ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ – କପଡା ଏବଂ ଶିଳ୍ପର ଏକ ଭଣ୍ଡାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି
“ଦେଶରେ ଏକ ନୂତନ ସ୍ବଦେଶୀ ବସ୍ତ୍ର ବିପ୍ଳବ ଆରମ୍ଭ ହୋଇଛି”
“ଭୋକାଲ ଫର୍‍ ଲୋକାଲର ଉତ୍ସାହ ସହିତ ସ୍ଥାନୀୟ ନାଗରିକମାନେ ସହୃଦୟତାର ସହ ସ୍ୱଦେଶୀ ଦ୍ରବ୍ୟ କିଣୁଛନ୍ତି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି”
“ମାଗଣା ରାସନ, ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା - ଏହା ମୋଦୀଙ୍କ ଗ୍ୟାରେଣ୍ଟି”
“ବୁଣାକାରଙ୍କ କାର୍ଯ୍ୟକୁ ସହଜ କରିବା, ସେମାନଙ୍କର ଉତ୍ପାଦନ ବୃଦ୍ଧି ଏବଂ ଗୁଣବତ୍ତା ଓ ଡିଜାଇନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି”
“ସରକାରଙ୍କ ଦ୍ୱାରା ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ଏକତା ମଲ୍ ବିକଶିତ ହେଉଛି ଯାହା ପ୍ରତ୍ୟେକ ରାଜ୍ୟ ଏବଂ ଜିଲ୍ଲାର ହସ୍ତତନ୍ତ ଉତ୍ପାଦର ଗୋଟିଏ ସ୍ଥାନରେ ବିକ୍ରିକୁ ପ୍ରୋତ୍ସାହିତ କରିବ"
“ବୁଣାକାରମାନଙ୍କୁ ବିଶ୍ୱର ସବୁଠାରୁ ବଡ ବଜାର ଯୋଗାଇବା ପାଇଁ ସରକାର ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛନ୍ତି”
“ଯେଉଁମାନେ ଆତ୍ମନିର୍ଭର ଭାରତର ସ୍ୱପ୍ନ ବୁଣନ୍ତି ଏବଂ "ମେକ୍ ଇନ୍ ଇଣ୍ଡିଆ” କୁ ଶକ୍ତି ପ୍ରଦାନ କରନ୍ତି, ସେମାନେ ଖଦିକୁ କେବଳ ପୋଷାକ ନୁହେଁ ବରଂ ଅସ୍ତ୍ର ବୋଲି ଭାବନ୍ତି”
“ଯେତେବେଳେ ତ୍ରିରଙ୍ଗାକୁ ଛାତ ଉପରେ ଉଡାଯାଏ, ଏହା ଆମ ହୃଦୟରେ ମଧ୍ୟ ଉଡିଥାଏ”
ଆଜିର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବୁଣାକାରଙ୍କ ସହ ହୋଇଥିବା ବାର୍ତ୍ତାଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ମହାନ ଉତ୍ସବରେ ଦେଶର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟରର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ୍ ଠାରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଉତ୍ସବକୁ ସମ୍ବୋଧିତ କରିଛନ୍ତି ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଦର୍ଶନୀ ପରିଦର୍ଶନ କରି ବୁଣାକାରମାନଙ୍କ ସହ ଆଲୋଚନା କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଭାରତ ମଣ୍ଡପମର ଉଦଘାଟନୀ ସମାରୋହ ପୂର୍ବରୁ ପ୍ରଗତି ମଇଦାନରେ ଆୟୋଜିତ ଏକ ପ୍ରଦର୍ଶନୀରେ ପ୍ରଦର୍ଶକମାନେ କିପରି ସେମାନଙ୍କ ଉତ୍ପାଦର ପ୍ରଦର୍ଶନ କରିଥିଲେ । ଭାରତ ମଣ୍ଡପମର ମହିମା ମଧ୍ୟରେ ପ୍ରଧାନମନ୍ତ୍ରୀ ଭାରତର ହସ୍ତତନ୍ତ ଶିଳ୍ପର ଅବଦାନ ଉପରେ ଆଲୋକପାତ କରି କହିଛନ୍ତି ଯେ ପୁରାତନ ଏବଂ ନୂତନତ୍ୱର ମିଳନ ଆଜିର ନୂତନ ଭାରତକୁ ପରିଭାଷିତ କରୁଛି । ସେ କହିଛନ୍ତି, ଆଜିର ଭାରତ କେବଳ "ଭୋକାଲ୍ ଫର ଲୋକାଲ୍ “ ନୁହେଁ ବରଂ ଏହାକୁ ବିଶ୍ୱ ସ୍ତରକୁ ନେବା ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ମଧ୍ୟ ଯୋଗାଉଛି । ଆଜିର କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବୁଣାକାରଙ୍କ ସହ ହୋଇଥିବା ବାର୍ତ୍ତାଳାପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଜିର ମହାନ ଉତ୍ସବରେ ଦେଶର ବିଭିନ୍ନ ହସ୍ତତନ୍ତ କ୍ଲଷ୍ଟରର ଉପସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଗଷ୍ଟ ହେଉଛି କ୍ରାନ୍ତିର ମାସ । ସେ କହିଛନ୍ତି ଯେ ଭାରତର ସ୍ୱାଧୀନତା ପାଇଁ ଦିଆଯାଇଥିବା ପ୍ରତ୍ୟେକ ବଳିଦାନକୁ ମନେ ରଖିବାର ଏହା ହେଉଛି ସମୟ । ସ୍ୱଦେଶୀ ଆନ୍ଦୋଳନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବିଦେଶୀ ର୍ନିମିତ ବସ୍ତ୍ରକୁ ବର୍ଜନ କରିବା ନୁହେଁ ବରଂ ଭାରତର ସ୍ୱାଧୀନ ଅର୍ଥନୀତି ପାଇଁ ପ୍ରେରଣାର ଉତ୍ସ ଅଟେ । ସେ କହିଛନ୍ତି ଯେ ଭାରତର ବୁଣାକାରଙ୍କୁ ଲୋକଙ୍କ ସହ ଯୋଡିବା ଏକ ଆନ୍ଦୋଳନ ଏବଂ ଏହି ଦିନକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ବାଛିବା ସରକାରଙ୍କ ପ୍ରେରଣା ଅଟେ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ହସ୍ତତନ୍ତ ଶିଳ୍ପ ତଥା ବୁଣାକାରଙ୍କ ବିସ୍ତାର ପାଇଁ ଅଭୂତପୂର୍ବ କାର୍ଯ୍ୟ କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି ଯେ ସ୍ୱଦେଶୀ ବିଷୟରେ ଦେଶରେ ଏକ ନୂତନ ବିପ୍ଳବ ଆରମ୍ଭ ହୋଇଛି । ବୁଣାକାରଙ୍କ ସଫଳତା ମାଧ୍ୟମରେ ସେ ଭାରତର ସଫଳତା ପାଇଁ ଗର୍ବିତ ବୋଲି କହିଥିଲେ ।

 

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଜଣକର ପରିଚୟ ସେ ପିନ୍ଧୁଥିବା ପୋଷାକ ସହିତ ଜଡିତ ଏବଂ ଏହି ଉତ୍ସବରେ ଦେଖାଯାଉଥିବା ବିଭିନ୍ନ ପୋଷାକ ଉପରେ ସେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ବିଭିନ୍ନ ଅଞ୍ଚଳର ପୋଷାକ ମାଧ୍ୟମରେ ଭାରତର ବିବିଧତାକୁ ପାଳନ କରିବା ମଧ୍ୟ ଏକ ଉତ୍ସବ । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନିକଟରେ କପଡାର ଏକ ସୁନ୍ଦର ଇନ୍ଦ୍ରଧନୁଷ ରହିଛି, ସିଏ ଦୂର ଦୂରାନ୍ତ ଅଞ୍ଚଳର ଆଦିବାସୀ ସମୁଦାୟଙ୍କ ଠାରୁ ଆରମ୍ଭ କରି ବରଫାବୃତ ପାହାଡରେ ରହୁଥିବା ଲୋକ ଏବଂ ଉପକୂଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସହିତ ମରୂଭୂମିରେ ବାସ କରୁଥିବା ଲୋକ, ଭାରତର ବଜାରରେ ଉପଲବ୍ଧ ପୋଷାକ ଠାରେ ବିବିଧତା ଦେଖିଛନ୍ତି । ଭାରତର ବିଭିନ୍ନ ପୋଷାକକୁ ତାଲିକାଭୁକ୍ତ କରିବା ଏବଂ ସଂକଳନ କରିବା ଆବଶ୍ୟକତାକୁ ସେ ସ୍ମରଣ କରି କହିଥିଲେ ଯେ ଆଜି "ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ” ପୋର୍ଟାଲ ଉନ୍ମୋଚନ ସହିତ ଏହା ସଫଳ ହୋଇଛି ।

 

ବିଗତ ଶତାବ୍ଦୀରେ ଭାରତର ବୟନ ଶିଳ୍ପ ଭଲ ଭାବରେ ପ୍ରତିଷ୍ଠିତ ହୋଇଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ସ୍ୱାଧୀନତା ପରେ ଏହାକୁ ମଜବୁତ କରିବା ପାଇଁ କୌଣସି ଠୋସ୍ ଉଦ୍ୟମ କରାଯାଇ ନାହିଁ । ସେ କହିଛନ୍ତି ଯେ, ଖଦିକୁ ମଧ୍ୟ ଅବହେଳିତ ଅବସ୍ଥାରେ ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୧୪ ପରେ ସରକାର ଏହି ପରିସ୍ଥିତି ଏବଂ ଏହା ପଛରେ ଥିବା ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ମନ କି ବାତ୍‍ କାର୍ଯ୍ୟକ୍ରମର ପ୍ରାରମ୍ଭିକ ପର୍ଯ୍ୟାୟରେ ନାଗରିକମାନଙ୍କୁ ଖଦି ଉତ୍ପାଦ କିଣିବାକୁ ଅନୁରୋଧ କରିଥିଲେ ଯାହା ଦ୍ୱାରା ଗତ ୯ ବର୍ଷ ମଧ୍ୟରେ ଖଦି ଉତ୍ପାଦନରେ ୩ ଗୁଣରୁ ଅଧିକ ବୃଦ୍ଧି ଘଟିଥିଲା । ଏଥିସହ ସେ କହିଛନ୍ତି ଯେ ଖଦି ପୋଷାକ ବିକ୍ରି ୫ ଗୁଣ ବୃଦ୍ଧି ପାଇଛି ଏବଂ ବିଦେଶରେ ଏହାର ଚାହିଦା ମଧ୍ୟ ବଢୁଛି । ଶ୍ରୀ ମୋଦୀ ପ୍ୟାରିସ ଗସ୍ତ ସମୟରେ ଏକ ବିରାଟ ଫ୍ୟାଶନ ବ୍ରାଣ୍ଡର ସିଇଓଙ୍କୁ ଭେଟିବା କଥା ମଧ୍ୟ ମନେ ପକାଇଥିଲେ ଯିଏ କି ତାଙ୍କୁ ଖଦି ଏବଂ ଭାରତୀୟ ହସ୍ତତନ୍ତ ପ୍ରତି ବଢୁଥିବା ଆକର୍ଷଣ ବିଷୟରେ ସୂଚନା ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ନଅ ବର୍ଷ ପୂର୍ବେ ଖଦି ଏବଂ ଗ୍ରାମ ଶିଳ୍ପଗୁଡିକର କାରବାର ମାତ୍ର ୨୫-୩୦ ହଜାର କୋଟି ଟଙ୍କା ଥିଲା । କିନ୍ତୁ ଆଜି ଏହା ଏକ ଲକ୍ଷ ତିରିଶ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସେ କହିଛନ୍ତି ଯେ ଅତିରିକ୍ତ ୧ ଲକ୍ଷ କୋଟି ଟଙ୍କା ଗ୍ରାମ ତଥା ଆଦିବାସୀମାନଙ୍କ ହସ୍ତତନ୍ତ କ୍ଷେତ୍ର ସହ ଜଡିତ ଲୋକଙ୍କ ନିକଟରେ ପହଞ୍ଚଛି । ପ୍ରଧାନମନ୍ତ୍ରୀ ନୀତି ଆୟୋଗ ରିପୋର୍ଟକୁ ଦର୍ଶାଇଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ ଗତ ୫ ବର୍ଷ ମଧ୍ୟରେ ୧୩.୫ କୋଟି ଲୋକ ଦାରିଦ୍ର‌ରୁ ବାହାରିଛନ୍ତି ଏବଂ ଏଥିପାଇଁ ବୃଦ୍ଧି ପାଉଥିବା କାରବାରର ଅବଦାନକୁ ସ୍ୱୀକାର କରାଯାଇଛି । ଶ୍ରୀ ମୋଦୀ କହିଛନ୍ତି, ସ୍ଥାନୀୟ ପାଇଁ ଭୋକାଲ ଫର ଲୋକାଲର ଉତ୍ସାହ ସହିତ ନାଗରିକମାନେ ସ୍ୱଦେଶୀ ଉତ୍ପାଦ କିଣୁଛନ୍ତି ଏବଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ରକ୍ଷା ବନ୍ଧନ, ଗଣେଶ ଉତ୍ସବ, ଦଶହରା ଏବଂ ଦୀପାବଳୀର ଆଗାମୀ ଉତ୍ସବରେ ବୁଣାକାର ଏବଂ ହସ୍ତଶିଳ୍ପୀଙ୍କୁ ସମର୍ଥନ କରିବା ପାଇଁ ସେ ସ୍ୱଦେଶୀ ସଂକଳ୍ପକୁ ପୁନରାବୃତ୍ତି କରିବାର ଆବଶ୍ୟକତାକୁ ଦୋହରାଇଛନ୍ତି ।

 

ବୟନ କ୍ଷେତ୍ର ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡିକ ସାମାଜିକ ନ୍ୟାୟର ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ଦେଶର ଗ୍ରାମ ଏବଂ ସହରାଞ୍ଚଳରେ ଲକ୍ଷ ଲକ୍ଷ ଲୋକ ହସ୍ତତନ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଦଳିତ, ପଛୁଆ ଏବଂ ଆଦିବାସୀ ସମାଜରୁ ଆସିଥିବାର ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ଉଦ୍ୟମ ଦ୍ୱାରା ଆୟ ବୃଦ୍ଧି ସହ ବହୁ ସଂଖ୍ୟାରେ ନିଯୁକ୍ତି ବୃଦ୍ଧି ପାଇଛି । ବିଦ୍ୟୁତ, ଜଳ, ଗ୍ୟାସ୍ ସଂଯୋଗ, ସ୍ୱଚ୍ଛ ଭାରତ ଭଳି ଯୋଜନାଗୁଡିକର ଉଦାହରଣ ଦେଇ ସେ କହିଛନ୍ତି ଯେ ଏହି ଅଭିଯାନରୁ ସେମାନେ ସର୍ବାଧିକ ଲାଭ ପାଇଛନ୍ତି । ମାଗଣା ରାସନ, ପକ୍କା ଘର, ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୌଳିକ ସୁବିଧା ପାଇଁ ବୁଣାକାର ସମ୍ପ୍ରଦାୟ ଦଶନ୍ଧି ଧରି ଅପେକ୍ଷା କରିବାକୁ ବର୍ତ୍ତମାନର ସରକାର ଶେଷ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ କେବଳ ବସ୍ତ୍ର କ୍ଷେତ୍ର ସହିତ ଜଡିତ ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଚେଷ୍ଟା କରୁନାହାଁନ୍ତି ବରଂ ଏକ ନୂତନ ଅବତାରରେ ବିଶ୍ୱକୁ ଆକର୍ଷିତ କରିବାକୁ ମଧ୍ୟ କହିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଏହି କାର୍ଯ୍ୟ ସହିତ ଜଡ଼ିତ ଥିବା ଲୋକଙ୍କ ଶିକ୍ଷା, ତାଲିମ ଏବଂ ଆୟ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ବୁଣାକାର ଏବଂ ହସ୍ତଶିଳ୍ପୀମାନଙ୍କ ପିଲାମାନଙ୍କର ଆକାଂକ୍ଷାକୁ ଆଗକୁ ନେଉଛନ୍ତି । ବୁଣାକାର ପିଲାମାନଙ୍କର ଦକ୍ଷତା ତାଲିମ ପାଇଁ ସେ ବୟନଶିଳ୍ପ ପ୍ରତିଷ୍ଠାନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ବିଷୟରେ ଉଲ୍ଲେଖ କରିଛନ୍ତି । ଶ୍ରୀ ମୋଦୀ ସୂଚନା ଦେଇଛନ୍ତି ଯେ ଗତ ୯ ବର୍ଷ ମଧ୍ୟରେ ୬୦୦ ରୁ ଅଧିକ ହସ୍ତତନ୍ତ କ୍ଲଷ୍ଟର ବିକଶିତ ହୋଇଛି ଏବଂ ହଜାର ହଜାର ବୁଣାକାରଙ୍କୁ ତାଲିମ ଦିଆଯାଇଛି । ବୁଣାକାରଙ୍କ କାର୍ଯ୍ୟକୁ ସହଜ କରିବା, ସେମାନଙ୍କର ଉତ୍ପାଦନ ବୃଦ୍ଧି ଏବଂ ଗୁଣବତ୍ତା ଏବଂ ଡିଜାଇନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ କମ୍ପ୍ୟୁଟର ଦ୍ୱାରା ପରିଚାଳିତ ପଞ୍ଚିଂ ମେସିନ୍ ମଧ୍ୟ ସେମାନଙ୍କୁ ଯୋଗାଇ ଦିଆଯାଉଛି ଯାହା ଦ୍ରୁତ ଗତିରେ ନୂତନ ଡିଜାଇନ୍ ସୃଷ୍ଟି କରିବାରେ ସକ୍ଷମ ହେବ । ମୋଟରାଇଜଡ୍ ମେସିନ୍ ସହିତ ୱାର୍ପ ତିଆରି ମଧ୍ୟ ସହଜ ହେବାରେ ଲାଗିଛି । ଏହିପରି ଅନେକ ଯନ୍ତ୍ରପାତି ବୁଣାକାରଙ୍କ ପାଇଁ ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସରକାର ସୁଲଭ ମୂଲ୍ୟରେ ବୁଣାକାରମାନଙ୍କୁ ସୂତା ଭଳି କଞ୍ଚାମାଲ ଯୋଗାଉଛନ୍ତି ଏବଂ କଞ୍ଚାମାଲ ପରିବହନ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ମୁଦ୍ରା ଯୋଜନା ଉପରେ ଆଲୋକପାତ କରି କହିଛନ୍ତି ଯେ ବୁଣାକାରମାନେ ବିନା ଗ୍ୟାରେଣ୍ଟିରେ ଋଣ ପାଇବା ବର୍ତ୍ତମାନ ସମ୍ଭବ ହୋଇଛି ।

 

ପ୍ରଧାନମନ୍ତ୍ରୀ ଗୁଜୁରାଟର ବୁଣାକାରମାନଙ୍କ ସହ ତାଙ୍କର ସମ୍ପର୍କକୁ ମନେ ପକାଇଲେ ଏବଂ ତାଙ୍କ ର୍ନିବାଚନମଣ୍ଡଳୀ ଥିବା ସମଗ୍ର କାଶୀ ଅଞ୍ଚଳର ହସ୍ତତନ୍ତ ଶିଳ୍ପର ଅବଦାନ ଉପରେ ଆଲୋକପାତ କରିଥିଲେ । ବୁଣାକାରମାନେ ସେମାନଙ୍କ ଉତ୍ପାଦ ବିକ୍ରୟ କରିବାରେ ସମ୍ମୁଖୀନ ହେଉଥିବା ଯୋଗାଣ ଶୃଙ୍ଖଳା ଏବଂ ବଜାର ବ୍ୟବସ୍ଥାର ଆହ୍ୱାନକୁ ଦର୍ଶାଇ ସେ କହିଛନ୍ତି ଯେ ଭାରତ ମଣ୍ଡପମ ପରି ଦେଶରେ ପ୍ରଦର୍ଶନୀ ଆୟୋଜନ କରି ହସ୍ତତନ୍ତ ଉତ୍ପାଦର ମାର୍କେଟିଂ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏକ ମାଗଣା ଷ୍ଟଲ ସହିତ ଦୈନିକ ଭତ୍ତା ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ମୋଦୀ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍ ଏବଂ ଭାରତର ଯୁବକମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି, ଯେଉଁମାନେ କୌଶଳ ଏବଂ ଢାଞ୍ଚାରେ ନୂତନତା ଆଣିଛନ୍ତି ଏବଂ କୁଟୀର ଶିଳ୍ପ ଏବଂ ହସ୍ତତନ୍ତ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡିକ ପାଇଁ ମାର୍କେଟିଂ ଅଭ୍ୟାସ ମଧ୍ୟ କରିଛନ୍ତି ଏବଂ ଏହାର ଉଜ୍ଜ୍ୱଳ ଭବିଷ୍ୟତର ସାକ୍ଷୀ ରହିପାରିବେ ବୋଲି କହିଛନ୍ତି । "ଏକ ଜିଲ୍ଲା ଏକ ଉତ୍ପାଦ” ଯୋଜନା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଜିଲ୍ଲାରୁ ସ୍ୱତନ୍ତ୍ର ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । ସେ କହିଛନ୍ତି, ଏଭଳି ଉତ୍ପାଦର ବିକ୍ରୟ ପାଇଁ ଦେଶର ରେଳ ଷ୍ଟେସନରେ ସ୍ୱତନ୍ତ୍ର ଷ୍ଟଲ ମଧ୍ୟ ସ୍ଥାପନ କରାଯାଉଛି । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆଗାମୀ ଏକତା ମଲ୍ ପ୍ରତ୍ୟେକ ରାଜ୍ୟର ରାଜଧାନୀରେ ସରକାରଙ୍କ ଦ୍ୱାରା ହସ୍ତତନ୍ତରୁ ପ୍ରସ୍ତୁତ ହସ୍ତତନ୍ତ ଏବଂ ଉତ୍ପାଦକୁ ଗୋଟିଏ ଛାତ ତଳେ ପ୍ରୋତ୍ସାହନ ଦିଆଯାଉଛି ଯାହା ହସ୍ତତନ୍ତ କ୍ଷେତ୍ର ସହିତ ଜଡିତ ଲୋକଙ୍କୁ ଉପକୃତ କରିବ । ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରୀ ମୋଦୀ ଏକତା ମଲ୍ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ଯାହା ପର୍ଯ୍ୟଟକମାନଙ୍କୁ ଭାରତର ଏକତା ଅନୁଭବ କରିବାର ତଥା ଗୋଟିଏ ଛାତ ତଳେ ଯେକୌଣସି ରାଜ୍ୟର ଉତ୍ପାଦ କିଣିବାର ସୁଯୋଗ ଦେଇଥାଏ ।

 

ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ ସମୟରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରୁଥିବା ବିଭିନ୍ନ ଉପହାର ବିଷୟରେ କହିଛନ୍ତି ଯେ ଏହା କେବଳ ସେମାନଙ୍କ ଦ୍ୱାରା ପ୍ରଶଂସିତ ନୁହେଁ ବରଂ ଏହା ଉତ୍ପାଦନ କରୁଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିବା ପରେ ସେମାନଙ୍କ ଉପରେ ଏକ ଗଭୀର ପ୍ରଭାବ ମଧ୍ୟ ସୃଷ୍ଟି କରିଥାଏ ।

ଜିଇଏମ ପୋର୍ଟାଲ କିମ୍ବା ସରକାରୀ ଇ-ମାର୍କେଟପ୍ଲେସ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କ୍ଷୁଦ୍ର କାରିଗର, ଶିଳ୍ପୀ କିମ୍ବା ବୁଣାକାର ମଧ୍ୟ ସେମାନଙ୍କ ସାମଗ୍ରୀକୁ ସିଧାସଳଖ ସରକାରଙ୍କୁ ବିକ୍ରି କରିପାରିବେ ଏବଂ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସହ ଜଡିତ ପ୍ରାୟ ୧.୭୫ ଲକ୍ଷ ସଂଗଠନ ଆଜି ଜିଇଏମ ପୋର୍ଟାଲ ସହିତ ଜଡିତ ବୋଲି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହସ୍ତତନ୍ତ କ୍ଷେତ୍ରରେ ଆମର ଭାଇ ଓ ଭଉଣୀମାନେ ଡିଜିଟାଲ୍ ଇଣ୍ଡିଆର ସୁବିଧା ପାଇବାକୁ ସୁନିଶ୍ଚିତ କରିବା ପାଇଁ ଚେଷ୍ଟା ଚାଲିଛି ।

 

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି, ସରକାର ଏହାର ବୁଣାକାରମାନଙ୍କୁ ବିଶ୍ୱର ସର୍ବବୃହତ ବଜାର ଯୋଗାଇବା ପାଇଁ ଏକ ସ୍ପଷ୍ଟ ରଣନୀତି ସହିତ କାର୍ଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ବୃହତ କମ୍ପାନୀଗୁଡିକ ଭାରତର ଏମଏସଏମଇ, ବୁଣାକାର, କାରିଗର ଏବଂ କୃଷକଙ୍କ ଉତ୍ପାଦକୁ ବିଶ୍ୱର ବଜାରକୁ ନେବାକୁ ଆଗେଇ ଆସୁଛନ୍ତି । ସେ ଏପରି ଅନେକ କମ୍ପାନୀର ମୁଖ୍ୟଙ୍କ ସହିତ ସିଧାସଳଖ ଆଲୋଚନା ଉପରେ ଆଲୋକପାତ କରିଥିଲେ ଯେଉଁମାନଙ୍କର ବଡ ବଡ଼ ଷ୍ଟୋର, ଖୁଚୁରା ଯୋଗାଣ ଶୃଙ୍ଖଳା, ଅନଲାଇନ୍ ଉପସ୍ଥିତି ଏବଂ ସାରା ବିଶ୍ୱରେ ଦୋକାନ ଅଛି । ସେ କହିଛନ୍ତି ଯେ ଏହିପରି କମ୍ପାନୀଗୁଡିକ ବର୍ତ୍ତମାନ ଭାରତର ସ୍ଥାନୀୟ ଉତ୍ପାଦକୁ ପୃଥିବୀର ପ୍ରତ୍ୟେକ କୋଣକୁ ନେବାକୁ ସ୍ଥିର କରିଛନ୍ତି । ସେ କହିଛନ୍ତି, ମିଲେଟ୍ ହେଉ କିମ୍ବା ହସ୍ତତନ୍ତ ଉତ୍ପାଦ ହେଉ, ଏହି ବଡ ଆନ୍ତର୍ଜାତୀୟ କମ୍ପାନୀଗୁଡିକ ସେଗୁଡିକୁ ବିଶ୍ୱର ବଜାରକୁ ନେଇଯିବେ । ସେ କହିଛନ୍ତି ଯେ ଉତ୍ପାଦଗୁଡ଼ିକ ଭାରତରେ ତିଆରି ହେବ ଏବଂ ଯୋଗାଣ ଶୃଙ୍ଖଳା ଏହି ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା ବ୍ୟବହୃତ ହେବ ।

ବୟନ ଶିଳ୍ପ ଏବଂ ଫ୍ୟାଶନ୍ ଦୁନିଆ ସହିତ ଜଡିତ ଥିବା ଲୋକଙ୍କୁ ନିର୍ଦ୍ଦେଶ ଦେଇ ପ୍ରଧାନମନ୍ତ୍ରୀ ଆମର ଚିନ୍ତାଧାରାର ପରିସର ବୃଦ୍ଧି କରିବା ଏବଂ ବିଶ୍ୱର ଶୀର୍ଷ -୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବା ପାଇଁ ନିଆଯାଇଥିବା ପଦକ୍ଷେପ ବ୍ୟତୀତ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଭାରତର ହସ୍ତତନ୍ତ, ଖଦି ଏବଂ ବୟନ କ୍ଷେତ୍ରକୁ ବିଶ୍ୱ ଚାମ୍ପିଅନ୍ କରିବା ପାଇଁ "ସବକା ପ୍ରୟାସ” (ସମସ୍ତଙ୍କ ଉଦ୍ୟମ) ଆବଶ୍ୟକ ହେବ । ସେ କହିଛନ୍ତି, ସେ ଜଣେ ଶ୍ରମିକ, ବୁଣାକାର, ଡିଜାଇନର୍ କିମ୍ବା ଶିଳ୍ପପତି ହୁଅନ୍ତୁ, ସମସ୍ତଙ୍କୁ ଉତ୍ସର୍ଗୀକୃତ ଉଦ୍ୟମ କରିବାକୁ ପଡ଼ିବ । ସ୍କେଲ ଏବଂ ଟେକ୍ନୋଲୋଜି ସହିତ ବୁଣାକାରଙ୍କ ଦକ୍ଷତାକୁ ସଂଯୋଗ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଭାରତରେ ଏକ ନୂତନ-ମଧ୍ୟବିତ୍ତତ୍ତ ଶ୍ରେଣୀର ବୃଦ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦେଖିଲେ ଯେ ପ୍ରତ୍ୟେକ ଉତ୍ପାଦ ପାଇଁ ଏକ ବୃହତ ଯୁବ ଉପଭୋକ୍ତା ଶ୍ରେଣୀ ଗଠନ କରାଯାଉଛି ଏବଂ ଏହା ବୟନ କମ୍ପାନୀଗୁଡିକ ପାଇଁ ଏକ ବଡ଼ ସୁଯୋଗ ଅଟେ । ତେଣୁ ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ମଜବୁତ କରିବା ଏବଂ ଏଥିରେ ବିନିଯୋଗ କରିବା ଏହି କମ୍ପାନୀଗୁଡିକର ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯଦି ଭାରତ ବାହାରେ ରେଡି ମେଡ୍‍ ପ୍ରସ୍ତୁତ ପୋଷାକ ଉପଲବ୍ଧ ହୁଏ ତେବେ ସେ ବସ୍ତ୍ର ଆମଦାନୀ କରିବାର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି । ସେ ସ୍ଥାନୀୟ ଯୋଗାଣ ଶୃଙ୍ଖଳରେ ପୁଞ୍ଜି ବିନିଯୋଗ କରିବା ଏବଂ ଭବିଷ୍ୟତ ପାଇଁ ଏହାକୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହି କ୍ଷୁଦ୍ର ସୂଚନା ସହିତ ଏହା କିପରି ସମ୍ଭବ ହେବ ସେ ନେଇ ବଡ ବ୍ୟବସାୟୀମାନେ ବାହାନା କରିବା ଉଚିତ ନୁହେଁ । ଯଦି ଆମେ ଭବିଷ୍ୟତରେ ଏହାର ଲାଭ ଉଠାଇବାକୁ ଚାହୁଁ, ତେବେ ଆଜି ଆମକୁ ସ୍ଥାନୀୟ ଯୋଗାଣ ଶୃଙ୍ଖଳାରେ ବିନିଯୋଗ କରିବାକୁ ପଡିବ । ଏକ ବିକଶିତ ଭାରତ ଗଠନ ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ୱପ୍ନକୁ ସାକାର କରିବା ପାଇଁ ଏହା ହେଉଛି ଏକ ମାର୍ଗ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱଦେଶୀ ସ୍ୱପ୍ନ କେବଳ ଏହି ପଥ ଅନୁସରଣ କରି ହାସଲ ହେବ । ପ୍ରଧାନମନ୍ତ୍ରୀ ଜୋର କରି କହିଛନ୍ତି, ଯେଉଁମାନେ ଆତ୍ମନିର୍ଭର ଭାରତର ସ୍ୱପ୍ନ ବୁଣନ୍ତି ଏବଂ "ମେକ୍ ଇନ୍ ଇଣ୍ଡିଅ।” ପାଇଁ ଶକ୍ତି ଯୋଗାନ୍ତି, ଖଦିକୁ କେବଳ ପୋଷାକ ନୁହେଁ ବରଂ ଅସ୍ତ୍ର ବୋଲି ବିବେଚନା କରନ୍ତି ।

 

ଅଗଷ୍ଟ ୯ ର ପ୍ରାସଙ୍ଗିକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ତାରିଖ ଭାରତର ସବୁଠୁ ବଡ ଆନ୍ଦୋଳନର ସାକ୍ଷୀ ହୋଇଛି - ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଛାଡ ଆନ୍ଦୋଳନ ବ୍ରିଟିଶମାନଙ୍କ ନିକଟକୁ ଭାରତ ଛାଡିବାର ସନ୍ଦେଶ ପଠାଇଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହାର କିଛି ସମୟ ପରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ପଡିଥିଲା । ଦେଶର ଇଚ୍ଛାଶକ୍ତି ସହିତ ଆଗକୁ ବଢ଼ୁଥିବାରୁ ଆଜି ସମୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସମାନ ମନ୍ତ୍ର ବ୍ୟବହାର କରାଯାଇପାରିବ ଯାହା ଏକଦା ବ୍ରିଟିଶମାନଙ୍କୁ ତଡିବାପାଇଁ ବ୍ୟବହାର ହୋଇଥିଲା ତଥା ଏପରି ଏକ ଉପାଦାନକୁ ବିଦା କରିବା ପାଇଁ ବ୍ୟବହୃତ ହୋଇଥିଲା ଯାହା ଦ୍ୱାରା ଏକ ‘ବିକଶିତ ଭାରତ' ବା ବିକାଶ ଭାରତ ଗଠନରେ ବାଧା ସୃଷ୍ଟି କରିଥିଲା । ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି, ସମଗ୍ର ଭାରତ ଏକ ସ୍ୱରରେ ପ୍ରତିଧ୍ୱନିତ କରୁଛି - ଦୁର୍ନୀତି, ବଂଶବାଦ, ଆବେଦନ ନିଶ୍ଚିତ ଭାବରେ ଭାରତ ଛାଡ଼ିବାକୁ ପଡିବ । ସେ କହିଛନ୍ତି ଯେ ଭାରତରେ ଏହି ମନ୍ଦତା ଦେଶ ପାଇଁ ଏକ ବଡ଼ ଆହ୍ୱାନ ଏବଂ ଦେଶ ଏହି ମନ୍ଦତାକୁ ପରାସ୍ତ କରିବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ବିଜୟୀ ହେବ, ଭାରତର ଲୋକମାନେ ବିଜୟୀ ହେବେ ।

 

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ସେହି ମହିଳାମାନଙ୍କ ସହ ଆଲୋଚନା ଉପରେ ଆଲୋକପାତ କରିଥିଲେ ଯେଉଁମାନେ ବର୍ଷ ବର୍ଷ ଧରି ତ୍ରିରଙ୍ଗା ବୁଣିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ସେ ତ୍ରିରଙ୍ଗାକୁ ଉଡାଇ ପୁଣି ଥରେ "ହର ଘର ତିରଙ୍ଗା” ପାଳନ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ବକ୍ତବ୍ୟ ଶେଷ କରି କହିଛନ୍ତି ଯେ, ଯେତେବେଳେ ଛାତ ଉପରେ ତ୍ରିରଙ୍ଗା ଉପରକୁ ଉଠାଯାଏ, ଏହା ମଧ୍ୟ ଆମ ଭିତରେ ଫର ଫର ହୋଇ ଉଡେ ।

 

ଏହି ଉତ୍ସବରେ କେନ୍ଦ୍ର ବୟନ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, କେନ୍ଦ୍ର ବୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାରଡୋଶ ଏବଂ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ନାରାୟଣ ଟାଟୁ ରାଣେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ଦେଶର ସମୃଦ୍ଧ କଳା ଏବଂ କାରିଗରୀ ପରମ୍ପରାକୁ ଜୀବନ୍ତ ରଖୁଥିବା କାରିଗର ଏବଂ ଶିଳ୍ପୀମାନଙ୍କୁ ପ୍ରଧାନମନ୍ତ୍ରୀ ସର୍ବଦା ଉତ୍ସାହ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବାରେ ଏକ ଦୃଢ ପ୍ରୋତ୍ସାହକ ଅଟନ୍ତି । ଏହି ଦୃଷ୍ଟିକୋଣ ଅନୁଯାୟୀ ସରକାର ୭ ଅଗଷ୍ଟ ୨୦୧୫ ରେ ପ୍ରଥମ ପାଇଁ ଏଭଳି ଉତ୍ସବ ସହିତ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ । ଏହି ତାରିଖକୁ ସ୍ୱଦେଶୀ ଆନ୍ଦୋଳନର ଏକ ବିଶେଷ ରୂପେ ମନୋନୀତ ହୋଇଥିଲା ଯାହା ୭ ଅଗଷ୍ଟ ୧୯୦୫ ରେ ଆରମ୍ଭ ହୋଇଥିଲା ଏବଂ ସ୍ୱଦେଶୀ ଶିଳ୍ପ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନଙ୍କୁ ଉତ୍ସାହିତ କରିଥିଲା ।

ଚଳିତ ବର୍ଷ ୯ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମ ଅବସରରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନ୍‍ଆଇଏଫ୍‍ଟି) ଦ୍ୱାରା କପଡା ଏବଂ ଶିଳ୍ପ ଭଣ୍ଡାରକୁ ନେଇ ବିକଶିତ ଇ-ପୋର୍ଟାଲ୍ ‘ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ'ର ଶୁଭାରମ୍ଭ କରିଛନ୍ତି । 

ଏହି କାର୍ଯ୍ୟକ୍ରମରେ ୩୦୦୦ ରୁ ଅଧିକ ହସ୍ତତନ୍ତ ଏବଂ ଖଦି ବୁଣାକାର, ଶିଳ୍ପୀ ଏବଂ ବୟନ ଏବଂ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ହିତାଧିକାରୀମାନେ ଯୋଗଦେଇଛନ୍ତି । ଏହା ସମଗ୍ର ଭାରତରେ ହସ୍ତତନ୍ତ କ୍ଲଷ୍ଟର, ଏନ୍‍ଆଇଏଫ୍‍ଟି କ୍ୟାମ୍ପସ୍‌, ବୁଣାକାର ସେବା କେନ୍ଦ୍ର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି କ୍ୟାମ୍ପସ୍‌, ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେସନ୍‌, ହସ୍ତତନ୍ତ ରପ୍ତାନି ପ୍ରୋତ୍ସାହନ ପରିଷଦ, କେଭିଆଇସି ଅନୁଷ୍ଠାନ ଏବଂ ବିଭିନ୍ନ ରାଜ୍ୟ ହସ୍ତତନ୍ତ ବିଭାଗକୁ ଏକତ୍ର କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’

Media Coverage

PM Modi inaugurates Micron’s ₹22,516-crore ATMP facility in Gujarat; calls chips ‘Regulator of 21st century’
NM on the go

Nm on the go

Always be the first to hear from the PM. Get the App Now!
...
PM Modi offers prayers at Arulmigu Subramaniyaswamy Temple, Thirupparankundram in Madurai
March 01, 2026

The Prime Minister, Shri Narendra Modi, visited and offered prayers at the Arulmigu Subramaniyaswamy Temple in Thirupparankundram, Madurai today.

During his visit to the sacred temple, the Prime Minister sought blessings for the peace, prosperity, and well-being of all citizens. The Prime Minister expressed his hope that Lord Murugan would continue to guide us with strength, courage, and wisdom.

The Prime Minister shared his sentiments with the invocation, "Vetrivel Muruganukku Arogara!"

The Prime Minister Shared on X:

"Vetrivel Muruganukku Arogara!

Prayed at the Arulmigu Subramaniyaswamy Temple, Thirupparankundram, Madurai.

Sought blessings for peace, prosperity and the well-being of all. May Lord Murugan always guide us with strength, courage and wisdom."