ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ହିତାଧିକାରୀ ଏବଂ ଜନ ଔଷଧି କେନ୍ଦ୍ରଗୁଡ଼ିକର ଷ୍ଟୋର ମାଲିକଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୋରୋନା ଭୂତାଣୁର ଉଚିତ ମୁକାବିଲା କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେ କହିଥିଲେ, ଭାରତରେ ଦକ୍ଷ ଡାକ୍ତର ଓ ଚିକିତ୍ସା ସାମଗ୍ରୀ ମହଜୁଦ ରହିଛି, ତା ସହିତ ଏହି ବିଷୟରେ ଆମ ନାଗରିକମାନେ ପୂର୍ଣ୍ଣ ସଚେତନ । ସେ କହିଥିଲେ ଯେ, କୋରୋନା ଭୂତାଣୁ ବୃଦ୍ଧିକୁ ପ୍ରତିରୋଧ କରିବା ଲାଗି ସତର୍କ ନାଗରିକମାନେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଦରକାର ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ବାରମ୍ବାର ହାତ ସଫା କରିବାକୁ ଅଧିକ ଗୁରୁତ୍ଵ ଦେବା ସହ ଅନ୍ୟକୁ ସଂକ୍ରମଣରୁ ବଞ୍ଚାଇବା ଲାଗି ଛିଙ୍କିବା କିମ୍ବା କାଶିବା ସମୟରେ ନିଜର ପାଟି ଓ ନାକକୁ କପଡାରେ ଢାଙ୍କିବା ଦରକାର ।

“ସମସ୍ତ କୋରୋନା ଭୂତାଣୁ ସଂକ୍ରମିତଙ୍କ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଯଦି କୌଣସି ବ୍ୟକ୍ତି ଭାବୁଥାନ୍ତି ଯେ, ସେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତା’ହେଲେ ସେ ଭୟଭୀତ ହେବାର କାରଣ ନାହିଁ, କିନ୍ତୁ ସେ ତୁରନ୍ତ ନିକଟତମ ଚିକିତ୍ସାଳୟକୁ ଯାଇ ସେଠାରେ ନିଜର ଚିକିତ୍ସା କରାଇନେବା ଦରକାର । ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଥାଏ । ଏଭଳି ସ୍ଥିତିରେ ସେମାନଙ୍କର ମଧ୍ୟ ଆବଶ୍ୟକ ପରୀକ୍ଷା କରାଯିବା ଦରକାର”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏହି ଅବସରରେ ସଂକ୍ରାମକ କୋରୋନା ଭୂତାଣୁ ସମ୍ପର୍କରେ ଗୁଜବ ଶୁଣି ବିଶ୍ଵାସ ନ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁରୋଧ କରିବା ସହିତ କେବଳ ଡାକ୍ତରଙ୍କ ପରାମର୍ଶ ମାନି ଚାଲିବା ଲାଗି ପରାମର୍ଶ ଦେଇଥିଲେ ।

“ଆହୁରି ନିଶ୍ଚିତ ଭାବେ ସାରା ବିଶ୍ଵ ଏବେ ନମସ୍କାର କରିବାର ଅଭ୍ୟାସକୁ ଗ୍ରହଣ କରୁଛି, ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ ଛାଡି ଦେଇଛୁ, ତା’ହେଲେ ନମସ୍କାର କରିବାର ଅଭ୍ୟାସକୁ ପୁଣି ଥରେ ଆପଣାଇବା ଉଚିତ,” ବୋଲି ସେ କହିଥିଲେ ।    

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi announces free online coaching for competitive exams in Independence Day speech

Media Coverage

PM Modi announces free online coaching for competitive exams in Independence Day speech
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the start of the Parsi New Year
August 15, 2026

Prime Minister Shri Narendra Modi today extended his greetings on the start of the Parsi New Year. He noted that the Parsi community’s remarkable contribution across sectors has enriched our nation in countless ways.

In a post on X, the Prime Minister wrote:

"Greetings on the start of the Parsi New Year. The Parsi community’s remarkable contribution across sectors has enriched our nation in countless ways. May the year ahead be filled with peace, joy, prosperity and good health for everyone.

Navroz Mubarak!"