ଇଟାଲିର ଅପୁଲିଆଠାରେ ଆଜି ଆୟୋଜିତ ଜି-୭ ସମ୍ମିଳନୀର କୃତ୍ରିମ ପ୍ରଜ୍ଞା ଓ ଶକ୍ତି , ଆଫ୍ରିକା ଓ ଭୂମଧ୍ୟସାଗରୀୟ ଆଉଟରିଚ୍ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଂଶଗ୍ରହଣ କରିଛନ୍ତି । ଏହି ଗୋଷ୍ଠୀର ୫୦ତମ ବାର୍ଷିିକୀ ମାଇଲଖୁଣ୍ଟ ଅତିକ୍ରମ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ମାନବ ଇତିହାସରେ ସବୁଠାରୁ ବୃହତ୍ ଗଣତନ୍ତ୍ରରେ ପୁନଃ- ନିର୍ବାଚିତ ହେବାପରେ ଏହି ଶିଖର ସମ୍ମିଳନୀରେ ଯୋଗଦେବାକୁ ଆସି ସେ ଖୁବ୍ ଆନନ୍ଦିତ । ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରଯୁକ୍ତିର ସଫଳତା ସକାଶେ ଏହାର ମାନବ କୈନ୍ଦ୍ରିକ ଆଭିମୁଖ୍ୟ ଆପଣାଯିବା ଆବଶ୍ୟକ । ତା’ହେଲେ ସେଥିରୁ ଆବଶ୍ୟକ ସଫଳତା ମିଳିପାରିବ । ଏହି ପରିପ୍ରେକ୍ଷୀରେ, ସେ ଜନ ସେବା ବିତରଣରେ ଡିଜିଟାଲ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତାର କାହାଣୀ ସେ ଉପସ୍ଥିତି ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ ।
 

ଭାରତର କୃତ୍ରିମ ପ୍ରଜ୍ଞା ମିଶନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର ‘ସମସ୍ତଙ୍କ ପାଇଁ କୃତ୍ରିମ ପ୍ରଜ୍ଞା’ନାମକରଣ କରାଯାଇଛି । ଏହି ପ୍ରଯୁକ୍ତି ସମସ୍ତଙ୍କ ପାଇଁ ପ୍ରଗତି ଏବଂ ସମସ୍ତଙ୍କ ନିମନ୍ତେ ମଙ୍ଗଳକର ହେବା ଉଚିତ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତିଯେ ଏହି ବ୍ୟାପକ ଉଦ୍ଦେଶ୍ୟିକାକୁ ସ୍ମରଣ ରଖି, ଭାରତ କୃତ୍ରିମ ପ୍ରଜ୍ଞା କ୍ଷେତ୍ରରେ ବୈଶ୍ୱିକ ସହଭାଗୀତାର ସ୍ଥାପୟିତା ସଦସ୍ୟ ଭାବରେ ଭାରତ ଅନ୍ତରାଷ୍ଟ୍ରୀୟ ସହଯୋଗକୁ ପ୍ରୋତ୍ସାହିତ କରିଆସୁଛି ।
ଏ ସମ୍ପର୍କରେ ନିଜର ବିସ୍ତୃତ ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଶକ୍ତି ପର୍ଯ୍ୟାନ୍ତର ମାର୍ଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏହାର ଉପଲବ୍ଧତା, ସହଜଲବ୍ଧତା ,ଏବଂ ସୁଲଭ ମୂଲ୍ୟ ଓ ଗ୍ରହଣୀୟତା ଆଧାରରେ ହିଁ ସେହିସବୁ କାର୍ଯ୍ୟକ୍ରମଗୁଡ଼ିକ ଆଧାରିତ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ୨୦୭୦ ମସିହା ସୁଦ୍ଧା ‘ନେଟ୍ ଜିରୋ’ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟ କରୁଛି । ଭାରତର ‘ଲାଇଫ୍‌’ (ପରିବେଶ ପାଇଁ ଜୀବନଶୈଳୀ) କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ବିଶ୍ୱ ସମୁଦାୟକୁ ଏଥିରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ଏବଂ ଏଥି ନିମନ୍ତେ ବିଶ୍ୱ ପରିବେଶ ଦିବସ ବୃକ୍ଷରୋପଣ ଅଭିଯାନରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି । ଏଥିରେ ‘ପ୍ଲାଣ୍ଟ୍ ଫର୍ ମଦର’ (ଏକ୍ ପେଢ଼୍ ମାଁ’କେ ନାମ୍‌’) ପାଇଁ ଆହ୍ୱାନ ଜଣାଯାଇଛି । ଏହା ଏକ ଗଣ ଆନ୍ଦୋଳନ ଯେଉଁଥିରେ ବ୍ୟକ୍ତିଗତ ଛିଟା ସହିତ ବୈଶ୍ୱିକ ଦାୟିତ୍ୱବୋଧ ରହିଛି ।
 

ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ଉଦ୍‌ବେଗ ପ୍ରତି ଗୁରୁତ୍ୱ ଆରୋପ କରାଯିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି ଏବଂ ବିଶେଷ କରି ଆଫ୍ରିକା ପାଇଁ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ସେ କହିଛନ୍ତି । ଏହି ଅବସରରେ ସେ ସ୍ମରଣ କରାଇ ଦେଇଛନ୍ତି ଯେ ଭାରତ ପାଇଁ ଏହା ଗୌରବର କଥା ଯେ ଆଫ୍ରିକୀୟ ସଂଘକୁ ଭାରତର ଜି-୭ ଅଧ୍ୟକ୍ଷତା ଅବଧିରେ ସ୍ଥାୟୀ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି । 
 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How GST 2.0 changed India’s car market and boosted small car sales

Media Coverage

How GST 2.0 changed India’s car market and boosted small car sales
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 19, 2026
May 19, 2026

Exports Up, Economy Strong, World Collaborating: PM Modi's Reforms Delivering Jobs, Growth & Green Future