍ୱାସ ଏବଂ ଆକାଂକ୍ଷାର ସବୁଠାରୁ ଅଧିକ ଦେଖିବାକୁ ମିଳିଥାଏ । ୧୪ ନଭେମ୍ବରରେ ଘୋଷିତ ଫଳାଫଳ ବିଷୟରେ ଉଲ୍ଲେଖ କରି ସେ କହିଥିେ ଯେ, ଏହା ଐତିହାସିକ ଥିଲା ଏବଂ ଏଥିସହିତ, ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ସ୍ପଷ୍ଟ ଭାବରେ ଦେଖାଯାଇଥିଲା – କୌଣସି ଗଣତନ୍ତ୍ର ଏହାର ନାଗରିକଙ୍କ ବୃଦ୍ଧି ପାଉଥିବା ଅଂଶଗ୍ରହଣକୁ ଅଣଦେଖା କରିପାରିବ ନାହିଁ । ସେ ଉଲ୍ଲେଖ କରିଥିଲେ ଯେ, ଏଥର ବିହାର ଇତିହାସରେ ସର୍ବାଧିକ ଭୋଟର ମତଦାନ ରେକର୍ଡ କରିଛି । ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ମତଦାନ ପ୍ରାୟ ନଅ ପ୍ରତିଶତ ଅଧିକ । ଏହା ମଧ୍ୟ ଗଣତନ୍ତ୍ରର ବିଜୟ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ବିହାରର ଫଳାଫଳ ପୁଣି ଥରେ ଭାରତର ଲୋକଙ୍କ ଉଚ୍ଚ ଆକାଂକ୍ଷାକୁ ପ୍ରଦର୍ଶନ କରୁଛି । ସେ କହିଛନ୍ତି ଯେ, ଆଜି ନାଗରିକମାନେ ସେହି ରାଜନୈତିକ ଦଳଗୁଡିକ ଉପରେ ଭରସା ରଖିଛନ୍ତି ଯେଉଁମାନେ ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ଆନ୍ତରିକତାର ସହିତ କାର୍ଯ୍ୟ କରନ୍ତି ଏବଂ ବିକାଶକୁ ପ୍ରାଥମିକତା ଦିଅନ୍ତି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଜ୍ୟ ସରକାରଙ୍କୁ – ବିଚାରଧାରା ନିର୍ବିଶେଷରେ, ବାମ, ଡାହାଣ କିମ୍ବା କେନ୍ଦ୍ର –ବିହାରର ଫଳାଫଳରୁ ଶିକ୍ଷା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଆଜି ଯେଉଁ ପ୍ରକାରର ଶାସନ ପ୍ରଦାନ କରାଯାଇଛି ତାହା ଆଗାମୀ ବର୍ଷଗୁଡିକରେ ରାଜନୈତିକ ଦଳଗୁଡିକର ଭବିଷ୍ୟତ ନିର୍ଦ୍ଧାରଣ କରିବ । ସେ କହିଛନ୍ତି ଯେ, ବିରୋଧୀଙ୍କୁ ବିହାରର ଲୋକମାନେ ୧୫ ବର୍ଷ ଦେଇଥିଲେ ଏବଂ ଯେତେବେଳେ ସେମାନଙ୍କୁ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାର ସୁଯୋଗ ମିଳିଥିଲା, ସେମାନେ ଜଙ୍ଗଲ ରାଜର ପଥ ବାଛିଥିଲେ । ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି ଯେ, ବିହାରର ଲୋକମାନେ ଏହି ବିଶ୍ୱାସଘାତକତାକୁ କେବେ ଭୁଲିପାରିବେ ନାହିଁ । ସେ ଗୁରୁତ୍ୱାରୋପ କରିଥିଲେ ଯେ, କେନ୍ଦ୍ର ସରକାର ହେଉ କିମ୍ବା ରାଜ୍ୟର ବିଭିନ୍ନ ଦଳର ନେତୃତ୍ୱାଧୀନ ସରକାର, ସର୍ବୋଚ୍ଚ ପ୍ରାଥମିକତା ବିକାଶ ଏବଂ କେବଳ ବିକାଶ ହେବା ଉଚିତ । ଶ୍ରୀ ମୋଦୀ ସମସ୍ତ ରାଜ୍ୟ ସରକାରଙ୍କୁ ଉନ୍ନତ ନିବେଶ ପରିବେଶ ସୃଷ୍ଟି କରିବାରେ, ବ୍ୟବସାୟ ସୁଗମତାରେ ଉନ୍ନତି ଆଣିବାରେ ପ୍ରତିଯୋଗିତା କରିବାକୁ ଏବଂ ବିକାଶର ମାନଦଣ୍ଡକୁ ଆଗକୁ ବଢ଼ାଇବାରେ ପ୍ରତିଯୋଗିତା କରିବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ, ଏପରି ପ୍ରୟାସ ଲୋକଙ୍କ ବିଶ୍ୱାସ ଅର୍ଜନ କରିବ ।

 

ଶ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ବିହାର ନିର୍ବାଚନର ବିଜୟ ପରେ, କିଛି ବ୍ୟକ୍ତି - ଯେଉଁମାନଙ୍କ ମଧ୍ୟରେ ତାଙ୍କ ପ୍ରତି ସହାନୁଭୂତିଶୀଳ କିଛି ଗଣମାଧ୍ୟମ ବ୍ୟକ୍ତିତ୍ୱ ସାମିଲ ଅଛନ୍ତି - ପୁଣି ଥରେ ଦାବି କରିଛନ୍ତି ଯେ, ତାଙ୍କ ଦଳ ଏବଂ ସେ ଚବିଶ ଘଣ୍ଟା ନିର୍ବାଚନ ମୋଡରେ କାର୍ଯ୍ୟ କରୁଥିଲେ । ସେ ଏହାର ପ୍ରତିବାଦ କରି ସେ କହିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ନିର୍ବାଚନ ମୋଡରେ ରହିବା ଆବଶ୍ୟକ ନୁହେଁ, ବରଂ ଘଣ୍ଟା ଘଣ୍ଟା ଭାବପ୍ରବଣ ମୋଡରେ ରହିବା ଆବଶ୍ୟକ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯେତେବେଳେ ଗୋଟିଏ ମିନିଟ ମଧ୍ୟ ନଷ୍ଟ ନକରି, ଗରିବଙ୍କ ଦୁଃଖ କମ କରିବା, ନିଯୁକ୍ତି ଯୋଗାଇବା, ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଏବଂ ମଧ୍ୟବିତ୍ତ ବର୍ଗର ଆକାଂକ୍ଷା ପୂରଣ କରିବା ପାଇଁ ଏକ ଅର୍ନ୍ତନିହିତ ଅସ୍ଥିରତା ଥାଏ, ସେତେବେଳେ ନିରନ୍ତର କଠିନ ପରିଶ୍ରମ ପ୍ରେରଣାଦାୟକ ଶକ୍ତି ଯୋଗାଇଥାଏ । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଯେତେବେଳେ ଏହି ଭାବପ୍ରବଣତା ଏବଂ ପ୍ରତିବଦ୍ଧତା ସହିତ ଶାସନ କରାଯାଏ, ନିର୍ବାଚନ ଦିନ ଫଳାଫଳ ଦୃଶ୍ୟମାନ ହୁଏ – ଯେପରି ବର୍ତ୍ତମାନ ବିହାରରେ ଦେଖାଯାଇଛି ।

ଶ୍ରୀ ରାମନାଥ ଗୋଏଙ୍କାଙ୍କୁ ବିଦିଶାରୁ ଜନସଂଘ ଟିକେଟ ମିଳିବା ବିଷୟରେ ଏକ କାହାଣୀ ଶୁଣାଇ ଶ୍ରୀ ମୋଦୀ କହିଥିଲେ ଯେ, ସେହି ସମୟରେ ରାମନାଥ ଜୀ ଏବଂ ନାନାଜୀ ଦେଶମୁଖଙ୍କ ମଧ୍ୟରେ ସଂଗଠନ କିମ୍ବା ଚେହେରା ଅଧିକ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆଲୋଚନା ହୋଇଥିଲା । ନାନାଜୀ ଦେଶମୁଖ ରାମନାଥ ଜୀଙ୍କୁ କହିଥିଲେ ଯେ, ତାଙ୍କୁ କେବଳ ନାମାଙ୍କନ ଦାଖଲ କରିବା ପାଇଁ ଏବଂ ପରେ ତାଙ୍କର ବିଜୟ ପ୍ରମାଣପତ୍ର ସଂଗ୍ରହ କରିବାକୁ ଆସିବାକୁ ପଡିବ । ନାନାଜୀ ତାପରେ ଦଳୀୟ କର୍ମୀମାନଙ୍କ ମାଧ୍ୟମରେ ପ୍ରଚାର ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ରାମନାଥ ଜୀଙ୍କ ବିଜୟ ସୁନିଶ୍ଚିତ କରିଥିଲେ । ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ, ଏହି କାହାଣୀ କହିବା ପଛରେ ତାଙ୍କ ଉଦ୍ଦେଶ୍ୟ ନଥିଲା ଯେ ପ୍ରାର୍ଥୀମାନଙ୍କୁ କେବେଳ ନାମାଙ୍କନ ଦାଖଲ କରିବା ଉଚିତ, ବରଂ ଦଳର ଅଗଣିତ କର୍ମୀଙ୍କ ସମର୍ପଣ ଜାଗ୍ରତ କରିବା । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଲକ୍ଷ ଲକ୍ଷ କର୍ମୀ ସେମାନଙ୍କର ଝାଳରେ ଦଳକୁ ପୋଷଣା କରିଛନ୍ତି ଏବଂ ଏବେ ମଧ୍ୟ ଜାରି ରଖିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ କେରଳ, ପଶ୍ଚିମବଙ୍ଗ ଏବଂ ଜମ୍ମୁ ତଥା କାଶ୍ମୀର ଭଳି ରାଜ୍ୟରେ ଶହ ଶହ କର୍ମୀ ଦଳ ପାଇଁ ନିଜର ରକ୍ତ ମଧ୍ୟ ବୁହାଇଛନ୍ତି । ଶ୍ରୀ ମୋଦୀ କହିଥିଲେ ଯେ, ଏପରି ପ୍ରତିବଦ୍ଧ କର୍ମୀ ଥିବା ଦଳ ପାଇଁ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ନୁହେଁ, ବରଂ ନିରନ୍ତର ସେବା ମାଧ୍ୟମରେ ଲୋକଙ୍କ ହୃଦୟ ଜିତିବା ।

ଜାତୀୟ ବିକାଶ ପାଇଁ ଏହାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବା ଅତ୍ୟନ୍ତ ଜରୁରୀ ବୋଲି ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ସରକାରୀ ଯୋଜନାଗୁଡିକ ଦଳିତ, ଅବହେଳିତ, ଶୋଷିତ ଏବଂ ବଞ୍ଚିତଙ୍କ ପାଖରେ ପହଞ୍ଚେ, ସେତେବେଳେ ପ୍ରକୃତ ସାମାଜିକ ନ୍ୟାୟ ସୁନିଶ୍ଚିତ ହୁଏ । ସେ କହିଥିଲେ ଯେ, ବିଗତ ଦଶନ୍ଧିଗୁଡିକରେ, ସାମାଜିକ ନ୍ୟାୟ ଆଳରେ, କିଛି ଦଳ ଏବଂ ପରିବାର ନିଜର ସ୍ୱାର୍ଥ ହାସଲ କରିଥିଲେ ।

ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଆଜି ଦେଶ ସାମାଜିକ ନ୍ୟାୟକୁ ବାସ୍ତବରେ ପରିଣତ ହେଉଥିବା ଦେଖିପାରୁଛି । ସେ ପ୍ରକୃତ ସାମାଜିକ ନ୍ୟାୟର ଅର୍ଥ କ’ଣ ତାହା ବିସ୍ତାର କରିବା ସହ ୧୨ କୋଟି ଶୌଚାଳୟ ନିର୍ମାଣର ଉଦାହରଣ ଦେଇଥିଲେ, ଯାହା ଖୋଲା ଆକାଶ ତଳେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଥିବା ଲୋକମାନଙ୍କ ପାଇଁ ସମ୍ମାନ ଆଣିଦେଇଛି । ସେ ଉଲ୍ଲେଖ କରିଥିଲେ ଯେ, ୫୭ କୋଟି ଜନଧନ ବ୍ୟାଙ୍କ ଆକାଉଣ୍ଟ ସେମାନଙ୍କ ପାଇଁ ଆର୍ଥିକ ଅର୍ନ୍ତଭୁକ୍ତିକୁ ସକ୍ଷମ କରିଛି ଯାହାକୁ ପୂର୍ବ ସରକାରଗୁଡିକ ବ୍ୟାଙ୍କ ଆକାଉଣ୍ଟ ପାଇଁ ଯୋଗ୍ୟ ବିବେଚନା ମଧ୍ୟ କରିନଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ୪ କୋଟି ପକ୍କା ଘର ଗରିବ ଲୋକଙ୍କୁ ନୂତନ ସ୍ୱପ୍ନ ଦେଖିବା ପାଇଁ ସଶକ୍ତ କରିଛି ଏବଂ ବିପଦର ସମ୍ମୁଖୀନ ହେବାକୁ ସେମାନଙ୍କର କ୍ଷମତା ବୃଦ୍ଧି କରିଛି ।

 

ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ ଯେ, ଆଜି ଦେଶ ସାମାଜିକ ନ୍ୟାୟକୁ ବାସ୍ତବରେ ପରିଣତ ହେଉଥିବା ଦେଖିପାରୁଛି । ସେ ପ୍ରକୃତ ସାମାଜିକ ନ୍ୟାୟର ଅର୍ଥ କ’ଣ ତାହା ବିସ୍ତାର କରିବା ସହ ୧୨ କୋଟି ଶୌଚାଳୟ ନିର୍ମାଣର ଉଦାହରଣ ଦେଇଥିଲେ, ଯାହା ଖୋଲା ଆକାଶ ତଳେ ମଳତ୍ୟାଗ କରିବାକୁ ବାଧ୍ୟ ହେଉଥିବା ଲୋକମାନଙ୍କ ପାଇଁ ସମ୍ମାନ ଆଣିଦେଇଛି । ସେ ଉଲ୍ଲେଖ କରିଥିଲେ ଯେ, ୫୭ କୋଟି ଜନଧନ ବ୍ୟାଙ୍କ ଆକାଉଣ୍ଟ ସେମାନଙ୍କ ପାଇଁ ଆର୍ଥିକ ଅର୍ନ୍ତଭୁକ୍ତିକୁ ସକ୍ଷମ କରିଛି ଯାହାକୁ ପୂର୍ବ ସରକାରଗୁଡିକ ବ୍ୟାଙ୍କ ଆକାଉଣ୍ଟ ପାଇଁ ଯୋଗ୍ୟ ବିବେଚନା ମଧ୍ୟ କରିନଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ୪ କୋଟି ପକ୍କା ଘର ଗରିବ ଲୋକଙ୍କୁ ନୂତନ ସ୍ୱପ୍ନ ଦେଖିବା ପାଇଁ ସଶକ୍ତ କରିଛି ଏବଂ ବିପଦର ସମ୍ମୁଖୀନ ହେବାକୁ ସେମାନଙ୍କର କ୍ଷମତା ବୃଦ୍ଧି କରିଛି ।

ଗତ ୧୧ ବର୍ଷ ମଧ୍ୟରେ ସାମାଜିକ ସୁରକ୍ଷା ଉପରେ କରାଯାଇଥିବା କାର୍ଯ୍ୟ ଉଲ୍ଲେଖନୀୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ପ୍ରାୟ ୯୪ କୋଟି ଭାରତୀୟ ସାମାଜିକ ସୁରକ୍ଷା ପରିସରଭୁକ୍ତ, ଯାହା ଦଶନ୍ଧି ପୂର୍ବେ ମାତ୍ର ୨୫ କୋଟି ଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ, ପୂର୍ବରୁ କେବଳ ୨୫ କୋଟି ଲୋକ ସରକାରୀ ସାମାଜିକ ସୁରକ୍ଷା ଯୋଜନାରୁ ଉପକୃତ ହେଉଥିଲେ, କିନ୍ତୁ ଏବେ ଏହି ସଂଖ୍ୟା ୯୪ କୋଟିକୁ ବୃଦ୍ଧି ପାଇଛି – ଏହା ହେଉଛି ପ୍ରକୃତ ସାମାଜିକ ନ୍ୟାୟ । ଶ୍ରୀ ମୋଦୀ୍‌୍ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର କେବଳ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିନାହାନ୍ତି ବରଂ ଏକ ପରିପୂର୍ଣ୍ଣ ମିଶନ ସହିତ କାର୍ଯ୍ୟ କରୁଛି, ଯାହା ସୁନିଶ୍ଚିତ କରେ ଯେ କୌଣସି ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ ନପଡନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ଏକ ସରକାର ପ୍ରତ୍ୟେକ ହିତାଧିକାରୀଙ୍କ ନିକଟରେ ପହଞ୍ଚବା ଲକ୍ଷ୍ୟ ନେଇ କାର୍ଯ୍ୟ କରେ, ସେତେବେଳେ ଏହା ଯେକୌଣସି ପ୍ରକାରର ଭେଦଭାବକୁ ଦୂର କରିଥାଏ । ଏପରି ପ୍ରୟାସର ଫଳସ୍ୱରୂପ, ଗତ ୧୧ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ର‌୍ୟକୁ ପରାସ୍ତ କରିଛନ୍ତି । ସେ ମନ୍ତବ୍ୟ ଦେଇଥିଲେ ଯେ, ଏହି କାରଣରୁ ଆଜି ବିଶ୍ୱ ସ୍ୱୀକାର କରୁଛି ଯେ, ‘ଗଣତନ୍ତ୍ର ପରିଣାମ ଦେଇଥାଏ’ ।

ପ୍ରଧାନମନ୍ତ୍ରୀ ଆହୁରି ଏକ ଉଦାହରଣ ଭାବରେ ଆକାଂକ୍ଷିତ ଜିଲ୍ଲା କାର୍ଯ୍ୟକ୍ରମର ଉଲ୍ଲେଖ କରିଥିଲେ । ସେ ଲୋକମାନଙ୍କୁ ଏହି ପଦକ୍ଷେପର ଅଧ୍ୟୟନ କରିବାକୁ ଆହ୍ୱାନ କରିଥିଲେ ଏବଂ କହିଥିଲେ ଯେ ଦେଶର ୧୦୦ରୁ ଅଧିକ ଜିଲ୍ଲାକୁ ପୂର୍ବରୁ ପଛୁଆ ଘୋଷଣା କରାଯାଇଥିଲା ଏବଂ ପୂର୍ବ ସରକାରଗୁଡିକ ଦ୍ୱାରା ଅବହେଳିତ ହୋଇଥିଲା । ଏହି ଜିଲ୍ଲାଗୁଡିକର ବିକାଶ ଅତ୍ୟନ୍ତ କଷ୍ଟକର ବୋଲି ବିବେଚନା କରାଯାଉଥିଲା ଏବଂ ସେଠାରେ ନିଯୁକ୍ତ ଅଧିକାରୀମାନଙ୍କୁ ପ୍ରାୟତଃ ଦଣ୍ଡିତ କରାଯାଉଥିବା ଦେଖାଯାଉଥିଲା । ସେ ପ୍ରକାଶ କରିଥିଲେ ଯେ, ଏହି ପଛୁଆ ଜିଲ୍ଲାଗୁଡିକରେ ୨୫ କୋଟିରୁ ଅଧିକ ନାଗରିକ ବାସ କରନ୍ତି, ଯାହା ସମାବେଶୀ ବିକାଶର ପରିଣାମ ଏବଂ ଗୁରୁତ୍ୱକୁ ସ୍ପଷ୍ଟ କରିଥାଏ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଯଦି ଏହି ପଛୁଆ ଜିଲ୍ଲାଗୁଡିକ ଅନୁନ୍ନତ ରହିଥାନ୍ତେ, ତେବେ ଭାରତ ଆଗାମୀ ଶହେ ବର୍ଷରେ ମଧ୍ୟ ବିକାଶ ହାସଲ କରିପାରି ନଥାନ୍ତା । ସେ କହିଥିଲେ ଯେ, ଏହି କାରଣରୁ ସରକାର ଏକ ନୂତନ ରଣନୀତି ଗ୍ରହଣ କରିଛନ୍ତି, ରାଜ୍ୟ ସରକାରଙ୍କୁ ସାମିଲ କରିଛନ୍ତି ଏବଂ କେଉଁ ଜିଲ୍ଲା ନିର୍ଦ୍ଦିଷ୍ଟ ବିକାଶ ମାନଦଣ୍ଡରେ କେତେ ପଛୁଆ ରହିଛି ତାହା ଚିହ୍ନଟ କରିବା ପାଇଁ ବିସ୍ତୃତ ଅଧ୍ୟୟନ କରିଛନ୍ତି । ଏହି ଅର୍ନ୍ତଦୃଷ୍ଟି ଉପରେ ଆଧାର କରି, ପ୍ରତ୍ୟେକ ଜିଲ୍ଲା ପାଇଁ ଉପଯୁକ୍ତ ରଣନୀତି ପ୍ରସ୍ତୁତ କରାଯାଇଛି । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଦେଶର ସର୍ବୋତ୍ତମ ଅଧିକାରୀ – ତେଜସ୍ୱୀ ଏବଂ ଉଦ୍‌ଭାବନଶୀଳ ମାନଙ୍କୁ ଏହି ଅଞ୍ଚଳଗୁଡିକରେ ନିୟୋଜିତ କରାଯାଇଛି । ଏହି ଜିଲ୍ଲାଗୁଡିକୁ ଆଉ ପଛୁଆ ନୁହେଁ, ବରଂ ଆକାଂକ୍ଷିତ ଜିଲ୍ଲା ଭାବରେ ପୁନଃପରିଭାଷିତ କରାଯାଇଥିଲା । ଆଜି, ଏହି ଜିଲ୍ଲାଗୁଡିକ ମଧ୍ୟରୁ ଅନେକ ବିକାଶର ଅନେକ ମାନଦଣ୍ଡରେ ନିଜ ନିଜ ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକୁ ପଛରେ ପକାଇ ଦେଉଛନ୍ତି ।

ଛତିଶଗଡର ବସ୍ତରକୁ ଏକ ଉଲ୍ଲେଖନୀୟ ଭାବରେ ନେଇ ଶ୍ରୀ ମୋଦୀ ମନେ ପକାଇଥିଲେ ଯେ, ସାମ୍ବାଦିକମାନଙ୍କୁ ପୂର୍ବରୁ ଏହି ଅଞ୍ଚଳ ପରିଦର୍ଶନ କରିବା ପାଇଁ ପ୍ରଶାସନ ଅପେକ୍ଷା ଅଣ-ସରକାରୀ ସଂସ୍ଥାର ଅନୁମତି ଆବଶ୍ୟକ ହେଉଥିଲା । ଆଜି, ସେହି ବସ୍ତର ବିକାଶ ପଥରେ ଆଗକୁ ବଢ଼ୁଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଇଣ୍ଡିଆନ ଏକ୍ସପ୍ରେସ ବସ୍ତର ଅଲିମ୍ପିକ୍ସକୁ କେତେ କଭରେଜ ଦେଇଛି ତାଙ୍କୁ ଠିକରେ ମନେ ନାହିଁ, କିନ୍ତୁ ବସ୍ତରର ଯୁବକମାନେ ଏବେ ବସ୍ତର ଅଲିମ୍ପିକ୍ସ ଭଳି କାର୍ଯ୍ୟକ୍ରମ କିପରି ଆୟୋଜନ କରୁଛନ୍ତି ତାହା ଦେଖି ଶ୍ରୀ ରାମନାଥ ଗୋଏଙ୍କା ବହୁତ ଖୁସି ହୋଇଥାନ୍ତେ ।

 

ବସ୍ତର ବିଷୟରେ ଆଲୋଚନା କରିବା ସମୟରେ ନକ୍ସଲବାଦ କିମ୍ବା ମାଓବାଦୀ ଆତଙ୍କବାଦ ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରିବା ଜରୁରୀ ବୋଲି ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ, ସାରା ଦେଶରେ ନକ୍ସଲବାଦର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ବିରୋଧୀ ଦଳ ମଧ୍ୟରେ ଏହା କମ୍ରଶଃ ସକ୍ରିୟ ହେଉଛି । ସେ ଉଲ୍ଲେଖ କରିଥିଲେ ଯେ, ଗତ ପାଞ୍ଚ ଦଶନ୍ଧି ଧରି ଭାରତର ପ୍ରାୟ ପ୍ରତ୍ୟେକ ପ୍ରମୁଖ ରାଜ୍ୟ ମାଓବାଦୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଥିଲେ ଯେ, ବିରୋଧୀ ଦଳ ଭାରତୀୟ ସମ୍ବିଧାନକୁ ପ୍ରତ୍ୟାଖ୍ୟାନ କରୁଥିବା ମାଓବାଦୀ ଆତଙ୍କବାଦକୁ ପୋଷଣ କରିଚାଲିଛନ୍ତି । ସେ ଆହୁରିମଧ୍ୟ କହିଥିଲେ ଯେ, ସେମାନେ କେବଳ ଦୁର୍ଗମ ଜଙ୍ଗଲ ଅଞ୍ଚଳର ନକ୍ସଲବାଦକୁ ସମର୍ଥନ କରିନଥିଲେ ବରଂ ସହରାଞ୍ଚଳର କେନ୍ଦ୍ର ଏବଂ ପ୍ରମୁଖ ପ୍ରତିଷ୍ଠାନଗୁଡିକରେ ମଧ୍ୟ ଏହାକୁ ସ୍ଥିତି ସୁଦୃଢ଼ କରିବାରେ ସାହାଯ୍ୟ କରିଥିଲେ ।

୧୦-୧୫ ବର୍ଷ ପୂର୍ବେ, ସହରୀ ନକ୍ସଲମାନେ ବିରୋଧୀ ଦଳ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିସାରିଥିଲେ ଏବଂ ଆଜି ସେମାନେ ଦଳକୁ “ମୁସଲିମ ଲିଗ୍ – ମାଓବାଦୀ କଂଗ୍ରେସ” (ଏମ୍‌ଏମ୍‌ସି) ରେ ପରିଣତ କରିଛନ୍ତି । ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ ଯେ, ଏହି ଏମ୍‌ଏମ୍‌ସି ନିଜ ସ୍ୱାର୍ଥ ପାଇଁ ଜାତୀୟ ସ୍ୱାର୍ଥକୁ ପରିତ୍ୟାଗ କରିଛି ଏବଂ ଦେଶର ଏକତା ପାଇଁ କ୍ରମଶଃ ବିପଦ ପାଲଟିଛି ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଏକ ନୂଆ ଯାତ୍ରାରେ ଅଗ୍ରସର ହେଉଥିବା ବେଳେ, ଶ୍ରୀ ରାମନାଥ ଗୋଏଙ୍କାଙ୍କ ଐତିହ୍ୟ ଆହୁରି ପ୍ରାସଙ୍ଗିକ ହୋଇପଡୁଛି । ବ୍ରିଟିଶ ଉପନିବେଶବାଦୀ ଶାସନକୁ ରାମନାଥ ଜୀ କିପରି ତୀବ୍ର ଭାବରେ ପ୍ରତିରୋଧ କରିଥିଲେ ତାହା ମନେ ପକାଇବା ସହ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ପାଦକୀୟ ଘୋଷଣାକୁ ଉଦ୍ଧୃତ କରିଥିଲେ: “ମୁଁ ବ୍ରିଟିଶ ନିର୍ଦ୍ଦେଶ ପାଳନ କରିବା ଅପେକ୍ଷା ଖବରକାଗଜ ବନ୍ଦ କରିବା ପସନ୍ଦ କରିବି ।” ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଜରୁରୀକାଳୀନ ପରିସ୍ଥିତି ସମୟରେ, ଯେତେବେଳେ ଦେଶକୁ ଅଧିନ କରିବା ପାଇଁ ଆଉ ଏକ ପ୍ରୟାସ କରାଯାଇଥିଲା, ରାମନାଥ ଜୀ ପୁଣି ଥରେ ଦୃଢ଼ ଭାବରେ ଠିଆ ହୋଇଥିଲେ । ସେ ଆଲୋକପାତ କରିଥିଲେ ଯେ, ଚଳିତ ବର୍ଷ ଜରୁରୀକାଳୀନ ପରିସ୍ଥିତିର ପଚାଶ ବର୍ଷ ପୂରଣ ହୋବକୁ ଯାଉଛି ଏବଂ ଇଣ୍ଡିଆନ ଏକ୍ସପ୍ରେସ ସେତେବେଳେ ଦର୍ଶାଇଥିଲା ଯେ, ଖାଲି ସମ୍ପାଦକୀୟ ମଧ୍ୟ ଲୋକଙ୍କୁ ଅଧିନ କରିବାକୁ ଚାହୁଁଥିବା ମାନସିକତାକୁ ଚ୍ୟାଲେଞ୍ଜ କରିପାରିବ ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଭାରତକୁ ଦାସତ୍ୱର ମାନସିକତାରୁ ମୁକ୍ତ କରିବା ବିଷୟ ଉପରେ ବିସ୍ତୃତ ଭାବରେ କହିବେ । ସେ କହିଛନ୍ତି ଯେ, ଏଥିପାଇଁ ୧୯୦ ବର୍ଷ ପୂର୍ବରୁ, ଏପରିକି ୧୮୫୭ ମସିହାରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପୂର୍ବ ସମୟ ୧୮୩୫ ମସିହାକୁ ଯିବାକୁ ପଡିବ, ଯେତେବେଳେ ବ୍ରିଟିଶ  ସାଂସଦ ଥୋମାସ ବାବିଂଟନ ମାକଲେ ଭାରତକୁ ଏହାର ସାଂସ୍କୃତିକ ମୂଳଦୁଆରୁ ମୂଳୋତ୍ପାଟନ କରିବା ପାଇଁ ଏକ ପ୍ରମୁଖ ଅଭିଯାନ ଆରମ୍ଭ କରିଥିଲେ । ମାକଲେ ଏପରି ଭାରତୀୟ ସୃଷ୍ଟି କରିବାକୁ ଉଦ୍ଦେଶ୍ୟ ରଖିଥିଲେ, ଯେଉଁମାନେ ଭାରତୀୟ ପରି ଦେଖାଯିବେ, କିନ୍ତୁ ବ୍ରିଟିଶାମାନଙ୍କ ପରି ଚିନ୍ତା କରୁଥିବେ । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ, ସେ କେବଳ ଭାରତର ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣି ନଥିଲେ ବରଂ, ଏହାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲେ । ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କର ଉଦାହରଣ ଦେଇଥିଲେ, ଯିଏ କହିଥିଲେ ଯେ, ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ଏକ ସୁନ୍ଦର ବୃକ୍ଷ ଥିଲା, ଯାହାକୁ ସମୂଳେ ଓପାଡି ନଷ୍ଟ କରି ଦିଆଗଲା ।

 

ଭାରତର ପାରମ୍ପରିକ ଶିକ୍ଷା ପଦ୍ଧତି ଏହାର ସଂସ୍କୃତିରେ ଗୌରବ ସୃଷ୍ଟି କରିଥାଏ ଏବଂ ଉଭୟ ଶିକ୍ଷା ଓ କୌଶଳ ବିକାଶକୁ ଗୁରୁତ୍ୱ ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ,ଏଥିପାଇଁ ମାକଲେ ଏହାକୁ ଧ୍ୱସ୍ତ କରିବାକୁ ଯୋଜନା କରିଥିଲେ - ଏବଂ ସଫଳ ବି ହୋଇଥିଲେ । ମାକଲେ ସେହି ସମୟରେ ବ୍ରିଟିଶ ଭାଷା ଓ ଚିନ୍ତାଧାରାକୁ ଗୁରୁତ୍ୱ ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ମାକଲେ ଆମର ଆତ୍ମବିଶ୍ୱାସକୁ ଚୂରମାର କରିଦେଇଥିଲେ ଏବଂ ହୀନ ଭାବନାର ସଂଚାର କରିଥିଲେ । ଗୋଟିଏ ଝଟକାରେ ହଜାର ବର୍ଷର ଆମର ଜ୍ଞାନବିଜ୍ଞାନକୁ, ଆମର କଳା-ସଂସ୍କୃତିକୁ, ଆମର ପୁରା ଜୀବନଶୈଳୀକୁ ଧ୍ୱସ୍ତ କରିଦେଇଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଥିଲେ,ଏହି ସମୟରେ ହିଁ ଏଭଳି ଚିନ୍ତାଧାରା ଓ ବିଶ୍ୱାସର ମଂଜି ବୁଣାହୋଇଥିଲା ଯେ ବିକାଶ ଏବଂ ଆଗକୁ ବଢ଼ିବାକୁ ହେଲେ କେବଳ ବିଦେଶୀ ଶୈଳୀ ଦ୍ୱାରା ସମ୍ଭବ ହୋଇପାରିବ । ସ୍ୱାଧୀନତା ମିଳିବା ପରେ ଏହି ଚିନ୍ତାଧାରା ଆହୁରି ଦୃଢ଼ ହୋଇଯାଇଥିଲା । ଭାରତର ଶିକ୍ଷା,ଅର୍ଥନୀତି ଏବଂ ସାମାଜିକ ଆକାଂକ୍ଷା ସବୁକିଛି ବିଦେଶ ସହ ଯୋଡ଼ି ହୋଇଯାଇଥିଲା । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱଦେଶୀ ବ୍ୟବସ୍ଥାର ଗର୍ବ ହ୍ରାସ ପାଇଥିଲା ଏବଂ ବିଶେଷ ଭାବେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପଡ଼ିଥିବା ସ୍ୱଦେଶୀ ମୂଳଦୁଆକୁ ଭୁଲିଯାଇଥିଲେ । ପ୍ରଶାସନିକ ମଡେଲକୁ ବିଦେଶରେ ଖୋଜିବାରେ ଲାଗିଲେ ଏବଂ ବିଦେଶୀ ହାତରୁ ନବାଚାରକୁ ଅପେକ୍ଷା କରି ରହିଲେ । ଏହି ମାନସିକତା ରହିଗଲା, ଯାହାଦ୍ୱାରା ଆମଦାନୀ ହେଉଥିବା ଚିନ୍ତାଧାରା, ଦ୍ରବ୍ୟ ଓ ସେବା ସର୍ବୋତ୍ତମ ବୋଲି ସାମାଜିକ ପ୍ରବୃତ୍ତି ରହିଗଲା ।

ପ୍ରଧାନମନ୍ତ୍ରୀ କହିଥିଲେ,ଯେତେବେଳେ ଏକ ରାଷ୍ଟ୍ର ନିଜକୁ ସମ୍ମାନ ଦେବାରେ ବିଫଳ ହୁଏ, ଏହାର ମେଡ୍ ଇନ୍ ଇଣ୍ଡିଆ ନିମାଣ ଢାଞ୍ଚା ସହ ନିଜର ସ୍ୱଦେଶୀ ଇକୋସିଷ୍ଟମକୁ ପ୍ରତ୍ୟାଖ୍ୟାନ କରିଥାଏ । ସେ ପର୍ଯ୍ୟଟନକୁ ଉଦାହରଣ ଭାବେ ଉପସ୍ଥାପିତ କରିଥିଲେ, ପ୍ରତ୍ୟେକ ଦେଶ ଯେଉଁଠାରେ ପର୍ଯ୍ୟଟନର ବିକାଶ ହୋଇଥାଏ, ସେଠାକାର ଲୋକେ ଐତିହାସିକ ଐତିହ୍ୟକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ସେ କହିଥିଲେ, କିନ୍ତୁ ଏଠାରେ ଓଲଟା ହୋଇଥିଲା,ସ୍ୱାଧୀନତା ପରବର୍ତ୍ତୀ ଭାରତରେ ନିଜ ଐତିହ୍ୟକୁ ଆଡ଼େଇ ଦିଆଯାଇଥିଲା । ନିଜ ଐତିହ୍ୟ ପ୍ରତି ଗର୍ବ ନଥିଲେ, ଏହାର ସଂରକ୍ଷଣରେ କୌଣସି ଉତ୍ସାହ ଆସି ନଥାଏ, ଏବଂ ସଂରକ୍ଷଣ ବିନା ଏଭଳି ଐତିହ୍ୟ କେବଳ ଇଟାପଥର ରୂପରେ ରହିଯାଇଥାଏ । ପର୍ଯ୍ୟଟନର ବିକାଶ ପାଇଁ ନିଜର ଐତିହ୍ୟ ଉପରେ ଗର୍ବ କରିବା ଜରୁରି ବୋଲି ସେ ଗୁରୁତ୍ୱ ଦେଇଥିଲେ ।

ସ୍ଥନୀୟ ଭାଷା ପ୍ରସଙ୍ଗ ଉଠାଇ ସେ ପ୍ରଶ୍ନ କରିଥିଲେ, କୌଣସି ଦେଶ ନିଜ ସ୍ଥାନୀୟ ଭାଷାକୁ ଆଡ଼େଇ ଦିଏ କି ? ଜାପାନ, ଚୀନ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ବିଭିନ୍ନ ବିଦେଶୀ ବ୍ୟବସ୍ଥାକୁ ଆଦରିଥିଲେ ମଧ୍ୟ କେବେ ହେଲେ ନିଜ ସ୍ଥାନୀୟ ଭାଷା ପ୍ରସଙ୍ଗରେ ବୁଝାମଣା କରିନାହାନ୍ତି । ସେ ଉଲ୍ଲେଖ କରିଥିଲେ, ଖାସ୍ ଏଥିପାଇଁ ନୂଆ ଜାତୀୟ ଶିକ୍ଷା ନୀତିରେ ଆମେ ସ୍ଥାନୀୟ ଭାଷାରେ ପଢ଼ାକୁ ବିଶେଷ ଗୁରୁତ୍ୱ ଦେଇଛୁ । ଏହା ସ୍ପଷ୍ଟ କରି ସେ କହିଥିଲେ, ସରକାର ଇଂରାଜୀ ଭାଷାକୁ ବିରୋଧ କରୁନାହାନ୍ତି, କିନ୍ତୁ ଭାରତୀୟ ଭାଷାକୁ ଦୃଢ଼ ଭାବେ ସମର୍ଥନ କରୁଛନ୍ତି ।

ଭାରତର ସଂସ୍କୃତି ଓ ଶିକ୍ଷା ପଦ୍ଧତି ବିରୋଧରେ ମାକଲେ କରିଥିବା ଅପରାଧ ୨୦୩୫ ମସିହାକୁ ୨୦୦ ବର୍ଷ ହୋଇଯିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସମଗ୍ର ଦେଶକୁ ମାକଲେ ଆରମ୍ଭ କରିଥିବା ଦାସତ୍ୱର ଚିନ୍ତାଧାରାରୁ ମୁକ୍ତି ପାଇବାକୁ ଆଗାମୀ ଦଶ ବର୍ଷ ସଂକଳ୍ପ ନେଇ ଚାଲିବାକୁ ଆହ୍ୱାନ ଦେଇଥିଲେ । ମାକଲେ ଆରମ୍ଭ କରିଥିବା ଖରାପ ଏବଂ ସାମାଜିକ କଷ୍ଟକୁ ଆସନ୍ତା ଦଶନ୍ଧି ମଧ୍ୟରେ ଲୋପ କରିବାକୁ ସେ ଗୁରୁତ୍ୱ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି, ସେ ଲୋକମାନଙ୍କର ଆଉ ଅଧିକ ସମୟ ନେବେନାହିଁ । ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପ୍ ରାଷ୍ଟ୍ରର ପ୍ରତ୍ୟେକ ରୂପାନ୍ତରଣର ଓ ଅଭିବୃଦ୍ଧି କାହାଣୀର ସାକ୍ଷୀ ବୋଲି ସେ କହିଥିଲେ । ବିକଶିତ ଦେଶ ଲକ୍ଷ୍ୟ ପୂରଣ ଆଡକୁ ଭାରତ କ୍ରମେ ଅଗ୍ରସର ହେଉଛି, ଏହି ଯାତ୍ରାରେ ଗ୍ରୁପର ସହଯୋଗ ରହିଛି । ଶ୍ରୀ ରାମନାଥ ଗୋଏଙ୍କାଙ୍କ ବିଚାରଧାରାକୁ ସଂରକ୍ଷିତ କରି ରଖିବାରେ ଇଣ୍ଡିଆନ ଏକ୍ସପ୍ରେସ ଗ୍ରୁପର ଉତ୍ସର୍ଗୀକୃତ ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥଲେ ଏବଂ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇ ଉଦବୋଧନ ସମାପନ କରିଥିଲେ ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Rs 20,804-crore push to expand railway capacity across major corridors

Media Coverage

India's Rs 20,804-crore push to expand railway capacity across major corridors
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam seeking blessings for well-being, wisdom and prosperity
September 10, 2026

The Prime Minister, Shri Narendra Modi, shared a Sanskrit Subhashitam invoking blessings for the well-being, auspiciousness, protection, peace, wisdom and prosperity of all. The Subhashitam seeks the blessings of Lord Indra, Lord Surya, Lord Garuda and Lord Brihaspati.

The Prime Minister shared a Sanskrit Subhashitam-

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”

The Subhashitam conveys that May the glorious Lord Indra bless us with well-being. May Lord Surya, the knower of the entire universe and the sustainer of all, bring auspiciousness to us. May Lord Garuda, the destroyer of obstacles, protect us all. May Lord Brihaspati, the lord of knowledge, bless us with peace, wisdom and prosperity.

The Prime Minister wrote on X;

“स्वस्ति न इन्द्रो वृद्धश्रवाः।

स्वस्ति नः पूषा विश्ववेदाः।

स्वस्ति नस्तार्क्ष्यो अरिष्टनेमिः।

स्वस्ति नो बृहस्पतिर्दधातु॥”