ସିକ୍କିମରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
ସିକ୍କିମ ହେଉଛି ଦେଶର ଗର୍ବ : ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧି ଧରି, ଆମ ସରକାର ଭାରତର ବିକାଶ ଯାତ୍ରାର ମୂଳରେ ଉତ୍ତର- ପୂର୍ବକୁ ସ୍ଥାନିତ କରିଛି : ପ୍ରଧାନମନ୍ତ୍ରୀ
ଆମେ 'ଆକ୍ଟ ଫାଷ୍ଟ' ମନୋଭାବ ସହିତ 'ଆକ୍ଟ ଇଷ୍ଟ' ନୀତିକୁ ଆଗକୁ ବଢ଼ାଉଛୁ : ପ୍ରଧାନମନ୍ତ୍ରୀ
ସିକ୍କିମ୍ ଏବଂ ସମଗ୍ର ଉତ୍ତର - ପୂର୍ବ ଅଂଚଳ ଭାରତର ପ୍ରଗତିରେ ଏକ ଉଜ୍ଜ୍ୱଳ ଅଧ୍ୟାୟ ଭାବରେ ମୁଣ୍ଡ ଟେକୁଛି : ପ୍ରଧାନମନ୍ତ୍ରୀ
ଆମେ ସିକ୍କିମକୁ ଏକ ବିଶ୍ୱ ପର୍ଯ୍ୟଟନ ସ୍ଥଳ କରିବାକୁ ଚେଷ୍ଟା କରୁଛୁ : ପ୍ରଧାନମନ୍ତ୍ରୀ
ଆଗାମୀ ବର୍ଷ ଗୁଡ଼ିକରେ, ଭାରତ ଏକ ବିଶ୍ୱସ୍ତରୀୟ କ୍ରୀଡା ମହାଶକ୍ତି ଭାବରେ ଉଭା ହେବାକୁ ଯାଉଛି, ଉତ୍ତର - ପୂର୍ବ ଏବଂ ସିକ୍କିମର ଯୁବଶକ୍ତି ଏହି ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି​‌ବେ : ପ୍ରଧାନମନ୍ତ୍ରୀ
ସିକ୍କିମ୍ କେବଳ ଭାରତ ପାଇଁ ନୁହେଁ , ବରଂ ସମଗ୍ର ବିଶ୍ୱ ପାଇଁ ଏକ ସବୁଜ ମଡେଲ ରାଜ୍ୟ ହେବା ​‌ହେଉଛି ଆମର ସ୍ୱପ୍ନ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗ୍ୟାଙ୍ଗଟକରେ 'ସିକ୍କିମ@50' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା 'ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସହିତ ମିଳିତ ହୁଏ ଏବଂ ପ୍ରକୃତି ବିକାଶକୁ ପ୍ରତିପାଳନ କରେ'।

ଏହି ଅବସରରେ ସେ ସିକ୍କିମ୍ ରାଜ୍ୟ ଗଠନର 50ତମ ବାର୍ଷିକୀ ପାଳନ ଅବସରରେ ଏହି ବିଶେଷ ଦିବସରେ ସିକ୍କିମର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ କହିଥିଲେ ଯେ, ସେ ବ୍ୟକ୍ତିଗତ ଭାବରେ ଲୋକଙ୍କ ଉତ୍ସାହ , ଶକ୍ତି ଏବଂ ଆଗ୍ରହକୁ ଦେଖିବାକୁ ଚାହୁଁଥିଲେ, କିନ୍ତୁ ପ୍ରତିକୂଳ ପାଗ ଯୋଗୁଁ ସେ ଉପସ୍ଥିତ ରହିପାରିଲେ ନାହିଁ। ସେ ନିକଟ ଭବିଷ୍ୟତରେ ସିକ୍କିମ୍ ଗସ୍ତ କରି ସେମାନଙ୍କ ସଫଳତା ଏବଂ ଉତ୍ସବର ଅଂଶ ହେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ବିଗତ 50 ବର୍ଷର ସେମାନଙ୍କର ସଫଳତାକୁ ପାଳନ କରିବାର ଦିନ ଓ ଏହି ମହାନ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବାରେ ସେ ସିକ୍କିମ୍ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ। ସେ ପୁଣି ଥରେ ସିକ୍କିମର ଲୋକମାନଙ୍କୁ ସେମାନଙ୍କ ରାଜ୍ୟ ଗଠନର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଶୁଭେଚ୍ଛା ଜଣାଇଥିଲେ।

 

"୫୦ ବର୍ଷ ପୂର୍ବେ, ସିକ୍କିମ୍ ନିଜ ପାଇଁ ଏକ ଗଣତାନ୍ତ୍ରିକ ଭବିଷ୍ୟତ ନିର୍ମାଣ କରିଥିଲା। ସିକ୍କିମ୍ ର ଲୋକମାନେ କେବଳ ଭାରତର ଭୂଗୋଳ ସହିତ ନୁହେଁ, ବରଂ ଏହାର ଆତ୍ମା ସହିତ ମଧ୍ୟ ଜଡିତ ଥିଲେ" ବୋଲି ଶ୍ରୀ ମୋଦୀ କହିଛନ୍ତି, ଏକ ବିଶ୍ୱାସ ଥିଲା ଯେ, ଯେତେବେଳେ ପ୍ରତ୍ୟେକଙ୍କ ସ୍ୱର ଶୁଣାଯାଏ ଏବଂ ଅଧିକାର ସୁରକ୍ଷିତ ହୁଏ, ସେତେବେଳେ ବିକାଶ ପାଇଁ ସମାନ ସୁଯୋଗ ସୃଷ୍ଟି ହେବ। ସେ କହିଥିଲେ ଯେ ଆଜି ସିକ୍କିମ୍‌ର ପ୍ରତ୍ୟେକ ପରିବାରର ବିଶ୍ୱାସ ଆହୁରି ଦୃଢ଼ ହୋଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ ଦେଶ ସିକ୍କିମ୍‌ର ଉଲ୍ଲେଖନୀୟ ପ୍ରଗତିରେ ଏହି ବିଶ୍ୱାସର ଫଳାଫଳ ଦେଖିଛି। "ସିକ୍କିମ୍ ହେଉଛି ଜାତିର ଗର୍ବ", ବୋଲି ସେ ଘୋଷଣା କରି କହିଥିଲେ ଯେ , ଗତ ୫୦ ବର୍ଷ ମଧ୍ୟରେ, ସିକ୍କିମ୍ ପ୍ରକୃତି ସହିତ ପ୍ରଗତିର ଏକ ମଡେଲ୍ ପାଲଟିଛି। ଏହା ଜୈବ ବିବିଧତାର ଏକ ବିଶାଳ ଅଭୟାରଣ୍ୟରେ ପରିଣତ ହୋଇଛି, ୧୦୦% ଜୈବିକ ରାଜ୍ୟର ମାନ୍ୟତା ହାସଲ କରିଛି ଏବଂ ସାଂସ୍କୃତିକ ଏବଂ ଐତିହ୍ୟ ସମୃଦ୍ଧିର ପ୍ରତୀକ ଭାବରେ ଉଭା ହୋଇଛି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ଆଜି ସିକ୍କିମ୍ ଦେଶର ସର୍ବାଧିକ ମୁଣ୍ଡପିଛା ଆୟ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ। ସେ ଦୃଢ଼ ଭାବରେ କହିଥିଲେ, ଏହି ସଫଳତାଗୁଡ଼ିକ ସିକ୍କିମ୍ ଲୋକଙ୍କ ଦକ୍ଷତାର ପ୍ରମାଣ । ଶ୍ରୀ ମୋଦୀ ଗତ ପାଞ୍ଚ ଦଶନ୍ଧି ଧରି ସିକ୍କିମ୍‌ରୁ ସୃଷ୍ଟି ହୋଇଥିବା ଅନେକ ତାରକାଙ୍କୁ ଜାଣିଛନ୍ତି, ଯେଉଁମାନେ ଭାରତର ଦିଗନ୍ତକୁ ଆଲୋକିତ କରୁଛନ୍ତି । ସେ ସିକ୍କିମର ସମୃଦ୍ଧ ସଂସ୍କୃତି ଏବଂ ସମୃଦ୍ଧି ପ୍ରତି ପ୍ରତ୍ୟେକ ସମ୍ପ୍ରଦାୟର ଅବଦାନକୁ ସ୍ୱୀକାର କରିଥିଲେ।

୨୦୧୪ ମସିହାରୁ ତାଙ୍କ ସରକାର ସବକା ସାଥ, ସବକା ବିକାଶ - ସମସ୍ତଙ୍କ ସମର୍ଥନରେ ସମସ୍ତଙ୍କ ପାଇଁ ବିକାଶ - ନୀତି ଅନୁସରଣ କରିଆସିଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ , ଏକ ବିକଶିତ ଭାରତ ପାଇଁ ସନ୍ତୁଳିତ ବିକାଶ ଆବଶ୍ୟକ, ଏହା ସୁନିଶ୍ଚିତ କରେ ଯେପରି କୌଣସି ଅଞ୍ଚଳ ପଛରେ ନପଡ଼ି ଅନ୍ୟ ଏକ କ୍ଷେତ୍ର ପ୍ରଗତିଶୀଳ ହୁଏ। "ଭାରତର ପ୍ରତ୍ୟେକ ରାଜ୍ୟ ଏବଂ ଅଞ୍ଚଳର ନିଜସ୍ୱ ଅନନ୍ୟ ଶକ୍ତି ଅଛି, ଏହି ଦୃଷ୍ଟିକୋଣକୁ ଆଖି ଆଗରେ ରଖି ସରକାର ଗତ ଦଶନ୍ଧିରେ ଉତ୍ତର-ପୂର୍ବକୁ ବିକାଶର କେନ୍ଦ୍ରରେ ରଖିଛନ୍ତି " ବୋଲି ଉଲ୍ଲେଖ କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ, "ସରକାର 'ଆକ୍ଟ ଫାଷ୍ଟ' ମନୋଭାବ ସହିତ 'ଆକ୍ଟ ଇଷ୍ଟ' ନୀତିକୁ ଆଗକୁ ବଢ଼ାଉଛନ୍ତି"। ଦିଲ୍ଲୀରେ ଅନୁଷ୍ଠିତ ସମ୍ପ୍ରତି ଉତ୍ତର-ପୂର୍ବ ନିବେଶ ସମ୍ମିଳନୀକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ​‌, ପ୍ରମୁଖ ଶିଳ୍ପପତି ଏବଂ ପ୍ରମୁଖ ନିବେଶକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁମାନେ ସିକ୍କିମ୍ ସମେତ ଉତ୍ତର- ପୂର୍ବରେ ଗୁରୁତ୍ୱପୂର୍ଣ୍ଣ ନିବେଶ କରିବା ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଆଗାମୀ ବର୍ଷଗୁଡ଼ିକରେ, ଏହା ସିକ୍କିମ ଏବଂ ଉତ୍ତର-ପୂର୍ବ ଅଞ୍ଚଳର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।.

"ଆଜିର କାର୍ଯ୍ୟକ୍ରମ ସିକ୍କିମର ଭବିଷ୍ୟତ ଯାତ୍ରାର ଏକ ଝଲକ ପ୍ରଦାନ କରେ" ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ସିକ୍କିମର ବିକାଶ ସହିତ ଜଡିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ସାଂସ୍କୃତିକ ଏବଂ କ୍ରୀଡା ସୁବିଧାକୁ ବୃଦ୍ଧି କରିବ। ଏହି ପ୍ରକଳ୍ପଗୁଡ଼ିକର ସଫଳ ଶୁଭାରମ୍ଭ ପାଇଁ ସେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ।

 

"ସିକ୍କିମ୍, ସମଗ୍ର ଉତ୍ତର- ପୂର୍ବାଞ୍ଚଳ ସହିତ, ଭାରତର ବିକାଶ କାହାଣୀରେ ଏକ ଉଜ୍ଜ୍ୱଳ ଅଧ୍ୟାୟ ହେବାକୁ ଯାଉଛି" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ, ଯେଉଁଠାରେ ଦିଲ୍ଲୀରୁ ଏହି ସ୍ଥାନର ଦୂରତା ପୂର୍ବରୁ ଏହାର ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା, ସେହି ଅଞ୍ଚଳ ଏବେ ସୁଯୋଗର ନୂତନ ଦ୍ୱାର ଖୋଲିବାରେ ଲାଗିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ , ଏହି ପରିବର୍ତ୍ତନର ସବୁଠାରୁ ବଡ଼ କାରଣ ହେଉଛି ସଂଯୋଗୀକରଣରେ ଉନ୍ନତି, ଏକ ପରିବର୍ତ୍ତନ ଯାହାକୁ ସିକ୍କିମର ଲୋକମାନେ ପ୍ରତ୍ୟକ୍ଷ ଭାବରେ ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ଏକ ସମୟକୁ ମନେ ପକାଇଥିଲେ​‌ ଯେତେବେଳେ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ନିଯୁକ୍ତି ପାଇଁ ଯାତ୍ରା ଏକ ପ୍ରମୁଖ ଆହ୍ୱାନ ଥିଲା। ତଥାପି, ଗତ ଦଶନ୍ଧି ମଧ୍ୟରେ ପରିସ୍ଥିତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ସୂଚାଇଥିଲେ ଯେ, ଏହି ସମୟ ମଧ୍ୟରେ ସିକ୍କିମରେ ପ୍ରାୟ 400 କିଲୋମିଟର ନୂତନ ଜାତୀୟ ରାଜପଥ ନିର୍ମାଣ କରାଯାଇଛି। ଗାଁରେ ଶହ ଶହ କିଲୋମିଟର ନୂତନ ରାସ୍ତା ନିର୍ମାଣ କରାଯାଇଛି। ଅଟଳ ସେତୁ ନିର୍ମାଣ ଦ୍ୱାରା ଦାର୍ଜିଲିଂ ସହିତ ସିକ୍କିମର ସଂଯୋଗୀକରଣ ବୃଦ୍ଧି ପାଇଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସିକ୍କିମକୁ କାଲିମ୍ପଙ୍ଗ ସହିତ ସଂଯୋଗ କରିବା ରାସ୍ତାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ବାଗଡୋଗ୍ରା - ଗ୍ୟାଙ୍ଗଟକ୍ ଏକ୍ସପ୍ରେସୱେ ସିକ୍କିମକୁ ଯିବା ଏବଂ ଆସିବାକୁ ବହୁତ ସହଜ କରିବ। ଆଗକୁ ଦୃଷ୍ଟି ରଖି, ସେ ଏହି ଏକ୍ସପ୍ରେସୱେକୁ ଗୋରଖପୁର - ସିଲିଗୁଡ଼ି ଏକ୍ସପ୍ରେସୱେ ସହିତ ସଂଯୋଗ କରିବା ପାଇଁ ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ, ଯାହା ଏହି ଅଞ୍ଚଳର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ।

ସମସ୍ତ ଉତ୍ତର- ପୂର୍ବ ରାଜ୍ୟର ରାଜଧାନୀ ସହରଗୁଡ଼ିକୁ ରେଳ ନେଟୱାର୍କ ସହିତ ସଂଯୋଗ କରିବାର ପ୍ରୟାସ ଦ୍ରୁତ ଗତିରେ ଚାଲିଥିବା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ସେଭୋକ - ରଙ୍ଗପୋ ରେଳ ଲାଇନ ସିକ୍କିମକୁ ଜାତୀୟ ରେଳ ନେଟୱାର୍କରେ ସଂଯୁକ୍ତ କରିବ ବୋଲି ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯେଉଁଠାରେ ରାସ୍ତା ନିର୍ମାଣ କରାଯାଇପାରିବ ନାହିଁ, ସେଠାରେ ବିକଳ୍ପ ଭାବରେ ରୋପ୍ ୱେ ନିର୍ମାଣ କରାଯାଉଛି। ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଆଜି ପୂର୍ବରୁ ଅନେକ ରୋପ୍ ୱେ ପ୍ରକଳ୍ପ ଉଦଘାଟନ କରାଯାଇଥିଲା, ଯାହା ସିକ୍କିମର ଲୋକମାନଙ୍କ ପାଇଁ ସୁବିଧାକୁ ଆହୁରି ଉନ୍ନତ କରିଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ, ଗତ ଦଶନ୍ଧିରେ, ଭାରତ ନୂତନ ସଂକଳ୍ପ ସହିତ ଅଗ୍ରଗତି କରିଛି ଏବଂ ଏଥିରେ ସ୍ୱାସ୍ଥ୍ୟସେବା ବୃଦ୍ଧି ଏକ ପ୍ରମୁଖ ପ୍ରାଥମିକତା ହୋଇ ରହିଛି। ସେ ସୂଚାଇଥିଲେ ଯେ, ଗତ 10 - 11 ବର୍ଷ ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ବଡ଼ ବଡ଼ ହସ୍ପିଟାଲ ପ୍ରତିଷ୍ଠିତ ହୋଇଛି। ଶ୍ରୀ ମୋଦୀ ଦେଶବ୍ୟାପୀ ଏମ୍ସ ଏବଂ ମେଡିକାଲ କଲେଜର ଗୁରୁତ୍ୱପୂର୍ଣ୍ଣ ପ୍ରସାରଣ ଉପରେ ଆହୁରି ଆଲୋକପାତ କରିଥିଲେ, ସିକିମର ଲୋକମାନଙ୍କ ପାଇଁ 500 ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ଲୋକାର୍ପଣ କରିବା ସମ୍ପର୍କରେ ଘୋଷଣା କରିଥିଲେ, ଯାହା ଦ୍ୱାରା ସବୁଠାରୁ ଅବହେଳିତ ପରିବାର ପାଇଁ ମଧ୍ୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ହୋଇପାରିବ।

ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ସରକାର ହସ୍ପିଟାଲ ନିର୍ମାଣ ଉପରେ ଧ୍ୟାନ ଦେଉଥିବା ବେଳେ, ଏହା ସୁଲଭ ଏବଂ ଉଚ୍ଚମାନର ସ୍ୱାସ୍ଥ୍ୟସେବା ମଧ୍ୟ ସୁନିଶ୍ଚିତ କରୁଛି। ସେ ଆଲୋକପାତ କରିଥିଲେ ଯେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ସିକ୍କିମର 25,000 ରୁ ଅଧିକ ଲୋକ ମାଗଣା ଚିକିତ୍ସା ପାଇଛନ୍ତି। ସେ ଘୋଷଣା କରିଥିଲେ ଯେ ସାରା ଦେଶରେ, 70 ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ଏବେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇଁ ଯୋଗ୍ୟ। ସେ ଆହୁରି ମଧ୍ୟ ଆଶ୍ୱାସନା ଦେଇଥିଲେ ଯେ, ସିକ୍କିମର ପରିବାରଗୁଡ଼ିକୁ ଆଉ ସେମାନଙ୍କର ଅଧିବ ବୟସ୍କ ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟସେବା ବିଷୟରେ ଚିନ୍ତା କରିବାକୁ ପଡ଼ିବ ନାହିଁ, କାରଣ ସରକାର ସେମାନଙ୍କ ଚିକିତ୍ସାର ବ୍ୟବସ୍ଥା କରିବେ।

"ଏକ ବିକଶିତ ଭାରତର ମୂଳଦୁଆ ଚାରୋଟି ଦୃଢ଼ ସ୍ତମ୍ଭ - ଗରିବ, କୃଷକ, ମହିଳା ଏବଂ ଯୁବକଙ୍କ ସଶକ୍ତୀକରଣ" ଉପରେ ନିର୍ଭର କରେ, ଦେଶ ଏହି ସ୍ତମ୍ଭଗୁଡ଼ିକୁ ନିରନ୍ତର ମଜବୁତ କରୁଛି ବୋଲି ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ। ସେ ସିକ୍କିମର କୃଷକମାନଙ୍କୁ ପ୍ରଶଂସା କରିଥିଲେ, ଭାରତର କୃଷି ପ୍ରଗତିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିଥିଲେ। "ସିକ୍କିମ୍ କୃଷି ବିକାଶର ନୂତନ ତରଙ୍ଗର ନେତୃତ୍ୱ ନେଉଛି" ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ସିକ୍କିମରୁ ଜୈବିକ ଉତ୍ପାଦର ରପ୍ତାନି ବୃଦ୍ଧି ପାଉଛି। ସେ ଉଲ୍ଲେଖ କରିଥିଲେ ଯେ ସମ୍ପ୍ରତି, ସିକ୍କିମରୁ ପ୍ରସିଦ୍ଧ ଡାଲେ ଖୁରସାନି ଲଙ୍କା ପ୍ରଥମ ଥର ପାଇଁ ରପ୍ତାନି କରାଯାଇଥିଲା ଏବଂ ପ୍ରଥମ କନସାଇନମେଣ୍ଟ ମାର୍ଚ୍ଚ 2025 ରେ ବିଦେଶକୁ ପଠାଯାଇଥିଲା। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଆଗାମୀ ବର୍ଷ ଗୁଡ଼ିକରେ, ସିକ୍କିମରୁ ଆହୁରି ଅନେକ ଉତ୍ପାଦ ବିଶ୍ୱ ସ୍ତରରେ ରପ୍ତାନି କରାଯିବ। ସେ ଦୃଢ଼ୋକ୍ତି କରିଥିଲେ ଯେ କେନ୍ଦ୍ର ସରକାର ଏହି ପ୍ରୟାସଗୁଡ଼ିକୁ ସମର୍ଥନ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି।

 

ସିକ୍କିମର ଜୈବିକ ବାସ୍କେଟକୁ ଆହୁରି ସମୃଦ୍ଧ କରିବା ପାଇଁ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଥିବା କଥା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସୋରେଙ୍ଗ ଜିଲ୍ଲାରେ ଦେଶର ପ୍ରଥମ ଜୈବିକ ମତ୍ସ୍ୟଚାଷ କ୍ଲଷ୍ଟର ପ୍ରତିଷ୍ଠା କରାଯାଉଛି। ସେ କହିଥିଲେ ଯେ, ଏହି ପଦକ୍ଷେପ ସିକ୍କିମକୁ ଜାତୀୟ ଏବଂ ବିଶ୍ୱ ସ୍ତରରେ ଏକ ନୂତନ ପରିଚୟ ଦେବ। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଜୈବିକ ଚାଷ ସହିତ, ସିକ୍କିମ ଏବେ ଜୈବିକ ମାଛ ଧରିବା ପାଇଁ ମଧ୍ୟ ସ୍ୱୀକୃତି ପାଇବ, ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଜୈବିକ ମାଛ ଏବଂ ମାଛ ଉତ୍ପାଦର ବିଶ୍ୱବ୍ୟାପୀ ଚାହିଦା ରହିଛି। ସେ ମତ ଦେଇଥିଲେ ଯେ ଏହି ବିକାଶ ମତ୍ସ୍ୟଚାଷ କ୍ଷେତ୍ରରେ ସିକ୍କିମର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।

ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲ ବୈଠକକୁ ମନେ ପକାଇ , ପ୍ରତ୍ୟେକ ରାଜ୍ୟ ପାଇଁ ଏମିତି ଏକ ପର୍ଯ୍ୟଟନ ସ୍ଥଳ ବିକଶିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି, ଯାହାକୁ ଅନ୍ତର୍ଜାଜୀୟ ମାନ୍ୟତା ମିଳିବ ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିବା ସହିତ ଗୁରୁତ୍ଵାରୋପ କରିଥିଲେ ଯେ, ସିକ୍କିମ୍ କେବଳ ଏକ ପାହାଡିଆ ଷ୍ଟେସନରୁ ବିକଶିତ ହୋଇ ନିଜକୁ ଏକ ବିଶ୍ୱ ପର୍ଯ୍ୟଟନ ସ୍ଥଳ ଭାବରେ ପ୍ରତିଷ୍ଠିତ କରିବାର ସମୟ ଆସିଛି। "ସିକ୍କିମର ସମ୍ଭାବନା ଅତୁଳନୀୟ, ଏହା ଏକ ସମ୍ପୂର୍ଣ୍ଣ ପର୍ଯ୍ୟଟନ ପ୍ୟାକେଜ୍ ପ୍ରଦାନ କରେ" ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସିକ୍କିମ ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଆଧ୍ୟାତ୍ମିକତା ସହିତ ହ୍ରଦ, ଜଳପ୍ରପାତ, ପର୍ବତ ଏବଂ ଶାନ୍ତ ବୌଦ୍ଧ ମଠର ଆଶ୍ରୟସ୍ଥଳ। ଶ୍ରୀ ମୋଦୀ ସୂଚାଇଥିଲେ ଯେ, ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, କାଞ୍ଚନଜଙ୍ଗା ଜାତୀୟ ଉଦ୍ୟାନ ଏକ ଏମିତି ଐତିହ୍ୟ ଯାହା କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ଗର୍ବରେ ଭରିଦିଏ। ସେ କହିଥିଲେ ଯେ, ଆଜି ଏକ ନୂତନ ସ୍କାଏୱାକ୍ ନିର୍ମାଣ ହେଉଥିବା ବେଳେ, ସୁବର୍ଣ୍ଣ ଜୟନ୍ତୀ ପ୍ରକଳ୍ପ ଉଦଘାଟନ କରାଯାଉଛି ଏବଂ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେଉଛି, ଏହି ସମସ୍ତ ପ୍ରକଳ୍ପ ସିକ୍କିମର ପ୍ରଗତିର ନୂତନ ଶିଖରକୁ ପ୍ରତୀକ କରୁଛି।

"ସିକ୍କିମରେ ଦୁଃସାହସିକ ଏବଂ କ୍ରୀଡା ପର୍ଯ୍ୟଟନ ପାଇଁ ଅପାର ସମ୍ଭାବନା ଅଛି " ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ , ଟ୍ରେକିଂ, ମାଉ​‌ଣ୍ଟେନ ବାଇକିଂ ଏବଂ ହାଇ ଅଲଟିଟୁଡ୍ ଟ୍ରେନିଂ ଭଳି କାର୍ଯ୍ୟକଳାପ ଏହି ଅଞ୍ଚଳରେ ଉନ୍ନତି କରିପାରିବ। ସେ କହିଥିଲେ ଯେ, ସିକ୍କିମକୁ ସମ୍ମିଳନୀ ପର୍ଯ୍ୟଟନ, ସୁସ୍ଥତା ପର୍ଯ୍ୟଟନ ଏବଂ କନସର୍ଟ ପର୍ଯ୍ୟଟନର କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବା ହେଉଛି ଦୃଷ୍ଟିକୋଣ। ଗୋଲଡେନ୍ ଜୁବିଲି ସମ୍ମିଳନୀ କେନ୍ଦ୍ର ଏହି ଭବିଷ୍ୟତ ପ୍ରସ୍ତୁତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ପ୍ରାକୃତିକ ଦୃଶ୍ୟରେ ପ୍ରସିଦ୍ଧ ବିଶ୍ୱ କଳାକାରମାନଙ୍କୁ ତାଙ୍କର କଳା ପ୍ରଦର୍ଶନ କରିବା ପାଇଁ ତାଙ୍କର ଆକାଂକ୍ଷା ସମ୍ପର୍କରେ ପ୍ରକାଶ କରିଥିଲେ ଏବଂ ସିକ୍କିମ୍ ପ୍ରକୃତି ଏବଂ ସଂସ୍କୃତିର ସମନ୍ୱୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରତିପାଦିତ କରୁଥିବା ଦୃଷ୍ଟିକୋଣ ସହିତ ସହମତ ହୋଇଥିଲେ।

ଉତ୍ତର- ପୂର୍ବରେ ଜି -20 ଶିଖର ସମ୍ମିଳନୀ ବୈଠକକୁ ଏହି କ୍ଷେତ୍ରର ସମ୍ଭାବନାକୁ ବିଶ୍ୱ ଆଗରେ ପ୍ରଦର୍ଶନ କରିବା ଦିଗରେ ଏକ ପଦକ୍ଷେପ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସିକ୍କିମ୍ ସରକାର କିପରି ଏହି ଦୃଷ୍ଟିକୋଣକୁ ଦ୍ରୁତ ଗତିରେ ଜୀବନ୍ତ କରୁଛନ୍ତି ସେଥିରେ ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ , ଭାରତ ବର୍ତ୍ତମାନ ଏକ ପ୍ରମୁଖ ବିଶ୍ୱ ଅର୍ଥନୈତିକ ଶକ୍ତି ଏବଂ ଏକ କ୍ରୀଡ଼ା ମହାଶକ୍ତି ହେବା ପଥରେ ଆଗେଇ ଚାଲିଛି । ସେ ଜୋର ଦେଇଥିଲେ ଯେ , ଉତ୍ତର- ପୂର୍ବର ଯୁବପିଢ଼ି, ବିଶେଷ କରି ସିକ୍କିମ୍, ଏହି ସ୍ୱପ୍ନକୁ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଶ୍ରୀ ମୋଦୀ ସିକ୍କିମର ସମୃଦ୍ଧ କ୍ରୀଡ଼ା ଐତିହ୍ୟକୁ ସ୍ୱୀକାର କରିଥିଲେ, ଫୁଟବଲ୍ କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ, ଅଲିମ୍ପିଆନ୍ ତରୁଣଦୀପ ରାୟ ଏବଂ କ୍ରୀଡାବିତ୍ ଜସଲାଲ୍ ପ୍ରଧାନଙ୍କ ଭଳି ବ୍ୟକ୍ତିତ୍ୱଙ୍କ ନାମ ଉଲ୍ଲେଖ କରିଥିଲେ। ସେ ଏକ ଭବିଷ୍ୟତର କଳ୍ପନା କରିଥିଲେ, ଯେଉଁଠାରେ ସିକ୍କିମର ପ୍ରତ୍ୟେକ ଗ୍ରାମ ଏବଂ ସହର ଏକ ନୂତନ ଚାମ୍ପିଅନ୍ ସୃଷ୍ଟି କରିବ। "କ୍ରୀଡା କେବଳ ଅଂଶଗ୍ରହଣ ବିଷୟରେ ନୁହେଁ , ବରଂ ଦୃଢ଼ତାର ସହିତ ଜିତିବା ବିଷୟ ଆଧାରିତ ହେବା ଉଚିତ୍" ବୋଲି ଶ୍ରୀ ମୋଦୀ କହିଥିଲେ ଏବଂ ଗ୍ୟାଙ୍ଗଟକର ନୂତନ କ୍ରୀଡା କମ୍ପ୍ଲେକ୍ସ ଭବିଷ୍ୟତର ଚାମ୍ପିଅନ୍ ମାନଙ୍କ ପାଇଁ ଏକ ତାଲିମ ଭୂମି ହେବ ବୋଲି ଉଲ୍ଲେଖ କରିଥିଲେ। ସେ ଜୋର ଦେଇଥିଲେ ଯେ, ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ସିକ୍କିମକୁ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରତିଭା ଚିହ୍ନଟ, ତାଲିମ, ପ୍ରଯୁକ୍ତିବିଦ୍ୟା ଏବଂ ଟୁର୍ନାମେଣ୍ଟଗୁଡ଼ିକୁ ପ୍ରତ୍ୟେକ ସ୍ତରରେ ସମର୍ଥନ କରାଯାଉଛି ବୋଲି ସେ ଆଲୋକପାତ କରିଥିଲେ । ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ସିକ୍କିମର ଯୁବପିଢ଼ିଙ୍କ ଶକ୍ତି ଏବଂ ଆଗ୍ରହ ଭାରତକୁ ଅଲିମ୍ପିକ୍ ଗୌରବ ଆଡ଼କୁ ନେଇଯିବ।

 

"ସିକ୍କିମର ଲୋକମାନେ ପର୍ଯ୍ୟଟନର ଶକ୍ତିକୁ ବୁଝନ୍ତି ଏବଂ ପର୍ଯ୍ୟଟନ କେବଳ ମନୋରଞ୍ଜନ ନୁହେଁ ବରଂ ବିବିଧତାର ଉତ୍ସବ" ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ। ପହଲଗାଓଁରେ ହୋଇଥିବା ଆକ୍ରମଣ କେବଳ ଭାରତୀୟଙ୍କ ଉପରେ ଆକ୍ରମଣ ନୁହେଁ , ବରଂ ମାନବତା ଏବଂ ଭାଇଚାରାର ଭାବନା ଉପରେ ଆକ୍ରମଣ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ, ଆତଙ୍କବାଦୀମାନେ କେବଳ ଅନେକ ପରିବାରର ଖୁସି ଛଡାଇ ନେଇନଥିଲେ ବରଂ ଭାରତର ଲୋକମାନଙ୍କୁ ବିଭାଜିତ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। "ଆଜି, ବିଶ୍ୱ ଭାରତର ଅଭୂତପୂର୍ବ ଏକତା ଦେଖୁଛି ଏବଂ ଦେଶ ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ପଠାଇବା ପାଇଁ ଏକାଠି ହୋଇଛି" ବୋଲି ଶ୍ରୀ ମୋଦୀ ଘୋଷଣା କରିଥିଲେ। ସେ କହିଥିଲେ ଯେ ସେମାନେ ଭାରତର ଝିଅମାନଙ୍କ କପାଳରୁ ସିନ୍ଦୂର ପୋଛି ଯନ୍ତ୍ରଣା ଦେଇଥିଲେ, କିନ୍ତୁ ଭାରତ ଅପରାଧୀମାନଙ୍କ ବିରୁଦ୍ଧରେ ଅପରେସନ ସିନ୍ଦୂର କାର୍ଯ୍ୟକାରୀ କରିବା ସହିତ ଜବାବ ଦେଇଥିଲା । ସେ କହିଥିଲେ ଯେ, ଆତଙ୍କବାଦୀ ଘାଟି ଧ୍ୱଂସ ପରେ, ପାକିସ୍ତାନ ଭାରତୀୟ ନାଗରିକ ଏବଂ ସୈନିକଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା , କିନ୍ତୁ ଏହି ପ୍ରକ୍ରିୟାରେ ସେ ​‌ଯେଉଁ କାର୍ଯ୍ୟ କରିଥିଲା, ତା’ର କାର୍ଯ୍ୟର ପର୍ଦ୍ଦାଫାସ ହୋଇଗଲା। ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ, ଭାରତ ପାକିସ୍ତାନର ଅନେକ ବାୟୁସେନା ଘାଟି ନଷ୍ଟ କରି ଏହାର ଜବାବ ଦେଇଛି, ଯାହା ଦେଶର ରଣନୈତିକ କ୍ଷମତା ପ୍ରଦର୍ଶନ କରୁଛି।

" ଏକ ରାଜ୍ୟ ଭାବରେ ସିକ୍କିମର 50 ବର୍ଷର ମାଇଲଖୁଣ୍ଟ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ଏବଂ ବିକାଶର ଯାତ୍ରା ଏବେ ଆହୁରି ତ୍ୱରାନ୍ୱିତ ହେବ" ବୋଲି ଶ୍ରୀ ମୋଦୀ କହିଛନ୍ତି। 2047 ଭାରତର ସ୍ୱାଧୀନତାର 100 ବର୍ଷ ଏବଂ ସିକ୍କିମ୍ ଏକ ରାଜ୍ୟ ଭାବରେ 75 ବର୍ଷ ପୂରଣ କରିବ ବୋଲି ଉଲ୍ଲେଖ କରି, ଏହି ସମୟରେ ସିକ୍କିମ କିପରି ଦେଖାଯିବ ସେ ବିଷୟରେ ଲକ୍ଷ୍ୟ ସ୍ଥିର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସିକ୍କିମର ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ୍ କଳ୍ପନା, ଯୋଜନା ଏବଂ ସମୟ ସମୟରେ ସମୀକ୍ଷା କରିବା ପାଇଁ ସାମୂହିକ ପ୍ରୟାସକୁ ଆହ୍ୱାନ କରି ଶ୍ରୀ ମୋଦୀ ସିକ୍କିମର ଅର୍ଥନୀତିକୁ ବୃଦ୍ଧି କରିବା ଏବଂ ଏହାକୁ 'କଲ୍ୟାଣ ରାଜ୍ୟ'ରେ ପରିଣତ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଯୁବପିଢ଼ିଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ। "ସିକ୍କିମର ଯୁବପିଢ଼ି କେବଳ ସ୍ଥାନୀୟ ଆବଶ୍ୟକତା ପାଇଁ ନୁହେଁ, ବରଂ ବିଶ୍ୱସ୍ତରୀୟ ଚାହିଦା ପାଇଁ ମଧ୍ୟ ପ୍ରସ୍ତୁତ ହେବା ଉଚିତ" ବୋଲି ଶ୍ରୀ ମୋଦୀ ଆହ୍ୱାନ କରିଥିଲେ ଯେ, ଯେଉଁ କ୍ଷେତ୍ରରେ ଯୁବପିଢ଼ି ବିଶ୍ୱବ୍ୟାପୀ ଅଧିକ ଚାହିଦାରେ ଅଛନ୍ତି ସେଠାରେ ନୂତନ ଦକ୍ଷତା ବିକାଶ ସୁଯୋଗ ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯିବ।

ପ୍ରଧାନମନ୍ତ୍ରୀ ଆଗାମୀ 25 ବର୍ଷ ମଧ୍ୟରେ ସିକ୍କିମକୁ ବିକାଶ, ଐତିହ୍ୟ ଏବଂ ବିଶ୍ୱସ୍ତରୀୟ ମାନ୍ୟତାର ସର୍ବୋଚ୍ଚ ଶିଖରରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ସାମୂହିକ ପ୍ରତିଜ୍ଞା ନେବାକୁ ଆହ୍ୱାନ କରିଛନ୍ତି। "କେବଳ ଭାରତ ପାଇଁ ନୁହେଁ , ବରଂ ସମଗ୍ର ବିଶ୍ୱ ପାଇଁ ସିକ୍କିମ ଏକ ସବୁଜ ମଡେଲ ରାଜ୍ୟ ହେବା ହେଉଛି ଆମର ସ୍ୱପ୍ନ" ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ସିକ୍କିମର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ଘର ସୁନିଶ୍ଚିତ କରିବାର ଲକ୍ଷ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରତ୍ୟେକ ଘରକୁ ସୌରଚାଳିତ ବିଦ୍ୟୁତ୍ ପହଞ୍ଚାଇବାର ଦୃଷ୍ଟିକୋଣ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଶ୍ରୀ ମୋଦୀ କଳ୍ପନା କରିଥିଲେ ଯେ, "ସିକ୍କିମ କୃଷି - ଷ୍ଟାର୍ଟଅପ୍ ଏବଂ ପର୍ଯ୍ୟଟନ ଷ୍ଟାର୍ଟଅପ୍‌ରେ ଏକ ଅଗ୍ରଣୀ ଭାବରେ ଉଭା ହେବା ଉଚିତ ଏବଂ ଜୈବିକ ଖାଦ୍ୟ ରପ୍ତାନିରେ ବିଶ୍ୱ ସ୍ତରରେ ଏହାର ପରିଚୟ ପ୍ରତିଷ୍ଠା କରିବା ଉଚିତ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ସିକ୍କିମ୍ ଏପରି ଏକ ସ୍ଥାନ ହେବା ଉଚିତ୍, ଯେଉଁଠାରେ ପ୍ରତ୍ୟେକ ନାଗରିକ ଡିଜିଟାଲ୍ କାରବାରକୁ ଗ୍ରହଣ କରିବେ ଏବଂ ଏକ ରାଜ୍ୟ ଯେଉଁଠାରେ ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି କରିବା ପଦକ୍ଷେପକୁ ନୂତନ ଉଚ୍ଚତାକୁ ଉନ୍ନୀତ କରାଯିବ। "ଆଗାମୀ 25 ବର୍ଷ ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ଏବଂ ବିଶ୍ୱ ସ୍ତରରେ ସିକ୍କିମର ଉପସ୍ଥିତିକୁ ପ୍ରତିଷ୍ଠା କରିବା ପାଇଁ ସମର୍ପିତ" ବୋଲି ଶ୍ରୀ ମୋଦୀ କହିବା ସହିତ ସମସ୍ତଙ୍କୁ ଏହି ମନୋଭାବ ସହିତ ଆଗକୁ ବଢ଼ିବା ଏବଂ ସେମାନଙ୍କର ସମୃଦ୍ଧ ଐତିହ୍ୟକୁ ନିର୍ମାଣ କରିବା ଜାରି ରଖିବାକୁ ଆହ୍ୱାନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସିକ୍କିମର ରାଜ୍ୟପାଳ ଶ୍ରୀ ଓମ୍ ପ୍ରକାଶ ମାଥୁର, ସିକ୍କିମର ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମ ସିଂହ ତମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ରାଜ୍ୟ ଗଠନର 50ତମ ଗୌରବମୟ ବର୍ଷ ପାଳନ ଅବସରରେ, ପ୍ରଧାନମନ୍ତ୍ରୀ "ସିକ୍କିମ୍@50: ଯେଉଁଠାରେ ପ୍ରଗତି ଉଦ୍ଦେଶ୍ୟ ସହିତ ମିଳିତ ହୁଏ ଏବଂ ପ୍ରକୃତି ବିକାଶକୁ ପ୍ରତିପାଳନ କରେ" କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସିକ୍କିମର ସାଂସ୍କୃତିକ ସମୃଦ୍ଧି, ପରମ୍ପରା, ପ୍ରାକୃତିକ ବୈଭବ ଏବଂ ଏହାର ଇତିହାସର ସାରକଥାକୁ ପାଳନ କରି " ସୁନାଉଲୋ , ସମୃଦ୍ଧ ଏବଂ ସମର୍ଥ ସିକ୍କିମ୍" ବିଷୟବସ୍ତୁ ଉପରେ ବର୍ଷସାରା କାର୍ଯ୍ୟକ୍ରମର ଯୋଜନା ସିକ୍କିମ ସରକାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ସିକ୍କିମରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ମଧ୍ୟ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାମଚି ଜିଲ୍ଲାରେ 750 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ନୂତନ 500 ଶଯ୍ୟା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ; ସାଙ୍ଗାଚୋଲିଙ୍ଗରେ ଯାତ୍ରୀବାହୀ ରୋପୱେ , ଗ୍ୟାଲସିଂ ଜିଲ୍ଲାରେ ପେଲିଂ; ଗ୍ୟାଙ୍ଗଟକ୍ ଜିଲ୍ଲାର ସାଙ୍ଗାଖୋଲାରେ ଅଟଳ ଅମୃତ ଉଦ୍ୟାନରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜୀଙ୍କ ପ୍ରତିମୂର୍ତ୍ତି ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟର 50 ବର୍ଷର ସ୍ମାରକୀ ମୁଦ୍ରା, ସ୍ମରଣିକା ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Chronic therapies power 11% growth in Indian pharma market in May

Media Coverage

Chronic therapies power 11% growth in Indian pharma market in May
NM on the go

Nm on the go

Always be the first to hear from the PM. Get the App Now!
...
World Leaders Congratulate Prime Minister Shri Narendra Modi on Becoming India’s Longest-Serving Elected Prime Minister
June 09, 2026

Prime Minister Shri Narendra Modi received warm congratulations from world leaders on the eve of his becoming the longest-serving elected Prime Minister of India. World leaders from across the globe paid tribute to Prime Minister’s transformative governance, his advocacy for the Global South, and his vision of an inclusive and economically dynamic India.

H.E. Anura Kumara Disanayaka, the President of Sri Lanka, in a letter dated 8 June 2026 addressed to the Prime Minister, conveyed the warm congratulations of the Government and people of Sri Lanka to him, stating: “This milestone is a testament not only to your years in office, but also to the trust and confidence that the people of the world’s largest democracy have repeatedly placed in your leadership.” The President also highlighted India’s remarkable economic and social transformation and noted that Prime Minister Modi’s vision has inspired many beyond India’s borders, including Sri Lanka. Prime Minister Modi visited Sri Lanka from 4–6 April 2025, his fourth visit to the island nation, during which he was conferred the Mitra Vibhushana, Sri Lanka’s highest civilian honour accorded to a foreign dignitary. The visit reaffirmed India’s Neighbourhood First policy, with Sri Lanka among the closest beneficiaries of India’s steadfast partnership, including India’s pivotal support during Sri Lanka’s economic difficulties in 2022.

H.E. James Marape, the Prime Minister of Papua New Guinea, in a personal video message, described Prime Minister Modi as “a role model and an example of leadership”. He also stated - “Lifting over 200 million people out of poverty to good life today is an amazing feat.” Prime Minister Marape expressed Papua New Guinea’s warm friendship and its desire to further consolidate bilateral ties. Prime Minister Modi’s historic visit to Papua New Guinea in May 2023, the first-ever by an Indian Prime Minister, for the Third Forum for India–Pacific Islands Cooperation (FIPIC-III) Summit was a landmark moment in India’s engagement with the Pacific Island nations. The visit underscored India’s role as a committed partner of the Global South.

H.E. Kamla Persad-Bissessar, the Prime Minister of Trinidad and Tobago, congratulated Prime Minister Modi on this occassion, noting that “under the leadership of Prime Minister Modi, India has evolved as a leading voice on global matters.” She highlighted Prime Minister Modi’s journey from humble beginnings to leading a nation of 1.4 billion people across three terms, and underscored India’s significant achievements in foreign policy, economic growth, infrastructure, and socio-economic development. Prime Minister Modi paid a landmark visit to Trinidad and Tobago from 3–4 July 2025, the first bilateral visit by an Indian Prime Minister in 26 years, coinciding with the 180th anniversary of the arrival of Indian immigrants to Trinidad and Tobago.