ଭାରତ ଆଜି ଅଟକିବା ସ୍ଥିତିରେ ନାହିଁ! ଆମେ ଅଟକିବୁ ନାହିଁ କିମ୍ବା ଧୀମା ହେବୁ ନାହିଁ; ୧୪୦ କୋଟି ଭାରତୀୟ ପୂର୍ଣ୍ଣ ଗତିରେ ଏକାଠି ଆଗକୁ ବଢ଼ିବେ: ପ୍ରଧାନମନ୍ତ୍ରୀ
ଆଜି, ଯେତେବେଳେ ବିଶ୍ୱ ବିଭିନ୍ନ ପ୍ରତିବନ୍ଧକ ଓ ଅବରୋଧର ସମ୍ମୁଖୀନ ହେଉଛି, ଏକ ଅପରାଜୟ ଭାରତ ବିଷୟରେ କଥା ହେବା ସ୍ୱାଭାବିକ: ପ୍ରଧାନମନ୍ତ୍ରୀ
ଆଜି, ଭାରତ "ଭଙ୍ଗୁର ପାଞ୍ଚ" ଅର୍ଥନୀତି ମଧ୍ୟରୁ ବାହାରି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରୁ ଅନ୍ୟତମ ହୋଇଛି: ପ୍ରଧାନମନ୍ତ୍ରୀ
ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ, ଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଏବଂ ଆତ୍ମବିଶ୍ୱାସୀ: ପ୍ରଧାନମନ୍ତ୍ରୀ
ଆଜି, ଭାରତର ବିକାଶ ବିଶ୍ୱ ସୁଯୋଗକୁ ଆକାର ଦେଉଛି: ପ୍ରଧାନମନ୍ତ୍ରୀ
ସମଗ୍ର ବିଶ୍ୱ ଭାରତକୁ ଏକ ନିର୍ଭରଯୋଗ୍ୟ, ଦାୟିତ୍ୱବାନ ଏବଂ ସ୍ଥିର ଅଂଶୀଦାର ଭାବରେ ଦେଖୁଛି: ପ୍ରଧାନମନ୍ତ୍ରୀ
ବିଶ୍ୱ ପାଇଁ, "ଅଜଣା କ୍ଷେତ୍ରର ସୀମା" ଅନିଶ୍ଚିତ ମନେ ହୋଇପାରେ; କିନ୍ତୁ ଭାରତ ପାଇଁ, ଏହା ନୂତନ ସୁଯୋଗର ଦ୍ୱାର: ପ୍ରଧାନମନ୍ତ୍ରୀ
ଆମେ ପ୍ରତ୍ୟେକ ବିପଦକୁ ସଂସ୍କାରରେ, ପ୍ରତ୍ୟେକ ସଂସ୍କାରକୁ ନମନୀୟତାରେ ଏବଂ ପ୍ରତ୍ୟେକ ନମନୀୟତାକୁ ବିପ୍ଳବରେ ପରିଣତ କରିଛୁ: ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ମଧ୍ୟରେ, ଆମେ ନୀତି ଏବଂ ପ୍ରକ୍ରିୟା ଉଭୟକୁ ଗଣତାନ୍ତ୍ରିକ କରିବା ପାଇଁ କାର୍ଯ୍ୟ କରିଛୁ: ପ୍ରଧାନମନ୍ତ୍ରୀ
ଆଜି, ଆମେ ଗର୍ବର ସହିତ କହିପାରିବା ଯେ, ଭାରତ ନିଜସ୍ୱ ଘରୋଇ ୪ଜି ନେଟୱାର୍କ ସହିତ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଦେଶ ମଧ୍ୟରେ ଅଛି: ପ୍ରଧାନମନ୍ତ୍ରୀ
ମାଓବାଦୀ ଆତଙ୍କବାଦ ଏକ ମହାନ ଅନ୍ୟାୟ ଏବଂ ଦେଶର ଯୁବପିଢ଼ି ବିରୁଦ୍ଧରେ ଏକ ମହାପାପ; ମୁଁ ଦେଶର ଯୁବପିଢ଼ିଙ୍କୁ ସେହି ପରିସ୍ଥିତିରେ ଛାଡିପାରିବି ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୭.୧୦.୨୦୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ‘ଏନଡିଟିଭି ବିଶ୍ବ ସମ୍ମିଳନୀ ୨୦୨୫’ରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସମ୍ବୋଧନ କରି ସେ ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଲୋକମାନଙ୍କୁ ଦୀପାବଳୀର ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ, ଏନଡିଟିଭି ବିଶ୍ବ ସମ୍ମିଳନୀ ପାର୍ବଣର ଉତ୍ସବମୁଖର ସମୟରେ ଆୟୋଜିତ ହୋଇଛି । ସେ ଅଧିବେଶନର ବିଷୟବସ୍ତୁ "ଅଜେୟ ଭାରତ"କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଏହା ଯଥେଷ୍ଟ ଉପଯୁକ୍ତ, କାରଣ ଆଜିର ଭାରତ ବନ୍ଦ ହେବାର ମନୋଭାବରେ ନାହିଁ। ପ୍ରଧାନମନ୍ତ୍ରୀ କହିଥିଲେ, "ଭାରତ ବନ୍ଦ ହେବ ନାହିଁ, ଏହା ବନ୍ଦ ହେବ ନାହିଁ, ୧୪୦ କୋଟି ଭାରତୀୟ ଏକତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିଭିନ୍ନ ଅବରୋଧ ଓ ପ୍ରତିବନ୍ଧକର ସମ୍ମୁଖୀନ ହେଉଥିବା ଆଜିର ବିଶ୍ବରେ, ଅପରାଜେୟ ଭାରତ ବିଷୟରେ ଆଲୋଚନା ସ୍ୱାଭାବିକ ଏବଂ ସମୟୋଚିତ। ସେ ଏହି ବିଷୟକୁ ଏଗାର ବର୍ଷ ପୂର୍ବର ପରିସ୍ଥିତି ଏବଂ ବର୍ତ୍ତମାନର ପରିସ୍ଥିତି ସହ ତୁଳନାତ୍ମକ ଭାବେ ସ୍ଥାନିତ କରିବାକୁ ଚେଷ୍ଟା କରିଥିଲେ। ୨୦୧୪ ପୂର୍ବ ସମୟକୁ ମନେ ପକାଇ, ଶ୍ରୀ ମୋଦୀ ସେହି ସମୟରେ ଏପରି ଶିଖର ସମ୍ମିଳନୀଗୁଡ଼ିକରେ ଆଲୋଚନା ହେଉଥିବା ବିଭିନ୍ନ ସମସ୍ୟାବହୁଳ ବିଷୟ ଉପରେ ଆଲୋକପାତ କରିଥିଲେ - ଭାରତ କିପରି ବିଶ୍ୱ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବ, ଏହା କିପରି "ଭଙ୍ଗୁର ପାଞ୍ଚ" ଅର୍ଥନୀତିରୁ ବାହାରି ଆସିବ, ଦେଶ କେତେ ସମୟ ନୀତି ସ୍ଥାଣୁତାରେ ଫସି ରହିବ ଏବଂ ବଡ଼ ଧରଣର ଦୁର୍ନୀତିର ଯୁଗ କେବେ ଶେଷ ହେବ.. ।

 

ସେ ମନେ ପକାଇଦେଇଥିଲେ ଯେ ୨୦୧୪ ପୂର୍ବରୁ, ମହିଳା ସୁରକ୍ଷା ଉପରେ ବ୍ୟାପକ ଚିନ୍ତା କରାଯାଉଥିଲା ଏବଂ ଆତଙ୍କବାଦୀ ସ୍ଲିପର୍ ସେଲ୍ସଗୁଡ଼ିକର ଅନିୟନ୍ତ୍ରିତ ପ୍ରସାରକୁ ନେଇ ଚିନ୍ତା କରାଯାଉଥିଲା, ଦରଦାମ ବୃଦ୍ଧିକୁ ନେଇ "ମେହଙ୍ଗାଇ ଡାୟାନ ଖାଏ ଜାତ ହୈ" ପରି ଗୀତ ଶୁଭୁଥିଲା । ସେହି ସମୟରେ, ଆମ ଦେଶର ଲୋକେ ଏବଂ ବିଶ୍ୱ ସମ୍ପ୍ରଦାୟ ଉଭୟ ଅନୁଭବ କରିଥିଲେ ଯେ ସଙ୍କଟର ଜାଲରେ ଫସି ରହିଥିବା ଭାରତ ଆଉ ଉଠିପାରିବ ନାହିଁ। ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ ଗତ ଏଗାର ବର୍ଷ ମଧ୍ୟରେ ଭାରତ ସମସ୍ତ ସନ୍ଦେହକୁ ଭାଙ୍ଗି ଦେଇଛି ଏବଂ ପ୍ରତ୍ୟେକ ଆହ୍ବାନକୁ ଦୂର କରିଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତ "ଭଙ୍ଗୁର ପାଞ୍ଚ" ଅର୍ଥନୀତିରୁ ବାହାରି ଏବେ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଗଲାଣି। ମୁଦ୍ରାସ୍ଫୀତି ବର୍ତ୍ତମାନ ଦୁଇ ପ୍ରତିଶତ ତଳେ ଅଛି, ଯେତେବେଳେ ଅଭିବୃଦ୍ଧି ହାର ସାତ ପ୍ରତିଶତ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ, "ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ, ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ଭାରତର ଆତ୍ମବିଶ୍ୱାସ ସ୍ପଷ୍ଟ" । ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଉ ନୀରବ ରହୁନାହିଁ; ବରଂ ଏହା ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଏବଂ ଅପରେସନ ସିନ୍ଦୂର ଭଳି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ନିର୍ଣ୍ଣାୟକ ଜବାବ ପ୍ରଦାନ କରୁଛି।

ସଭାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ମୋଦୀ କୋଭିଡ୍-୧୯ ସମୟକୁ ମନେପକାଇବାକୁ ଅନୁରୋଧ କରି କହିଥିଲେ ଯେ ସେତେବେଳେ ବିଶ୍ୱ ଜୀବନ ଏବଂ ମରଣ ପରିସ୍ଥିତିର ସମ୍ମୁଖୀନ ହୋଇଥିଲା । ସେ କହିଥିଲେ ଯେ ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶ ଏତେ ବଡ଼ ସଙ୍କଟରୁ କିପରି ମୁକୁଳିବ ସେ ବିଷୟରେ ବିଶ୍ୱବ୍ୟାପୀ ଅନେକ ଆଶଙ୍କା ପ୍ରକାଶ ପାଉଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପ୍ରତ୍ୟେକ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରି ସାହସିକ ଭାବରେ ଏହି ସଙ୍କଟର ସମ୍ମୁଖୀନ ହୋଇଥିଲା, ଦ୍ରୁତ ଗତିରେ ନିଜର ଟୀକା ବିକଶିତ କରିଥିଲା, ରେକର୍ଡ ସମୟରେ ସେଗୁଡ଼ିକୁ ପ୍ରଦାନ କରିଥିଲା ଏବଂ ଏଥିରୁ ବାହାରି ବିଶ୍ବର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ଉଭା ହୋଇଥିଲା।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋଭିଡ୍-୧୯ର ସଂକଟ ନଯାଉଣୁ ବିଶ୍ୱର ବିଭିନ୍ନ ସ୍ଥାନରେ ସଂଘର୍ଷର ସୁତ୍ରପାତ ହୋଇଥିଲା ଏବଂ ଯୁଦ୍ଧର ଖବର ମୁଖ୍ୟ ଶିରୋନାମା ଥିଲା। ଏହା ପୁଣି ଥରେ ଭାରତର ଅଭିବୃଦ୍ଧି ସମ୍ଭାବନା ଉପରେ ପ୍ରଶ୍ନ ଉଠାଯାଉଥିଲା। ଶ୍ରୀ ମୋଦୀ କହିଥିଲେ ଯେ ଭାରତ ପୁଣି ଥରେ ସମସ୍ତ କଳ୍ପନାଜଳ୍ପନାକୁ ଭୁଲ ପ୍ରମାଣିତ କରିଛି ଏବଂ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ଉଭା ହେଉଛି। ଗତ ତିନି ବର୍ଷ ମଧ୍ୟରେ, ଭାରତର ହାରାହାରି ଅଭିବୃଦ୍ଧି ହାର ଏକ ଅଭୂତପୂର୍ବ ଏବଂ ଅପ୍ରତ୍ୟାଶିତ ୭.୮ ପ୍ରତିଶତ ରହିଛି। ସେ ଉଲ୍ଲେଖ କରିଥିଲେ ଯେ ଦୁଇ ଦିନ ପୂର୍ବରୁ ପ୍ରକାଶିତ ପଣ୍ୟଦ୍ରବ୍ୟ ରପ୍ତାନି ତଥ୍ୟ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୭ ପ୍ରତିଶତ ଅଭିବୃଦ୍ଧି ଦର୍ଶାଉଛି। ଗତ ବର୍ଷ, ଭାରତ ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କାର କୃଷି ସାମଗ୍ରୀ ରପ୍ତାନି କରିଥିଲା। ଅନେକ ଦେଶ ପାଇଁ ଅସ୍ଥିର ରେଟିଂ ପ୍ରଦାନ କରିଥିବା ଏସଏଣ୍ଡପି ୧୭ ବର୍ଷ ପରେ ଭାରତର କ୍ରେଡିଟ୍ ରେଟିଂକୁ ଉନ୍ନତ କରିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଧ୍ୟ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଉପରମୁହାଁ କରିଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କିଛି ଦିନ ପୂର୍ବରୁ, ଗୁଗଲ୍ ଭାରତର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ୧୫ ବିଲିୟନ ଡଲାରର ଏକ ବୃହତ୍ ନିବେଶ ଘୋଷଣା କରିଛି। ସେ କହିଛନ୍ତି ଯେ ସବୁଜ ଶକ୍ତି ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିବେଶ କରାଯାଉଛି।

ସାମ୍ପ୍ରତିକ ଇଏଫଟିଏ ବାଣିଜ୍ୟ ଚୁକ୍ତିନାମାକୁ ଉଦ୍ଧୃତ କରି ଶ୍ରୀ ମୋଦୀ କହିଥିଲେ, "ଭାରତର ଅଭିବୃଦ୍ଧି ଆଜି ବିଶ୍ବ ପାଇଁ ନୂଆ ସୁଯୋଗ ଆଣୁଛି।" ଏହି ଚୁକ୍ତିନାମା ଅନୁଯାୟୀ, ୟୁରୋପୀୟ ଦେଶମାନେ ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବାକୁ ପ୍ରତିବଦ୍ଧ ହୋଇଛନ୍ତି। ଏହା ବ୍ୟାପକ ନିଯୁକ୍ତି ସୃଷ୍ଟି କରିବ ବୋଲି ସେ କହିଛନ୍ତି । ସର୍ବବୃହତ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ସହିତ ଭାରତ ଆସିଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଘନିଷ୍ଠ ବନ୍ଧୁ ଶ୍ରୀ କୀର ଷ୍ଟାରମରଙ୍କ ସାମ୍ପ୍ରତିକ ଗସ୍ତ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ଭାରତରେ ବିଶ୍ୱ ଦେଖୁଥିବା ସୁଯୋଗର ସ୍ତରକୁ ପ୍ରତିଫଳିତ କରେ। ସେ ଉଲ୍ଲେଖ କରିଥିଲେ ଯେ ଜି-୭ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟ ଷାଠିଏ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ଶ୍ରୀ ମୋଦୀ କହିଛନ୍ତି, "ବିଶ୍ୱ ବର୍ତ୍ତମାନ ଭାରତକୁ ଏକ ନିର୍ଭରଯୋଗ୍ୟ, ଦାୟିତ୍ୱପୂର୍ଣ୍ଣ ଏବଂ ଉଦାର ଅଂଶୀଦାର ଭାବରେ ଦେଖେ।" ସେ ଉଲ୍ଲେଖ କରିଥିଲେ ଯେ ଭାରତ ଇଲେକ୍ଟ୍ରୋନିକ୍ସରୁ ଔଷଧ ଏବଂ ଅଟୋମୋବାଇଲ୍ ଠାରୁ ମୋବାଇଲ୍ ଉତ୍ପାଦନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବିପୁଳ ନିବେଶ ଆକୃଷ୍ଟ କରୁଛି । ଏହି ନିବେଶ ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବାରେ ସାହାଯ୍ୟ କରୁଛି।

 

ଶ୍ରୀ ମୋଦୀ କହିଥିଲେ ଯେ ଶିଖର ସମ୍ମିଳନୀର ବିଷୟବସ୍ତୁ, "ଏଜ ଅଫ ଅନସର୍ଟନିଟି", ବିଶ୍ୱ ପାଇଁ ଅନିଶ୍ଚିତତାର ପ୍ରତୀକ ହୋଇପାରେ, କିନ୍ତୁ ଭାରତ ପାଇଁ ଏହା ସୁଯୋଗର ଦ୍ୱାର। ସେ ଜୋର ଦେଇ କହିଛନ୍ତି ଯେ, ଭାରତ ଶତାବ୍ଦୀ ଧରି ଅଜଣା ଜଳପଥରେ ପଥ ପ୍ରଦର୍ଶନ କରିବାର ସାହସ ପ୍ରଦର୍ଶନ କରିଛି। ସନ୍ଥ, ବୈଜ୍ଞାନିକ ଏବଂ ନାବିକମାନେ ନିରନ୍ତର ପ୍ରମାଣ ଦେଇଛନ୍ତି ଯେ "ପ୍ରଥମ ପଦକ୍ଷେପ" ପରିବର୍ତ୍ତନର ଆରମ୍ଭ ହୋଇଥାଏ। ଏହା ପ୍ରଯୁକ୍ତିବିଦ୍ୟା ହେଉ, ମହାମାରୀ ସମୟରେ ଟୀକା ବିକାଶ, ଦକ୍ଷ ମାନବଶକ୍ତି, ଆର୍ଥିକ ପ୍ରଯୁକ୍ତିବିଦ୍ୟା, କିମ୍ବା ସବୁଜ ଶକ୍ତି କ୍ଷେତ୍ର, ଭାରତ ପ୍ରତ୍ୟେକ ବିପଦକୁ ସଂସ୍କାରରେ, ପ୍ରତ୍ୟେକ ସଂସ୍କାରକୁ ସ୍ଥିରତାରେ ଏବଂ ପ୍ରତ୍ୟେକ ସ୍ଥିରତାକୁ ବିପ୍ଳବରେ ପରିଣତ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଏମଏଫ ମୁଖ୍ୟ ନିକଟରେ ଦେଇଥିବା ମନ୍ତବ୍ୟକୁ ଉଦ୍ଧୃତ କରିଥିଲେ, ଯିଏକି ଭାରତର ଅର୍ଥନୈତିକ ସଂସ୍କାରକୁ ନେଇ ଉତ୍ସାହ ପ୍ରକାଶ କରିଥିଲେ। ସେ ଏକ ଉଦାହରଣ ଦେଇ କହିଥିଲେ ଯେ ଡିଜିଟାଲ ପରିଚୟର ସଫଳତାକୁ ନେଇ ବିଶ୍ବ ସମୁଦାୟ ସଂଦେହ ପ୍ରକାଶ କରିଥିଲା, ତଥାପି ଭାରତ ସେମାନଙ୍କୁ ଭୁଲ ପ୍ରମାଣିତ କରିଛି। ଆଜି, ବିଶ୍ୱର ୫୦ ପ୍ରତିଶତ ରିଅଲ୍-ଟାଇମ୍ ଡିଜିଟାଲ କାରବାର ଭାରତରେ ହୁଏ, ଏବଂ ଭାରତର ୟୁପିଆଇ ବିଶ୍ୱ ଡିଜିଟାଲ ପେମେଣ୍ଟ ସିଷ୍ଟମରେ ପ୍ରାଧାନ୍ୟ ବିସ୍ତାର କରିଛି। ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ପୂର୍ବାନୁମାନ ଏବଂ ମୂଲ୍ୟାଙ୍କନକୁ ପଛରେ ପକାଇବା ଭାରତର ଏକ ବୈଶିଷ୍ଟ୍ୟ ପାଲଟିଛି - ଏବଂ ସେଥିପାଇଁ ଭାରତ ଅଜେୟ।

 

ଶ୍ରୀ ମୋଦୀ ଜୋର ଦେଇ କହିଥିଲେ, "ଭାରତର ସଫଳତା ପଛରେ ପ୍ରକୃତ ଶକ୍ତି ହେଉଛି ଏହାର ଲୋକମାନେ।" ସେ କହିଛନ୍ତି ଯେ ନାଗରିକମାନେ ସେମାନଙ୍କର ପାଇଁ ନିହିତ ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିପାରିବେ ଯେତେବେଳେ ସରକାର ସେମାନଙ୍କ ଉପରେ ଚାପ ପକାଇବେ ନାହିଁ କିମ୍ବା ସେମାନଙ୍କ ଜୀବନରେ ହସ୍ତକ୍ଷେପ କରିବେ ନାହିଁ। ସେ କହିଥିଲେ ଯେ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏକ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରେ, ଯେତେବେଳେ କି ଅଧିକ ଗଣତାନ୍ତ୍ରିକୀକରଣ ଅଭିବୃଦ୍ଧିକୁ ବଢାଏ। ପ୍ରଧାନମନ୍ତ୍ରୀ ନୀତି ଏବଂ ପ୍ରକ୍ରିୟାର ଅମଲାତନ୍ତ୍ରୀକରଣକୁ ନିରନ୍ତର ପ୍ରୋତ୍ସାହିତ କରିବା ପାଇଁ ଷାଠିଏ ବର୍ଷ ଧରି ଶାସନ କରିଥିବା ବିରୋଧୀ ଦଳକୁ ସମାଲୋଚନା କରିଥିଲେ। ଏହାର ବିପରୀତ, ତାଙ୍କ ସରକାର ଗତ ଏଗାର ବର୍ଷ ଧରି ନୀତି ଏବଂ ପ୍ରକ୍ରିୟା ଉଭୟର ଗଣତାନ୍ତ୍ରିକୀକରଣ ଉପରେ ଧ୍ୟାନ ଦେଇଛନ୍ତି, ଯାହା ଏକ ଅଦମନୀୟ ଭାରତର ଅଭ୍ୟୁଦୟ ପଛରେ ଏକ ପ୍ରମୁଖ କାରଣ ବୋଲି ସେ କହିଥିଲେ।

ବ୍ୟାଙ୍କିଙ୍ଗ କ୍ଷେତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ୧୯୬୦ ଦଶକରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ବ୍ୟାଙ୍କଗୁଡ଼ିକର ଜାତୀୟକରଣକୁ ଯଥାର୍ଥ ବୋଲି ଦର୍ଶାଇ କହିଥିଲେ ଯେ ଏହା ଗରିବ, ଚାଷୀ ଏବଂ ଶ୍ରମିକଙ୍କ ପାଇଁ ବ୍ୟାଙ୍କିଙ୍ଗ ସେବାକୁ ବିସ୍ତାର କରିବ। ବାସ୍ତବତା ହେଉଛି, ତତ୍କାଳୀନ ଶାସକ ଦଳ ବ୍ୟାଙ୍କଗୁଡ଼ିକୁ ଲୋକଙ୍କଠାରୁ ଏତେ ଦୂରେଇ ରଖିଥିଲେ ଯେ ଗରିବମାନେ ସେମାନଙ୍କ ପାଖକୁ ଯିବାକୁ ମଧ୍ୟ ଭୟ କରୁଥିଲେ। ଫଳସ୍ୱରୂପ ୨୦୧୪ ମସିହାରେ, ଭାରତର ଅଧାରୁ ଅଧିକ ଜନସଂଖ୍ୟାର ବ୍ୟାଙ୍କ ଆକାଉଣ୍ଟ ନଥିଲା। ଶ୍ରୀ ମୋଦୀ ସ୍ପଷ୍ଟ କରିଥିଲେ ଯେ ଏହା କେବଳ ବ୍ୟାଙ୍କ ଆକାଉଣ୍ଟର ଅଭାବ ନୁହେଁ - ଏହାର ଅର୍ଥ ହେଉଛି ଜନସଂଖ୍ୟାର ଏକ ବଡ଼ ଅଂଶ ବ୍ୟାଙ୍କିଙ୍ଗର ଲାଭରୁ ବଞ୍ଚିତ ହୋଇଥିଲେ ଏବଂ ପ୍ରାୟତଃ ବଜାରରୁ ଉଚ୍ଚ ସୁଧ ହାରରେ ଋଣ ନେବା ପାଇଁ ସେମାନଙ୍କ ଘର ଏବଂ ଜମି ବନ୍ଧକ ରଖିବାକୁ ବାଧ୍ୟ ହେଉଥିଲେ।

 

ସେ କହିଥିଲେ ଯେ ଦେଶକୁ ଅତ୍ୟଧିକ ଅମଲାତାନ୍ତ୍ରିକ ଜଟିଳତାରୁ ମୁକ୍ତ କରିବା ଅତ୍ୟନ୍ତ ଜରୁରୀ, ଏବଂ ତାଙ୍କ ସରକାର ଏହାକୁ ସଫଳତାର ସହିତ ହାସଲ କରିଛି। ପ୍ରଧାନମନ୍ତ୍ରୀ ବ୍ୟାଙ୍କିଂ କ୍ଷେତ୍ରର ଗଣତାନ୍ତ୍ରୀକରଣ ଏବଂ ସଂସ୍କାର ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ୫୦ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଖୋଲିବା ଅନ୍ତର୍ଭୁକ୍ତ। ସେ କହିଥିଲେ ଯେ ଆଜି ଭାରତର ପ୍ରତ୍ୟେକ ଗାଁରେ ଅତି କମରେ ଗୋଟିଏ ବ୍ୟାଙ୍କିଂ ଟଚପଏଣ୍ଟ ଅଛି। ଶ୍ରୀ ମୋଦୀ କହିଛନ୍ତି ଯେ ଡିଜିଟାଲ କାରବାର ଭାରତକୁ ବିଶ୍ୱସ୍ତରରେ ସବୁଠାରୁ ଆର୍ଥିକ ଅନ୍ତର୍ଭୁକ୍ତିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ କରିଛି। ସେ ଏନପିଏର ପାହାଡ ସୃଷ୍ଟି କରିବା ପାଇଁ ବିରୋଧୀଙ୍କ ନେତୃତ୍ୱରେ ବ୍ୟାଙ୍କଗୁଡ଼ିକର ଜାତୀୟକରଣକୁ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସରକାରଙ୍କ ଗଣତନ୍ତ୍ରୀକରଣ ପ୍ରୟାସ ବ୍ୟାଙ୍କଗୁଡ଼ିକୁ ରେକର୍ଡ ଲାଭଦାୟକ କରିଛି। ଗତ ଏଗାର ବର୍ଷ ମଧ୍ୟରେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଚାଷୀ, ପଶୁପାଳନ ଚାଷୀ, ମତ୍ସ୍ୟଜୀବୀ, ରାସ୍ତାକଡ଼ ବିକ୍ରେତା ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ବ୍ୟାଙ୍କ ଗ୍ୟାରେଣ୍ଟି ବିନା ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି। 

 

ପ୍ରଧାନମନ୍ତ୍ରୀ ପେଟ୍ରୋଲିୟମ୍ ଏବଂ ଗ୍ୟାସ୍ କ୍ଷେତ୍ରକୁ ପରିବର୍ତ୍ତନର ଆଉ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ। ସେ ମନେ ପକାଇଥିଲେ ଯେ ୨୦୧୪ ପୂର୍ବରୁ, ପ୍ରଚଳିତ ଅମଲାତାନ୍ତ୍ରିକ ମାନସିକତା ଅଧୀନରେ, ବିରୋଧୀ ସରକାର ଇନ୍ଧନ ସବସିଡି ବୃଦ୍ଧିକୁ ଏଡାଇବା ପାଇଁ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ପ୍ରସ୍ତୁତି କରୁଥିଲେ। ଏହାର ବିପରୀତ ଏବେ ପେଟ୍ରୋଲ ପମ୍ପଗୁଡ଼ିକ କୌଣସି ପ୍ରତିବନ୍ଧକ ବିନା ୨୪ ଘଣ୍ଟା ଖୋଲା ରହୁଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବେ ବିକଳ୍ପ ଇନ୍ଧନ ଏବଂ ବିଦ୍ୟୁତ୍ ଗତିଶୀଳତାରେ ଅଭୂତପୂର୍ବ ନିବେଶ କରୁଛି। 

 

ସେ କହିଥିଲେ, ବିରୋଧୀଙ୍କ ଶାସନ କାଳରେ ଅମଲାତାନ୍ତ୍ରିକ ଜଟିଳତା ଏତେ ଥିଲା ଯେ ଗୋଟିଏ ଗ୍ୟାସ ସଂଯୋଗ ପାଇବାକୁ ମଧ୍ୟ ସାଂସଦଙ୍କ ସୁପାରିଶ ଆବଶ୍ୟକ ହେଉଥିଲା । କିନ୍ତୁ ଏହାର ବିପରୀତ ଏବେ ତାଙ୍କ ସରକାର ୧୦ କୋଟିରୁ ଅଧିକ ଗରିବ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏପରି ସୁବିଧା କେବେ କଳ୍ପନା ମଧ୍ୟ କରିନଥିଲେ। ଏହା ହେଉଛି ଶାସନର ପ୍ରକୃତ ଗଣତାନ୍ତ୍ରିକୀକରଣ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଅମଲାତାନ୍ତ୍ରିକ ଚିନ୍ତାଧାରାର ଯୁଗରେ, ବିରୋଧୀ ଦଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ସ୍ଥାଣୁ କରିଦେଇଥିଲେ, ପ୍ରତୀକାତ୍ମକ ଭାବରେ ସେଗୁଡ଼ିକୁ ତାଲା ପକାଇ ଦେଇ ଆରାମରେ ବସିଥିଲେ। ସେ ଉଦ୍ୟମର ଆବଶ୍ୟକତାକୁ ପ୍ରଶ୍ନ କରୁଥିବା ମାନସିକତାକୁ ସମାଲୋଚନା କରିଥିଲେ, ଯାହା ଏଥିରେ ବ୍ୟକ୍ତିଗତ କ୍ଷତି ନଥାଏ ବୋଲି ଧରି ନେଇଥାଏ। । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ତାଙ୍କ ସରକାର ଏହି ଆଭିମୁଖ୍ୟକୁ ପରିବର୍ତ୍ତନ କରିଛି। ଆଜି, ଏଲଆଇସି ଏବଂ ଷ୍ଟେଟବ୍ଯାଙ୍କ ଭଳି ପ୍ରମୁଖ ସାର୍ବଜନୀନ କ୍ଷେତ୍ରର ଉପକ୍ରମ ଲାଭରେ ନୂତନ ରେକର୍ଡ ସ୍ଥାପନ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଯେତେବେଳେ ସରକାରୀ ନୀତିଗୁଡ଼ିକ ଅମଲାତନ୍ତ୍ର ଅପେକ୍ଷା ଗଣତାନ୍ତ୍ରିକୀକରଣ ଉପରେ ଆଧାରିତ ହୋଇଥାଏ, ସେତେବେଳେ ନାଗରିକଙ୍କ ମନୋବଳ ବୃଦ୍ଧି ପାଏ। ବିରୋଧୀ ଦଳମାନେ ବାରମ୍ବାର ଗରିବୀ ହଟାଓ ସ୍ଲୋଗାନ ଦେଇଚାଲିଥିଲେ, କିନ୍ତୁ ଦେଶରୁ ଗରିବୀ ଲୋପପାଇନଥିଲା । ଏହାର ବିପରୀତ ତାଙ୍କ ସରକାରଙ୍କ ଗଣତାନ୍ତ୍ରିକ ଆଭିମୁଖ୍ୟ ଗତ ଏଗାର ବର୍ଷ ମଧ୍ୟରେ ୨୫ କୋଟି ଗରିବ ନାଗରିକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି। ସେ କହିଥିଲେ ଯେ ଏହି କାରଣରୁ ଦେଶ ବର୍ତ୍ତମାନର ସରକାରଙ୍କ ଉପରେ ଭରସା ରଖିଛି ଏବଂ ଭାରତ ଆଜି ଅଜେୟ।

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଭାରତରେ ଏବେ ଏପରି ଏକ ସରକାର ଅଛି ଯାହା ଗରିବ ଏବଂ ଅବହେଳିତ ସମ୍ପ୍ରଦାୟର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ । ଏହି ସରକାର ସମାଜର ଅବହେଳିତ ବର୍ଗର ସମ୍ପ୍ରଦାୟକୁ ପ୍ରାଥମିକତା ଦେଇ ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ସର୍ବାଧିକ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁଛି। ସେ ଉଲ୍ଲେଖ କରିଥିଲେ ଯେ ମୁଖ୍ୟଧାରାର ଆଲୋଚନାରେ ଏପରି ପ୍ରୟାସଗୁଡ଼ିକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। ବିଏସଏନଏଲ୍ ଦ୍ୱାରା ସମ୍ପ୍ରତି ଆରମ୍ଭ ହୋଇଥିବା ମେଡ୍-ଇନ୍-ଇଣ୍ଡିଆ ୪ଜି ଷ୍ଟାକ କଥା ଉଦାହରଣ ଦେଇ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସଫଳତା ବୋଲି ସେ କହିଥିଲେ। ସେ ଗର୍ବର ସହିତ କହିଥିଲେ ଯେ ଭାରତ ଏବେ ସ୍ୱଦେଶୀ ଭାବରେ ୪ଜି ଷ୍ଟାକ୍ ବିକଶିତ କରିଥିବା ବିଶ୍ବର ପ୍ରମୁଖ ପାଞ୍ଚଟି ଦେଶ ମଧ୍ୟରେ ଅଛି। ବିରୋଧୀଙ୍କ ଶାସନ ସମୟରେ ଅବହେଳିତ ହୋଇରହିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏଏଲ ଏବେ ଏକ ନୂଆ ନୂଆ ମାଇଲଖୁଣ୍ଟ ହାସଲ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୪ଜି ଷ୍ଟାକ୍ ଆରମ୍ଭ ହେବା ସହିତ, ବିଏସଏନଏଲ୍ ଗୋଟିଏ ଦିନରେ ପ୍ରାୟ ଏକ ଲକ୍ଷ ୪ଜି ମୋବାଇଲ୍ ଟାୱାରକୁ ସକ୍ରିୟ କରିଥିଲା। ଫଳସ୍ୱରୂପ, ଦୂରବର୍ତ୍ତୀ ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳରେ ରହୁଥିବା ଲକ୍ଷ ଲକ୍ଷ ଲୋକ – ଯେଉଁମାନେ ପୂର୍ବରୁ ହାଇ-ସ୍ପିଡ୍ ଇଣ୍ଟରନେଟ୍ ପାଇପାରୁନଥିଲେ- ଏବେ ସେହି ସେବା ପାଉଛନ୍ତି।

ପ୍ରାୟତଃ ଆଖିରେ ପଡୁନଥିବା ଭାରତର ସଫଳତାର ଏକ ତୃତୀୟ ଦିଗ କଥା କହି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଯେତେବେଳେ ଉନ୍ନତ ସେବା ଦୁର୍ଗମ ଅଞ୍ଚଳରେ ପହଞ୍ଚେ, ସେତେବେଳେ ସେମାନେ ଜୀବନରେ ପରିବର୍ତ୍ତନ ଆଣନ୍ତି। ଇ-ସଂଜୀବନୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଏକ ଦୂରବର୍ତ୍ତୀ ପାହାଡ଼ି ଅଞ୍ଚଳରେ ରହୁଥିବା ଏକ ପରିବାର, ଖରାପ ପାଗ ଯୋଗୁଁ ନିଜର ଜଣେ ଅସୁସ୍ଥ ସଦସ୍ୟଙ୍କୁ ଡାକ୍ତରଙ୍କ ପାଖକୁ ନେଇ ପାରୁନଥିଲା, କିନ୍ତୁ ସେ ଏବେ ହାଇ-ସ୍ପିଡ୍ ସଂଯୋଗ-ଭିତ୍ତିକ ଇ-ସଂଜୀବନୀ ସେବା ମାଧ୍ୟମରେ ଡାକ୍ତରୀ ପରାମର୍ଶ ପାଇପାରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ଯେ ଇ-ସଂଜୀବନୀ ଆପ୍ ମାଧ୍ୟମରେ, ଦୂରବର୍ତ୍ତୀ ଅଞ୍ଚଳର ରୋଗୀମାନେ ସିଧାସଳଖ ସେମାନଙ୍କ ଫୋନ୍ ମାଧ୍ୟମରେ ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରିପାରିବେ। ସେ ସୂଚାଇଥିଲେ ଯେ ଇ-ସଂଜୀବନୀ ମାଧ୍ୟମରେ ୪୨ କୋଟିରୁ ଅଧିକ ଓପିଡି ପରାମର୍ଶ ପ୍ରଦାନ କରାଯାଇସାରିଛି। ଶ୍ରୀ ମୋଦୀ କହିଥିଲେ ଯେ ଆଜି ଗୋଟିଏ ଦିନରେ ଏହି ପ୍ଲାଟଫର୍ମ ମାଧ୍ୟମରେ ଦେଶବ୍ୟାପୀ ଏକ ଲକ୍ଷରୁ ଅଧିକ ଲୋକ ସହାୟତା ପାଇଛନ୍ତି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଇ-ସଂଜୀବନୀ କେବଳ ଏକ ସେବା ନୁହେଁ - ଏହା ସଙ୍କଟ ସମୟରେ ସାହାଯ୍ୟ ଉପଲବ୍ଧ ହେବ ବୋଲି ନିଶ୍ଚିତତାର ପ୍ରତୀକ। ସେ ଏହାକୁ ସାର୍ବଜନୀନ ବ୍ୟବସ୍ଥାର ଗଣତାନ୍ତ୍ରିକୀକରଣର ପରିବର୍ତ୍ତନକାରୀ ପ୍ରଭାବର ଏକ ଶକ୍ତିଶାଳୀ ଉଦାହରଣ ଭାବରେ ବର୍ଣ୍ଣନା କରିଥିଲେ।

 

ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରତି ପ୍ରତିବଦ୍ଧ ଏକ ସମ୍ବେଦନଶୀଳ ସରକାର ନାଗରିକଙ୍କ ଜୀବନ ଏବଂ ଆର୍ଥିକ ସଞ୍ଚୟକୁ ପ୍ରାଥମିକତା ଦେଉଥିବା ନିଷ୍ପତ୍ତି ଏବଂ ନୀତି ଗ୍ରହଣ କରେ। ସେ ଉଲ୍ଲେଖ କରିଥିଲେ ଯେ ୨୦୧୪ ପୂର୍ବରୁ ୧ ଜିବି ଡାଟାର ମୂଲ୍ୟ ୩୦୦ ଟଙ୍କା ଥିଲା, ଯେତେବେଳେ ବର୍ତ୍ତମାନ ଏହାର ମୂଲ୍ୟ କେବଳ ୧୦ ଟଙ୍କା ରହିଛି, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ବାର୍ଷିକ ହଜାର ହଜାର ଟଙ୍କା ସଞ୍ଚୟ କରିବାର ସୁଯୋଗ ଦେଉଛି। ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ, ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ରୋଗୀମାନେ ୧.୨୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ରଗୁଡ଼ିକରେ ଔଷଧ ୮୦ ପ୍ରତିଶତ ରିହାତିରେ ଉପଲବ୍ଧ ହେଉଛି, ଯାହା ଫଳରେ ପ୍ରାୟ ୪୦ ହଜାର କୋଟି ଟଙ୍କା ସଞ୍ଚୟ ହୋଇଛି। ଏହା ସହିତ, ହାର୍ଟ ଷ୍ଟେଣ୍ଟର ମୂଲ୍ୟ ହ୍ରାସ ଗରିବ ଏବଂ ମଧ୍ୟବିତ୍ତ ପରିବାରଗୁଡ଼ିକର ବାର୍ଷିକ ୧୨,୦୦୦ କୋଟି ଟଙ୍କା ସଞ୍ଚୟ ହୋଇଛି।

ତାଙ୍କ ସରକାରଙ୍କ ସଂସ୍କାରରୁ ସଚ୍ଚୋଟ କରଦାତାମାନେ ସିଧାସଳଖ ଲାଭ ପାଉଛନ୍ତି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆୟକର ଏବଂ ଜିଏସଟି ଉଭୟରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଉପରେ ଆଲୋକପାତ କରିଥିଲେ, ଉଲ୍ଲେଖ କରିଥିଲେ ଯେ ଏହି ବର୍ଷ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ କରମୁକ୍ତ କରାଯାଇଛି। ସେ ଉଲ୍ଲେଖ କରିଥିଲେ ଯେ ଜିଏସଟି ସଞ୍ଚୟ ମହୋତ୍ସବ ବର୍ତ୍ତମାନ ପୂର୍ଣ୍ଣ ଗତିରେ ଚାଲିଛି ଓ ବିକ୍ରୟ ପୂର୍ବ ସମସ୍ତ ରେକର୍ଡ ଭାଙ୍ଗିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆୟକର ଏବଂ ଜିଏସଟି ଉପରେ ଏହି ପଦକ୍ଷେପଗୁଡ଼ିକ ଦ୍ବାରା ଭାରତୀୟ ନାଗରିକମାନଙ୍କର ବାର୍ଷିକ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିବ।

ଶ୍ରୀ ମୋଦୀ ଅପରେସନ ସିନ୍ଦୂର ପାଇଁ ମିଳିଥିବା ବ୍ୟାପକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଶଂସାକୁ ସ୍ୱୀକାର କରିଥିଲେ। ତା’ପରେ ସେ ଆଉ ଏକ ଗମ୍ଭୀର ପ୍ରସଙ୍ଗ - ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦ - ଉପରେ ଧ୍ୟାନ ଦେଇଥିଲେ, ଯାହାକୁ ସେ କେବଳ ଏକ ପ୍ରମୁଖ ସୁରକ୍ଷା ଚିନ୍ତା ନୁହେଁ ବରଂ ଭାରତର ଯୁବପିଢ଼ିଙ୍କ ଭବିଷ୍ୟତ ସହିତ ଗଭୀର ଭାବରେ ଜଡିତ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ବିରୋଧୀ ଶାସନ ସମୟରେ, ସହରାଞ୍ଚଳ ନକ୍ସଲବାଦୀ ନେଟୱାର୍କ ଏତେ ପ୍ରଭାବଶାଳୀ ହୋଇଯାଇଥିଲା ଯେ ଦେଶର ବାକି ଅଞ୍ଚଳ ମାଓବାଦୀ ଆତଙ୍କବାଦର ପ୍ରସାର ବିଷୟରେ ଅଜ୍ଞ ଥିଲା। ଆତଙ୍କବାଦ ଏବଂ ଧାରା ୩୭୦ ଉପରେ ବ୍ୟାପକ ବିତର୍କ ସମୟରେ, ଶ୍ରୀ ମୋଦୀ କହିଥିଲେ ଯେ ଅର୍ବାନ ନକ୍ସଲମାନେ ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକୁ ଦଖଲ କରିନେଇଥିଲେ ଏବଂ ସକ୍ରିୟ ଭାବରେ ମାଓବାଦୀ ହିଂସା ଉପରେ ଆଲୋଚନାକୁ ଦମନ କରିବା ପାଇଁ କାର୍ଯ୍ୟ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସମ୍ପ୍ରତି, ମାଓବାଦୀ ଆତଙ୍କବାଦର ଶିକାର ଅନେକ ପୀଡିତ ଦିଲ୍ଲୀ ଆସିଥିଲେ, ତଥାପି ବିରୋଧୀ ନେଟୱାର୍କ ନିଶ୍ଚିତ କରିଥିଲା ଯେପରି ସେମାନଙ୍କର ଦୁର୍ଦ୍ଦଶାକୁ କମ୍ ଧ୍ୟାନ ଦିଆଯାଏ।

ପ୍ରଧାନମନ୍ତ୍ରୀ ଭାରତର ପ୍ରାୟ ପ୍ରତ୍ୟେକ ପ୍ରମୁଖ ରାଜ୍ୟରେ ଏକଦା ଦେଖାଯାଇଥିବା ଭୟଙ୍କର ପରିସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଠାରେ ନକ୍ସଲବାଦୀ ଏବଂ ମାଓବାଦୀ ହିଂସାର ଚେର ଗଭୀରତାର ସହ ମାଡ଼ିଚାଲିଥିଲା। ସେ କହିଥିଲେ ଯେ ଯେତେବେଳେ ସମ୍ବିଧାନ ସାରା ଦେଶରେ ବଳବତ୍ତର ଥିଲା, ସେତେବେଳେ କେହି ଲାଲ କରିଡରରେ ଏହା ଉଲ୍ଲେଖ କରିନଥିଲେ। ନିର୍ବାଚିତ ସରକାର ଥିଲା କିନ୍ତୁ ସେହି କ୍ଷେତ୍ରଗୁଡ଼ିକରେ ସେମାନଙ୍କର କୌଣସି ପ୍ରକୃତ କ୍ଷମତା ନଥିଲା। ସନ୍ଧ୍ୟାପରେ ଘରୁ ବାହାରିବା ବିପଦପୂର୍ଣ୍ଣ ହୋଇଯାଇଥିଲା ଓ ଏପରିକି ଯେଉଁମାନଙ୍କ ଦାୟିତ୍ବ ଥିଲା ସମସ୍ତଙ୍କୁ ସୁରକ୍ଷା ଦେବା ସେମାନେ ନିଜେ ସୁରକ୍ଷା ମଧ୍ୟରେ ରହୁଥିଲେ । 

ଗତ ୫୦-୫୫ ବର୍ଷ ମଧ୍ୟରେ ସୁରକ୍ଷା କର୍ମୀ ଏବଂ ଯୁବ ସାଧାରଣ ନାଗରିକଙ୍କ ସମେତ ହଜାର ହଜାର ଲୋକଙ୍କ ଜୀବନ ନେଇଥିବା ମାଓ ଆତଙ୍କବାଦର ବିନାଶକାରୀ ପ୍ରଭାବ ଉପରେ ଆଲୋକପାତ କରି, ଶ୍ରୀ ମୋଦୀ କହିଥିଲେ ଯେ ନକ୍ସଲମାନେ ସ୍କୁଲ ଏବଂ ହସ୍ପିଟାଲ ନିର୍ମାଣରେ ବାଧା ସୃଷ୍ଟି କରୁଥିଲେ ଏବଂ ପୂର୍ବରୁ ଥିବା ଢାଞ୍ଚାଗୁଡ଼ିକ ମଧ୍ୟ ବୋମା ମାଡ଼ କରି ନଷ୍ଟକରୁଥିଲେ। ଫଳସ୍ୱରୂପ, ଦେଶର ଏକ ବଡ଼ ଅଞ୍ଚଳ ଏବଂ ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅନେକ ବର୍ଷ ଧରି ବିକାଶରୁ ବଞ୍ଚିତ ହୋଇଥିଲା। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ଦୀର୍ଘକାଳୀନ ଅବହେଳା ଆଦିବାସୀ ସମ୍ପ୍ରଦାୟ ଏବଂ ଦଳିତ ଭାଇଭଉଣୀମାନଙ୍କୁ ଅସମାନ ଭାବରେ ପ୍ରଭାବିତ କରିଛି, ଯେଉଁମାନେ ଏହି ହିଂସା ଏବଂ ଅବହେଳାର ଶିକାର ହୋଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ମାଓବାଦୀ ଆତଙ୍କବାଦ ଏକ ମହାନ ଅନ୍ୟାୟ ଏବଂ ଦେଶର ଯୁବପିଢ଼ିଙ୍କ ବିରୁଦ୍ଧରେ ଏକ ମହାପାପ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯୁବ ନାଗରିକମାନଙ୍କୁ ଏପରି ପରିସ୍ଥିତିରେ ଫସି ରହିବାକୁଦେବେ ନାହିଁ। ତେଣୁ, ୨୦୧୪ ପରଠାରୁ, ତାଙ୍କ ସରକାର ବିପଥଗାମୀ ଯୁବକମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ସର୍ବାଧିକ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ଏହି ପ୍ରୟାସର ଫଳାଫଳ ଉପରେ ଆଲୋକପାତ କରିଥିଲେ: ୧୧ ବର୍ଷ ପୂର୍ବେ ୧୨୫ ରୁ ଅଧିକ ଜିଲ୍ଲା ମାଓ ହିଂସା ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଆଜି ଏହି ସଂଖ୍ୟା ମାତ୍ର ୧୧ ଜିଲ୍ଲାକୁ ହ୍ରାସ ପାଇଛି। ଏଥିମଧ୍ୟରୁ କେବଳ ତିନୋଟି ଜିଲ୍ଲା ଅତ୍ୟନ୍ତ ନକ୍ସଲ ପ୍ରଭାବିତ ରହିଛି।

ଶ୍ରୀ ମୋଦୀ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ହଜାର ହଜାର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେ ଗତ ୭୫ ଘଣ୍ଟାରେ ୩୦୩ ନକ୍ସଲ ସେମାନଙ୍କର ଅସ୍ତ୍ରଶସ୍ତ୍ର ରଖି ଆତ୍ମସମର୍ପଣ କରିଛନ୍ତି ବୋଲି ସେ କହିଥିଲେ। ସେ ଆହୁରି କହିଥିଲେ ଯେ ଏମାନେ ସାଧାରଣ ବିଦ୍ରୋହୀ ନୁହନ୍ତି - କେତେକଙ୍କ ମୁଣ୍ଡରେ ୧ କୋଟି, ୧୫ ଲକ୍ଷ କିମ୍ବା ୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା ଏବଂ ସେମାନଙ୍କଠାରୁ ଏକ ବଡ଼ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଲୋକମାନେ ଏବେ ବିକାଶର ମୁଖ୍ୟସ୍ରୋତକୁ ଫେରି ଆସୁଛନ୍ତି ଏବଂ ଖୋଲାଖୋଲି ଭାବରେ ସ୍ୱୀକାର କରୁଛନ୍ତି ଯେ ସେମାନେ ଭୁଲ ରାସ୍ତାରେ ଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସେମାନେ ଏବେ ଭାରତର ସମ୍ବିଧାନରେ ବିଶ୍ୱାସ ରଖି ଆଗକୁ ବଢ଼ୁଛନ୍ତି।

 

ଛତିଶଗଡର ବସ୍ତରରେ ଘଟିଥିବା ଘଟଣାଗୁଡ଼ିକ ପାଇଁ ବାରମ୍ବାର ଶିରୋନାମା ପ୍ରକାଶିତ ହେଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଆଜି ବସ୍ତରର ଆଦିବାସୀ ଯୁବକମାନେ ଶାନ୍ତି ଏବଂ ପ୍ରଗତିର ପ୍ରତୀକ ବସ୍ତର ଅଲିମ୍ପିକ୍ସ ଆୟୋଜନ କରୁଛନ୍ତି। ସେ କହିଥିଲେ ଯେ ଏହି ଦୀପାବଳିରେ, ମାଓ ଆତଙ୍କବାଦରୁ ମୁକ୍ତ ଅଞ୍ଚଳଗୁଡ଼ିକ ନୂତନ ଉତ୍ସାହ ସହିତ ଆନନ୍ଦର ଦୀପ ଜାଳି ପାଳନ କରିବେ। ଶ୍ରୀ ମୋଦୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଭାରତ ନକ୍ସଲବାଦ ଏବଂ ମାଓବାଦୀ ହିଂସାରୁ ସମ୍ପୂର୍ଣ୍ଣ ମୁକ୍ତ ହେବ, ଏବଂ କହିଛନ୍ତି ଯେ ତାଙ୍କ ସରକାର ଏହା ନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀ କହିଥିଲେ, "ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଲକ୍ଷ୍ୟ କେବଳ ବିକାଶ ହାସଲ କରିବା ନୁହେଁ, ବରଂ ଏପରି ବିକାଶ ହାସଲ କରିବା ଯେଉଁଠାରେ ପ୍ରତି ନାଗରିକ ପ୍ରତି ସମ୍ମାନ ଥିବ । ପୁଣି ନବସୃଜନ କେବଳ ଦକ୍ଷତା ନୁହେଁ ବରଂ ସହାନୁଭୂତି ଏବଂ କରୁଣା ମଧ୍ୟ ଲକ୍ଷ୍ୟ ରଖିଥିବ। ଭାରତ ଏହି ମାନସିକତା ସହିତ ଆଗକୁ ବଢ଼ୁଛି।" ସେ ଏହି ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବାରେ ଏନଡିଟିଭି ବିଶ୍ୱ ସମ୍ମିଳନୀ ଭଳି ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରିଥିଲେ । ଦେଶର ଦୃଷ୍ଟିକୋଣ ଉପସ୍ଥାପନ କରିବାର ସୁଯୋଗ ପାଇଁ କୃତଜ୍ଞତା ପ୍ରକାଶ କରି ଏବଂ କାର୍ଯ୍ୟକ୍ରମର ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇ ସେ ତାଙ୍କ ଭାଷଣ ଶେଷ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ହରିଣୀ ଅମରସୁରିଆ, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ଟୋନି ଆବୋଟ୍, ଯୁକ୍ତରାଜ୍ୟର ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରିଷି ସୁନାକ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto industry contributes over ₹22.75 lakh crore to Indian economy: SIAM

Media Coverage

Auto industry contributes over ₹22.75 lakh crore to Indian economy: SIAM
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"