India is brimming with confidence: PM
In a world of slowdown, mistrust and fragmentation, India brings growth, trust and acts as a bridge-builder: PM
Today, India is becoming the key growth engine of the global economy: PM
India's Nari Shakti is doing wonders, Our daughters are excelling in every field today: PM
Our pace is constant, Our direction is consistent, Our intent is always Nation First: PM
Every sector today is shedding the old colonial mindset and aiming for new achievements with pride: PM

ଆପଣ ସମସ୍ତଙ୍କୁ ନମସ୍କାର । 

ହିନ୍ଦୁସ୍ଥାନ ଟାଇମ୍ସର ଏହି ନେତୃତ୍ୱ ସମ୍ମିଳନୀରେ ଦେଶ ବିଦେଶରୁ ବହୁ ମାନ୍ୟ ଗଣ୍ୟ ଅତିଥି ଯୋଗ ଦେଇଛନ୍ତି । ଆୟୋଜକ ତଥା ନିଜ ମତ ରଖିଥିବା ସମସ୍ତ ମହାନୁଭବଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଏବେ ଶୋଭନାଜୀ ଦୁଇଟି କଥା କହିଲେ ଯାହା ମୁଁ ଅନୁଧ୍ୟାନ କରିଛି । ଗୋଟିଏ ହେଲା, ଗତଥର ମୋଦୀ ଆସିଥିଲେ ଓ ଏହି ପ୍ରସ୍ତାବ ଦେଇଥିଲେ । ଏହି ଦେଶରେ ମିଡିଆ ହାଉସକୁ କେହି କିଛି କାମ କହିବାକୁ ସାହାସ କରନ୍ତିନି । କିନ୍ତୁ ମୁଁ କରିଲି । ମୋ ପାଇଁ ଏହା ଏକ ଶୁଭ ଖବର ଯେ, ଶୋଭନାଜୀ ଓ ତାଙ୍କ ଟିମ ଅତି ଆଗ୍ରହର ସହ ଏହି କାମ ସମ୍ପନ୍ନ କରିଛନ୍ତି । ମୁଁ ପ୍ରଦର୍ଶନୀ ଦେଖି ଆସିବା ପରେ ସମସ୍ତେ ଏହା ଦେଖିବା ଲାଗି ମୁଁ ଅନୁରୋଧ କରିବି । ଫଟୋଗ୍ରାଫର ବନ୍ଧୁମାନେ ସ୍ମୃତି ସବୁକୁ ଏମିତି ଜାବୁଡି ଧରି ରଖିପାରିଛନ୍ତି ଯେ ସେହି ମୁହୂର୍ତ ସବୁ ଅମରତ୍ୱ ଲାଭ କରିପାରିଛି । ଦେଶ ମାତୃକାର ସେବା ଆଗକୁ ଏମିତି ଜାରି ରଖିବା ନେଇ ହିନ୍ଦୁସ୍ଥାନ ଟାଇମ୍ସ କହିବା ପରେ ମୁଁ ବିଶେଷ ଭାବରେ ଏନେଇ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଚଳିତଥର ସମ୍ମିଳନୀର ଥିମ ରହଛି - ଆସନ୍ତାକାଲିର ରୂପାନ୍ତରୀକରଣ । ମୁଁ ଭାବୁଛି ଯେ, ଯେଉଁ ହିନ୍ଦୁସ୍ଥାନ ଖବରକାଗଜର ୧୦୧ ବର୍ଷର ଇତିହାସ ଓ ଯେଉଁ ଖବରକାଗଜରେ ମହାତ୍ମା ଗାନ୍ଧୀ, ମଦନମୋହନ ମାଲବ୍ୟ, ଘନଶ୍ୟାମ ଦାସ ବିର୍ଲାଙ୍କ ସମେତ ଅସଂଖ୍ୟ ମହାପୁରୁଷଙ୍କ ଆଶୀର୍ବାଦ ରହିଛି ସେହି ଖବରକାଗଜ ଯେବେ ଆସନ୍ତାକାଲିର ରୂପାନ୍ତରୀକରଣ କଥା କୁହେ ସେବେ ଦେଶକୁ ଆଶ୍ୱସନା ମିଳେ ଯେ, ଦେଶରେ ହେଉଥିବା ପରିବର୍ତନ କେବଳ ସମ୍ଭାବନାର ବାର୍ତା ଦିଏନି ବରଂ ଏହା ପରିବର୍ତିତ ଜୀବନ, ଚିନ୍ତା, ଚେତନାର କଥା କହିଥାଏ ।

 

ବନ୍ଧୁଗଣ,

ଆଜି ହେଉଛି ଆମ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ତଥା ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ । ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

ବନ୍ଧୁଗଣ,

ଆଜି ଆମେ ଯେଉଁ ସମୟ ଦେଇ ଗତି କରୁଛେ ସେବେ ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତି ସାରିଛି । ଏହି ୨୫ ବର୍ଷ ଭିତରେ ଦେଶ ବହୁ ଉତଥାନ, ପତନ ଦେଖିସାରିଛି । ଅର୍ଥନୈତିକ ସଙ୍କଟ, ବୈଶ୍ୱିକ ମହାମାରୀ, ପ୍ରଯୁକ୍ତିଗତ ବିଭ୍ରାଟ, ଯୁଦ୍ଧ ପରି ବିଭିନ୍ନ କଥା ଆମେ ଦେଖିଛେ । ଆଜି ସାରା ବିଶ୍ୱ ଅନିଶ୍ଚିତତା ଦେଇ ଗତି କରୁଛି । ଏହାରି ଭିତରେ ଭାରତ ଏକ ଭିନ୍ନ ଦୃଷ୍ଟିକୋଣ ଆପେଇଛି । ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସରେ ଭରପୂର ରହିଛି ଆମ ଦେଶ । ଯେବେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା କଥା କହୁଥିଲା ସେବେ ଭାରତ ବିକାଶ କଥା ଓ ଗାଥା ଲେଖୁଥିଲା । ଯେବେ ସାରା ବିଶ୍ୱରେ ବିଶ୍ୱାସର ସଙ୍କଟ ଦେଖାଯାଉଥିଲା ସେବେ ଭାରତ ବିଶ୍ୱାସର ସ୍ତମ୍ଭ ତିଆରି କରୁଥିଲା । ଯେବେ ସାରା ବିଶ୍ୱ ବିକ୍ଷିପ୍ତ ଅବସ୍ଥାରେ ଗତି କରୁଥିଲା ସେବେ ଭାରତ ଏସବୁ ଯୋଡିବାରେ ଲାଗିଥିଲା ।

ବନ୍ଧୁଗଣ,

ନିକଟରେ ଭାରତରେ କ୍ୱାର୍ଟର-୨ ଜିଡିପି ସଂଖ୍ୟା ଦେଖିବାକୁ ମିଳିଥିଲା । ଆଠ ପ୍ରତିଶତରୁ ଅଧିକ ଜିଡିପିରେ ବିକାଶ ଆମର ନୂଆ ପ୍ରଗତିକୁ ସୂଚାଉଛି ।

ବନ୍ଧୁଗଣ,

ଏହା କେବଳ ଏକ ସଂଖ୍ୟା ନୁହେଁ । ବରଂ, ଏକ ବଳିଷ୍ଠ ମାକ୍ରୋ ଇକୋନୋମିର ଦ୍ୟୋତକ । ବୈଶ୍ୱିକ ଅର୍ଥନୀତିର ଡ୍ରାଇଭର ସିଟରେ ଭାରତ ବସିଛି । ଯେବେ ବୈଶ୍ୱିକ ଅର୍ଥନୈତିକ ବିକାଶ ତିନି ପ୍ରତିଶତ ଆଖପାଖରେ ଥିଲା ସେବେ ଭାରତର ଅର୍ଥନୈତିକ ଚିତ୍ର ଏପରି ରହିଥିଲା । କମ ମୁଦ୍ରାସ୍ଫୀତି ସହ ଦ୍ରୁତ ଅର୍ଥନୈତିକ ବିକାଶ ଭାରତରେ ଘଟିଛି । ଆମ ଦେଶରେ ଏପରି ଏକ ସମୟ ରହିଥିଲା ଯେବେ ଅଧିକ ମୁଦ୍ରାସ୍ଫୀତି ଲାଗି ଅର୍ଥନୀତି ବିଶାରଦମାନେ ଚିନ୍ତା ପ୍ରକଟ କରୁଥିଲେ । ଆଜି ସେମାନେ କମ ମୁଦ୍ରାସ୍ଫୀତିର କଥା କହୁଛନ୍ତି ।

 

ବନ୍ଧୁଗଣ,

ଭାରତର ଏହି ଉପଲବ୍ଧି ସାମାନ୍ୟ କଥା ନୁହେଁ । ଏହା କେବଳ ଏକ ସଂଖ୍ୟାର କଥା ନୁହେଁ ବରଂ ଏହା ଏକ ମୌଳିକ ପରିବର୍ତନ । ଯାହା ଗତ ଶତାବ୍ଦୀରେ ଭାରତରେ ସମ୍ଭବପର ହୋଇପାରିଛି । ଏହି ପରିବର୍ତନ ସମସ୍ୟା ସମାଧାନ କରିବାର ଏକ ପ୍ରବୃତି । ଆଶଙ୍କାକୁ ହଟାଇ ଆକାଂକ୍ଷାକୁ ବିସ୍ତାରିତ କରିବାର ଇଏ ଏକ ପଦକ୍ଷେପ । ଆଉ ଏହି କାରଣରୁ ଭାରତ ଆଜି ରୂପାନ୍ତରିତ ହେବାରେ ଲାଗିଛି । ଆଗାମୀ ଦିନରେ ରୂପାନ୍ତରିତ ହେବ ।

ବନ୍ଧୁଗଣ,

ଆଜି ଯେତେବେଳେ ଆମେ ରୂପାନ୍ତରିତ ଆସନ୍ତାକାଲିର କଥା ଚର୍ଚ୍ଚା କରୁଛେ ସେବେ ଭାବିବାକୁ ପଡିବ ଯେ, ରୂପାନ୍ତରଣ ପ୍ରତି ଯେଉଁ ବିଶ୍ୱାସ ଜନ୍ମ ଲାଭ କରିଛି ତାହାର ଆଧାର ଏବେ ହେଉଥିବା କାର୍ଯ୍ୟ ଓ ଆଜି ହେଉଥିବା କାର୍ଯ୍ୟର ଏକ ମଜବୁତ ଖୁମ୍ବ । ଆଜିର ସଂସ୍କାର ଓ କର୍ମ କୁଶଳତା ଆମ ଆସନ୍ତାକାଲିର ପରିବର୍ତତ ରାସ୍ତାକୁ ତିଆରି କରୁଛି । ମୁଁ ଆପଣଙ୍କୁ ଏ ବାବଦରେ ଗୋଟିଏ ଉଦାହରଣ ଦେବି ଯାହା ଆମ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ରହିଥିବ ।

ବନ୍ଧୁଗଣ,

ଆପଣମାନେ ଜାଣିଛନ୍ତି ଭାରତବର୍ଷର ଅଧିକାଂଶ ସାମର୍ଥ୍ୟ ବହୁ ଦିନ ଯାଏ ଅନାବିଷ୍କୃତ ହୋଇରହିଲା । ଯେବେ ଏହି ଅନାବିଷ୍କୃତ ଦକ୍ଷତାକୁ ପୂର୍ଣ୍ଣମାତ୍ରାରେ ବିକଶିତ ହେବାର ସ୍ୱାଧୀନତା ମିଳିବ ସେବେ ଦେଶ ବିକାଶ ପଥରେ ଅଗ୍ରସର ହୋଇପାରିବ । ଆପଣ ଚିନ୍ତା କରନ୍ତୁ ଆମର ପୂର୍ବ ଭାରତ, ଉତର-ପୂର୍ବ ରାଜ୍ୟ, ଆମ ଗାଁ, ଆମ ଟିୟର ଟୁ ଓ ଟିୟର ଥ୍ରୀ ସହର, ଦେଶର ନାରୀ ଶକ୍ତି, ଭାରତର ସୃଜନାତ୍ମକ ଯୁବବର୍ଗ, ଭାରତର ସାମୁଦ୍ରିକ ଶକ୍ତି, ନୀଳ ଅର୍ଥନୀତି, ଭାରତର ମହାକାଶ କ୍ଷେତ୍ର ଓ ଆହୁରି ଅନେକ ବିଭାଗରେ ଆଗରୁ ପୂର୍ଣ୍ଣମାତ୍ରାରେ ବିକାଶ ସମ୍ଭବ ହୋଇପାରିନଥିଲା । ଆଉ ଆଜି ଭାରତବର୍ଷ ଏହି ଅନାବିଷ୍କୃତ ଦିଗକୁ ଆବିଷ୍କାର କରିବାର ମାନସିକତା ନେଇ ଅଗ୍ରସର ହେବାରେ ଲାଗିଛି । ଆଜି ପୂର୍ବ ଭାରତରେ ଆଧୁନିକ ଭିତିଭୂମି, କନେକ୍ଟିଟିଭିଟି ଓ ଶିଳ୍ପରେ ଅଭୂତପୂର୍ବ ଅଭିନିବେଶ ଦେଖିବାକୁ ମିଳୁଛି । ଆଜି ଆମ ଗାଁ, ଆମ ଛୋଟ ସହରରେ ବି ଆଧୁନିକ ସେବା ଉପଲବ୍ଧ ହେବାରେ ଲାଗିଲାଣି । ଆମର ଛୋଟ ସହର, ଷ୍ଟାର୍ଟ ଅପ, ଏମଏସଏମଇର ନୂଆ କେନ୍ଦ୍ରରେ ପରିଣତ ହେଲାଣି । ଆମ ଗାଁରେ କିଷାନ ଏଫପିଓ ସୃଷ୍ଟି କରି ସିଧାସଳଖ ବଜାର ସହ ଯୋଗାଯୋଗ ରକ୍ଷା କରାଯାଇପାରୁଛି । ଆଉ କିଛି ଏଫପିଓ ବି ବୈଶ୍ୱିକ ବଜାର ସହ ଯୋଡି ହୋଇଗଲେଣି ।

 

ବନ୍ଧୁଗଣ,

ଭାରତର ନାରୀଶକ୍ତି ଆଜି କମାଲ କରିବାରେ ଲାଗିଛନ୍ତି । ଆମ କନ୍ୟାମାନେ ଅନେକ କ୍ଷେତ୍ରରେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି ପରିବର୍ତନ ଆଜି କେବଳ ମହିଳା ସଶକ୍ତିକରଣ ଭିତରେ ସୀମିତ ହୋଇରହିନି । ବରଂ, ସମାଜର ମାନସିକତା ଓ ସାମର୍ଥ୍ୟକୁ ପରିବର୍ତନ କରୁଛି ।

ବନ୍ଧୁଗଣ,

ଯେବେ ନୂଆ ମଉକା ମିଳେ, ଯେବେ ପ୍ରତିବନ୍ଧକ ହଟିଥାଏ, ସେବେ ଆକାଶରେ ଉଡିବାକୁ ନୂଆ ଡେଣା ଲାଗିଥାଏ । ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ମହାକାଶ କ୍ଷେତ୍ର । ପୂର୍ବରୁ ଏହି କ୍ଷେତ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଥିଲା । କିନ୍ତୁ ଆମେ ମହାକାଶ କ୍ଷେତ୍ରରେ ସଂସ୍କାର ଆଣିଲୁ । ବେସରକାରୀ ସେକ୍ଟର ଲାଗି ରାସ୍ତା ଖୋଲିଲୁ । ଆଉ ଏହାର ପ୍ରତିଫଳନ ଆଜି ଦେଶରେ ଦେଖିବାକୁ ମିଳୁଛି । ଏହି ୧୦-୧୧ ଦିନ ତଳେ ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ମୁଁ ଉଦଘାଟନ କରିଥିଲି । ସ୍କାଏରୁଟ ଭାରତର ପ୍ରଥମ ବେସରକାରୀ ମହାକାଶ ସଂସ୍ଥା । ପ୍ରତି ମାସରେ ଗୋଟିଏ ରକେଟ ତିଆରି କରିବାର ଏହି ସଂସ୍ଥା କ୍ଷମତା ରଖିଛି । ଏହି କମ୍ପାନୀ ଫ୍ଲାଇଟ ରେଡି ବିକ୍ରମ ତିଆରି କରୁଛି । ସରକାର ପ୍ଲାଟଫର୍ମ ଦେଲେ ଓ ଦେଶର ଯୁବ ପିଢି ଏହା ଉପରେ ନୂଆ ଭବିଷ୍ୟତ ନିର୍ମାଣ କରୁଛନ୍ତି । ଆଉ ଏହା ହେଉଛି ପ୍ରକୃତ ପରିବର୍ତନ ।

ବନ୍ଧୁଗଣ,

ଭାରତରେ ଆସିଥିବା ଆଉ ଏକ ପରିବର୍ତନର କଥା ଚର୍ଚ୍ଚା କରିବାକୁ ମୁଁ ଏଠି ପସନ୍ଦ କରିବି । ଗୋଟିଏ ସମୟ ଥିଲା ଯେବେ କିଛି ସଂସ୍କାରମୂଳକ କାର୍ଯ୍ୟକ୍ରମକୁ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଥିଲା । ଅର୍ଥାତ ବଡ ନିର୍ଣ୍ଣୟ ପଛରେ କୌଣସି ରାଜନୈତିକ ସ୍ୱାର୍ଥ କିମ୍ବା ସଙ୍କଟ ମୋଚନ ପରିଚାଳନା ଉଦ୍ଦେଶ୍ୟ ରହିଥିଲା । କିନ୍ତୁ ଆଜି ଜାତୀୟ ସ୍ୱାର୍ଥକୁ ଦେଖି ଲକ୍ଷ୍ୟ ସ୍ଥିର ରଖି ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯାଉଛି । ଆପଣ ଦେଖନ୍ତୁ ଦେଶର କୌଣସି ନା କୌଣସି ସେକ୍ଟର ଭଲ ହେବାରେ ଲାଗିଛି । ଆମର ଗତି ସ୍ଥିର ରହିଛି । ଆମର ଦିଗ ନିର୍ଣ୍ଣିତ ହୋଇରହିଛି । ଆଉ ଆମର ଆଭିମୁଖ୍ୟ ନେସନ ଫାଷ୍ଟ ଅଟେ । ୨୦୨୫ ଏପରି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମର ବର୍ଷ ରହିଲା । ସବୁଠାରୁ ବଡ ସଂସ୍କାରମୂଳକ କାର୍ଯ୍ୟକ୍ରମ ନେକ୍ସଟ ଜେନେରେସନ ଜିଏସଟି ଥିଲା । ଆଉ ଏହି ସଂସ୍କାରମୂଳକ କାର୍ଯ୍ୟକ୍ରମର ପ୍ରଭାବ କଣ ହେଲା ତାହା ସାରା ଦେଶ ଦେଖିଛି । ଏହି ବର୍ଷ ବି ଡାଇରେକ୍ଟ ଟ୍ୟାକ୍ସ ପ୍ରଣାଳୀରେ ବି ବହୁ ପରିବର୍ତନ ଆସିପାରିଛି । ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଶୂନ୍ୟ ଟ୍ୟାକ୍ସ ଏପରି ଏକ ସଂସ୍କାରମୂଳକ ପଦକ୍ଷେପ ଯାହା ବିଗତ ଦଶକ ପୂର୍ବରୁ ଚିନ୍ତା କରିବା ବି ସମ୍ଭବପର ନଥିଲା ।

 

ବନ୍ଧୁଗଣ,

ସଂସ୍କାରମୂଳକ କାର୍ଯ୍ୟକ୍ରମ ପ୍ରସଙ୍ଗରେ ଆଉ ଗୋଟିଏ କଥା ଉଲ୍ଲେଖନୀୟ ଯେ ତିନି-ଚାରି ଦିନି ପୂର୍ବରୁ ଛୋଟ କମ୍ପାନୀର ସଂଜ୍ଞାକରଣରେ ପରିବର୍ତନ କରାଗଲା । ଏହାଦ୍ୱାରା ହଜାର କମ୍ପାନୀ ଏବେ ସରଳ ନିୟମ ଓ ଅଧିକତମ ସୁବିଧାର ପରିଧି ଭିତରକୁ ଆସିପାରିଲେ । ଆମେ ପ୍ରାୟ ୨୦୦ ପ୍ରଡକ୍ଟ କାଟାଗୋରିକୁ ବାଧ୍ୟତାମୂଳକ କ୍ୱାଲିଟି କଂଟ୍ରୋଲ ଅର୍ଡରରୁ ମୁକ୍ତ କରିପାରିଛୁ ।

ବନ୍ଧୁଗଣ,

ଆଜି ଭାରତର ଯାତ୍ରା କେବଳ ବିକାଶରେ ସୀମିତ ନାହିଁ । ଇଏ ମାନସିକତାରେ ପରିବର୍ତନର ବି ଯାତ୍ରା । ଇଏ ମନୋବୈଜ୍ଞାନିକ ପୁନର୍ଜାଗରଣ, ମନସ୍ତତ୍ୱାତିକ ରେନେସାଁର ବି ଯାତ୍ରା । ଆପଣ ଜାଣିଛନ୍ତି ଯେ କୌଣସି ଦେଶ ବିନା ଆତ୍ମ ବିଶ୍ୱାସରେ ଆଗକୁ ବଢିପାରିବନି । ଦୁର୍ଭାଗ୍ୟବସତଃ ଲମ୍ବା ଧିନର ପରାଧୀନତା ପାଇଁ ଭାରତର ଏହି ଆତ୍ମ ବିଶ୍ୱାସକୁ ଦୋହଲାଇ ଦେଇଛି । ଆଉ ଏହାର କାରଣ ଥିଲା ପରାଧୀନତାର ମାନସିକତା । ଗୁଲାମି କିମ୍ବା ପରାଧୀନତାର ମାନସିକତା ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟରେ ବଡ ବାଧକ । ଆଉ ସେଥିପାଇଁ ଏହି ପରାଧୀନତାର ମାନସିକତାରୁ ମୁକ୍ତି ପାଇଁ ଭାରତ ଏବେ ଚେଷ୍ଟା କରୁଛି ।

ବନ୍ଧୁଗଣ,     

ଅଂଗ୍ରେଜମାନଙ୍କୁ ଭଲ ଭାବରେ ଜଣା ଥିଲା ଯେ, ଭାରତରେ ଲମ୍ବା ସମୟ ପର୍ଯ୍ୟନ୍ତ ରାଜ କରିବାର ଏକମାତ୍ର ଅସ୍ତ୍ର ଥିଲା ଭାରତୀୟମାନଙ୍କର ଆତ୍ମ ବିଶ୍ୱାସକୁ ଛିନ୍ନ କରିବା । ଭାରତୀୟମାନଙ୍କ ଭିତରେ ହୀନ ଭାବନା ସଂଚାର କରିବା ସେମାନଙ୍କର ଲକ୍ଷ୍ୟ ରହିଥିଲା । ଆଉ ସେହି ସମୟରେ ଅଂଗ୍ରେଜମାନେ ସେୟା ବି କରିଲେ । ସେଥିପାଇଁ ଭାରତୀୟ ପାରିବାରିକ ସଂରଚନାକୁ ଋଢିବାଦୀ ଓ ଭାରତୀୟ ପୋଷାକକୁ ଅଣପାରମ୍ପରିକ ଆଖ୍ୟା ଦିଆଗଲା । ଭାରତୀୟ ପର୍ବପର୍ବାଣୀ, ସଂସ୍କୃତିକୁ ଅବାସ୍ତବ କହିଲେ । ଯୋଗ ଆୟୁର୍ବେଦକୁ ଅବୈଜ୍ଞାନିକ ବୋଲି ଆଖ୍ୟାୟିତ କରାଗଲା । ଭାରତୀୟ ଆବିଷ୍କାରକୁ ଉପହାସରେ ପରିଣତ କରାଗଲା । ଆଉ ଏହି କଥା ଦଶନ୍ଧି ଦଶନ୍ଧି ଧରି ବି ଚାଲିଲା । ପିଢି ପରେ ପିଢି ଏକଥା ଶିକ୍ଷା ଦିଆଗଲା । ଆଉ ଏହିପରି ଭାରତୀୟଙ୍କ ଆତ୍ମ ବିଶ୍ୱାସକୁ ଛାରଖାର କରାଗଲା ।

ବନ୍ଧୁଗଣ,

ପରାଧୀନତାର ଏହି ମାନସିକତାର କେତେ ପ୍ରଭାବ ଦେଖିବାକୁ ମିଳିଲା । ଏହାର କିଛି ଉଦାହରଣ ମୁଁ ଆପଣମାନଙ୍କୁ ଦେବାକୁ ଚାହୁଁଛି । ଆଜି ସାରା ବିଶ୍ୱରେ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥନୀତିର ଦେଶ ଭାବରେ ଭାରତ ଉଭା ହୋଇଛି । କିଛି ଲୋକେ ଭାରତକୁ ବୈଶ୍ୱିକ ବିକାଶ ଇଞ୍ଜିନ ବୋଲି କହୁଛନ୍ତି । କେହି କେହି ଏହାକୁ ବୈଶ୍ୱିକ ଶକ୍ତି କେନ୍ଦ୍ର ବୋଲି ବି କହୁଛନ୍ତି । ଗୋଟିଏ ପରେ ଗୋଟିଏ କଥା ଆଜି ଉଠୁଛି ।

 

କିନ୍ତୁ ବନ୍ଧୁଗଣ,

ଆଜି ଭାରତର ଯେଉଁ ଦ୍ରୁତ ବିକାଶ ସାଧିତ ହେଉଛି, ଆପଣ କେଉଁଠି କିଛି ପଢିଛନ୍ତି କି । ଆପଣ କେଉଁଠି ଶୁଣିଛନ୍ତି କି । ଏହାକୁ କେହି କେବେ ହିନ୍ଦୁ ଗ୍ରୋଥ ରେଟ ବୋଲି କହୁଛନ୍ତି କି । ଯେବେ ଭାରତ ତିନି-ଚାରି ପ୍ରତିଶତ ଗ୍ରୋଥ କଥା କହୁଥିଲା । ଆପଣଙ୍କୁ ଏହା ଲାଗୁଛି କି କୌଣସି ଦେଶର ଅର୍ଥନୈତିକ ବିକାଶକୁ ସେହି ସ୍ଥାନରେ ରହୁଥିବା ଲୋକଙ୍କ ଆସ୍ଥା ସହଜ ଯୋଡିବା ଏତେ ସହଜ । ତାର ପରିଚୟ ସହ ଯୋଡିବା ସହଜ । କଣ ଏସବୁ ଅନାୟାସରେ ହୋଇଗଲା । କିନ୍ତୁ ନୁହେଁ । ଏହା ପରାଧୀନତାର ମାନସିକତାର ପ୍ରତିବିମ୍ବ ରହିଥିଲା । ଏକ ସମ୍ପୂର୍ଣ୍ଣ ସମାଜ, ଏକ ସମ୍ପୂର୍ଣ୍ଣ ପରମ୍ପରା, ଅଣ ଉତ୍ପାଦକ୍ଷମତା, ଗରିବୀର ସଂଜ୍ଞାକୁ ପ୍ରଭାବିତ କରୁଥିଲା । ତେବେ ଏହା ସିଦ୍ଧ କରିବାକୁ ପ୍ରୟାସ କରାଗଲା ଯେ, ଭାରତର ଧିମା ବିକାଶର କାରଣ ହେଉଛି ହିନ୍ଦୁ ସଭ୍ୟତା ଓ ସଂସ୍କୃତି । ଆଜି ବୁଦ୍ଧିଜୀବୀମାନେ ପ୍ରତ୍ୟେକ କାମରେ ପ୍ରତ୍ୟେକ କଥାରେ ସାମ୍ପ୍ରଦାୟିକତାକୁ ଦେଖୁଛନ୍ତି । ସେମାନଙ୍କୁ ହିନ୍ଦୁ ରେଟ ଅଫ ଗ୍ରୋଥରେ ସାମ୍ପ୍ରଦାୟିକତା ନଜରକୁ ଆସୁନି । ଏହି କାଳଖଣ୍ଡ ସେମାନଙ୍କ କାର୍ଯ୍ୟକାଳରେ ପୁସ୍ତକ ଓ ରିସର୍ଚ୍ଚ ପେପରର ଅଂଶ ପାଲଟିଗଲା ।

ବନ୍ଧୁଗଣ,

ପରାଧୀନତାର ମାନସିକତା ଭାରତର ମାନୁଫାକଚରିଂ ଇକୋ ସିଷ୍ଟମକୁ କିପରି ଛାରଖାର କରିଲା ଓ ଆମେ ଏହାକୁ କିପରି ପୁନର୍ଜାଗରଣ କରିଲୁ ତାର ବି ମୁଁ କିଛି ଉଦାହରଣ ଦେବି । ପରାଧୀନ ସମୟରେ ଅସ୍ତ୍ର ଶସ୍ତ୍ର ନିର୍ମାଣ କ୍ଷେତ୍ରରେ ଭାରତ ଏକ ବଡ ନିର୍ମାତା ଥିଲା । ଆମର ଏଠି ଅର୍ଡିନେସ ଫ୍ୟାକ୍ଟ୍ରିର ଏକ ସଶକ୍ତ ନେଟୱାର୍କ ଥିଲା । ଭାରତରେ ଅସ୍ତ୍ର ଶସ୍ତ୍ର ନିର୍ମାଣ କରାଯାଉଥିଲା । ବିଶ୍ୱ ଯୁଦ୍ଧରେ ବି ଭାରତରେ ନିର୍ମିତ ଅସ୍ତ୍ର ଶସ୍ତ୍ରର ବହୁତ ଗୁରୁତ୍ୱ ରହିଥିଲା । କିନ୍ତୁ ସ୍ୱାଧୀନତା ପରେ ଭାରତର ଡିଫେନ୍ସ ମାନୁଫାକାଚରିଂ ଇକୋ ସିଷ୍ଟମ ଛାରଖାର କରି ଦିଆଗଲା । ପରାଧୀନତାର ମାନସିକତାର ପ୍ରାବଲ୍ୟ କାରଣରୁ ଭାରତରେ ନିର୍ମିତ ଅସ୍ତ୍ର ଶସ୍ତ୍ରର ଗୁରୁତ୍ୱ କମାଇବାକୁ ଚେଷ୍ଟା କରାଗଲା । ଆଉ ଏହି ମାନସିକତା ହିଁ ଏବେ ଭାରତକୁ ଅସ୍ତ୍ର ଶସ୍ତ୍ର କିଣିବାର ସବୁଠାରୁ ବଡ ଆମଦାନୀକାରୀ ଦେଶ ଭାବରେ ପରିଗଣିତ କରେଇଲା ।

ବନ୍ଧୁଗଣ,

ପରାଧୀନତାର ମାନସିକତା ସିପିଂ ଶିଳ୍ପକୁ ପ୍ରଭୂତ କ୍ଷତି ପହଂଚାଇଲା । ଶତାବ୍ଦୀ ଶତାବ୍ଦୀ ଧରି ଭାରତ ଜାହାଜ ନିର୍ମାଣ ସେକ୍ଟରରେ ଏକ ବଡ କେନ୍ଦ୍ର ରହିଥିଲା । ଏପରି ୫-୬ ଦଶକ ପୂର୍ବରୁ ଭାରତ ୫୦-୬୦ ବର୍ଷ ପୂର୍ବରୁ ଭାରତର ୪୦ ପ୍ରତିଶତ ବ୍ୟବସାୟ ଭାରତୀୟ ଜାହାଜରେ ହେଉଥିଲା । ପରାଧୀନତା ମାନସିକତା ଭାରତୀୟମାନଙ୍କୁ ବିଦେଶୀ ଜାହାଜ ଉପରେ ନିର୍ଭର କରାଇଲା । ଉଦାହରଣ ଏବେ ସାମ୍ନାକୁ ଆସିଲା । ଯେଉଁ ଦେଶ ସାମୁଦ୍ରିକ ଶକ୍ତି ଭାବରେ ଖ୍ୟାତ ରହିଥିଲା ତାହା ଆଜି ୯୫ ପ୍ରତିଶତ ବ୍ୟାପାର ପାଇଁ ବିଦେଶୀ ଜାହାଜ ଉପରେ ନିର୍ଭର କରିବାକୁ ପଡୁଛି । ଆଉ ସେଥିପାଇଁ ଭାରତ ପ୍ରତିବର୍ଷ ୭୫ ବିଲିୟନ ଡଲାର ବା ୬ ଲକ୍ଷ କୋଟି ଟଙ୍କା ବିଦେଶୀ ସିପିଂ କମ୍ପାନୀଙ୍କୁ ଦେଉଛନ୍ତି ।

ବନ୍ଧୁଗଣ,

ଜାହାଜ ନିର୍ମାଣ ହେଉ ଅବା ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ ପ୍ରତି କ୍ଷେତ୍ରରେ ପରାଧୀନତାର ମାନସିକତାକୁ ପଛରେ ପକାଇ ଆମେ ନୂଆ ଗୌରବ ହାସଲ କରିବାକୁ ଉଦ୍ୟତ ହେଉଛୁ ।

ବନ୍ଧୁଗଣ,

ଭାରତର ପ୍ରଶାସନିକ ବ୍ୟବସ୍ଥାକୁ ପରାଧୀନତାର ମାନସିକତା ବହୁଳ ମାତ୍ରାରେ ପ୍ରଭାବିତ କରିଥିଲା । ଲମ୍ବା ସମୟ ପାଇଁ ସରକାରୀ ସିଷ୍ଟମକୁ ନେଇ ନିଜ ନାଗରିକଙ୍କ ଭିତରେ ଅବିଶ୍ୱାସ ରହିଲା । ଆପଣଙ୍କୁ ମନେ ଥିବ ଯେ, ପୂର୍ବରୁ କୌଣସି ସରକାରୀ ବାବୁଙ୍କ ପାଖରୁ ଆଟେଷ୍ଟ କରିବାକୁ ପଡୁଥିଲା । ଯେତେ ବେଳେ ଯାଏ ସେ ମୋହର ମାରୁନଥିଲେ ସେତେବେଳ ଯାଏ ତାହା ଭୁଲ ବୋଲି ପ୍ରମାଣିତ ହେଉଥିଲା । ଆପଣଙ୍କ ପରିଶ୍ରମର ସାର୍ଟିଫିକେଟ । ଆମେ ଏହି ବ୍ୟବସ୍ଥା ଉଚ୍ଛେଦ କରି ସେଲ୍ଫ ଆଟେଷ୍ଟ ବ୍ୟବସ୍ଥା ଲାଗୁ କରାଗଲା । ମୋ ଦେଶର ନାଗରିକ କହିପାରୁଛି ଯେ, ଭାଇ ଏହା ମୁଁ କରିଛି ଓ ଏହା ଉପରେ ମୋର ପୁରା ଭରସା ରହିଛି ।

 

ବନ୍ଧୁଗଣ,

ଆମ ଦେଶରେ ଏଭଳି କିଛି ପ୍ରାବଧାନ ରହି ଆସିଛି । ଯେଉଁଠି ଗମ୍ଭୀରରୁ ଗମ୍ଭୀରତର ଅପରାଧ ବୋଲି ବିବେଚନା କରାଯାଉଥିଲା । ଆମେ ଜନ ବିଶ୍ୱାସ ଆଇନ ଆଣିଲୁ । ଏଭଳି ଶହ ଶହ ନିୟମାବଳୀକୁ ଅପରାଧମୁକ୍ତ କରାଯାଇଛି ।

ବନ୍ଧୁଗଣ,

ଆଗରୁ ବ୍ୟାଙ୍କରୁ ହଜାରେ ଟଙ୍କାର ଋଣ ନେବାର ଥିଲେ ବ୍ୟାଙ୍କ ପକ୍ଷରୁ ଗ୍ୟାରେଂଟି ମଗାଯାଉଥିଲା । କାରଣ ଅବିଶ୍ୱାସ ବହୁତ ଅଧିକ ଥିଲା । ଆମେ ମୁଦ୍ରା ଯୋଜନା ପ୍ରଣୟନ କରି ଏହି କୁଚକ୍ରକୁ ଭାଙ୍ଗିବାରେ ସଫଳ ହେଲୁ । ଏହିକ୍ରମରେ ଆମେ ଆଜି ଯାଏ ୩୭ ଲକ୍ଷ କୋଟି ଟଙ୍କାର ଗ୍ୟାରେଂଟି ଫ୍ରି ଋଣ ପ୍ରଦାନ କରିବାରେ ସଫଳ ହୋଇପାରିଛୁ । ଏହି ପଇସାରେ ସେହି ପରିବାର ଯୁବ ପିଢିକୁ ନୂଆ ଉଦ୍ୟୋଗପତି ହେବାକୁ ବିଶ୍ୱାସ ମିଳୁଛି । ଆଜି ବସ୍ତି ବାସିନ୍ଦା, ଠେଲା ଗାଡିବାଲାଙ୍କୁ ବି ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ମିଳିପାରୁଛି ।

ବନ୍ଧୁଗଣ,

ଆମ ଦେଶରେ ଏହା ପ୍ରଚଳନ ରହିଛି ଯେ, ସରକାରକୁ ଯଦି କିଛି ଦିଆଗଲା ତାହା ୱାନ ୱେ ଟ୍ରାଫିକ ପରି । ଥରେ ଦେଇଦେଲ ଦେଇଦେଲ । ପୁଣି ଫେରିବନି । ଦେଲ ତ ଫେରିବାର ସମ୍ଭାବନା ନାହିଁ । ଏହା ସମସ୍ତଙ୍କର ଏକ ଅବଧାରଣା । କିନ୍ତୁ ଯେବେ ସରକାର ଓ ସାଧାରଣ ଜନତାଙ୍କ ଭିତରେ ସମ୍ପର୍କ ମଜବୁତ ହେବ ସେବେ କାମ କିପରି ହେବ । ଯଦି କାଲି କିଛି ଭଲ କରିବାର ଅଛି ତେବେ ମନ ଆଜି କିଛି ଭଲ କରିବାକୁ ଚାହେଁ । ଯେବେ ମନ ଭଲ ରହିଛି ସେବେ ଆସନ୍ତାକାଲି ବି ଭଲ ହେବ । ଆଉ ସେଥିପାଇଁ ଆମେ ଆଉ ଏକ ଅଭିଯାନ ନେଇକରି ଆସିଛୁ । ଆପଣଙ୍କୁ ଶୁଣିକରି ଅବିଶ୍ୱାସ ହେବ । ଖବରକାଗଜବାଲା ବି ଏକଥା ଜାଣି ନଥିବେ ।

ଆପଣଙ୍କୁ ଜାଣି ବିଚଳିତ ଲାଗିବ ଯେ, ଆଜି ଦେଶର ବ୍ୟାଙ୍କଗୁଡିକରେ ଆମ ଦେଶର ନାଗିରକଙ୍କର ୭୮ ହଜାର କୋଟି ଟଙ୍କାର କେହି ଦାବିଦାର ନାହାନ୍ତି । ମାଲୁମ ନାହିଁ କିଏ, କାହାର, କେଉଁଠି ରହିଛି । ଏହି ପଇସାକୁ କେହି ପଚାରିବାକୁ ନାହିଁ । ଏହି ପ୍ରକାରରେ ଇନସ୍ୟୁରାନ୍ସ କମ୍ପାନୀ ପାଖରେ ପ୍ରାୟ ୧୪ ହଜାର କୋଟି ଟଙ୍କା ପଡି ରହିଛି । ମ୍ୟୁଚୁଆଲ ଫଣ୍ଡ କମ୍ପାନୀ ପାଖରେ ପ୍ରାୟ ୩ ହଜାର କୋଟି ଟଙ୍କା ପଡି ରହିଛି । ଡିଭିଡେଂଟ ପ୍ରାୟ ୯ ହଜାର କୋଟି ଟଙ୍କା ପଡି ରହିଛି । ଆଉ ଏସବୁର ମାଲିକାନା କାହାରି ପାଖରେ ନାହିଁ । ଏହି ପଇସା ଗରିବ ଓ ମଧ୍ୟମ ବର୍ଗ ପରିବାରର ଅଟେ । ଆଉ ଏହା ଯାହାର ସେ ତାହା ଭୁଲି ସାରିଲାଣି । ଆମ ସରକାର ସେମାନଙ୍କୁ ଦେଶ ବ୍ୟାପୀ ଖୋଜିବାରେ ଲାଗିଛି । ଆରେ ଭାଇ କୁହ, ତୁମର ତ ପଇସା ନଥିଲା । ତୁମର ମା, ବାପାଙ୍କର ବି ନଥିଲା । କିଏ ତ ଛାଡିକରି ଯାଇନି । ଆମେ ଯାଉଛୁ । ଆମ ସରକାର ତାର ପ୍ରକୃତ ହକଦାର ପାଖରେ ପହଂଚିବାକୁ ଚେଷ୍ଟା କରୁଛି । ଆଉ ସେଥିପାଇଁ ସରକାର ସ୍ପେସାଲ କ୍ୟାମ୍ପ କରିବାରେ ଲାଗିଛନ୍ତି । ଲୋକମାନଙ୍କୁ ବୁଝାଇବାରେ ଲାଗିଛନ୍ତି ଏହାର ତ କିଛି ଖୋଜଖବର ରହିଥିବ । ଆପଣଙ୍କ ପଇସା କେଉଁଠି ଅଛି କି । ଯାଇଛନ୍ତି କି । ଆଜି ଯାଏ ଏଭଳି ୫୦୦ଟି ଜିଲ୍ଲାରେ ସ୍ପେସାଲ କ୍ୟାମ୍ପ କରି ଆମେ ହଜାର କୋଟି ଟଙ୍କା ଏହାର ଅସଲି ହକଦାରଙ୍କୁ ଦେବାରେ ସଫଳ ହୋଇପାରିଛୁ । ପଇସା ପଡିଥିଲା । କିଏ ବି ପଚାରିବାକୁ ନଥିଲା । କିନ୍ତୁ ଇଏ ମୋଦୀ ଖୋଜୁଥିଲା । ଆରେ ବନ୍ଧୁ, ଇଏ ତୋର । ନେଇଯା ।

ବନ୍ଧୁଗଣ, 

ଇଏ କେବଳ ସମ୍ପତି ଫେରଇବା ମାମଲା ନୁହେଁ । ବରଂ ବିଶ୍ୱାସର ମାମଲା । ଇଏ ଜନତାର ବିଶ୍ୱାସକୁ ନିରନ୍ତର ହାସଲ କରିବାର ଏକ ପ୍ରତିବଦ୍ଧତା । ଜନତାଙ୍କ ବିଶ୍ୱାସ ଯେ ଏହା ଆମର ଏକ ବଡ ପୁଞ୍ଜି । କିନ୍ତୁ ପରାଧୀନତାର ମାନସିକତା ହୋଇଥିଲେ ଏପରି ଅଭିଯାନ କେବେ ବି ସମ୍ଭବପର ହୋଇନଥାନ୍ତା ।

ବନ୍ଧୁଗଣ,

ଆମେ ଆମ ଦେଶକୁ ସବୁପ୍ରକାର ପରାଧୀନତାର ଶୃଙ୍ଖଳାରୁ ମୁକ୍ତ କରିବାକୁ ଚାହୁଁଛୁ । ଏବେ କିଛି ଦିନ ତଳେ ଦେଶବାସୀଙ୍କୁ ମୁଁ ଅପିଲ କରିବାକୁ ଚାହିଁଲି । ଆସନ୍ତା ଦଶବର୍ଷର ଟାଇମ ଫ୍ରେମ ରଖି ଦେଶବାସୀଙ୍କୁ ମୁଁ ପ୍ରାର୍ଥନା କରିବାକୁ ଚାହିଁଲି ଯେ, ମୋ ସହ ଦେଶ ଲାଗି ଅତି ଆଗ୍ରହ ପୂର୍ବକ ସେମାନେ କିଛି କରନ୍ତୁ । ହାତ ଯୋଡି ବିନମ୍ର ଅନୁରୋଧ କରୁଛି । ୧୪୦ କୋଟି ଜନତାର ବିନା ସହଯୋଗରେ ଏହି କାମ ସମ୍ଭବ ନୁହେଁ । ଆଉ ସେଥିପାଇଁ ଦେଶବାସୀଙ୍କୁ ମୁଁ ହାତ ଯୋଡି ବିନମ୍ର ଅନୁରୋଧ କରୁଛି ଯେ ଆସନ୍ତା ଦଶ ବର୍ଷ ଟାଇମ ଫ୍ରେମରେ ମୁଁ କଣ ମାଗୁଛି । ମାକେଲଙ୍କ ଯେଉଁ ଗୁଲାମୀ ନୀତିକୁ ୨୦୨୫ରେ ୨୦୦ ବର୍ଷ ପୂର୍ତି ହେଉଛି । ଅର୍ଥାତ ୧୦ ବର୍ଷ ବାକି ରହିଛି । ଆଉ ସେଥିପାଇଁ ଏହି ଦଶ ବର୍ଷ ଭିତରେ ଆମେ ସମସ୍ତେ ମିଳିମିଶି ସେହି ପରାଧୀନତା ମାନସିକତାରୁ ଆମକୁ ମୁକ୍ତ ରଖିବା ଉଚିତ ।

 

ବନ୍ଧୁଗଣ,

ମୁଁ ସଦାବେଳେ କହିଆସୁଛି ଯେ, ଆମେ ଲିକ ମାରି ଯିବା ଲୋକ ନୁହେଁ । ଆସନ୍ତାକାଲି ପାଇଁ ଆମେ ଆମ ସୀମାକୁ ବୃହତର କରିବାର ରହିଛି । ଦେଶର ଆବଶ୍ୟକତାକୁ ବୁଝି ଆମେ ବର୍ତମାନରେ ଏହାର ସମାଧାନ ବାଟ ବାହାର କରିବା ଜରୁରୀ । ଆଜିକାଲି ଆପଣ ଦେଖୁଥିବେ ଯେ, ମୁଁ ଲଗାତର ମେକ ଇନ ଇଣ୍ଡିଆ ଓ ଆତ୍ମ ନିର୍ଭର ଭାରତ ଯୋଜନା ସମ୍ପର୍କରେ କହିଆସୁଛି । ଶୋଭନାଜୀ ମଧ୍ୟ ତାଙ୍କ ଭାଷଣରେ ସେହି କଥା ଉଲ୍ଲେଖ କଲେ । ଯଦି ଏଭଳି ଅଭିଯାନ ୪-୫ ଦଶକ ପୂର୍ବରୁ ଆରମ୍ଭ ହୋଇଥାନ୍ତା ତେବେ ଆଜି ଭାରତର ଛବି ଅଲଗା ହୋଇଥାନ୍ତା । କିନ୍ତୁ ସେତେବେଳେ ଯେଉଁ ସରକାର ଥିଲେ ତାଙ୍କର ପ୍ରାଥମିକତା କିଛି ଅଲଗା ରହିଥିଲା । ଆପଣଙ୍କୁ ସେହି ସେମି କଣ୍ଡକ୍ଟର କାହାଣୀ ମନେଥିବ । ପ୍ରାୟ ୫୦-୬୦ ବର୍ଷ ପୂର୍ବେ ୫-୬ ଦଶକ ପୂର୍ବରୁ ଭାରତରେ ସେମି କଣ୍ଡକ୍ଟର ପ୍ଲାଂଟ ବସାଇବାକୁ ଏକ କମ୍ପାନୀ ଆସିଥିଲା । ହେଲେ ଏଠାରେ ତାକୁ ମାନ୍ୟତା ମିଳିଲାନି । ଆଉ ସେମି କଣ୍ଡକ୍ଟର ମାନୁଫାକଚରିଂ କ୍ଷେତ୍ରରେ ଦେଶ ପଛେଇ ଗଲା ।

ବନ୍ଧୁଗଣ,

ଶକ୍ତି କ୍ଷେତ୍ରର ବି ଏହି ସମାନ ଅବସ୍ଥା । ପ୍ରତିବର୍ଷ ପେଟ୍ରୋଲ, ଡିଜେଲ, ଗ୍ୟାସ ଆମଦାନୀ ବାବଦକୁ ଭାରତ ୧୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି । ଆମ ଦେଶରେ ସୂର୍ଯ୍ୟ ଭଗବାନଙ୍କର ଏତେ କୃପା ଯେ, ୨୦୧୪ ସୁଦ୍ଧା ଭାରତର ସୌର ଶକ୍ତି ଉତ୍ପାଦନ କ୍ଷମତା ମାତ୍ର ୩ ଗିଗାବାଇଟ ଥିଲା । ୨୦୧୪ ପର୍ଯ୍ୟନ୍ତ ଏହି ସ୍ଥିତି ରହିଥିଲା । ଯେବେ ଆପଣ ମୋତେ ଏହି ଗୁରୁ ଦାୟିତ୍ୱ ଦେଇନଥିଲେ । ଗତ ୧୦ ବର୍ଷ ଭିତରେ ଏହି ୩ ଗିଗା ବାଇଟ ବୃଦ୍ଧି ପାଇ ୧୩୦ ଗିଗା ବାଇଟ ପାଖାପାଖି ପହଂଚି ପାରିଥିଲା । ରୁଫଟପ ସୌରଶକ୍ତି ବାବଦକୁ ଭାରତର କେବଳ ୨୨ ଗିଗା ବାଇଟ ଯୋଡି ହୋଇରହିଛି । ୨୨ ଗିଗା ବାଇଟ ଶକ୍ତି କେବଳ ସୌ÷ରଶକ୍ତିରୁ ଆସୁଛି ।

ବନ୍ଧୁଗଣ,

ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ପରି ଯୋଜନା ଅଧୀନରେ ଦେଶର ଜନତାଙ୍କୁ ସିଧା ଭାଗିଦାରୀରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଲା । ମୁଁ କାଶୀର ସାଂସଦ । ପ୍ରଧାନମନ୍ତ୍ରୀ ହେବା ପାଇଁ କିଛି କାମ କରିବାକୁ ପଡୁଛି । ହେଲେ ସାଂସଦ ହିସାବରେ ବି କିଛି କାମ କରିବାକୁ ପଡୁଛି । କାଶୀର ସାଂସଦ ହୋଇଥିବା ଫଳରେ ଆପଣମାନଙ୍କୁ ମୁଁ କିଛି କହିବାକୁ ଚାହୁଁଛି । ଆଉ ଆପଣଙ୍କ ହିନ୍ଦୀ ଖବରକାଗଜର ଏହି ଶକ୍ତି ରହିଛି ଯେ, ତେବେ ଆପଣଙ୍କୁ ନିଶ୍ଚିତପକ୍ଷେ କାମରେ ଆସିବ । କାଶୀରେ ୨୬ ହଜାରୁ ଊର୍ଦ୍ଧ୍ୱ ଘରେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ ସୌର ପ୍ଲାଂଟ ବସି ସାରିଛି । ଏହା ଫଳରେ ଦୈନିକ ତିନି ଲକ୍ଷ ୟୁନିଟରୁ ଅଧିକ ବିଜୁଳି ଉତ୍ପାଦନ ହୋଇପାରୁଛି । ଆଉ ପ୍ରତି ମାସରେ ଲୋକଙ୍କର ପ୍ରାୟ ୫ କୋଟି ଟଙ୍କା ସଂଚୟ ହୋଇପାରୁଛି । ଅର୍ଥାତ ବର୍ଷକରେ ୬୦ କୋଟି ଟଙ୍କା ସଂଚୟ ହୋଇପାରୁଛି ।

ବନ୍ଧୁଗଣ,

ଏତେ ସଂଖ୍ୟାରେ ସୌର ପ୍ଲାଂଟ ତିଆରି ହେବା ଫଳରେ ପ୍ରତିବର୍ଷ ପ୍ରାୟ ନବେ ହଜାର ମେଟ୍ରିକ ଟନ କମ କାର୍ବନ ବାହାରୁଛି । ଏତେ ପରିମାଣର କାର୍ବନ କମାଇବାକୁ ଆମକୁ ବର୍ଷକରେ ୪୦ ଲକ୍ଷରୁ ଅଧିକ ଗଛ ଲଗାଇବା ଦରକାର । ମୁଁ ଆଉଥରେ କହୁଛି ଇଏ ଯେଉଁ ସଂଖ୍ୟା ମୁଁ ଦେଲି ତାହା କେବଳ କାଶୀର । ଏହା ବନାରସର । ସାରା ଦେଶର ଛବି ମୁଁ ଉଲ୍ଲେଖ କରୁନି । ଆପଣ କଳ୍ପନା କରିପାରିବେ ଯେ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଦେଶକୁ କେତେ ପରିମାଣର ସୁଫଳ ଦେଇପାରୁଛି । ଆଜିର ଗୋଟିଏ ଯୋଜନା ଭବିଷ୍ୟତର ରୂପାନ୍ତରଣ କ୍ଷେତ୍ରରେ କେତେ ଗୁରୁତ୍ୱ ରଖୁଛି । ଇଏ ଏହାର ଏକ ଉଦାହରଣ ।

ବନ୍ଧୁଗଣ,

ଏବେ ଆପଣ ମୋବାଇଲ ମାନୁଫାକଚରିଂ ସଂଖ୍ୟା ଦେଖୁଛନ୍ତି । ୨୦୧୪ ପୂର୍ବରୁ ଆବଶ୍ୟକତା ମୁତାବକ ଆମେ ୭୫ ପ୍ରତିଶତ ମୋବାଇଲ ଆମଦାନୀ କରୁଥିଲୁ । ଆଉ ଏବେ ଭାରତର ମୋବାଇଲ ଫୋନ ଆମଦାନୀ ପ୍ରାୟ ବନ୍ଦ ହୋଇଯାଇଛି । ଆମେ ଏବେ ବହୁତ ବଡ ମୋବାଇଲ ଫୋନ ରପ୍ତାନୀକାରୀ ଦେଶ ଭାବରେ ଗଢି ହୋଇଛୁ । ୨୦୧୪ ପରେ ଆମେ ଏନେଇ ଏକ ସଂସ୍କାର କରିଲୁ । ଦେଶ କାର୍ଯ୍ୟକାରୀ କରିଲା । ଆଉ ଏହାର ପରିବର୍ତିତ ପ୍ରଭାବ ସାରା ବିଶ୍ୱ ଦେଖିବାକୁ ପାଇଲା ।

ବନ୍ଧୁଗଣ,

ଆସନ୍ତାକାଲିର ପରିବର୍ତନର ଯୁଗରେ ଅନେକ ଯୋଜନା, ଅନେକ ନୀତି, ଅନେକ ନିର୍ଣ୍ଣୟ, ଜନ ଆକାଂକ୍ଷା, ଜନ ଭାଗିଦାରୀର ଯାତ୍ରା । ଏହା ନିରନ୍ତରତାର ଯାତ୍ରା । ଏହା କେବଳ ଏକ ସମ୍ମିଳନୀ ପର୍ଯ୍ୟନ୍ତ ସୀମିତ ହୋଇ ରହିନି । ଭାରତ ପାଇଁ ଏହା ଏକ ରାଷ୍ଟ୍ରିୟ ସଂକଳ୍ପ । ଏହି ସଂକଳ୍ପରେ ସମସ୍ତଙ୍କ ସହଯୋଗ ନିତାନ୍ତ ଆବଶ୍ୟକ । ସମସ୍ତଙ୍କ ପ୍ରୟାସ ଜରୁରୀ । ସାମୂହିକ ପ୍ରୟାସ ଫଳରେ ଆମେ ଏହି ଶିଖରରେ ପହଂଚିପାରିବାର ସାମର୍ଥ୍ୟ ରଖିପାରିବା ।

ବନ୍ଧୁଗଣ,

ଆଉଥରେ ଶୋଭନାଜୀଙ୍କୁ, ହିନ୍ଦୁସ୍ଥାନ ଟାଇମ୍ସ ପ୍ରତି ବହୁ କୃତଜ୍ଞତା ପ୍ରକଟ କରୁଛି । ଆପଣ ମୋତେ ସୁଯୋଗ ଦେଇଥିବାରୁ ଆଉଥରେ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ଆଉ ଯେଉଁ କଥା କହିଲି ତାକୁ ଆପଣ ମାନିଥିବାରୁ । ମୁଁ ଭାବୁଛି ଦେଶର ଫଟୋଗ୍ରାଫରମାନଙ୍କ ଲାଗି ଏହା ଏକ ଶକ୍ତିରେ ପରିଣତ ହୋଇପାରିବ । ଏଭଳି ଅନେକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଆପଣ ଚିନ୍ତା କରିପାରିବେ । ମୋର ସାହାଯ୍ୟ ଦରକାର ପଡିଲେ ନିଶ୍ଚିତପକ୍ଷେ ମୋତେ ଜଣାଇବେ । ଆଇଡିଆ ଦେବାରେ ମୁଁ କୋଣସି ରୟାଲିଟି ନେଉନାହିଁ । ମାଗଣା କାରବାର ଅଟେ । ଆଉ ମାରୱାଡି ପରିବାର ଅଟେ । ତେଣୁ ମଉକା ଛାଡିବାର ନାହିଁ । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ । ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India likely clocked 8%+ growth in early 2026, and remains resilient despite oil shock fears: World Bank official

Media Coverage

India likely clocked 8%+ growth in early 2026, and remains resilient despite oil shock fears: World Bank official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights 12 years of transformative initiatives centered on Garib Kalyan and human empowerment
June 08, 2026

Prime Minister Shri Narendra Modi today highlighted that over the last 12 years, India has witnessed many transformations, stating that at the core of these changes is the welfare of the poor and downtrodden. The Prime Minister noted that the government has always been inspired by Antyodaya and its effort has always been to ensure that the benefits of development reach those who were left behind for decades.

Shri Modi observed that from Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.

The Prime Minister expressed gladness that technology has played a vital role in ensuring a better quality of life for the poor. Shri Modi pointed out that through Direct Benefit Transfer and digital platforms, support is reaching people directly and transparently. The Prime Minister affirmed that this has reduced leakages, improved efficiency, and strengthened trust in governance, adding that this is how the journey of furthering Garib Kalyan has become a collective movement towards human empowerment and realising the dream of a Viksit Bharat.

In a series of posts on X, the Prime Minister shared:

"Over the last 12 years, India has witnessed many transformations and at the core of these changes is the welfare of the poor and downtrodden. We have always been inspired by Antyodaya and our effort has always been to ensure that the benefits of development reach those who were left behind for decades. From Jan Dhan accounts and Direct Benefit Transfer to Swachh Bharat, PM Awas Yojana, Jal Jeevan Mission, Ayushman Bharat and more, every initiative has been driven by a simple objective of ensuring people have dignity and opportunity.
#12YearsOfGaribKalyan”

“It is also gladdening that technology has played a vital role in ensuring a better quality of life for the poor. Through Direct Benefit Transfer and digital platforms, support is reaching people directly and transparently. This has reduced leakages, improved efficiency and strengthened trust in governance. This is how the journey of furthering Garib Kalyan has become a collective movement towards human empowerment and realising our dream of a Viksit Bharat.

#12YearsOfGaribKalyan"