India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ୍ ଶିଖର ସମ୍ମିଳନୀ 2025ରେ ଉଦବୋଧନ ଦେଇଛନ୍ତି । ସମ୍ମିଳନୀରେ ଭାରତ ଏବଂ ବିଦେଶରୁ ଅନେକ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିକୁ ସେ ସ୍ୱାଗତ କରିବା ସହିତ ଆୟୋଜକ ଏବଂ ନିଜର ମତାମତ ବାଣ୍ଟିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଶ୍ରୀ ମୋଦୀ କହିଥିଲେ, ଶୋଭନା ଜୀ ଦୁଇଟି ବିନ୍ଦୁ ଉଲ୍ଲେଖ କରିଥିଲେ ଯାହାକୁ ସେ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ପ୍ରଥମଟି ଥିଲା ତାଙ୍କର ପୂର୍ବ ଗସ୍ତର ଉଲ୍ଲେଖ, ଯେତେବେଳେ ସେ ଏକ ପରାମର୍ଶ ଦେଇଥିଲେ, ଯାହା ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହିତ ବହୁତ କମ୍ କରାଯାଇଥାଏ, କିନ୍ତୁ ସେ ତାହା କରିଥିଲେ। ଶୋଭନା ଜୀ ଏବଂ ତାଙ୍କ ଦଳ ଏହାକୁ ଉତ୍ସାହର ସହିତ କାର୍ଯ୍ୟକାରୀ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରଦର୍ଶନୀ ପରିଦର୍ଶନ କରିବା ସମୟରେ ସେ ଦେଖିଥିଲେ ଯେ ଫଟୋଗ୍ରାଫରମାନେ ଏପରି ମୁହୂର୍ତ୍ତଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି ଯାହା ଅମର ହୋଇଯାଇଛି । ସମସ୍ତଙ୍କୁ ଏହା ଦେଖିବାକୁ ସେ ଅନୁରୋଧ କରିଥିଲେ। ଶୋଭନା ଜୀଙ୍କ ଦ୍ୱିତୀୟ ବିନ୍ଦୁ ଉପରେ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ସେ କହିଥିଲେ, ଦେଶର ସେବା କରିବା କେବଳ ତାଙ୍କର ଇଚ୍ଛା ନୁହେଁ ବରଂ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଚାହୁଁଛି ଯେ ସେ ଏହି ସେବା କରିବା ଜାରି ରଖିବା ଆବଶ୍ୟକ। ଏଥିପାଇଁ ପ୍ରଧାନମନ୍ତ୍ରୀ ବିଶେଷ ଭାବେ କୃତଜ୍ଞତା ପ୍ରକଟ କରିଥିଲେ। 
 

ଚଳିତ ବର୍ଷ ସମ୍ମିଳନୀର ବିଷୟବସ୍ତୁ ‘ଟ୍ରାନ୍ସଫର୍ମିଂ ଟୁମୋରୋ’ ବା ଭବିଷ୍ୟତର ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ହିନ୍ଦୁସ୍ତାନ ଟାଇମ୍ସର 101 ବର୍ଷର ଇତିହାସ ରହିଛି ଏବଂ ଏହା ମହାତ୍ମା ଗାନ୍ଧୀ, ମଦନ ମୋହନ ମାଲବ୍ୟ ଏବଂ ଘନଶ୍ୟାମଦାସ ବିର୍ଲାଙ୍କ ଭଳି ମହାନ ନେତାଙ୍କ ଆଶୀର୍ବାଦ ବହନ କରେ। ଯେତେବେଳେ ଏହି ଖବରକାଗଜ ଟ୍ରାନ୍ସଫର୍ମିଂ ଟୁମୋରୋ ବିଷୟରେ ଆଲୋଚନା କରେ, ଏହା ଦେଶକୁ ଆତ୍ମବିଶ୍ୱାସ ଦେଇଥାଏ ଯେ ଭାରତରେ ଘଟୁଥିବା ପରିବର୍ତ୍ତନ କେବଳ ସମ୍ଭାବନା ବିଷୟରେ ନୁହେଁ ବରଂ ଜୀବନ ପରିବର୍ତ୍ତନ, ମାନସିକତା ପରିବର୍ତ୍ତନ ଏବଂ ଦିଗ ପରିବର୍ତ୍ତନର ଏକ ସତ୍ୟ ବର୍ଣ୍ଣନା।
ଆଜି ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ମଧ୍ୟ ପାଳନ ହେଉଛି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଏବଂ ସମସ୍ତ ଭାରତୀୟଙ୍କ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ, ଆମେ ଏପରି ଏକ ସମୟରେ ଠିଆ ହୋଇଛୁ ଯେଉଁଠାରେ ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତିଗଲାଣି। ଏହି 25 ବର୍ଷ ମଧ୍ୟରେ ବିଶ୍ୱ ଆର୍ଥିକ ସଙ୍କଟ, ଏକ ବିଶ୍ୱବ୍ୟାପୀ ମହାମାରୀ, ପ୍ରଯୁକ୍ତିବିଦ୍ୟା ବିଭ୍ରାଟ, ଏକ ଖଣ୍ଡିତ ବିଶ୍ୱ ଏବଂ ଜାରି ରହିଥିବା ଯୁଦ୍ଧ ସମେତ ଅନେକ ଉତ୍ଥାନ-ପତନ ଦେଖିଛି। ଏହି ସମସ୍ତ ପରିସ୍ଥିତି କୌଣସି ନା କୌଣସି ଭାବରେ ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କରୁଛି, ଯାହା ଅନିଶ୍ଚିତତାରେ ପରିପୂର୍ଣ୍ଣ। ଅନିଶ୍ଚିତତାର ଏହି ଯୁଗରେ, ଭାରତ ନିଜକୁ ଏକ ଭିନ୍ନ ସ୍ତରରେ ପ୍ରଦର୍ଶିତ କରୁଛି ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ ଆହୁରି କହିଛନ୍ତି, ଯେତେବେଳେ ବିଶ୍ୱ ମାନ୍ଦାବସ୍ଥାର କଥା କୁହେ, ଭାରତ ଅଭିବୃଦ୍ଧିର କାହାଣୀ ଲେଖିଥାଏ; ବିଶ୍ୱ ବିଶ୍ୱାସର ସଙ୍କଟର ସମ୍ମୁଖୀନ ହେଲେ ଭାରତ ବିଶ୍ୱାସର ସ୍ତମ୍ଭ ପାଲଟିଛି; ଏବଂ ବିଶ୍ୱ ଖଣ୍ଡିତ ହେଉଥିବା ବେଳେ ଭାରତ ଏକ ସେତୁ-ନିର୍ମାତା ଭାବରେ ଉଭା ହେଉଛି।
କିଛି ଦିନ ପୂର୍ବରୁ ଭାରତର ଦ୍ୱିତୀୟ ତ୍ରୈମାସ ଜିଡିପି ସଂଖ୍ୟା ପ୍ରକାଶିତ ହୋଇଥିଲା। ଆଠ ପ୍ରତିଶତରୁ ଅଧିକ ଅଭିବୃଦ୍ଧି ହାର ପ୍ରଗତିର ନୂତନ ଗତିକୁ ପ୍ରତିଫଳିତ କରୁଥିବା ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି । ସେ କହିଥିଲେ, ଏହା କେବଳ ଏକ ସଂଖ୍ୟା ନୁହେଁ ବରଂ ଏକ ଦୃଢ଼ ସାମଗ୍ରିକ ଆର୍ଥିକ ସଙ୍କେତ। ଭାରତ ଆଜି ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ବାହକ ହେବାକୁ ଯାଉଛି। ଏହି ସଂଖ୍ୟାଗୁଡ଼ିକ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଶ୍ୱ ଅଭିବୃଦ୍ଧି ପ୍ରାୟ ତିନି ପ୍ରତିଶତ ଏବଂ ଜି-7ର ଅର୍ଥବ୍ୟବସ୍ଥାଗୁଡ଼ିକ ହାରାହାରି ପ୍ରାୟ ଦେଢ଼ ପ୍ରତିଶତ। ଏପରି ପରିସ୍ଥିତିରେ ଭାରତ ଉଚ୍ଚ ଅଭିବୃଦ୍ଧି ଏବଂ ନିମ୍ନ ମୁଦ୍ରାସ୍ଫୀତିର ଏକ ମଡେଲ ଭାବରେ ଉଭା ହୋଇଛି ବୋଲି ସେ ରେଖାଙ୍କିତ କରିଥିଲେ। ଗୋଟିଏ ସମୟ ଥିଲା ଯେତେବେଳେ ଅର୍ଥନୀତିଜ୍ଞମାନେ ଉଚ୍ଚ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ, କିନ୍ତୁ ଆଜି ସେହି ଅର୍ଥନୀତିଜ୍ଞମାନେ କମ ମୁଦ୍ରାସ୍ଫୀତି ବିଷୟରେ ଚର୍ଚ୍ଚା କରୁଛନ୍ତି ।
ଭାରତର ସଫଳତା ସାଧାରଣ ନୁହେଁ କିମ୍ବା ଏହା କେବଳ ପରିସଂଖ୍ୟାନ ବିଷୟରେ ନୁହେଁ, ବରଂ ଗତ ଦଶନ୍ଧିରେ ଦେଶ ଦ୍ୱାରା ଆଗତ ଏକ ମୌଳିକ ପରିବର୍ତ୍ତନକୁ ପ୍ରତିନିଧିତ୍ୱ କରେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏହି ମୌଳିକ ପରିବର୍ତ୍ତନ ହେଉଛି ସ୍ଥିରତା, ସମସ୍ୟାର ସମାଧାନ ଖୋଜିବାର ପ୍ରବୃତ୍ତି, ଆଶଙ୍କାର ବାଦଲ ଦୂର କରିବା ଏବଂ ଆକାଂକ୍ଷାକୁ ବିସ୍ତାର କରିବା। ଏହି କାରଣରୁ ଆଜିର ଭାରତ ନିଜକୁ ପରିବର୍ତ୍ତନ କରୁଛି ଏବଂ ଆଗାମୀ କାଲିକୁ ମଧ୍ୟ ବଦଳାଉଛି ବୋଲି ସେ ଆହୁରି କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ମତ ଦେଇଥିଲେ, ଭବିଷ୍ୟତର ପରିବର୍ତ୍ତନ ବିଷୟରେ ଆଲୋଚନା କରିବା ସମୟରେ, ଏହା ବୁଝିବାକୁ ପଡିବ ଯେ ପରିବର୍ତ୍ତନରେ ବିଶ୍ୱାସ ଆଜି କରାଯାଉଥିବା କାର୍ଯ୍ୟର ଦୃଢ଼ ଭିତ୍ତିଭୂମି ଉପରେ ଆଧାରିତ। ଆଜିର ସଂସ୍କାର ଏବଂ ଆଜିର କାର୍ଯ୍ୟଦକ୍ଷତା ଆସନ୍ତାକାଲିର ପରିବର୍ତ୍ତନ ପାଇଁ ପଥ ପ୍ରଶସ୍ତ କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ସରକାର ଯେଉଁ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି ତାହା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ଭାରତର ସମ୍ଭାବନାର ଏକ ବଡ଼ ଅଂଶ ଦୀର୍ଘ ସମୟ ଧରି ଅବ୍ୟବହୃତ ହୋଇ ରହିଛି। ଯେତେବେଳେ ଏହି ଅବ୍ୟବହୃତ ସମ୍ଭାବନାକୁ ଅଧିକ ସୁଯୋଗ ମିଳିଥାଏ, ଯେତେବେଳେ ଏହା ସମ୍ପୂର୍ଣ୍ଣ ଏବଂ ବିନା ବାଧାରେ ଦେଶର ବିକାଶରେ ଯୋଗଦାନ କରିଥାଏ ସେତେବେଳେ ଦେଶର ପରିବର୍ତ୍ତନ ନିଶ୍ଚିତ ହୋଇଥାଏ। ପ୍ରଧାନମନ୍ତ୍ରୀ ପୂର୍ବ ଭାରତ, ଉତ୍ତର-ପୂର୍ବ, ଗ୍ରାମାଞ୍ଚଳ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ସହର, ମହିଳା ଶକ୍ତି, ନବସୃଜନଶୀଳ ଯୁବପିଢ଼ି, ସାମୁଦ୍ରିକ ଶକ୍ତି ଏବଂ ନୀଳ ଅର୍ଥବ୍ୟବସ୍ଥା ଏବଂ ମହାକାଶ କ୍ଷେତ୍ର ଉପରେ ପ୍ରତିଫଳନ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ପୂର୍ବ ଦଶନ୍ଧିଗୁଡ଼ିକରେ ଏଗୁଡ଼ିକର ପୂର୍ଣ୍ଣ ସମ୍ଭାବନାର ଉପଯୋଗ କରାଯାଇ ନଥିଲା। ଆଜି ଭାରତ ଏହି ଅବ୍ୟବହୃତ ସମ୍ଭାବନାକୁ ବ୍ୟବହାର କରିବାର ଦୃଷ୍ଟିକୋଣ ସହିତ କାମ କରୁଛି। ପୂର୍ବ ଭାରତରେ ଆଧୁନିକ ଭିତ୍ତିଭୂମି, ସଂଯୋଗୀକରଣ ଏବଂ ଶିଳ୍ପରେ ଅଭୂତପୂର୍ବ ନିବେଶ କରାଯାଉଛି। ଗ୍ରାମାଞ୍ଚଳ ଏବଂ ଛୋଟ ସହରଗୁଡ଼ିକୁ ଆଧୁନିକ ସୁବିଧା ସହିତ ସଜ୍ଜିତ କରାଯାଉଛି, ଛୋଟ ସହରଗୁଡ଼ିକ ଷ୍ଟାର୍ଟଅପ୍ ଏବଂ ଏମଏସଏମଇ ପାଇଁ ନୂତନ କେନ୍ଦ୍ର ହେବାକୁ ଯାଉଛି, ଏବଂ ଗ୍ରାମାଞ୍ଚଳର ଚାଷୀମାନେ ବିଶ୍ୱ ବଜାର ସହିତ ସିଧାସଳଖ ସଂଯୋଗ ପାଇଁ ଏଫପିଓ ଗଠନ କରୁଛନ୍ତି।
 

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ନାରୀ ଶକ୍ତି ଉଲ୍ଲେଖନୀୟ ସଫଳତା ହାସଲ କରୁଛି ଏବଂ ଦେଶର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରୁଛନ୍ତି। ଏହି ପରିବର୍ତ୍ତନ ଆଉ କେବଳ ମହିଳା ସଶକ୍ତିକରଣ ମଧ୍ୟରେ ସୀମିତ ନୁହେଁ, ବରଂ ସମାଜର ମାନସିକତା ଏବଂ ଶକ୍ତି ଉଭୟକୁ ପରିବର୍ତ୍ତନ କରୁଛି ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ନୂତନ ସୁଯୋଗ ସୃଷ୍ଟି ହୁଏ ଏବଂ ପ୍ରତିବନ୍ଧକଗୁଡ଼ିକୁ ଦୂର କରାଯାଏ, ସେତେବେଳେ ଆକାଶରେ ଉଡ଼ିବା ନୂତନ ପକ୍ଷ ମିଳିଥାଏ। ପୂର୍ବରୁ ସରକାରଙ୍କ ନିୟନ୍ତ୍ରଣରେ ଥିବା ଭାରତର ମହାକାଶ କ୍ଷେତ୍ରର ଉଦାହରଣ ଦେଇ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଖୋଲିବା ନିମନ୍ତେ ସଂସ୍କାର ଅଣାଯାଇଥିଲା ଏବଂ ଏହାର ଫଳାଫଳ ଏବେ ଦେଶ ଲାଗି ଦୃଶ୍ୟମାନ ହେଉଛି। ମାତ୍ର 10-11 ଦିନ ପୂର୍ବରୁ ସେ ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଉଦଘାଟନ କରିଥିଲେ। ସ୍କାଏରୁଟ, ଏକ ଘରୋଇ ଭାରତୀୟ ମହାକାଶ କମ୍ପାନୀ ଯାହା ପ୍ରତି ମାସରେ ଗୋଟିଏ ରକେଟ୍ ନିର୍ମାଣ କରିବାର କ୍ଷମତା ହାସଲ କରିବା ପାଇଁ କାର୍ଯ୍ୟ କରୁଛି ଏବଂ ଉଡ଼ାଣ ଲାଗି ପ୍ରସ୍ତୁତ ବିକ୍ରମ-1 ବିକଶିତ କରୁଛି। ସରକାର ମଞ୍ଚ ଯୋଗାଇ ଦେଇଛନ୍ତି ଏବଂ ଭାରତର ଯୁବପିଢ଼ି ଏହା ଉପରେ ଏକ ନୂତନ ଭବିଷ୍ୟତ ନିର୍ମାଣ କରୁଛନ୍ତି। ଏହା ହେଉଛି ପ୍ରକୃତ ପରିବର୍ତ୍ତନ ବୋଲି ଶ୍ରୀ ମୋଦୀ ଦୃଢ଼ ଭାବେ କହିଛନ୍ତି।
ଭାରତରେ ଆଉ ଏକ ପରିବର୍ତ୍ତନ ଆଲୋଚନାର ଯୋଗ୍ୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏପରି ଏକ ସମୟ ଥିଲା ଯେତେବେଳେ ସଂସ୍କାରଗୁଡ଼ିକ ପ୍ରତିକ୍ରିୟାଶୀଳ ଥିଲା। ରାଜନୈତିକ ସ୍ୱାର୍ଥ ଦ୍ୱାରା କିମ୍ବା ସଙ୍କଟ ପରିଚାଳନାର ଆବଶ୍ୟକତା ଦ୍ୱାରା ଏହା ପରିଚାଳିତ ହେଉଥିଲା। ଆଜି ଜାତୀୟ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ସଂସ୍କାର ଗ୍ରହଣ କରାଯାଉଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ଘଟୁଛି, ଭାରତର ଗତି ସ୍ଥିର ରହିଛି, ଏହାର ଦିଗ ସ୍ଥିର ରହିଛି ଏବଂ ଏହାର ଉଦ୍ଦେଶ୍ୟ ରାଷ୍ଟ୍ର ପ୍ରଥମରେ ଦୃଢ଼ ଭାବରେ ନିହିତ ଅଛି ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ। 2025 ବର୍ଷ ଏପରି ସଂସ୍କାରର ବର୍ଷ ହୋଇଛି, ଯେଉଁଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ହେଉଛି ପରବର୍ତ୍ତୀ ପିଢ଼ିର ଜିଏସଟି। ଏହି ସଂସ୍କାରଗୁଡ଼ିକର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି। ଏହି ବର୍ଷ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ ଏକ ବଡ଼ ସଂସ୍କାର ମଧ୍ୟ ପ୍ରଚଳନ କରାଯାଇଥିଲା, 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୂନ୍ୟ ଟିକସ ସହିତ ଏହା ଏପରି ଏକ ପଦକ୍ଷେପ ଥିଲା ଯାହା ଏକ ଦଶନ୍ଧି ପୂର୍ବେ ମଧ୍ୟ କଳ୍ପନା କରାଯାଇ ନଥିଲା।
ସଂସ୍କାର ଧାରାବାହିକତାକୁ ଜାରି ରଖି ଶ୍ରୀ ମୋଦୀ କହିଥିଲେ, ମାତ୍ର ତିନିରୁ ଚାରି ଦିନ ପୂର୍ବରୁ ଏକ କ୍ଷୁଦ୍ର କମ୍ପାନୀର ପରିଭାଷା ସଂଶୋଧନ କରାଯାଇଥିଲା। ଫଳସ୍ୱରୂପ, ହଜାର ହଜାର କମ୍ପାନୀ ଏବେ ସରଳ ନିୟମ, ଦ୍ରୁତ ପ୍ରକ୍ରିୟା ଏବଂ ଉନ୍ନତ ସୁବିଧାର ପରିସରକୁ ଆସିଛନ୍ତି। ପ୍ରାୟ 200 ଉତ୍ପାଦ ବର୍ଗକୁ ବାଧ୍ୟତାମୂଳକ ଗୁଣବତ୍ତା ନିୟନ୍ତ୍ରଣ ଆଦେଶରୁ ମଧ୍ୟ ବାଦ୍ ଦିଆଯାଇଛି ବୋଲି ସେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଜିର ଭାରତର ଯାତ୍ରା କେବଳ ବିକାଶ ନୁହେଁ ବରଂ ମାନସିକତାରେ ପରିବର୍ତ୍ତନ, ଏକ ମନସ୍ତାତ୍ତ୍ୱିକ ପୁନର୍ଜାଗରଣ ଉପରେ ଆଧାରିତ।  ଆତ୍ମବିଶ୍ୱାସ ବିନା କୌଣସି ରାଷ୍ଟ୍ର ପ୍ରଗତି କରିପାରିବ ନାହିଁ, ଏବଂ ଦୁର୍ଭାଗ୍ୟବଶତଃ, ଉପନିବେଶବାଦୀ ମାନସିକତା ଯୋଗୁଁ ଦୀର୍ଘ ବର୍ଷର ଉପନିବେଶବାଦୀ ଶାସନ ଭାରତର ଆତ୍ମବିଶ୍ୱାସକୁ ଦୋହଲାଇ ଦେଇଥିଲା। ଏହି ଉପନିବେଶବାଦୀ ମାନସିକତା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଛି, ତେଣୁ ଆଜିର ଭାରତ ଏଥିରୁ ନିଜକୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛି।
 

ଶ୍ରୀ ମୋଦୀ କହିଥିଲେ, ଇଂରେଜମାନେ ଭଲ ଭାବରେ ଜାଣିଥିଲେ ଯେ ଭାରତକୁ ଦୀର୍ଘ ସମୟ ଧରି ଶାସନ କରିବା ପାଇଁ, ସେମାନଙ୍କୁ ଭାରତୀୟମାନଙ୍କ ଆତ୍ମବିଶ୍ୱାସ ହରଣ କରିବାକୁ ପଡିବ ଏବଂ ହୀନମନ୍ୟତାର ଭାବନା ସୃଷ୍ଟି କରିବାକୁ ପଡିବ। ସେମାନେ ତତ୍କାଳୀନ ସମୟରେ ତାହା କରିଥିଲେ। ସେ କହିଥିଲେ, ଭାରତୀୟ ପରିବାର ଢାଞ୍ଚାକୁ ପୁରୁଣା ବୋଲି ଚିହ୍ନିତ କରାଯାଇଥିଲା। ଭାରତୀୟ ପୋଷାକକୁ ଅଣବୃତ୍ତିଗତ ବୋଲି କୁହାଯାଇଥିଲା। ଭାରତୀୟ ପର୍ବ ଏବଂ ସଂସ୍କୃତିକୁ ଅଯୌକ୍ତିକ କୁହାଯାଇଥିଲା। ଯୋଗ ଓ ଆୟୁର୍ବେଦକୁ ଅବୈଜ୍ଞାନିକ ବୋଲି କହି ଖାରଜ କରାଯାଇଥିଲା ଏବଂ ଭାରତୀୟ ଉଦ୍ଭାବନଗୁଡ଼ିକୁ ଉପହାସ କରାଯାଇଥିଲା। ଏହି ଧାରଣାଗୁଡ଼ିକୁ ଅନେକ ଦଶନ୍ଧି ଧରି ବାରମ୍ବାର ପ୍ରଚାର, ଶିକ୍ଷା ଏବଂ ସୁଦୃଢ଼ୀକରଣ କରାଯାଇଥିଲା, ଯାହା ଭାରତୀୟ ଆତ୍ମବିଶ୍ୱାସକୁ ଭାଙ୍ଗି ଦେଇଥିଲା।
ଔପନିବେଶିକ ମାନସିକତାର ବ୍ୟାପକ ପ୍ରଭାବ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଥିଲେ, ସେ ଏହାକୁ ଉଦାହରଣ ଦେଇ ବୁଝାଇବେ। ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ରମୁଖ ଅର୍ଥବ୍ୟବସ୍ଥା, ଯାହାକୁ ଏକ ବିଶ୍ୱ ଅଭିବୃଦ୍ଧି ଇଞ୍ଜିନ ଏବଂ ଏକ ବିଶ୍ୱ ଶକ୍ତି କେନ୍ଦ୍ର ଭାବରେ ବର୍ଣ୍ଣନା କରାଯାଉଛି। ଦେଶ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛି। ଆଜି ଭାରତର ଦ୍ରୁତ ଅଭିବୃଦ୍ଧି ସତ୍ତ୍ୱେ, କେହି ଏହାକୁ ‘ହିନ୍ଦୁ ଅଭିବୃଦ୍ଧି ହାର’ ବୋଲି କହୁନାହାଁନ୍ତି। ଭାରତ ଦୁଇରୁ ତିନି ପ୍ରତିଶତ ଅଭିବୃଦ୍ଧି ହାର ପାଇଁ ସଂଘର୍ଷ କରୁଥିବା ସମୟରେ ଏହି ଶବ୍ଦଟି ବ୍ୟବହାର କରାଯାଇଥିଲା ବୋଲି ସେ ମନେ ପକାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ କୌଣସି ଦେଶର ଆର୍ଥିକ ଅଭିବୃଦ୍ଧିକୁ ଧର୍ମ କିମ୍ବା ଏହାର ଲୋକଙ୍କ ପରିଚୟ ସହିତ ଯୋଡିବା ଅଜାଣତରେ ଘଟିଥାଇପାରେ କି? ଏହା ଔପନିବେଶିକ ମାନସିକତାର ପ୍ରତିଫଳନ ବୋଲି ଶ୍ରୀ ମୋଦୀ ଦାବି କରିଥିଲେ। ଏକ ସମ୍ପୂର୍ଣ୍ଣ ସମାଜ ଏବଂ ପରମ୍ପରାକୁ ଅଣ ଉତ୍ପାଦନଶୀଳତା ଏବଂ ଦାରିଦ୍ର୍ୟ ସହିତ ସମାନ କରାଯାଇଥିଲା। ଭାରତର ଧୀର ଅଭିବୃଦ୍ଧି ହିନ୍ଦୁ ସଭ୍ୟତା ଏବଂ ସଂସ୍କୃତି ଯୋଗୁଁ ହୋଇଛି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଥିଲା। ପ୍ରତ୍ୟେକ ଜିନିଷରେ ସାମ୍ପ୍ରଦାୟିକତା ଖୋଜୁଥିବା ତଥାକଥିତ ବୁଦ୍ଧିଜୀବୀମାନେ ହିନ୍ଦୁ ଅଭିବୃଦ୍ଧି ହାର ଶବ୍ଦରେ ସାମ୍ପ୍ରଦାୟିକତାକୁ ଦେଖିନପାରିବା ଏକ ବ୍ୟତିକ୍ରମ ଥିଲା। ସେମାନଙ୍କ ସମୟରେ ପୁସ୍ତକ ଏବଂ ଗବେଷଣା ପତ୍ରର ଏକ ଅଂଶବିଶେଷ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଉପନିବେଶବାଦୀ ମାନସିକତା ଭାରତର ଉତ୍ପାଦନ ଇକୋସିଷ୍ଟମକୁ ଧ୍ୱଂସ କରିଥିଲା। ବର୍ତ୍ତମାନ ଦେଶ ଏହାକୁ କିପରି ପୁନର୍ଜୀବିତ କରୁଛି ତାହା ପ୍ରଧାନମନ୍ତ୍ରୀ ବ୍ୟାଖ୍ୟା କରିଥିଲେ। ସେ କହିଥିଲେ, ଉପନିବେଶବାଦ ସମୟରେ ମଧ୍ୟ ଭାରତ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦର ଏକ ପ୍ରମୁଖ ଉତ୍ପାଦକ ଥିଲା। ଏହା ଅସ୍ତ୍ରଶସ୍ତ୍ର କାରଖାନାର ଏକ ଦୃଢ଼ ନେଟୱାର୍କ ଥିଲା, ଅସ୍ତ୍ରଶସ୍ତ୍ର ରପ୍ତାନି କରୁଥିଲା ଏବଂ ବିଶ୍ୱଯୁଦ୍ଧରେ ସେଗୁଡ଼ିକୁ ବ୍ୟାପକ ଭାବରେ ବ୍ୟବହାର କରାଯାଇଥିଲା। ସ୍ୱାଧୀନତା ପରେ, ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ନଷ୍ଟ ହୋଇଯାଇଥିଲା, କାରଣ ଉପନିବେଶବାଦୀ ମାନସିକତା ସରକାରରେ ଥିବା ଲୋକଙ୍କୁ ଭାରତରେ ନିର୍ମିତ ଅସ୍ତ୍ରଶସ୍ତ୍ରକୁ ନ୍ୟୁନ କରିବାକୁ ବାଧ୍ୟ କରିଥିଲା, ଯାହା ଦେଶକୁ ବିଶ୍ୱର ସର୍ବବୃହତ ପ୍ରତିରକ୍ଷା ଆମଦାନୀକାରୀମାନଙ୍କ ମଧ୍ୟରୁ ଅନ୍ୟତମରେ ପରିଣତ କରିଥିଲା।
ଶହ ଶହ ବର୍ଷ ଧରି ଭାରତର ଏକ ପ୍ରମୁଖ କେନ୍ଦ୍ର ଥିବା ଜାହାଜ ନିର୍ମାଣ ଶିଳ୍ପକୁ ସମାନ ମାନସିକତା ପ୍ରଭାବିତ କରିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ, ପାଞ୍ଚରୁ ଛଅ ଦଶନ୍ଧି ପୂର୍ବରୁ ମଧ୍ୟ ଭାରତର ଚାଳିଶ ପ୍ରତିଶତ ବାଣିଜ୍ୟ ଭାରତୀୟ ଜାହାଜରେ କରାଯାଉଥିଲା, କିନ୍ତୁ ଉପନିବେଶବାଦୀ ମାନସିକତା ବିଦେଶୀ ଜାହାଜକୁ ପ୍ରାଥମିକତା ଦେଉଥିଲା। ଏହାର ଫଳାଫଳ ସ୍ପଷ୍ଟ, କାରଣ ଏକଦା ସାମୁଦ୍ରିକ ଶକ୍ତି ପାଇଁ ଜଣାଶୁଣା ଏକ ରାଷ୍ଟ୍ର ତାର ବାଣିଜ୍ୟର ପଞ୍ଚାନବେ ପ୍ରତିଶତ କାରବାର ପାଇଁ ବିଦେଶୀ ଜାହାଜ ଉପରେ ନିର୍ଭରଶୀଳ ହୋଇଗଲା, ଯାହା ଫଳରେ ଭାରତ ଆଜି ବିଦେଶୀ ଜାହାଜ କମ୍ପାନୀଗୁଡ଼ିକୁ ବାର୍ଷିକ ପ୍ରାୟ 75 ବିଲିୟନ ଡଲାର କିମ୍ବା ପ୍ରାୟ ଛଅ ଲକ୍ଷ କୋଟି ଟଙ୍କା ଦେଉଛି। 
ଜାହାଜ ନିର୍ମାଣ ହେଉ କିମ୍ବା ପ୍ରତିରକ୍ଷା ଉତ୍ପାଦନ, ଆଜି ଭାରତ ପ୍ରତ୍ୟେକ କ୍ଷେତ୍ର ଉପନିବେଶବାଦୀ ମାନସିକତାକୁ ପଛରେ ପକାଇ ନୂତନ ଗୌରବ ହାସଲ କରିବାକୁ ପ୍ରୟାସ କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଶ୍ରୀ ମୋଦୀ କହିଥିଲେ, ଉପନିବେଶବାଦୀ ମାନସିକତା ଭାରତର ଶାସନ ପଦ୍ଧତିକୁ ବହୁତ କ୍ଷତି ପହଞ୍ଚାଇଛି, କାରଣ ଦୀର୍ଘ ସମୟ ଧରି ସରକାରୀ ବ୍ୟବସ୍ଥା ପ୍ରତି ନିଜ ନାଗରିକଙ୍କ ମନରେ ଅବିଶ୍ୱାସ ରହିଥିଲା। ପୂର୍ବରୁ ଲୋକମାନଙ୍କୁ ଜଣେ ସରକାରୀ ଅଧିକାରୀଙ୍କ ଦ୍ୱାରା ନିଜର ଦଲିଲ ପ୍ରମାଣିତ କରିବାକୁ ପଡୁଥିଲା, କିନ୍ତୁ ଏହି ଅବିଶ୍ୱାସ ଭାଙ୍ଗି ଯାଇଥିଲା ଏବଂ ଆତ୍ମ-ପ୍ରମାଣୀକରଣ ବା ସେଲ୍ଫ ଆଟେଷ୍ଟେସନକୁକୁ ଯଥେଷ୍ଟ ଭାବରେ ଗ୍ରହଣ କରାଯାଇଥିଲା।
 

ଦେଶରେ ଏପରି ବ୍ୟବସ୍ଥା ଅଛି ଯେଉଁଠାରେ ଛୋଟ ଛୋଟ ଭୁଲକୁ ମଧ୍ୟ ଗମ୍ଭୀର ଅପରାଧ ଭାବରେ ବିବେଚନା କରାଯାଉଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଏହାକୁ ପରିବର୍ତ୍ତନ କରିବାକୁ ଜନ-ବିଶ୍ୱାସ ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ମାଧ୍ୟମରେ ଏପରି ଶହ ଶହ ବ୍ୟବସ୍ଥାକୁ ଅପରାଧ ମୁକ୍ତ କରାଯାଇଥିଲା। ପୂର୍ବରୁ ଏକ ହଜାର ଟଙ୍କାର ଋଣ ପାଇଁ ମଧ୍ୟ ବ୍ୟାଙ୍କଗୁଡ଼ିକ ଅତ୍ୟଧିକ ଅବିଶ୍ୱାସ ଯୋଗୁଁ ଗ୍ୟାରେଣ୍ଟି ଦାବି କରୁଥିଲେ। ମୁଦ୍ରା ଯୋଜନା ମାଧ୍ୟମରେ ଅବିଶ୍ୱାସର ଏହି ଦୁଶ୍ଚକ୍ରକୁ ଭାଙ୍ଗି ଯାଇଛି, ଯାହା ଅଧୀନରେ ବର୍ତ୍ତମାନ ସୁଦ୍ଧା 37 ଲକ୍ଷ କୋଟି ଟଙ୍କାର ବନ୍ଧକ-ମୁକ୍ତ ଋଣ ଦିଆଯାଇଛି। ଏହି ଟଙ୍କା ସେହି ପରିବାରର ଯୁବକମାନଙ୍କୁ ଆତ୍ମବିଶ୍ୱାସ ଦେଇଛି ଯେଉଁମାନଙ୍କ ପାଖରେ ଗ୍ୟାରେଣ୍ଟି ଭାବରେ କିଛି ନଥିଲା। ଏହା ସେମାନଙ୍କୁ ଉଦ୍ୟୋଗୀ ହେବାକୁ ସକ୍ଷମ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଦେଶରେ ସବୁବେଳେ ବିଶ୍ୱାସ କରାଯାଉଥିଲା ଯେ ସରକାରଙ୍କୁ କିଛି ଦିଆଗଲେ ତାହା ଏକପାଖିଆ ଯାତ୍ରା ଭଳି ହୋଇଥାଏ ଏବଂ କିଛି ଫେରି ଆସେନାହିଁ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ, ସରକାର ଏବଂ ଲୋକଙ୍କ ମଧ୍ୟରେ ବିଶ୍ୱାସ ଦୃଢ଼ ହେଲେ ଅନ୍ୟ ଏକ ଅଭିଯାନ ମାଧ୍ୟମରେ ଫଳାଫଳ ସ୍ପଷ୍ଟ ହୁଏ। ଆଶ୍ଚର୍ଯ୍ୟର କଥା ହେଉଛି, 78 ହଜାର କୋଟି ଟଙ୍କା ବ୍ୟାଙ୍କରେ ଦାବି ନହୋଇ ପଡ଼ି ରହିଛି, 14 ହଜାର କୋଟି ଟଙ୍କା ବୀମା କମ୍ପାନୀ ପାଖରେ ଅଛି, ତିନି ହଜାର କୋଟି ଟଙ୍କା ମ୍ୟୁଚୁଆଲ୍ ଫଣ୍ଡ କମ୍ପାନୀ ପାଖରେ ଏବଂ 9 ହଜାର କୋଟି ଟଙ୍କା ଲାଭାଂଶ ରୂପରେ ଦାବି ନହୋଇ ରହିଛି । ଏହି ଟଙ୍କା ଗରିବ ଏବଂ ମଧ୍ୟବିତ୍ତ ପରିବାରର, ତେଣୁ ସରକାର ଏହାକୁ ଏହାର ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ କାର୍ଯ୍ୟ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଶିବିର ଆରମ୍ଭ କରାଯାଇଛି ଏବଂ ଏପର୍ଯ୍ୟନ୍ତ ପ୍ରାୟ 500 ଜିଲ୍ଲାରେ ଏପରି ଶିବିର ହଜାର ହଜାର କୋଟି ଟଙ୍କା ସଠିକ୍ ହିତାଧିକାରୀଙ୍କୁ ଫେରାଇ ଦେଇଛି।
ଏହା କେବଳ ସମ୍ପତ୍ତି ଫେରସ୍ତ ଉପରେ ନୁହେଁ ବରଂ ବିଶ୍ୱାସ ଉପରେ ଆଧାରିତ, ଲୋକଙ୍କର ନିରନ୍ତର ବିଶ୍ୱାସ ଅର୍ଜନ କରିବାର ପ୍ରତିବଦ୍ଧତା ବିଷୟରେ ଗୁରୁତ୍ୱ ଦେଇ ଶ୍ରୀ ମୋଦୀ ଆହୁରି କହିଥିଲେ, ଲୋକଙ୍କ ବିଶ୍ୱାସ ହେଉଛି ଦେଶର ପ୍ରକୃତ ପୁଞ୍ଜି, ଏବଂ ଉପନିବେଶବାଦୀ ମାନସିକତା ଅଧୀନରେ ଏପରି ଅଭିଯାନ କେବେବି ସମ୍ଭବ ହୋଇପାରିନଥାନ୍ତା।

ଦେଶକୁ ପ୍ରତ୍ୟେକ କ୍ଷେତ୍ରରେ ଉପନିବେଶବାଦୀ ମାନସିକତାରୁ ସମ୍ପୂର୍ଣ୍ଣ ମୁକ୍ତ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ। ସେ କହିଥିଲେ, କିଛି ଦିନ ପୂର୍ବରୁ ସେ ଦେଶକୁ ଏକ ଆହ୍ୱାନ ଦେଇଥିଲେ, ସମସ୍ତଙ୍କୁ ଦଶ ବର୍ଷର ସମୟସୀମା ସହିତ କାମ କରିବାକୁ ଆହ୍ୱାନ କରିଥିଲେ। ଭାରତରେ ମାନସିକ ଦାସତ୍ୱର ବୀଜ ବପନ କରିଥିବା ମ୍ୟାକଲେଙ୍କ ନୀତି 2035ରେ 200ବର୍ଷ ପୂରଣ କରିବ, ଅର୍ଥାତ୍ ଦଶ ବର୍ଷ ବାକି ଅଛି। ଏହି ଦଶ ବର୍ଷ ମଧ୍ୟରେ, ସମସ୍ତ ନାଗରିକ ନିଶ୍ଚିତ କରିବେ ଯେ ଦେଶ ଉପନିବେଶବାଦୀ ମାନସିକତାରୁ ମୁକ୍ତ ହୋଇଛି।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ଏପରି ଏକ ଦେଶ ନୁହେଁ ଯାହା କେବଳ ଏକ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରେ ଏବଂ ଏକ ଭଲ ଭବିଷ୍ୟତ ଲାଗି ଏହାକୁ ଏହାର ଦିଗନ୍ତକୁ ବିସ୍ତାର କରିବାକୁ ପଡିବ । ଦେଶର ଭବିଷ୍ୟତ ଆବଶ୍ୟକତାକୁ ବୁଝିବା ଏବଂ ବର୍ତ୍ତମାନର ସମାଧାନ ଖୋଜିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି କାରଣରୁ ପ୍ରାୟତଃ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ବିଷୟରେ କହୁଛନ୍ତି ବୋଲି ସେ କହିଥିଲେ । ଯଦି ଏପରି ପଦକ୍ଷେପ ଚାରିରୁ ପାଞ୍ଚ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥାନ୍ତା, ତେବେ ଆଜି ଭାରତର ପରିସ୍ଥିତି ବହୁତ ଭିନ୍ନ ହୋଇଥାନ୍ତା। ସେମିକଣ୍ଡକ୍ଟର କ୍ଷେତ୍ରର ଉଦାହରଣକୁ ମନେ ପକାଇ ସେ କହିଥିଲେ, ପାଞ୍ଚରୁ ଛଅ ଦଶନ୍ଧି ପୂର୍ବରୁ ଏକ କମ୍ପାନୀ ଭାରତରେ ଏକ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ କରିବାକୁ ଆଗେଇ ଆସିଥିଲା କିନ୍ତୁ ତାହାକୁ ଉପଯୁକ୍ତ ଧ୍ୟାନ ଦିଆଯାଇ ନଥିଲା, ଯାହାଫଳରେ ଭାରତ ସେମିକଣ୍ଡକ୍ଟର ଉତ୍ପାଦନରେ ପଛରେ ପଡ଼ିଯାଇଥିଲା।
 

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଶକ୍ତି କ୍ଷେତ୍ର ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛି। ଭାରତ ବର୍ତ୍ତମାନ ବାର୍ଷିକ ପ୍ରାୟ 125 ଲକ୍ଷ କୋଟି ଟଙ୍କାର ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଆମଦାନୀ କରୁଛି। ଦେଶ ପ୍ରଚୁର ସୂର୍ଯ୍ୟକିରଣର ଆଶୀର୍ବାଦପ୍ରାପ୍ତ ହେବା ସତ୍ତ୍ୱେ, 2014 ପର୍ଯ୍ୟନ୍ତ ଭାରତର ସୌର ଶକ୍ତି ଉତ୍ପାଦନ କ୍ଷମତା କେବଳ 3 ଗିଗାୱାଟ୍ ଥିଲା। ଗତ ଦଶ ବର୍ଷ ମଧ୍ୟରେ ଏହି କ୍ଷମତା ପ୍ରାୟ 130 ଗିଗାୱାଟରେ ପହଞ୍ଚିଛି, ଯେଉଁଥିରେ କେବଳ ଛାତ ଉପରେ ସୌରଶକ୍ତି ମାଧ୍ୟମରେ 22 ଗିଗାୱାଟ ବୃଦ୍ଧି ପାଇଛି।
ଶ୍ରୀ ମୋଦୀ କହିଥିଲେ, ପିଏମ  ସୂର୍ଯ୍ୟ ଘର ମୁଫ୍ତ ବିଜଲି ଯୋଜନା ନାଗରିକମାନଙ୍କୁ ଶକ୍ତି ସୁରକ୍ଷା ଅଭିଯାନରେ ସିଧାସଳଖ ଅଂଶଗ୍ରହଣ ପ୍ରଦାନ କରିଛି। ବାରାଣସୀର ସାଂସଦ ଭାବରେ, ସେ ସ୍ଥାନୀୟ ଲୋକଙ୍କ କଥା ଉଦ୍ଧୃତ କରି କହିଥିଲେ, ବାରାଣସୀର 26,000 ରୁ ଅଧିକ ପରିବାର ଏହି ଯୋଜନା ଅଧୀନରେ ସୌର ପ୍ଲାଣ୍ଟ ସ୍ଥାପନ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ ଦୈନିକ ତିନି ଲକ୍ଷ ୟୁନିଟ୍‌ରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରୁଛନ୍ତି, ଯାହା ଦ୍ୱାରା ଲୋକମାନେ ପ୍ରତି ମାସରେ ପ୍ରାୟ ପାଞ୍ଚ କୋଟି ଟଙ୍କା ସଞ୍ଚୟ କରୁଛନ୍ତି। ଏହି ସୌରଶକ୍ତି ଉତ୍ପାଦନ ବାର୍ଷିକ ପ୍ରାୟ ନବେ ହଜାର ମେଟ୍ରିକ୍ ଟନ୍‌ କାର୍ବନ ନିର୍ଗମନ ହ୍ରାସ କରୁଛି, ଯାହାର ପୂରଣ ପାଇଁ ଚାଳିଶ ଲକ୍ଷରୁ ଅଧିକ ଗଛ ଲଗାଇବାକୁ ପଡ଼ିବ। ସେ କେବଳ ବାରାଣସୀର ସଂଖ୍ୟା ଉପସ୍ଥାପନ କରିଥିଲେ ଏବଂ ଯୋଜନାର ବିଶାଳ ଜାତୀୟ ଲାଭ ଉପରେ ପ୍ରତିଫଳନ କରିବାକୁ ଆହ୍ୱାନ କରିଥିଲେ। ଏହା ଏପରି ଏକ ଉଦାହରଣ ଯାହା ଏକକ ପଦକ୍ଷେପ କିପରି ଭବିଷ୍ୟତକୁ ପରିବର୍ତ୍ତନ କରିବାର ଶକ୍ତି ରଖିପାରେ ତାହା ଦର୍ଶାଉଛି।
ଶ୍ରୀ ମୋଦୀ କହିଥିଲେ, 2014 ପୂର୍ବରୁ ଭାରତ ଏହାର 75 ପ୍ରତିଶତ ମୋବାଇଲ୍ ଫୋନ୍ ଆମଦାନି କରୁଥିଲା। ଆଜି ମୋବାଇଲ୍ ଫୋନ୍ ଆମଦାନି ପ୍ରାୟ ଶୂନ୍ୟକୁ ହ୍ରାସ ପାଇଛି ଏବଂ ଦେଶ ଏକ ପ୍ରମୁଖ ରପ୍ତାନିକାରୀ ପାଲଟିଛି। 2014 ପରେ ଏକ ସଂସ୍କାର କାର୍ଯ୍ୟକାରୀ କରାଯାଇଥିଲା, ଦେଶ ପ୍ରଦର୍ଶନ କରିଥିଲା ଏବଂ ପରିବର୍ତ୍ତନକାରୀ ଫଳାଫଳ ଏବେ ବିଶ୍ୱ ଦେଖିପାରୁଛି।
ଭବିଷ୍ୟତର ପରିବର୍ତ୍ତନ ଯାତ୍ରା ଅନେକ ଯୋଜନା, ନୀତି, ନିଷ୍ପତ୍ତି, ଜନଆକାଂକ୍ଷା ଏବଂ ଜନଭାଗୀଦାରୀର ଏକ ଯାତ୍ରା ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଏହା ନିରନ୍ତରତାର ଏକ ଯାତ୍ରା, ଏହା କେବଳ ଶିଖର ସମ୍ମିଳନୀର ଆଲୋଚନା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଭାରତ ପାଇଁ ଏକ ଜାତୀୟ ସଂକଳ୍ପ। ଏହି ସଂକଳ୍ପରେ ସମସ୍ତଙ୍କ ସହଯୋଗ ଏବଂ ସାମୂହିକ ପ୍ରୟାସ ଜରୁରୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶେଷରେ ସମସ୍ତଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India likely clocked 8%+ growth in early 2026, and remains resilient despite oil shock fears: World Bank official

Media Coverage

India likely clocked 8%+ growth in early 2026, and remains resilient despite oil shock fears: World Bank official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"