ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଠାରେ ସମୃଦ୍ଧି ପାଇଁ ଭାରତ - ପ୍ରଶାନ୍ତ ମହାସାଗରୀୟ  ଅର୍ଥନୈତିକ ସଂରଚନା (ଆଇପିଇଏଫ୍‌)ର ଶୁଭାରମ୍ଭ ନିମନ୍ତେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋଶେଫ୍ ଆର୍ ବାଇଡେନ୍ ଏବଂ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଫୁମିଓ କିଶିଦା ମଧ୍ୟ ସାମିଲ୍ ହୋଇଥିଲେ । ଏହା ସହିତ ଅନ୍ୟ ଅଂଶୀଦାର ଦେଶ ଗୁଡିକ, ଯଥା- ଅଷ୍ଟ୍ରେଲିଆ, ବ୍ରୁନେଇ, ଇଣ୍ଡୋନେସିଆ, କୋରିଆ ସାଧାରଣତନ୍ତ୍ର, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଏବଂ ଭିଏତ୍‌ନାମର ନେତା ମାନେ ଆଭାସୀ (ଭର୍ଚୁଆଲ୍‌) ରୂପରେ ଉପସ୍ଥିତ ଥିଲେ ।

ଏହି ଉପଲକ୍ଷେ ଏକ ମିଳିତ ବିବୃତି ଜାରି କରା ଯାଇଥିଲା, ଯେଉଁଥିରେ ଆଇପିଇଏଫ୍‌ରେ କଳ୍ପନା କରା ଯାଇଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଊପରେ ଆଲୋକପାତ କରା ଯାଇଥିଲା ।

ଆଇପିଇଏଫ୍ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତ୍ୟାଶା କ୍ଷମତାକୁ ବୃଦ୍ଧି କରିବା, ସ୍ଥିରତା, ଅନ୍ତର୍ଭୁକ୍ତି, ଆର୍ôଥକ ଅଭିବୃଦ୍ଧି, ନିଷ୍ପକ୍ଷତା ଏବଂ ପ୍ରତିଯୋଗିକାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଅଂଶୀଦାର ଦେଶ ମାନଙ୍କ ମଧ୍ୟରେ ଆର୍ôଥକ ଭାଗୀଦାରିକୁ ସୁଦୃଢ଼ କରିବାକୁ ଚାହୁଁଛି ।

ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ନିଜର ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆଇପିଇଏଫ୍‌ର ଘୋଷଣା ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ବିଶ୍ୱ ଆର୍ଥିକ ପ୍ରଗତିର ବାହକ କରିବା ନିମନ୍ତେ ସାମୂହିକ ଇଚ୍ଛାର ଏକ ଘୋଷଣାନାମା ଅଟେ । ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଐତିହାସିକ ରୂପରେ ବ୍ୟବସାୟ ପ୍ରବାହର କେନ୍ଦ୍ରରେ ଭାରତ ଆଗରୁ ରହି ଆସିଛି ଏବଂ ଗୁଜରାଟର ଲୋଥାଲଠାରେ ବିଶ୍ୱର ସବୁଠାରୁ ପୁରୁଣା ବାଣିଜ୍ୟିକ ବନ୍ଦର ରହିଛି । ପ୍ରଧାନମନ୍ତ୍ରୀ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଆର୍ôଥକ ଆହ୍ୱାନ ଗୁଡିକର ସମ୍ମୁଖୀନ ହେବା ପାଇଁ ଭାଗୀଦାରିତା ଏବଂ ରଚନାତ୍ମକ ସମାଧାନର ପନ୍ଥା ଖୋଜିବା ନିମନ୍ତେ ଆହ୍ୱାନ ଦେଇଥିଲେ ।

ସେ ଏକ ଆଇପିଇଏଫ୍ ନିମନ୍ତେ ସମସ୍ତ ଭାରତ - ପ୍ରଶାନ୍ତ ମହାସାଗରୀୟ ଦେଶ ଗୁଡିକଙ୍କ ସହିତ ମିଶି କାର୍ଯ୍ୟ କରିବା ପାଇଁ ଭାରତର ପ୍ରତିବଦ୍ଧତା ସମ୍ପର୍କରେ କହିଥିଲେ, ଯାହା ଉଭୟ ଅନ୍ତର୍ଭୁକ୍ତିମୂଳକ ଏବଂ ନମନୀୟ ମଧ୍ୟ ଅଟେ । ସେ ଏହି କଥା ଉପରେ ଜୋର ଦେଇ କହିଥିଲେ ଯେ, ପ୍ରତ୍ୟାଶୀ ଯୋଗାଣ ଶୃଙ୍ଖଳାର ମୂଳଦୁଆରେ ୩ ଗୋଟି ‘ଟି’ ଅର୍ଥାତ୍ ଟ୍ରଷ୍ଟ (ବିଶ୍ୱାସ), ଟ୍ରାନ୍ସପ୍ୟାରେନ୍ସି (ସ୍ୱଚ୍ଛତା) ଏବଂ ଟାଇମଲିନେସ୍ (ସମୟାନୁବର୍ତିତା) ରହିବା ଉଚିତ୍ ।

ଭାରତ ଏକ ଅବାଧ, ମୁକ୍ତ ଏବଂ ଅନ୍ତର୍ଭୁକ୍ତିମୂଳକ ଭାରତ - ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟେ ଏବଂ ତାର ବିଶ୍ୱାସ ଯେ, ଭାଗିଦାର ଦେଶ ଗୁଡିକ ମଧ୍ୟରେ ଆର୍ôଥକ ସମ୍ପର୍କକୁ ସୁଦୃଢ଼ କରିବା ନିମନ୍ତେ ନିରନ୍ତର ବିକାଶ, ଶାନ୍ତି ଏବଂ ସମୃଦ୍ଧି ବହୁତ ମହତ୍ୱପୂର୍ଣ୍ଣ ଅଟେ । ଭାରତ ଆଇପିଇଏଫ୍ ଅନୁସାରେ ଭାଗିଦାର ଦେଶ ଗୁଡିକ ସହିତ ଆଇପିଇଏଫ୍ ଅଧୀନରେ ସହଯୋଗ କରିବା ଏବଂ ଏହି କ୍ଷେତ୍ରରେ ଆଂଚଳିକ ଆର୍ôଥକ ସଂଯୋଗ, ଏକୀକରଣ ଏବଂ ବ୍ୟବସାୟ ତଥା ନିବେଶକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଇଚ୍ଛୁକ ଅଟେ ।

ଆଇପିଇଏଫ୍‌ର ସ୍ଥାପନା ନିମନ୍ତେ ଆଜି ଆରମ୍ଭ ହୋଇଥିବା ପ୍ରକ୍ରିୟା ସହିତ ଅଂଶୀଦାର ଦେଶ ଗୁଡିକ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ତଥା ଭାଗିଦାରୀ ଲକ୍ଷ୍ୟ ଗୁଡିକ ହାସଲ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ବିଚାର - ବିମର୍ଶ ଆରମ୍ଭ କରିବେ । 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's manufacturing outlook remains resilient despite global headwinds; machine tools, metals and auto lead optimism

Media Coverage

India's manufacturing outlook remains resilient despite global headwinds; machine tools, metals and auto lead optimism
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 1, 2026
July 01, 2026

PM Modi's Vision: Driving Digital Empowerment, Inclusive Development and India's Global Rise