କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀ
ଏଆଇକୁ ଗଣତାନ୍ତ୍ରିକ କରିବାକୁ ହେବ; ଏହା ଅନ୍ତର୍ଭୁକ୍ତିକରଣ ଓ ସଶକ୍ତିକରଣ ପାଇଁ ଏକ ଉପକରଣ ହେବା ଉଚିତ, ବିଶେଷକରି ଗ୍ଲୋବାଲ୍ ସାଉଥ୍ ପାଇଁ: ପ୍ରଧାନମନ୍ତ୍ରୀ
ନୀତିଗତ ପ୍ରଣାଳୀ, ଉତ୍ତରଦାୟୀ ଶାସନ, ସାର୍ବଭୌମତ୍ୱ, ସୁଲଭତା ଏବଂ ବୈଧ ଓ ଯୁକ୍ତିସଂଗତ ବ୍ୟବହାର ଆଦି ଦିଗ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
ଆମେ ଏମିତି ଏକ ଯୁଗରେ ପ୍ରବେଶ କରୁଛୁ, ଯେଉଁଠାରେ ମଣିଷ ଓ ଏଆଇ ଏକାଠି କାମ କରିବେ; ଏଆଇ ଆମ କାମକୁ ଅଧିକ ସ୍ମାର୍ଟ, ଦକ୍ଷ ଓ ପ୍ରଭାବଶାଳୀ କରିବ: ପ୍ରଧାନମନ୍ତ୍ରୀ
ବିଶ୍ୱର ମଙ୍ଗଳ ପାଇଁ ଆମକୁ ଏଆଇର ଏକ ସାମୂହିକ ସଂକଳ୍ପ ବିକଶିତ କରିବାକୁ ପଡିବ: ପ୍ରଧାନମନ୍ତ୍ରୀ
ଏଆଇ ଭିତରେ ଭାରତ ଆସନ୍ତାକାଲିର ଏକ ବ୍ଲୁପ୍ରିଣ୍ଟ ଦେଖୁଛି: ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ବିଶ୍ୱର ସର୍ବବୃହତ ଏବଂ ଐତିହାସିକ ଏଆଇ ଇମ୍ପାକ୍ଟ ସମିଟ୍ ଭାରତରେ ଅନୁଷ୍ଠିତ ହେଉଛି, ଯାହା ମାନବତାର ଏକ ଷଷ୍ଠାଂଶ ପ୍ରତିନିଧିତ୍ୱ କରୁଥିବା ଦେଶ। ଭାରତ ବିଶ୍ୱର ସବୁଠୁ ବଡ଼ ଯୁବ ଜନସଂଖ୍ୟା, ସର୍ବାଧିକ ପ୍ରଯୁକ୍ତିଗତ ପ୍ରତିଭା ଭଣ୍ଡାର ଏବଂ ଏକ ସକ୍ରିୟ ପ୍ରଯୁକ୍ତି-ସମର୍ଥିତ ପରିବେଶର ଗୃହ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତ କେବଳ ନୂତନ ପ୍ରଯୁକ୍ତି ସୃଷ୍ଟି କରୁ ନାହିଁ ବରଂ ସେଗୁଡ଼ିକୁ ଅଭୂତପୂର୍ବ ଗତିରେ ଗ୍ରହଣ ମଧ୍ୟ କରୁଛି। ୧୪୦ କୋଟି ଭାରତୀୟ ନୂତନ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବାକୁ ଆଗ୍ରହୀ ଏବଂ ସେମାନଙ୍କ ପକ୍ଷରୁ ସେ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସରକାରୀ ମୁଖ୍ୟ, ବିଶ୍ୱ ଏଆଇ ଇକୋସିଷ୍ଟମର ନେତା ଏବଂ ନବସୃଜନକାରୀଙ୍କୁ ସ୍ୱାଗତ କରିଛନ୍ତି। ସେ ସେମାନଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କେବଳ ଦେଶ ପାଇଁ ନୁହେଁ ବରଂ ସମଗ୍ର ଦକ୍ଷିଣ ବିଶ୍ୱ ପାଇଁ ଗର୍ବର ବିଷୟ।

 

ସମ୍ମିଳନୀରେ ବିଶ୍ୱର ଏଆଇ କ୍ଷେତ୍ରର ତୁଙ୍ଗ ବ୍ୟକ୍ତିତ୍ୱ, ୧୦୦ରୁ ଅଧିକ ଦେଶର ପ୍ରତିନିଧି ଓ ସାରା ପୃଥିବୀରୁ ଆସିଥିବା ପ୍ରତିଷ୍ଠିତ ଅଂଶଗ୍ରହଣକାରୀମାନେ ଯୋଗଦେଇଥିବାରୁ, ଏହାର ସଫଳତା ନୂତନ ଉଚ୍ଚତାରେ ପହଞ୍ଚିଛି ବୋଲି ଉଲ୍ଲେଖ କରି, ଶ୍ରୀ ମୋଦୀ ସମ୍ମିଳନୀରେ ଯୁବ ପିଢ଼ିର ଦୃଢ଼ ଉପସ୍ଥିତି ଉପରେ ଆଲୋକପାତ କରିଥିଲେ, ଯାହା ନୂତନ ଆତ୍ମବିଶ୍ୱାସ ସୃଷ୍ଟି କରୁଛି ବୋଲି ସେ କହିଥିଲେ। ସେ ଲକ୍ଷ୍ୟ କରିଥିଲେ ଯେ, ନୂତନ ପ୍ରଯୁକ୍ତିବିଦ୍ୟା ପ୍ରାୟତଃ ପ୍ରାରମ୍ଭିକ ସନ୍ଦେହର ସମ୍ମୁଖୀନ ହେଉଥିଲେ ମଧ୍ୟ, ବିଶ୍ୱବ୍ୟାପୀ ଯୁବପିଢ଼ି ଯେଉଁ ଗତି ଓ ବିଶ୍ୱାସ ସହିତ ଏଆଇକୁ ଗ୍ରହଣ କରୁଛନ୍ତି, ଏହାର ନେତୃତ୍ୱ ନେଉଛନ୍ତି ଏବଂ ଏହାକୁ ବ୍ୟବହାର କରୁଛନ୍ତି, ତାହା ଅଭୂତପୂର୍ବ। ପ୍ରଧାନମନ୍ତ୍ରୀ ଏଆଇ ସମ୍ମିଳନୀ ପ୍ରଦର୍ଶନୀକୁ ନେଇ ଉତ୍ସୁକ, ବିଶେଷକରି ଯୁବ ପ୍ରତିଭାଙ୍କ ବିଶାଳ ଅଂଶଗ୍ରହଣ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ। ସେ ଉଲ୍ଲେଖ କରିଥିଲେ ଯେ, କୃଷି, ସୁରକ୍ଷା, ଦିବ୍ୟାଙ୍ଗଜନଙ୍କ ପାଇଁ ସହାୟତା ଏବଂ ବହୁଭାଷୀ ଜନସଂଖ୍ୟାର ଆବଶ୍ୟକତା ପୂରଣ ଭଳି କ୍ଷେତ୍ରରେ ଉପସ୍ଥାପିତ ସମାଧାନଗୁଡ଼ିକ 'ମେଡ୍ ଇନ୍ ଇଣ୍ଡିଆ'ର ଶକ୍ତିକୁ ପ୍ରତିଫଳିତ କରୁଛି ଏବଂ ଏଆଇ କ୍ଷେତ୍ରରେ ଭାରତର ଅଭିନବ କ୍ଷମତାକୁ ପ୍ରଦର୍ଶନ କରୁଛି।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମାନବ ଇତିହାସରେ ପ୍ରତି କିଛି ଶତାବ୍ଦୀ ପରେ ଏକ ମହତ୍ୱପୂର୍ଣ୍ଣ ମୋଡ଼ ଆସେ, ଯାହା ସଭ୍ୟତାର ଦିଗକୁ ପୁନର୍ନିର୍ଦ୍ଧାରିତ କରେ। ସେ ଉଲ୍ଲେଖ କରିଥିଲେ ଯେ, ଏପରି ମୁହୂର୍ତ୍ତଗୁଡ଼ିକ ବିକାଶର ଗତିକୁ ପରିବର୍ତ୍ତନ କରିଥାଏ ଏବଂ ଚିନ୍ତାଧାରା, ବୁଝାମଣା ଓ କାର୍ଯ୍ୟ କରିବାର ଢାଞ୍ଚାକୁ ପରିବର୍ତ୍ତିତ କରେ। ସେ ଲକ୍ଷ୍ୟ କରିଥିଲେ ଯେ, ପରିବର୍ତ୍ତନର ଏପରି ସମୟରେ, ପ୍ରକୃତ ପ୍ରଭାବ ପ୍ରାୟତଃ ତୁରନ୍ତ ବୁଝାପଡ଼େ ନାହିଁ। ସେ ମନେ ପକାଇଥିଲେ ଯେ, ଯେତେବେଳେ ପଥରରୁ ପ୍ରଥମେ ଅଗ୍ନି ସୃଷ୍ଟି ହୋଇଥିଲା, କେହି କଳ୍ପନା କରିନଥିଲେ ଯେ, ସେହି ଅଗ୍ନି ସଭ୍ୟତାର ମୂଳଦୁଆ ହେବ। ଯେତେବେଳେ କଥିତ ଭାଷାକୁ ପ୍ରଥମେ ଲିପିରେ ରୂପାନ୍ତରିତ କରାଯାଇଥିଲା, କେହି ଅନୁଭବ କରିନଥିଲେ ଯେ, ଲିଖିତ ଜ୍ଞାନ ଭବିଷ୍ୟତର ବ୍ୟବସ୍ଥାର ମେରୁଦଣ୍ଡ ହେବ। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ, ଯେତେବେଳେ ପ୍ରଥମ ଥର ପାଇଁ ତାର ବିହୀନ ଭାବରେ ସଙ୍କେତଗୁଡ଼ିକୁ ପ୍ରସାରିତ କରାଯାଇଥିଲା, କେହି କଳ୍ପନା କରିପାରିନଥିଲେ ଯେ, ଗୋଟିଏ ଦିନ ସମଗ୍ର ବିଶ୍ୱ ବାସ୍ତବରେ ସଂଯୋଗ ହୋଇଯିବ।

 

"କୃତ୍ରିମ ବୁଦ୍ଧିମତ୍ତା ମାନବ ସଭ୍ୟତାରେ ଐତିହାସିକ ମୋଡ଼ ପରି ସମାନ ପରିମାଣର ଏକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରୁଛି" ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି, ଆଜି ଯାହା ଦେଖାଯାଉଛି ଓ ଅନୁମାନ କରାଯାଉଛି, ସେଗୁଡ଼ିକ ଏହାର ପ୍ରଭାବର କେବଳ ପ୍ରାରମ୍ଭିକ ସଙ୍କେତ ମାତ୍ର। ସେ କହିଛନ୍ତି ଯେ, ଏଆଇ ମେସିନଗୁଡ଼ିକୁ ବୁଦ୍ଧିମାନ କରୁଛି, କିନ୍ତୁ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ମାନବ କ୍ଷମତାକୁ ଅନେକ ଗୁଣ ବୃଦ୍ଧି ମଧ୍ୟ କରୁଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଏଥର ଭୁନ୍ନତା ଏହାର ଅପୂର୍ବ ଗତି ଓ ଅପେକ୍ଷାତୀତ ପ୍ରମାଣରେ ରହିଛି। ସେ କହିଛନ୍ତି ଯେ, ପୂର୍ବରୁ ପ୍ରଯୁକ୍ତିର ପ୍ରଭାବ ପ୍ରକାଶ ପାଇବାକୁ ଦଶନ୍ଧି ସମୟ ଲାଗୁଥିଲା, କିନ୍ତୁ ଆଜି ‘ମେସିନ୍ ଲର୍ଣ୍ଣିଂ’ରୁ ‘ଲର୍ଣ୍ଣିଂ ମେସିନ୍‌’ ପର୍ଯ୍ୟନ୍ତ ଯାତ୍ରା ଦ୍ରୁତ, ଗଭୀର ଓ ବ୍ୟାପକ ହୋଇପାରିଛି। ସେ ଉଲ୍ଲେଖ କରିଛନ୍ତି ଯେ, ଏଥିପାଇଁ ଏକ ବୃହତ ଦୃଷ୍ଟିକୋଣ ଏବଂ ସମାନ ଭାବରେ ଅଧିକ ଦାୟିତ୍ୱ ଆବଶ୍ୟକ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ବର୍ତ୍ତମାନ ପିଢ଼ି ସହିତ, ଭବିଷ୍ୟତ ପିଢ଼ିକୁ ଏଆଇ କିପରି ହସ୍ତାନ୍ତର କରାଯିବ ସେ ବିଷୟରେ ମଧ୍ୟ ଚିନ୍ତା କରାଯିବା ଉଚିତ। ସେ କହିଛନ୍ତି ଯେ, ପ୍ରକୃତ ପ୍ରଶ୍ନ ହେଉଛି ଭବିଷ୍ୟତରେ ଏଆଇ କ'ଣ କରିପାରିବ ତାହା ନୁହେଁ, ବରଂ ବର୍ତ୍ତମାନର ମାନବଜାତି ଏଆଇ ସହିତ କ'ଣ କରିବାକୁ ଚୟନ କରୁଛି। ପରମାଣୁ ଶକ୍ତି ସହିତ ସମ୍ମିଳନ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ମାନବଜାତି ଏହାର ବିନାଶକାରୀ ସମ୍ଭାବନା ଏବଂ ଏହାର ସକାରାତ୍ମକ ଅବଦାନ ଉଭୟ ଦେଖିଛି। ସେ ଦୃଢ଼ ଭାବରେ କହିଛନ୍ତି ଯେ, ଏଆଇ ମଧ୍ୟ ଏକ ପରିବର୍ତ୍ତନକାରୀ ଶକ୍ତି - ଯଦି ଦିଗହୀନ, ତେବେ ଏହା ବାଧା ସୃଷ୍ଟି କରେ, କିନ୍ତୁ ସଠିକ୍ ଦିଗ ସହିତ, ଏହା ଏକ ସମାଧାନ ହୋଇଯାଏ। ଶ୍ରୀ ମୋଦୀ ଆଲୋକପାତ କରିଛନ୍ତି ଯେ, କିପରି ଏଆଇକୁ ମେସିନ୍-କେନ୍ଦ୍ରିକ ବଦଳରେ ମାନବ-କେନ୍ଦ୍ରିକ କରାଯାଇପାରିବ ଏବଂ ଏହାକୁ କିପରି ସମ୍ବେଦନଶୀଳ ଓ ଦାୟିତ୍ୱବାନ କରାଯାଇପାରିବ ସେ ବିଷୟରେ ବିଚାର-ବିମର୍ଶ କରିବା ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀର ମୂଳ ଉଦ୍ଦେଶ୍ୟ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ଏଆଇ ପାଇଁ ଭାରତର ଦୃଷ୍ଟିକୋଣ ଶିଖର ସମ୍ମିଳନୀର ବିଷୟବସ୍ତୁ - 'ସର୍ବଜନ ହିତାୟ, ସର୍ବଜନ ସୁଖାୟ' ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ଯାହାର ଅର୍ଥ ସମସ୍ତଙ୍କ ମଙ୍ଗଳ ଓ ସମସ୍ତଙ୍କର ହିତ। ସେ ଜୋର ଦେଇ କହିଛନ୍ତି ଯେ, ଏହାହିଁ ଭାରତ ପାଇଁ ମାନଦଣ୍ଡ। ସେ ସତର୍କ କରାଇଥିଲେ ଯେ, ମଣିଷ କେବଳ ଏଆଇ ପାଇଁ ତଥ୍ୟ ବିନ୍ଦୁ କିମ୍ବା କଞ୍ଚାମାଲ ହେବା ଉଚିତ୍ ନୁହେଁ, ତେଣୁ ଏଆଇକୁ ଗଣତାନ୍ତ୍ରିକ କରାଯିବା ଉଚିତ। ସେ ଆଲୋକପାତ କରିଛନ୍ତି ଯେ, ଏଆଇ ସମାବେଶୀ ଏବଂ ସଶକ୍ତୀକରଣର ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିବା ଉଚିତ, ବିଶେଷକରି ଗ୍ଲୋବାଲ୍ ସାଉଥ୍‌ ପାଇଁ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଆଇକୁ ମୁକ୍ତ ଆକାଶ ଦିଆଯିବା ଉଚିତ, କିନ୍ତୁ ନିର୍ଦ୍ଦେଶ କ୍ଷମତା ମଣିଷ ହାତରେ ରହିବା ଉଚିତ। ସେ ଏହାକୁ ଜିପିଏସ୍‌ ସହିତ ତୁଳନା କରିଛନ୍ତି, ଯାହା ପଥ ସୂଚାଇଥାଏ କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ବ୍ୟବହାରକାରୀଙ୍କ ଉପରେ ଛାଡିଥାଏ। ସେ ଉଲ୍ଲେଖ କରିଛନ୍ତି ଯେ, ମାନବଜାତି ଆଜି ଏଆଇକୁ କେଉଁ ଦିଗରେ ନେଇଯିବ ତାହା ଭବିଷ୍ୟତ ନିର୍ଣ୍ଣୟ କରିବ।

 

ନୂଆଦିଲ୍ଲୀ ଏଆଇ ପ୍ରଭାବ ସମ୍ମିଳନୀରେ, ପ୍ରଧାନମନ୍ତ୍ରୀ ଏଆଇ ପାଇଁ ଭାରତର ଏମ୍‌.ଏ.ଏନ୍‌.ଏ.ଭି ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ସେ ବ୍ୟାଖ୍ୟା କରିଛନ୍ତି ଯେ ଏମ୍‌.ଏ.ଏନ୍‌.ଏ.ଭି ଅର୍ଥ ହେଉଛି:

 

ଏମ୍ – ନୈତିକ ଓ ନୀତିଗତ ବ୍ୟବସ୍ଥା: ଏଆଇ ନୈତିକ ମାର୍ଗଦର୍ଶିକା ଉପରେ ଆଧାରିତ ହେବା ଉଚିତ।

 

ଏ – ଦାୟିତ୍ୱପୂର୍ଣ୍ଣ ଶାସନ: ପାରଦର୍ଶୀ ନିୟମ ଓ ଦୃଢ଼ ନିରୀକ୍ଷଣ ବ୍ୟବସ୍ଥା।

 

ଏନ୍ – ଜାତୀୟ ସାର୍ବଭୌମତ୍ୱ: ତଥ୍ୟ ଏହାର ମାଲିକଙ୍କର ହେବା ଉଚିତ୍‌।

 

ଏ – ପ୍ରବେଶଯୋଗ୍ୟ ଏବଂ ଅନ୍ତର୍ଭୁକ୍ତ: ଏଆଇ କେବଳ କିଛି ଲୋକଙ୍କର ଏକାଧିକାର ନୁହେଁ, ବରଂ ଏକ ଗୁଣକ ହେବା ଉଚିତ।

 

ଭି – ବୈଧ ଓ ଯୁକ୍ତିସଂଗତ: ଏଆଇ ଆଇନସମ୍ମତ ଓ ପରୀକ୍ଷଣଯୋଗ୍ୟ ହେବା ଆବଶ୍ୟକ।

 

ସେ ଦୃଢ଼ ଭାବରେ କହିଛନ୍ତି ଯେ, ଭାରତର ଏମ୍‌.ଏ.ଏନ୍‌.ଏ.ଭି. ଏକବିଂଶ ଶତାବ୍ଦୀର କୃତ୍ରିମ ତତ୍ତ୍ୱ-ଚାଳିତ ବିଶ୍ୱରେ ମାନବଜାତି କଲ୍ୟାଣ ପାଇଁ ଦୃଷ୍ଟିକୋଣ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇଯିବ।

 

 

ପ୍ରଧାନମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ, ଦଶନ୍ଧି ପୂର୍ବରୁ, ଯେତେବେଳେ ଇଣ୍ଟରନେଟ୍ ଆରମ୍ଭ ହୋଇଥିଲା, କେହି କଳ୍ପନା କରିନଥିଲେ ଯେ, ଏହା କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆଜି ଏଆଇ ପାଇଁ ମଧ୍ୟ ସମାନ କଥା ସତ୍ୟ, କାରଣ ଭବିଷ୍ୟତରେ କି ପ୍ରକାରର ଚାକିରି ସୃଷ୍ଟି ହେବ ତାହା ଭବିଷ୍ୟବାଣୀ କରିବା କଷ୍ଟକର। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଆଇରେ କାର୍ଯ୍ୟର ଭବିଷ୍ୟତ ପୂର୍ବ-ନିର୍ଦ୍ଧାରିତ ନୁହେଁ, ବରଂ ଏହା ସାମୂହିକ ନିଷ୍ପତ୍ତି ଏବଂ କାର୍ଯ୍ୟ ଉପରେ ନିର୍ଭର କରିବ। ଶ୍ରୀ ମୋଦୀ କହିଛନ୍ତି ଯେ, କାର୍ଯ୍ୟର ଭବିଷ୍ୟତ ଏକ ନୂତନ ସୁଯୋଗ, ଯାହା ଏକ ଯୁଗକୁ ଚିହ୍ନିତ କରୁଛି ଯେଉଁଠାରେ ମଣିଷ ଏବଂ ବୁଦ୍ଧିମାନ ବ୍ୟବସ୍ଥା ସହ-ସୃଷ୍ଟି, ସହ-କାର୍ଯ୍ୟ ଓ ସହ-ବିକଶିତ ହେବ। ଏଆଇ କାମକୁ ଅଧିକ ସ୍ମାର୍ଟ, ଅଧିକ ଦକ୍ଷ ଏବଂ ଅଧିକ ପ୍ରଭାବଶାଳୀ କରିବ, ଉତ୍ତମ ଡିଜାଇନ୍, ଦ୍ରୁତ ନିର୍ମାଣ ଏବଂ ଉନ୍ନତ ନିଷ୍ପତ୍ତି ଗ୍ରହଣକୁ ସକ୍ଷମ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

 

ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଏଆଇ ଅଧିକ ମୂଲ୍ୟବାନ, ସୃଜନଶୀଳ ଓ ଅର୍ଥପୂର୍ଣ୍ଣ ଭୂମିକାଗୁଡ଼ିକୁ ଅଧିକ ଲୋକଙ୍କ ପାଇଁ ଉନ୍ମୁକ୍ତ କରିବ, ଯାହା ସୃଜନଶୀଳ, ଉଦ୍ୟୋଗ ଓ ନୂତନ ଶିଳ୍ପକୁ ସୃଷ୍ଟି କରିବାର ସୁଯୋଗ ଦେବ। ସେ ଦକ୍ଷତା, ପୁନଃ ଦକ୍ଷତା ଏବଂ ଜୀବନବ୍ୟାପୀ ଶିକ୍ଷାକୁ ଏକ ଗଣ ଆନ୍ଦୋଳନ କରିବାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

 

କାର୍ଯ୍ୟର ଭବିଷ୍ୟତ ଅନ୍ତର୍ଭୁକ୍ତିମୂଳକ, ବିଶ୍ୱସନୀୟ ଏବଂ ମାନବ-କୈନ୍ଦ୍ରିକ ହେବ ବୋଲି ଦାବି କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ, ଯଦି ମାନବଜାତି ଏକାଠି ଆଗକୁ ବଢ଼ିବ, ତେବେ କୃତ୍ରିମ ବୁଦ୍ଧିମତ୍ତା ମାନବ ସମ୍ଭାବନାକୁ ନୂତନ ଉଚ୍ଚତାରେ ପହଞ୍ଚାଇବ।

 

ପାରଦର୍ଶିତା ସବୁଠୁ ବଡ଼ ସୁରକ୍ଷାବଳୟ, "ସୂର୍ଯ୍ୟ ଆଲୋକ ହେଉଛି ସର୍ବୋତ୍ତମ ଜୀବାଣୁନାଶକ" ଏହି କଥାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କିଛି ଦେଶ ଏବଂ କମ୍ପାନୀଗୁଡ଼ିକ ଏଆଇକୁ ଗୋପନୀୟ ଭାବରେ ବିକଶିତ କରିବାକୁ ଏକ ରଣନୈତିକ ସମ୍ପତ୍ତି ବୋଲି ବିଚାର କରନ୍ତି, କିନ୍ତୁ ଭାରତ ବିଶ୍ୱାସ କରେ ଯେ, ଏଆଇ କେବଳ ସେତେବେଳେ ବିଶ୍ୱକୁ ଲାଭଦାୟକ ହେବ ଯେତେବେଳେ ଏହାକୁ ସେୟାର କରାଯିବ। ସେ ଜୋର ଦେଇ କହିଛନ୍ତି ଯେ, ଓପେନ୍ କୋଡ୍‌ ଓ ସାମୂହିକ ଉନ୍ନୟନ ଲକ୍ଷାଧିକ ଯୁବ ମନଙ୍କୁ ଏଆଇକୁ ଅଧିକ ଉନ୍ନତ ଓ ସୁରକ୍ଷିତ କରିବାର ସୁଯୋଗ ଦେବ। ପ୍ରଧାନମନ୍ତ୍ରୀ ଏଆଇକୁ ଏକ ବିଶ୍ୱସ୍ତରୀୟ ଅମୂଲ୍ୟ ସମ୍ପଦ ଭାବରେ ବିକଶିତ କରିବା ଦିଗରେ ଏକ ସାମୂହିକ ସଂକଳ୍ପ ପାଇଁ ଆହ୍ୱାନ କରିଛନ୍ତି।

 

ବିଶ୍ୱ ମାନଦଣ୍ଡର ତତ୍କାଳ ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସୂଚାଇଛନ୍ତି ଯେ, ଡିପଫେକ୍ ଏବଂ ନକଲୀ ବିଷୟବସ୍ତୁ ଖୋଲା ସମାଜକୁ ଅସ୍ଥିର କରୁଛି। ଖାଦ୍ୟ ଉପରେ ପୁଷ୍ଟିସାର ଲେବଲ ଭଳି ଡିଜିଟାଲ ବିଷୟବସ୍ତୁରେ ମଧ୍ୟ ପ୍ରାମାଣିକତା ଲେବଲ ରହିବା ଆବଶ୍ୟକ ଯାହା ଦ୍ୱାରା ଲୋକମାନେ ପ୍ରକୃତ ଏବଂ ଏଆଇ-ଉତ୍ପନ୍ନ ସାମଗ୍ରୀ ମଧ୍ୟରେ ପାର୍ଥକ୍ୟ କରିପାରିବେ। ଶ୍ରୀ ମୋଦୀ ୱାଟରମାର୍କିଂ ଏବଂ ସ୍ପଷ୍ଟ ଉତ୍ସ ମାନଦଣ୍ଡର ବର୍ଦ୍ଧିତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି କାରଣ ଏଆଇ ବର୍ଦ୍ଧିତ ଭାବରେ ପାଠ୍ୟ, ଚିତ୍ର ଏବଂ ଭିଡିଓ ସୃଷ୍ଟି କରୁଛି, ଆରମ୍ଭରୁ ପ୍ରଯୁକ୍ତିବିଦ୍ୟାରେ ବିଶ୍ୱାସ ସୃଷ୍ଟି ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

 

ଶିଶୁ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯେପରି ସ୍କୁଲ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଏ, ସେହିପରି ଏଆଇ ସ୍ଥାନ ମଧ୍ୟ ଶିଶୁ-ସୁରକ୍ଷିତ ଏବଂ ପରିବାର-ନିର୍ଦ୍ଦେଶିତ ହେବା ଉଚିତ। ସେ ମନ୍ତବ୍ୟ ଦେଇଛନ୍ତି ଯେ, ଆଜି ଦୁଇ ପ୍ରକାରର ଲୋକ ଅଛନ୍ତି - ଯେଉଁମାନେ ଏଆଇକୁ ଭୟାତୁର ଚକ୍ଷୁରେ ଦେଖୁଛନ୍ତି ଏବଂ ଅନ୍ୟ କେତେକ ଏଆଇରେ ଭବିଷ୍ୟତ ଦେଖୁଛନ୍ତି। ସେ ଦୃଢ଼ ଭାବରେ କହିଛନ୍ତି ଯେ, ଭାରତ ଏଆଇରେ ଭାଗ୍ୟ ଏବଂ ଭବିଷ୍ୟତ ଦେଖେ, ଯାହା ପ୍ରତିଭା, ଶକ୍ତି କ୍ଷମତା ଓ ନୀତି ସ୍ପଷ୍ଟତା ଦ୍ୱାରା ସମର୍ଥିତ। ଶ୍ରୀ ମୋଦୀ ଶିଖର ସମ୍ମିଳନୀ ସମୟରେ ତିନୋଟି ଭାରତୀୟ କମ୍ପାନୀ ସେମାନଙ୍କର ଏଆଇ ମଡେଲ ଏବଂ ଆପ୍ ଲଞ୍ଚ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ମଡେଲଗୁଡ଼ିକ ଭାରତର ଯୁବପିଢ଼ିଙ୍କ ପ୍ରତିଭାକୁ ପ୍ରତିଫଳିତ କରେ ଏବଂ ବିଶ୍ୱ ଏଆଇ ଭୂଦୃଶ୍ୟରେ ଭାରତ ଯୋଗଦାନ ଦେଉଥିବା ସମାଧାନର ଗଭୀରତା ଏବଂ ବିବିଧତାକୁ ପ୍ରଦର୍ଶନ କରେ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ସେମିକଣ୍ଡକ୍ଟର ଏବଂ ଚିପ୍-ନିର୍ମାଣ ଠାରୁ ଆରମ୍ଭ କରି କ୍ୱାଣ୍ଟମ୍ କମ୍ପ୍ୟୁଟିଂ ପର୍ଯ୍ୟନ୍ତ ଏକ ସ୍ଥିର ଇକୋସିଷ୍ଟମ ନିର୍ମାଣ କରୁଛି। ସୁରକ୍ଷିତ ଡାଟା ସେଣ୍ଟର, ଏକ ଦୃଢ଼ ଆଇଟି ମେରୁଦଣ୍ଡ ଓ ଏକ ଗତିଶୀଳ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାରତକୁ ସୁଲଭ, ସ୍କେଲେବଲ୍ ଏବଂ ସୁରକ୍ଷିତ ଏଆଇ ସମାଧାନ ପାଇଁ ଏକ ପ୍ରାକୃତିକ କେନ୍ଦ୍ର କରିଥାଏ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ଭାରତରେ ବିବିଧତା, ଜନସଂଖ୍ୟା ଏବଂ ଗଣତନ୍ତ୍ର ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତରେ ସଫଳ ହେଉଥିବା ଯେକୌଣସି ଏଆଇ ମଡେଲକୁ ବିଶ୍ୱ ସ୍ତରରେ ନିୟୋଜିତ କରାଯାଇପାରିବ। ସେ ବିଶ୍ୱକୁ ଆହ୍ୱାନ କରି କହିଛନ୍ତି 'ଭାରତରେ ଡିଜାଇନ୍ ଓ ବିକଶିତ କରନ୍ତୁ; ବିଶ୍ୱକୁ ପ୍ରଦାନ କରନ୍ତୁ; ମାନବଜାତିକୁ ସେବା ପ୍ରଦାନ କରନ୍ତୁ'। ଶେଷରେ, ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ।

 

ଫ୍ରାନ୍ସ ଗଣରାଜ୍ୟର ରାଷ୍ଟ୍ରପତି, ମହାମହିମ ଶ୍ରୀ ଇମାନୁଏଲ ମାକ୍ରନ, ଜାତିସଂଘର ମହାସଚିବ, ବିଭିନ୍ନ ଦେଶର ରାଷ୍ଟ୍ରପ୍ରମୁଖ, ମନ୍ତ୍ରୀ, ମନ୍ତ୍ରିମଣ୍ଡଳୀ, ବହୁପାକ୍ଷିକ ପ୍ରତିଷ୍ଠାନର ବରିଷ୍ଠ ପ୍ରତିନିଧି ଏବଂ ପ୍ରଯୁକ୍ତି ଓ ଏଆଇ ଶିଳ୍ପ ନେତାମାନେ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ଭାରତ ଏଆଇ ପ୍ରଭାବ ସମ୍ମିଳନୀ ୨୦୨୬ର ବିଷୟବସ୍ତୁ ହେଉଛି “ସର୍ବଜନ ହିତାୟ, ସର୍ବଜନ ସୁଖାୟ” ଅର୍ଥାତ୍ ସମସ୍ତଙ୍କର ହିତ ଓ ସମସ୍ତଙ୍କର କଲ୍ୟାଣ। ଏହାର ଲକ୍ଷ୍ୟ ହେଉଛି ଏଆଇ କ୍ଷେତ୍ରରେ ଭାରତକୁ ଏକ ନେତୃତ୍ୱଦାୟୀ ଦେଶ ଭାବେ ସ୍ଥାପିତ କରିବା ଏବଂ ଏମିତି ଏକ ଭବିଷ୍ୟତର କଳ୍ପନା କରିବା, ଯେଉଁଠାରେ ଏଆଇ ମାନବଜାତିର ଉନ୍ନତିକୁ ଆଗେଇ ନେବ, ସମାନ୍ତରାଳ ବିକାଶକୁ ପ୍ରୋତ୍ସାହନ ଦେବ ଏବଂ ଆମ ସାମୂହିକ ପୃଥିବୀକୁ ସୁରକ୍ଷିତ ରଖିବ।

 

ସାତଟି କାର୍ଯ୍ୟକାରୀ ଗୋଷ୍ଠୀ ଶିଖର ସମ୍ମିଳନୀକୁ ନେତୃତ୍ୱ ଦେଇଛନ୍ତି, ତିନୋଟି ସ୍ତମ୍ଭ: ଲୋକ, ପୃଥିବୀ ଏବଂ ପ୍ରଗତି ସହ ସମନ୍ୱିତ। ଏହି ଗୋଷ୍ଠୀଗୁଡ଼ିକ ବିଭିନ୍ନ କ୍ଷେତ୍ରରେ ଏଆଇର ପ୍ରଭାବ ପ୍ରଦର୍ଶନ କରି କଠିନ ଫଳାଫଳ ପ୍ରଦାନ କରିବା ଉପରେ କାର୍ଯ୍ୟ କରିବେ। ସାତଟି ବିଷୟବସ୍ତୁ ହେଉଛି: ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ମଙ୍ଗଳ ପାଇଁ ଏଆଇ; ଏଆଇ ସମ୍ବଳକୁ ଗଣତାନ୍ତ୍ରିକ କରିବା; ସାମାଜିକ ସଶକ୍ତୀକରଣ ପାଇଁ ଅନ୍ତର୍ଭୁକ୍ତି; ନିରାପଦ ଏବଂ ବିଶ୍ୱସ୍ତ ଏଆଇ; ମାନବ ପୁଞ୍ଜି; ବିଜ୍ଞାନ; ସ୍ଥିରତା, ନବସୃଜନ ଏବଂ ଦକ୍ଷତା।

 

ଏହି ସମ୍ମିଳନୀ ୫୦୦ରୁ ଅଧିକ ବିଶ୍ୱସ୍ତରୀୟ ଏଆଇ ନେତାଙ୍କୁ ଏକତ୍ରିତ କରିବ, ଯେଉଁଥିରେ ସିଇଓ/ସିଏକ୍ସଓ, ପ୍ରାୟ ୧୦୦ ସିଇଓ ଏବଂ ପ୍ରତିଷ୍ଠାତା, ୧୫୦ ଶିକ୍ଷାବିତ୍ ଏବଂ ଗବେଷକ, ଏବଂ ୪୦୦ ସିଟିଓ, ଭିପି ଏବଂ ସମାଜସେବୀ ସାମିଲ ହେବେ। ଏହା ସହିତ, ୧୦୦ରୁ ଅଧିକ ସରକାରୀ ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିବେ, ଯାହାମଧ୍ୟରେ ୨୦ରୁ ଅଧିକ ରାଷ୍ଟ୍ରପ୍ରମୁଖ ଓ ସରକାରପ୍ରମୁଖ ଏବଂ ପ୍ରାୟ ୬୦ ଜଣ ମନ୍ତ୍ରୀ ଓ ଉପମନ୍ତ୍ରୀ ରହିବେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”