ରାଜସ୍ଥାନରେ ୪୬,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶକ୍ତି, ସଡ଼କ, ରେଳବାଇ ଏବଂ ଜଳ ସମ୍ବନ୍ଧୀୟ ୨୪ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
କେନ୍ଦ୍ର ଓ ରାଜ୍ୟ ସରକାର ଆଜି ସୁଶାସନର ପ୍ରତୀକ ପାଲଟିଛନ୍ତି: ପ୍ରଧାନମନ୍ତ୍ରୀ
ଏହି ୧୦ ବର୍ଷ ମଧ୍ୟରେ ଆମେ ଦେଶର ଲୋକଙ୍କୁ ସୁବିଧା ଯୋଗାଇବା ଏବଂ ସେମାନଙ୍କ ଜୀବନରେ ରହିଥିବା ଅସୁବିଧାକୁ କମ୍ କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛୁ: ପ୍ରଧାନମନ୍ତ୍ରୀ
ଆମେ ସମାଧାନ ପ୍ରଦାନ କରିବାର ବିରୋଧୀ ନୁହେଁ, ଆମେ ସହଯୋଗରେ ବିଶ୍ୱାସ କରୁ:ପ୍ରଧାନମନ୍ତ୍ରୀ
ମୁଁ ସେହି ଦିନକୁ ଦେଖୁଛି , ଯେତେବେଳେ ରାଜସ୍ଥାନରେ ପାଣିର ଅଭାବ ରହିବ ନାହିଁ, ରାଜସ୍ଥାନରେ ବିକାଶ ପାଇଁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବ : ପ୍ରଧାନମନ୍ତ୍ରୀ
ଜଳ ସମ୍ପଦର ସଂରକ୍ଷଣ କରିବା, ପ୍ରତ୍ୟେକ ବୁନ୍ଦା ଜଳର ଉପଯୋଗ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ସମଗ୍ର ସମାଜର ଦାୟିତ୍ୱ: ପ୍ରଧାନମନ୍ତ୍ରୀ
ରାଜସ୍ଥାନରେ ସୌର ଶକ୍ତିର ପ୍ରଚୁର ସମ୍ଭାବନା ରହିଛି, ଏହା ଏହି କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ହୋଇପାରିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ 'ଏକ ବର୍ଷ-ପରିଣାମ ଉତ୍କର୍ଷ'​‌ରେ ଅଂଶଗ୍ରହଣ କରିଥିଲେ । ସଭାକୁ ସମ୍ବୋଧିତ କରି ସେ ରାଜସ୍ଥାନ ସରକାର ଏକ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ରାଜସ୍ଥାନ ସରକାର ଏବଂ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଲାଭ କରିଥିବାରୁ ସେ ଭାଗ୍ୟବାନ ବୋଲି କହିଛନ୍ତି। ରାଜସ୍ଥାନର ବିକାଶମୂଳକ କାର୍ଯ୍ୟକୁ ଏକ ନୂତନ ଦିଗ ଓ ଗତି ଦେବା ପାଇଁ ନିଆଯାଇଥିବା ପ୍ରୟାସ ନିମନ୍ତେ ଶ୍ରୀ ମୋଦୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମକୁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ବର୍ଷ ଆଗାମୀ ଅନେକ ବର୍ଷର ବିକାଶ ପାଇଁ ଏକ ମଜଭୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜିର କାର୍ଯ୍ୟକ୍ରମ କେବଳ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହେବାର ପ୍ରତୀକ ନୁହେଁ,  ବରଂ ରାଜସ୍ଥାନର ଉଜ୍ଜ୍ୱଳତା ଏବଂ ରାଜସ୍ଥାନର ବିକାଶର ପର୍ବର ପ୍ରତୀକ । ନିକଟରେ ରାଇଜିଂ ରାଜସ୍ଥାନ ଶିଖର ସମ୍ମିଳନୀ ୨୦୨୪ ଗସ୍ତକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ସେଠାରେ ସମଗ୍ର ବିଶ୍ୱର ଅନେକ ନିବେଶକ ଉପସ୍ଥିତ ଥିଲେ ଏବଂ ଆଜି ୪୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ରାଜସ୍ଥାନରେ ଜଳକୁ ନେଇ ସାମନା କରୁଥିବା ପ୍ରତିବନ୍ଧକ ଗୁଡ଼ିକର ଉପଯୁକ୍ତ ସମାଧାନ ପ୍ରଦାନ କରିବ ଏବଂ ରାଜସ୍ଥାନକୁ ଭାରତର ସବୁଠାରୁ ଭଲ ଭାବରେ ସଂଯୋଜିତ ରାଜ୍ୟରେ ପରିଣତ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ଅଧିକ ନିବେଶକଙ୍କୁ ଆମନ୍ତ୍ରଣ କରିବ, ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବ ଏବଂ ରାଜସ୍ଥାନର କୃଷକ, ମହିଳା ଏବଂ ଯୁବକମାନଙ୍କୁ ଉପକୃତ କରିବ ।

 

କେନ୍ଦ୍ର ଓ ରାଜ୍ୟ ସରକାର ଆଜି ସୁଶାସନର ପ୍ରତୀକ ପାଲଟିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ସରକାର ସେମାନଙ୍କ ଦ୍ୱାରା ନିଆଯାଇଥିବା ସଂକଳ୍ପ ଗୁଡ଼ିକ ଯେପରି ପୂରଣ ହେବ, ତାହାକୁ ସୁନିଶ୍ଚିତ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଲୋକମାନେ ମତ ଦେଇଛନ୍ତି ଯେ ତାଙ୍କ ଦଳ ସୁଶାସନର ଗ୍ୟାରେଣ୍ଟିର ପ୍ରତୀକ ଏବଂ ଏହି କାରଣରୁ ଅନେକ ରାଜ୍ୟରେ ଜନସାଧାରଣଙ୍କ ସମର୍ଥନ ମିଳୁଛି । କ୍ରମାଗତ ତୃତୀୟ ଥର ପାଇଁ ସେମାନଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୬୦ ବର୍ଷ ମଧ୍ୟରେ ଲଗାତାର ତିନି ଥର ଗୋଟିଏ ଦଳ କେନ୍ଦ୍ର ସରକାର ଗଠନ କରିବାର କୌଣସି ଉଦାହରଣ  ନାହିଁ । ମହାରାଷ୍ଟ୍ର ଏବଂ ହରିୟାଣାରେ ଲଗାତାର ଦୁଇଥର ନିର୍ବାଚିତ ହୋଇଥିବାରୁ ସମର୍ଥନ ପାଇଁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଏହା ସେମାନଙ୍କ ଉପରେ ଲୋକଙ୍କ ଆସ୍ଥାକୁ ଦର୍ଶାଇଥାଏ ।

ଶ୍ରୀ ଭୈରୋ ସିଂ ଶେଖାୱତଙ୍କ ନେତୃତ୍ବାଧୀନ ରାଜସ୍ଥାନର ପୂର୍ବ ସରକାରମାନଙ୍କୁ ବିକାଶର ଏକ ମଜଭୁତ ଭିତ୍ତିଭୂମି ସ୍ଥାପନ କରିବା ପାଇଁ ଏବଂ ଶ୍ରୀମତୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ସୁଶାସନର ଐତିହ୍ୟକୁ ଆଗକୁ ନେବା ପାଇଁ ଧନ୍ୟବାଦ ଜଣାଇ ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀ ଭଜନଲାଲ ଶର୍ମାଙ୍କ ବର୍ତ୍ତମାନର ସରକାର ବର୍ତ୍ତମାନ ସୁଶାସନର ଐତିହ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ସକ୍ରିୟ ଭାବରେ ପ୍ରୟାସ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା କାର୍ଯ୍ୟ ଏହା ଦର୍ଶାଉଛି । ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ପ୍ରକଳ୍ପ ଏବଂ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ଗରିବ ପରିବାର, ମହିଳା, ଶ୍ରମିକ, ବିଶ୍ୱକର୍ମା ଏବଂ ଯାଯାବର ଜନଜାତିଙ୍କ ବିକାଶ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଛି। ଗୁରୁତ୍ଵପୂର୍ଣ ପେପର ଲିକ୍, ନିଯୁକ୍ତି କ୍ଷେତ୍ରରେ ଦୁର୍ନୀତି ଭଳି ଦୁର୍ନୀତି ପୂର୍ବ ସରକାରଙ୍କ ପରିଚୟ ବୋଲି ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଯୁବପିଢ଼ି ଏଥିପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ଏବେ ବର୍ତ୍ତମାନର ସରକାର ସମସ୍ୟାର ସମାଧାନ ପ୍ରକ୍ରିୟା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ରାଜସ୍ଥାନ ସରକାର ମଧ୍ୟ ଗତ ଏକ ବର୍ଷ ମଧ୍ୟରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହ ଚାକିରି ପରୀକ୍ଷା କରାଯିବା ସହ ନିଯୁକ୍ତି ମଧ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାର ସମୟରେ ଅନ୍ୟ ରାଜ୍ୟ ତୁଳନାରେ ରାଜସ୍ଥାନର ଲୋକଙ୍କୁ ପେଟ୍ରୋଲ ଏବଂ ଡିଜେଲ ପାଇଁ ଅଧିକ ଦେୟ ଦେବାକୁ ପଡିଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସରକାରଙ୍କ ଅମଳରେ ପେଟ୍ରୋଲ ଓ ଡିଜେଲ ଦର ଦୃଷ୍ଟିରୁ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ସିଧାସଳଖ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରନ୍ତି ଏବଂ ରାଜସ୍ଥାନ ରାଜ୍ୟ ସରକାର କୃଷକମାନଙ୍କୁ ସହାୟତା କରିବା ପାଇଁ ଅତିରିକ୍ତ ପାଣ୍ଠି ଯୋଡିଥାନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାର ନିଜର ପ୍ରତିଜ୍ଞାକୁ ଦ୍ରୁତ ଗତିରେ ପୂରଣ କରି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ ଭାବରେ କାର୍ଯ୍ୟକାରୀ କରୁଛନ୍ତି ଏବଂ ଆଜିର କାର୍ଯ୍ୟକ୍ରମ ଏହି ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

 

ରାଜସ୍ଥାନବାସୀଙ୍କ ଆଶୀର୍ବାଦରେ ତାଙ୍କ ସରକାର ଗତ ୧୦ ବର୍ଷ ଧରି କେନ୍ଦ୍ରରେ କ୍ଷମତାରେ ରହିଛି ବୋଲି ଶ୍ରୀ ମୋଦୀ କହିଥିଲେ। ଏହି ୧୦ ବର୍ଷ ମଧ୍ୟରେ ସେମାନେ ଲୋକଙ୍କୁ ସୁବିଧା ଯୋଗାଇଦେବା ଏବଂ ସେମାନଙ୍କ ଅସୁବିଧା କୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ବୋଲି ସେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ୱାଧୀନତା ପରେ ୫-୬ ଦଶନ୍ଧି ମଧ୍ୟରେ ପୂର୍ବ ସରକାରମାନଙ୍କ ତୁଳନାରେ ସେମାନେ ୧୦ ବର୍ଷରେ ଅଧିକ ସଫଳତା ହାସଲ କରିଛନ୍ତି । ରାଜସ୍ଥାନରେ ଜଳର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି, ଯେଉଁଠାରେ ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ହୁଏ ଏବଂ ଅନ୍ୟ ଅଞ୍ଚଳରେ ନଦୀ ଜଳ ସମୁଦ୍ରକୁ ଅବ୍ୟବହୃତ ଭାବରେ ପ୍ରବାହିତ ହୁଏ, ତାହା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହି ସମସ୍ୟାର ସମାଧାନ ପାଇଁ ନଦୀଗୁଡିକୁ ସଂଯୋଗ କରିବାର ପରିକଳ୍ପନା କରିଥିଲେ ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ । ଉଭୟ ବନ୍ୟା ଓ ମରୁଡ଼ି ସମସ୍ୟାର ସମାଧାନ କରି ନଦୀରୁ ଅତିରିକ୍ତ ଜଳ ମରୁଡ଼ି ପ୍ରଭାବିତ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଏହି ଦୃଷ୍ଟିକୋଣକୁ ସମର୍ଥନ କରିଥିଲେ, କିନ୍ତୁ ପୂର୍ବ ସରକାରମାନେ କେବେ ମଧ୍ୟ ଜଳ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖିନଥିଲେ ବରଂ ରାଜ୍ୟଗୁଡ଼ିକ ମଧ୍ୟରେ ଜଳ ବିବାଦକୁ ପ୍ରୋତ୍ସାହିତ କରିଥିଲେ। ଏହି ନୀତି ଯୋଗୁଁ ରାଜସ୍ଥାନ ବହୁ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହା ମହିଳା ଓ କୃଷକମାନଙ୍କୁ ପ୍ରଭାବିତ କରୁଛି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ତତ୍କାଳୀନ ସରକାରଙ୍କ ଦ୍ଵାରା ଏହାକୁ ବାଧା ଦିଆଯିବା ପାଇଁ ପ୍ରୟାସ ସତ୍ତ୍ୱେ ନର୍ମଦା ଜଳକୁ ଗୁଜୁରାଟ ଏବଂ ରାଜସ୍ଥାନର ବିଭିନ୍ନ ସ୍ଥାନକୁ ଆଣିବା ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ପ୍ରୟାସକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ତାଙ୍କ ନିରନ୍ତର ପ୍ରୟାସ ରାଜସ୍ଥାନ ପାଇଁ ଲାଭଦାୟକ ହୋଇଛି ଏବଂ ଶ୍ରୀ ଭୈରୋ ସିଂ ଶେଖାୱତ ଏବଂ ଶ୍ରୀ ଯଶବନ୍ତ ସିଂହଙ୍କ ପରି ବରିଷ୍ଠ ନେତାମାନେ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ଜାଲୋର, ବାରମେର, ଚୁରୁ, ଝୁନଝୁନୁ, ଯୋଧପୁର, ନାଗୌର ଏବଂ ହନୁମାନଗଡ଼ ଭଳି ଜିଲ୍ଲାକୁ ଏବେ ନର୍ମଦା ଜଳ ମିଳୁଥିବାରୁ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ପୂର୍ବ ରାଜସ୍ଥାନ କେନାଲ ପ୍ରକଳ୍ପ (ଇଆରସିପି)ରେ ବିଳମ୍ବ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସରକାର ବିରୋଧ ଏବଂ ପ୍ରତିବନ୍ଧକ ବିପରୀତ ସହଯୋଗ ଏବଂ ସମାଧାନରେ ବିଶ୍ୱାସ କରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସରକାର ଇଆରସିପିକୁ ଅନୁମୋଦନ ଏବଂ ସମ୍ପ୍ରସାରଣ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସେମାନଙ୍କ ସରକାର ଗଠନ ହେବା ମାତ୍ରେ ପାର୍ବତୀ-କାଲିସିନ୍ଧ-ଚମ୍ବଲ ଲିଙ୍କ୍ ପ୍ରକଳ୍ପ ଉପରେ ଏକ ଚୁକ୍ତି ହୋଇଥିଲା, ଯାହା ଚମ୍ବଲ ନଦୀ ଏବଂ ପାର୍ବତୀ, କାଲିସିନ୍ଧ, କୁନୋ, ବନାସ, ରୁପାରେଲ, ଗମ୍ଭୀରି ଏବଂ ମେଜ ସମେତ ଏହାର ଶାଖା ନଦୀଗୁଡିକୁ ପରସ୍ପର ମଧ୍ୟରେ ସଂଯୋଗ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଏପରି ଏକ ଦିନର କଳ୍ପନା କରୁଛନ୍ତି ଯେତେବେଳେ ରାଜସ୍ଥାନକୁ ଆଉ ଜଳ ଅଭାବର ସାମନା କରିବାକୁ ପଡିବ ନାହିଁ ଏବଂ ବିକାଶ ପାଇଁ ପର୍ଯ୍ୟାପ୍ତ ଜଳ ଉପଲବ୍ଧ ହେବ । ପାର୍ବତୀ-କାଲିସିନ୍ଧ-ଚମ୍ବଲ ପ୍ରକଳ୍ପର ଲାଭ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଏହା ରାଜସ୍ଥାନର ୨୧ଟି ଜିଲ୍ଲାକୁ ଜଳସେଚନ ଏବଂ ପାନୀୟ ଜଳ ଯୋଗାଇବା ସହିତ ଉଭୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ବିକାଶକୁ ତ୍ୱରାନ୍ୱିତ କରିବ ।

 

ଆଜି ଇସରଦା ଲିଙ୍କ୍ ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ ଯେ ତାଜେୱାଲାରୁ ଶେଖାଓ୍ଵାଟିକୁ ପାଣି ଆଣିବା ପାଇଁ ଏକ ଚୁକ୍ତି ହୋଇଛି, ଯାହା ଦ୍ୱାରା ଉଭୟ ହରିୟାଣା ଏବଂ ରାଜସ୍ଥାନ ଉପକୃତ ହେବେ। ଖୁବ୍ ଶୀଘ୍ର ରାଜସ୍ଥାନର ଶତ ପ୍ରତିଶତ ଘରେ ଟ୍ୟାପ୍ ପାଣି ପହଞ୍ଚିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। "ଏକବିଂଶ ଶତାବ୍ଦୀର ଭାରତ ପାଇଁ ମହିଳା ସଶକ୍ତୀକରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ" ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନରେ ମହିଳାଙ୍କ ଶକ୍ତି ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା ଏବଂ ଗତ ଦଶନ୍ଧି ମଧ୍ୟରେ ରାଜସ୍ଥାନର ଲକ୍ଷ ଲକ୍ଷ ମହିଳାଙ୍କ ସମେତ ସମଗ୍ର ଦେଶରେ ୧୦ କୋଟି ମହିଳା ଏହି ଗୋଷ୍ଠୀରେ ସାମିଲ ହୋଇଥିଲେ । ଏହି ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ସହ ଯୋଡ଼ି, ଆର୍ଥିକ ସହାୟତା ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଏବଂ ପାଖାପାଖି ୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରି ତାଙ୍କ  ସରକାର ସେମାନଙ୍କୁ ସୁଦୃଢ଼ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ନିର୍ମିତ ଉତ୍ପାଦ ପାଇଁ ପ୍ରଶିକ୍ଷଣ ଏବଂ ନୂତନ ବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହା ସେମାନଙ୍କୁ ଗ୍ରାମୀଣ ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିରେ ପରିଣତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ୧.୨୫ କୋଟିରୁ ଅଧିକ ମହିଳା ବାର୍ଷିକ ଏକ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରି ଏହି ମାନ୍ୟତା ହାସଲ କରି ସାରିଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ୩ କୋଟି ମହିଳାଙ୍କୁ "ଲଖପତି ଦିଦି" କରିବା ପାଇଁ ସରକାର ଏବେ କାମ କରୁଛନ୍ତି ।

ମହିଳା ସଶକ୍ତୀକରଣ ପାଇଁ ଅନେକ ନୂଆ ଯୋଜନା ସୃଷ୍ଟି କରାଯାଉଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ "ନମୋ ଡ୍ରୋନ ଦିଦି" ଯୋଜନା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ହଜାର ହଜାର ମହିଳାଙ୍କୁ ଡ୍ରୋନ ପାଇଲଟ ଭାବରେ ତାଲିମ ଦିଆଯାଉଛି । ସେ ଉଲ୍ଲେଖ କରିଛନ୍ତି ଯେ ହଜାର ହଜାର ଗୋଷ୍ଠୀ ଡ୍ରୋନ୍ ପାଇସାରିଲେଣି ଏବଂ ମହିଳାମାନେ ଏହାକୁ ଚାଷ ଏବଂ ରୋଜଗାର ପାଇଁ ବ୍ୟବହାର କରୁଛନ୍ତି। ରାଜସ୍ଥାନ ସରକାର ମଧ୍ୟ ଏହି ଯୋଜନାକୁ ଆଗେଇ ନେବା ପାଇଁ ମହତ୍ଵପୂର୍ଣ୍ଣ ପ୍ରୟାସ କରୁଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।

 

.ନିକଟରେ ମହିଳାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବୀମା ସଖୀ ଯୋଜନା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଏହି ଯୋଜନା ଅଧୀନରେ ଗାଁର ମହିଳା ଓ ଝିଅମାନଙ୍କୁ ବୀମା କାର୍ଯ୍ୟରେ ସାମିଲ କରାଯିବ ଏବଂ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ଯୋଜନା ସେମାନଙ୍କୁ ରୋଜଗାର ଯୋଗାଇବା ସହ ଦେଶ ସେବା କରିବାର ଆଉ ଏକ ସୁଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଦେଶର କୋଣ ଅନୁକୋଣରେ ବ୍ୟାଙ୍କିଙ୍ଗ  ସେବା ବିସ୍ତାର କରିଥିବା, ଖାତା ଖୋଲାଇଥିବା ଏବଂ ଲୋକଙ୍କୁ ଋଣ ସୁବିଧା ସହିତ ଯୋଡ଼ିଥିବା ବ୍ୟାଙ୍କ ସଖୀମାନଙ୍କର ଉଲ୍ଲେଖନୀୟ ସଫଳତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୀମା ସଖୀମାନେ ଏବେ ଭାରତର ପ୍ରତ୍ୟେକ ପରିବାରକୁ ବୀମା ସେବା ସହିତ ଯୋଡ଼ିବାରେ ସାହାଯ୍ୟ କରିବେ ।

"ଆମ ସରକାର ଗ୍ରାମଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି, ଯାହା ଏକ ବିକଶିତ ଭାରତ ଗଠନ ପାଇଁ ଜରୁରୀ", ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଗାଁରେ ଆୟ ଓ ରୋଜଗାରର ସମସ୍ତ ମାଧ୍ୟମ ଉପରେ ସେମାନେ ଧ୍ୟାନ ଦେଉଛନ୍ତି ବୋଲି ସେ ଆଲୋକପାତ କରିଥିଲେ। ରାଜସ୍ଥାନରେ ସେମାନଙ୍କ ସରକାର ବିଦ୍ୟୁତ୍ କ୍ଷେତ୍ରରେ ଅନେକ ଚୁକ୍ତି କରିଛନ୍ତି, ଯାହା କୃଷକମାନଙ୍କୁ ସର୍ବାଧିକ ଉପକୃତ କରିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ କୃଷକମାନଙ୍କୁ ଦିନରେ ବିଜୁଳି ଯୋଗାଇବା ପାଇଁ ରାଜସ୍ଥାନ ସରକାରଙ୍କ ଯୋଜନା ସେମାନଙ୍କୁ ରାତିରେ ଜଳସେଚନର ବାଧ୍ୟତାରୁ ମୁକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

 

"ରାଜସ୍ଥାନରେ ସୌର ଶକ୍ତି ପାଇଁ ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏହା ଏହି କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇପାରିବ" ବୋଲି  ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ବିଜୁଳି ବିଲ୍ କୁ ଶୂନ୍ୟକୁ ହ୍ରାସ କରିବା ପାଇଁ ସରକାର ସୌର ଶକ୍ତିକୁ ଏକ ମାଧ୍ୟମ କରିଛନ୍ତି ବୋଲି ସେ କହିଛନ୍ତି। ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ୭୮,୦୦୦ ଟଙ୍କା ପ୍ରଦାନ କରୁଥିବା ପିଏମ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନାକୁ ସ୍ପର୍ଶ କରି ଉତ୍ପାଦିତ ବିଜୁଳିକୁ ପରିବାର ବ୍ୟବହାର କରିପାରିବେ ଏବଂ ଯେ କୌଣସି ବଳକା ବିଜୁଳି ସରକାର କିଣିପାରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ଯୋଜନା ପାଇଁ ୧.୪ କୋଟିରୁ ଅଧିକ ପରିବାର ପଞ୍ଜୀକରଣ କରିଛନ୍ତି ଏବଂ ପାଖାପାଖି ୭ ଲକ୍ଷ ଘରେ ସୋଲାର ପ୍ୟାନେଲ ସିଷ୍ଟମ ଲଗାଯାଇଛି ଜାଣି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ମୋଦୀ କହିଥିଲେ ଯେ, ରାଜସ୍ଥାନରେ ୨୦,୦୦୦ରୁ ଅଧିକ ଘର ଏହି ପଦକ୍ଷେପରେ ଅନ୍ତର୍ଭୁକ୍ତ ଏବଂ ଏହି ପରିବାରଗୁଡ଼ିକ ସୌର ଶକ୍ତି ଉତ୍ପାଦନ କରିବା ଆରମ୍ଭ କରିଛନ୍ତି, ଯାହା ଦ୍ୱାରା ସେମାନଙ୍କର ବିଦ୍ୟୁତ ବିଲ୍ ସଞ୍ଚୟ ହୋଇଛି ।

 

କେବଳ ଛାତ ଉପରେ ନୁହେଁ, କୃଷି କ୍ଷେତ୍ରରେ ମଧ୍ୟ ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ ପାଇଁ ସରକାର ସହାୟତା ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପିଏମ କୁସୁମ ଯୋଜନା ଅଧୀନରେ ରାଜସ୍ଥାନ ସରକାର ଆଗାମୀ ଦିନରେ ଶହ ଶହ ନୂତନ ସୌର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରିଛନ୍ତି ବୋଲି ସେ ଆଲୋକପାତ କରିଥିଲେ। ପ୍ରତ୍ୟେକ ପରିବାର ଓ କୃଷକ ଶକ୍ତି ଉତ୍ପାଦନକାରୀ ହେଲେ ବିଜୁଳିରୁ ଆୟ ସୃଷ୍ଟି ହେବା ସହ ପ୍ରତ୍ୟେକ ପରିବାରର ଆୟ ବୃଦ୍ଧି ପାଇବ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ।

ସଡ଼କ, ରେଳ ଓ ବିମାନ ଯାତ୍ରା କ୍ଷେତ୍ରରେ ରାଜସ୍ଥାନକୁ ସବୁଠାରୁ ଅଧିକ ସଂଯୋଗ ହୋଇଥିବା ରାଜ୍ୟରେ ପରିଣତ କରିବା ପାଇଁ ଆମେ ସଙ୍କଳ୍ପବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି। ଦିଲ୍ଲୀ, ଭଦୋଦରା ଏବଂ ମୁମ୍ବାଇ ଭଳି ପ୍ରମୁଖ ଶିଳ୍ପ କେନ୍ଦ୍ର ମଧ୍ୟରେ ଅବସ୍ଥିତ ରାଜସ୍ଥାନ ଏହାର ଲୋକ ଏବଂ ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ତିନୋଟି ସହରକୁ ରାଜସ୍ଥାନ ସହିତ ସଂଯୋଗ କରୁଥିବା ନୂତନ ଏକ୍ସପ୍ରେସ ୱେ ଦେଶର ସର୍ବୋତ୍ତମ ଏକ୍ସପ୍ରେସୱେ ମଧ୍ୟରୁ ଅନ୍ୟତମ ହେବ । ମେଜ ନଦୀ ଉପରେ ଏକ ବୃହତ୍ ପୋଲ ନିର୍ମାଣ ଦ୍ୱାରା ସୱାଇ ମାଧୋପୁର, ବୁନ୍ଦି, ଟଙ୍କ ଏବଂ କୋଟା ଜିଲ୍ଲା ଉପକୃତ ହେବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ମତ ଦେଇଥିଲେ ଯେ ଏହା ଦ୍ୱାରା ଏହି ଜିଲ୍ଲାଗୁଡ଼ିକର କୃଷକମାନେ ଦିଲ୍ଲୀ, ମୁମ୍ବାଇ ଏବଂ ଭଦୋଦରାର ପ୍ରମୁଖ ବଜାରରେ ପହଞ୍ଚିବା ସହଜ ହେବ । ଏହା ଦ୍ୱାରା ଜୟପୁର ଏବଂ ରଣଥମ୍ବୋର ବ୍ୟାଘ୍ର ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ସହଜରେ ପ୍ରବେଶ ସୁବିଧା ହେବ ବୋଲି ସେ ଆଲୋକପାତ କରିଥିଲେ। ଲୋକମାନେ ଯେପରି ସମୟ ସଞ୍ଚୟ କରନ୍ତି ଏବଂ ସେମାନଙ୍କ ସୁବିଧା ବୃଦ୍ଧି ହୁଏ ତାହା ସୁନିଶ୍ଚିତ କରିବା ସେମାନଙ୍କର ପ୍ରାଥମିକ ଲକ୍ଷ୍ୟ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

ଜାମନଗର-ଅମୃତସର ଅର୍ଥନୈତିକ କରିଡର, ଦିଲ୍ଲୀ-ଅମୃତସର-କଟ୍ରା ଏକ୍ସପ୍ରେସୱେ ସହିତ ସଂଯୁକ୍ତ ହେଲେ ରାଜସ୍ଥାନକୁ ବୈଷ୍ଣୋ ଦେବୀ ମନ୍ଦିର ସହିତ ସଂଯୋଗ କରିବ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଏହା ଉତ୍ତର ଭାରତର ଶିଳ୍ପଗୁଡ଼ିକୁ କାଣ୍ଡଲା ଏବଂ ମୁନ୍ଦ୍ରା ବନ୍ଦରକୁ ସିଧାସଳଖ ପ୍ରବେଶ ପ୍ରଦାନ କରିବ ଏବଂ ରାଜସ୍ଥାନରେ ପରିବହନ କ୍ଷେତ୍ରକୁ ବଡ଼ ଗୋଦାମ ପ୍ରତିଷ୍ଠା ଦ୍ୱାରା ଉପକୃତ କରିବ ଏବଂ ଯୁବକମାନଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଯୋଧପୁର ରିଙ୍ଗରୋଡ ଜୟପୁର, ପାଲି, ବାରମେର, ଜୈସଲମେର, ନାଗୌର ଏବଂ ଅନ୍ତର୍ଜାତୀୟ ସୀମାକୁ ଯୋଗାଯୋଗରେ ଉନ୍ନତି ଆଣିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଏହା ଦ୍ୱାରା ସହରରେ ଅନାବଶ୍ୟକ ଟ୍ରାଫିକ୍ ଭିଡ଼ ହ୍ରାସ ପାଇବ ଏବଂ ଯୋଧପୁରକୁ ଆସୁଥିବା ପର୍ଯ୍ୟଟକ, ବେପାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଏହା ସହଜ ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

 

ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଏବଂ ପ୍ରତ୍ୟେକ ବୁନ୍ଦା ଜଳର ପ୍ରଭାବଶାଳୀ ଉପଯୋଗ କରିବା ଉଭୟ ସରକାର ଏବଂ ସମାଜର ଦାୟିତ୍ୱ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କ୍ଷୁଦ୍ର ଜଳସେଚନ, ଡ୍ରିପ୍ ଜଳସେଚନ ଏବଂ ଅମୃତ ସରୋବର ରକ୍ଷଣାବେକ୍ଷଣରେ ନିୟୋଜିତ ହେବା ଏବଂ ଜଳ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । କୃଷକମାନଙ୍କ ମଧ୍ୟରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ମୋଦୀ ବୃକ୍ଷରୋପଣର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଉଭୟ ମା' ଓ ପୃଥିବୀ ମାତାଙ୍କୁ ସମ୍ମାନ ଦେବା ପାଇଁ 'ଏକ ପେଡ୍ ମା କେ ନାମ' ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ। ସୌର ଶକ୍ତିର ବ୍ୟବହାର ଏବଂ ପିଏମ ସୂର୍ଯ୍ୟଘର ଅଭିଯାନର ଲାଭ ବିଷୟରେ ସଚେତନତା ସୃଷ୍ଟି କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଲୋକମାନେ କୌଣସି ଅଭିଯାନ ପଛରେ ରହିଥିବା ସଠିକ୍ ଉଦ୍ଦେଶ୍ୟ ଏବଂ ନୀତି ଦେଖନ୍ତି, ସେତେବେଳେ ହିଁ ସେମାନେ ଏଥିରେ ଯୋଗ ଦେଇ ଆଗକୁ ବଢନ୍ତି, ଯେପରି ସ୍ୱଚ୍ଛ ଭାରତ ଏବଂ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନରେ ଦେଖାଯାଏ । ପରିବେଶ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ସମାନ ସଫଳତା ମିଳିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।

ରାଜସ୍ଥାନରେ ଆଧୁନିକ ବିକାଶ ଏବଂ ଭିତ୍ତିଭୂମି ପ୍ରକଳ୍ପ ଗୁଡିକ ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ି ପାଇଁ ଲାଭଦାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରୟାସ ଏକ ବିକଶିତ ରାଜସ୍ଥାନ ନିର୍ମାଣରେ ସହାୟକ ହେବ, ଯାହା ଭାରତର ବିକାଶକୁ ତ୍ୱରାନ୍ୱିତ କରିବ । ନିଜର ଭାଷଣ ଶେଷ କରି ଶ୍ରୀ ମୋଦୀ କହିଥିଲେ ଯେ ଆଗାମୀ ବର୍ଷ ଗୁଡ଼ିକରେ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଗତିରେ କାର୍ଯ୍ୟ କରିବେ ଏବଂ ରାଜସ୍ଥାନର ବିକାଶକୁ ସମର୍ଥନ କରିବାରେ କେନ୍ଦ୍ର ସରକାର କୌଣସି କସରତ ଛାଡ଼ିବେ ନାହିଁ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଉ କିଷାନରାଓ ବାଗାଡେ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର ପାଟିଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ୭ଟି ପ୍ରକଳ୍ପ ଏବଂ ୨ଟି ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ମିଶାଇ ୧୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯ଟି ପ୍ରକଳ୍ପର ଉଦଘାଟନ କରିବା ସହ କେନ୍ଦ୍ର ସରକାରଙ୍କ ୯ଟି ପ୍ରକଳ୍ପ ଏବଂ ୬ଟି ରାଜ୍ୟ ସରକାରଙ୍କ ପ୍ରକଳ୍ପକୁ ମିଶାଇ ୩୫,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧୫ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ନବନେରା ବ୍ୟାରେଜ, ସ୍ମାର୍ଟ ଇଲେକ୍ଟ୍ରିସିଟି ଟ୍ରାନ୍ସମିସନ ନେଟୱାର୍କ ଏବଂ ଆସେଟ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରକଳ୍ପ, ଭିଲଡି- ସମଦାରୀ-ଲୁନି- ଯୋଧପୁର-ମେର୍ତା ରୋଡ-ଦେଗାନା- ରତନଗଡ଼ ସେକ୍ସନର ରେଳ ବିଦ୍ୟୁତୀକରଣ ଏବଂ ଦିଲ୍ଲୀ-ଭଦୋଦରା ଗ୍ରୀନ ଫିଲ୍ଡ ଆଲାଇନମେଣ୍ଟ (ଏନଏଚ- ୧୪୮ଏନ)ର ପ୍ୟାକେଜ ୧୨ (ମେଜ ନଦୀ ଉପରେ ମୁଖ୍ୟ ସେତୁ ଓ ଏସଏଚ୍ - ୩୭ଏ) ପ୍ରକଳ୍ପ ର ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପଗୁଡ଼ିକ ଲୋକଙ୍କୁ ସହଜରେ ଯାତାୟାତ ଯୋଗାଇବାରେ ସହାୟକ ହେବ ଏବଂ ପ୍ରଧାନମନ୍ତ୍ରୀଙ୍କ ସବୁଜ ଶକ୍ତି ପରିକଳ୍ପନା ଅନୁଯାୟୀ ରାଜ୍ୟର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେବ ।

 

ପ୍ରଧାନମନ୍ତ୍ରୀ ରାମଗଡ଼ ବ୍ୟାରେଜ ଓ ମହଲପୁର ବ୍ୟାରେଜ ନିର୍ମାଣ କାର୍ଯ୍ୟ ଏବଂ ନବନେରା ବ୍ୟାରେଜରୁ ଚମ୍ବଲ ନଦୀର ଜଳଭଣ୍ଡାର ମାଧ୍ୟମରେ ବିସଲପୁର ଡ୍ୟାମ ଏବଂ ଇସରଦା ଡ୍ୟାମକୁ ୯୪୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଜଳ ସ୍ଥାନାନ୍ତର ପାଇଁ ବ୍ୟବସ୍ଥାର ଶିଳାନ୍ୟାସ କରିଥିଲେ ।

ସରକାରୀ କାର୍ଯ୍ୟାଳୟ କୋଠାରେ ଛାତ ଉପରେ ସୋଲାର ପ୍ଲାଣ୍ଟ ସ୍ଥାପନ, ପୁଗଲ (ବିକାନେର)ରେ ଗୋଟିଏ ୨୦୦୦ ମେଗାଓ୍ଵାଟ୍ ର ସୋଲାର ପାର୍କ ଏବଂ ୧୦୦୦ ମେଗାୱାଟ୍ ର ଦୁଇଟି ପର୍ଯ୍ୟାୟ ସୌର ପାର୍କ ର ବିକାଶ ଏବଂ ସାଇପାଉ (ଢୋଲପୁର)ରୁ ଭରତପୁର-ଦିଗ-କୁମ୍ହେର-ନଗର-କାମନ ଏବଂ ପାହାଡ଼ି ଏବଂ ଚମ୍ବଲ-ଧୋଲପୁର-ଭରତପୁର ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଲୁନି-ସମଦାରୀ-ଭିଲଡି ଡବଲ ଲାଇନ, ଆଜମେର-ଚନ୍ଦରିଆ ଡବଲ ଲାଇନ ଏବଂ ଜୟପୁର-ସୱାଇ ମାଧୋପୁର ଡବଲ ଲାଇନ ରେଳ ପ୍ରକଳ୍ପ ସହ ଅନ୍ୟାନ୍ୟ ଶକ୍ତି ପରିବହନ ସମ୍ବନ୍ଧୀୟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Carbon capture can power India’s next steel revolution - H.D. Kumaraswamy

Media Coverage

Carbon capture can power India’s next steel revolution - H.D. Kumaraswamy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting complete devotion in the service of nation and humanity
February 11, 2026

The Prime Minister, Shri Narendra Modi, shared a Sanskrit Subhashitam highlighting complete devotion in the service of nation and humanity.

"यस्येमे हिमवन्तो महित्वा यस्य समुद्रं रसया सहाहुः।

यस्येमाः प्रदिशो यस्य बाहू कस्मै देवाय हविषा विधेम॥"

The Subhashitam conveys, "To the nation, whose greatness is sung by the Himalayas, whose glory flows with the rivers to the ocean, and to whom the directions bow like mighty arms, we offer our entire being in dedication."

Shri Modi stated that the pioneer of Antyodaya, Pandit Deendayal Upadhyaya, also dedicated his life with this very spirit to empower every individual in the country.

The Prime Minister wrote on X;

“सर्वस्व समर्पण उस चेतना की अभिव्यक्ति है, जिसमें राष्ट्र और मानवता सर्वोपरि होती है। अंत्योदय के प्रणेता पंडित दीनदयाल उपाध्याय जी ने भी इसी भावना से देश के जन-जन को सशक्त बनाने के लिए अपना जीवन समर्पित कर दिया।

यस्येमे हिमवन्तो महित्वा यस्य समुद्रं रसया सहाहुः।

यस्येमाः प्रदिशो यस्य बाहू कस्मै देवाय हविषा विधेम॥"