ବାଗୁରୁମ୍ବା ଡାହୌ ଆମର ମହାନ ବୋଡ଼ୋ ପରମ୍ପରାକୁ ସମ୍ମାନ ଜଣାଏ : ପ୍ରଧାନମନ୍ତ୍ରୀ
୨୦୨୦ର ବୋଡ଼ୋ ଶାନ୍ତି ରାଜିନାମା ବର୍ଷ ବର୍ଷର ସଂଘର୍ଷର ଅବସାନ ଘଟାଇଥିଲା, ଭରସା ଫେରିଥିଲା ଓ ହଜାର ହଜାର ଯୁବକ ହିଂସା ପରିତ୍ୟାଗ କରି ମୁଖ୍ୟଧାରାରେ ଯୋଗ ଦେଇଥିଲେ: ପ୍ରଧାନମନ୍ତ୍ରୀ
ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ
ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୌହାଟିର ସରୁସଜାଇ ଷ୍ଟାଡିୟମରେ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରୁଥିବା ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ 'ବାଗୁରୁମ୍ବା ଡାହୌ'କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମର ସଂସ୍କୃତି ଏବଂ ବୋଡୋ ସମ୍ପ୍ରଦାୟର ପରମ୍ପରାକୁ ନିକଟରୁ ଦେଖିବା ତାଙ୍କ ସୌଭାଗ୍ୟର ବିଷୟ। କୌଣସି ପ୍ରଧାନମନ୍ତ୍ରୀ ତାଙ୍କ ପରି ଏତେ ଥର ଆସାମ ଗସ୍ତ କରିନାହାନ୍ତି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ, ଆସାମର କଳା ଏବଂ ସଂସ୍କୃତିକୁ ଏକ ବଡ଼ ମଞ୍ଚ ପ୍ରଦାନ ଏବଂ ମହାନ ଉତ୍ସବ ମାଧ୍ୟମରେ ଦେଶ ଏବଂ ବିଶ୍ୱରେ ସ୍ୱୀକୃତି ମିଳିବା ତାଙ୍କର ନିରନ୍ତର ଇଚ୍ଛା ରହିଆସିଛି। ବୃହତ୍ ବିହୁ ଉତ୍ସବ, ଜୁମୈର ବିନୋଦିନୀ ପ୍ରକାଶନ, ଦେଢ଼ ବର୍ଷ ପୂର୍ବେ ନୂଆଦିଲ୍ଲୀରେ ଆୟୋଜିତ ମେଗା ବୋଡୋ ମହୋତ୍ସବ ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦାହରଣ ଦେଇ ସେ କହିଥିଲେ ଯେ ଏ ନେଇ ନିରନ୍ତର ଉଦ୍ୟମ କରାଯାଉଛି। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ସେ ଆସାମର କଳା ଏବଂ ସଂସ୍କୃତିର ଅନନ୍ୟ ଆନନ୍ଦ ଅନୁଭବ କରିବାର କୌଣସି ସୁଯୋଗକୁ କେବେ ହାତଛଡ଼ା କରନ୍ତି ନାହିଁ। ସେ କହିଥିଲେ ଯେ ପୁଣି ଥରେ ବାଗୁରୁମ୍ବା ମହୋତ୍ସବ ଆୟୋଜନ କରାଯାଉଛି, ଏହାକୁ ବୋଡୋ ପରିଚୟର ଏକ ଚମତ୍କାର ଉତ୍ସବ ଏବଂ ଆସାମର ଐତିହ୍ୟକୁ ଏକ ଶ୍ରଦ୍ଧାଞ୍ଜଳି ଭାବରେ ବର୍ଣ୍ଣନା କରାଯାଉଛି। ଶ୍ରୀ ମୋଦୀ ଏହି କାର୍ଯ୍ୟକ୍ରମ ସହିତ ଜଡିତ ସମସ୍ତଙ୍କୁ, ବିଶେଷକରି କଳାକାରମାନଙ୍କୁ ତାଙ୍କର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାଗୁରୁମ୍ବା ଡାହୌ କେବଳ ଏକ ଉତ୍ସବ ନୁହେଁ ବରଂ ବୋଡ଼ୋମାନଙ୍କ ମହାନ ପରମ୍ପରାକୁ ସମ୍ମାନ ଦେବା ଏବଂ ବୋଡ଼ୋ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ମନେ ପକାଇବାର ଏକ ମାଧ୍ୟମ। ସେ ସାମାଜିକ ସଂସ୍କାର, ସାଂସ୍କୃତିକ ପୁନରୁଦ୍ଧାର ଏବଂ ରାଜନୈତିକ ଜାଗରଣରେ ଯୋଗଦାନ ପାଇଁ ବୋଡ଼ୋଫା ଉପେନ୍ଦ୍ର ନାଥ ବ୍ରହ୍ମା, ଗୁରୁଦେବ କାଳିଚରଣ ବ୍ରହ୍ମା, ରୂପନାଥ ବ୍ରହ୍ମା, ସତୀଶ ଚନ୍ଦ୍ର ବାସୁମତାରୀ, ମୋରାଦମ ବ୍ରହ୍ମା ଏବଂ କଙ୍କେଶ୍ୱର ନରଜାରୀଙ୍କ ନାମ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ବୋଡ଼ୋ ସମ୍ପ୍ରଦାୟର ଏହି ମହାନ ବ୍ୟକ୍ତିତ୍ୱମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ କହିଥିଲେ ଯେ ତାଙ୍କ ଦଳ ଆସାମର ସଂସ୍କୃତିକୁ ସମଗ୍ର ଦେଶର ଗର୍ବ ବୋଲି ମାନିଥାଏ ଏବଂ ଆସାମର ଅତୀତ ଏବଂ ଐତିହ୍ୟ ବିନା ଭାରତର ଇତିହାସ ଅସମ୍ପୂର୍ଣ୍ଣ। ତାଙ୍କ ସରକାରରେ ବାଗୁରୁମ୍ବା ଡାହୌ ଇତ୍ୟାଦି ମହୋତ୍ସବ ଆୟୋଜନ କରାଯାଇଛି, ବିହୁକୁ ଜାତୀୟ ମାନ୍ୟତା ଦିଆଯାଇଛି ଏବଂ ଚାରିଡିଓ ମୈଦାମକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ କରାଯାଇଛି। ସେ କହିଥିଲେ ଯେ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଛି ଏବଂ ବୋଡ଼ୋ ଭାଷାକୁ ଆସାମର ଏକ ସହଯୋଗୀ ସରକାରୀ ଭାଷା ଭାବରେ ସ୍ୱୀକୃତି ଦିଆଯାଇଛି। ବୋଡ଼ୋ ଭାଷାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ପୃଥକ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରାଯାଇଛି। ସେ କହିଥିଲେ ଯେ ଏହି ପ୍ରତିବଦ୍ଧତା ପାଇଁ, ବାଥୋ ଧର୍ମକୁ ପୂର୍ଣ୍ଣ ସମ୍ମାନ ଏବଂ ସ୍ୱୀକୃତି ଦିଆଯାଇଛି ଏବଂ ବାଥୋ ପୂଜାକୁ ରାଜ୍ୟ ଛୁଟି ଘୋଷଣା କରାଯାଇଛି। ସେ କହିଛନ୍ତି ଯେ ବୀର ଲଚିତ ବରଫୁକନଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ଏବଂ ତାଙ୍କ ସରକାରଙ୍କ ସମୟରେ ବୋଡୋଫା ଉପେନ୍ଦ୍ର ନାଥ ବ୍ରହ୍ମାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀମନ୍ତ ଶଙ୍କରଦେବଙ୍କ ଭକ୍ତି ଏବଂ ସାମାଜିକ ସମନ୍ୱୟର ପରମ୍ପରା ଏବଂ ଜ୍ୟୋତି ପ୍ରସାଦ ଅଗ୍ରୱାଲଙ୍କ କଳା ଏବଂ ଚେତନା ଆସାମର ଐତିହ୍ୟର ଅଂଶ ଭାବରେ ସମ୍ମାନିତ। ପ୍ରଧାନମନ୍ତ୍ରୀ ଆଜି ଜ୍ୟୋତି ପ୍ରସାଦ ଅଗ୍ରୱାଲଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 
 

ଆସାମ ଗସ୍ତକୁ ନେଇ ନିଜର ଭାବନା ପ୍ରକାଶ କରି ଶ୍ରୀ ମୋଦୀ କହିଥିଲେ ଯେ ରାଜ୍ୟ କେତେ ପ୍ରଗତି କରିଛି ତାହା ଦେଖି ସେ ବହୁତ ଅଭିଭୂତ ହୋଇଯାଇଛନ୍ତି। ସେ ମନେ ପକାଇଥିଲେ ଯେ ଗୋଟିଏ ସମୟ ଥିଲା ଯେତେବେଳେ ଏଠାରେ ରକ୍ତପାତ ସାଧାରଣ ଘଟଣା ଥିଲା, କିନ୍ତୁ ଆଜି ଏଠାରେ ସଂସ୍କୃତିର ରଙ୍ଗ ଝଲସୁଛି; ଗୋଟିଏ ସମୟ ଥିଲା ଯେତେବେଳେ ଗୁଳି ଫୁଟୁଥିଲା, କିନ୍ତୁ ଏବେ ଖାମ୍ ଏବଂ ସିଫଙ୍ଗର ମଧୁର ଶବ୍ଦ ଶୁଣାଯାଉଛି; ଗୋଟିଏ ସମୟ ଥିଲା ଯେତେବେଳେ କର୍ଫ୍ୟୁ ନୀରବତା ଆଣୁଥିଲା, କିନ୍ତୁ ଏବେ ସଙ୍ଗୀତର ମୁର୍ଚ୍ଛନା ଶୁଭୁଛି;  ପୂର୍ବେ ଅଶାନ୍ତି ଏବଂ ଅସ୍ଥିରତାର ସମୟ ଥିଲା, କିନ୍ତୁ ଏବେ ବାଗୁରୁମ୍ବାର ମନମୁଗ୍ଧକର ପ୍ରଦର୍ଶନ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଏପରି ମହାନ ଉତ୍ସବ କେବଳ ଆସାମର ଏକ ସଫଳତା ନୁହେଁ ବରଂ ଭାରତର ଏକ ସଫଳତା ଏବଂ ଦେଶର ପ୍ରତ୍ୟେକ ନାଗରିକ ଆସାମର ପରିବର୍ତ୍ତନରେ ଗର୍ବ ଅନୁଭବ କରନ୍ତି।
ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଯେ ଆସାମର ଲୋକମାନେ ଏବଂ ସେମାନଙ୍କର ବୋଡୋ ଭାଇଭଉଣୀମାନେ ତାଙ୍କ ଉପରେ ବିଶ୍ୱାସ ରଖିଛନ୍ତି। କେନ୍ଦ୍ର ଏବଂ ରାଜ୍ୟରେ ଥିବା ତାଙ୍କ ସରକାରକୁ ଶାନ୍ତି ଏବଂ ବିକାଶର ଦାୟିତ୍ୱ ଦିଆଯାଇଥିଲା ଏବଂ ଲୋକଙ୍କ ଆଶୀର୍ବାଦରେ ସେହି ଦାୟିତ୍ୱ ପୂରଣ ହୋଇଛି ବୋଲି ସେ କହିଥିଲେ। ୨୦୨୦ ବୋଡୋ ଶାନ୍ତି ଚୁକ୍ତି ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଅନ୍ତ କରିଥିଲା, ବିଶ୍ୱାସ ପୁନଃସ୍ଥାପିତ କରିଥିଲା ଏବଂ ହଜାର ହଜାର ଯୁବକଙ୍କୁ ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ କରିପାରିଥିଲା। ସେ ଉଲ୍ଲେଖ କରିଥିଲେ ଯେ ଚୁକ୍ତି ପରେ, ବୋଡୋ ଅଞ୍ଚଳରେ ଶିକ୍ଷା ଏବଂ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଥିଲା ଏବଂ ଶାନ୍ତି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଥିଲା, ଯେଉଁଥିରେ ଲୋକଙ୍କ ପ୍ରୟାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ସେ କହିଥିଲେ ଯେ ଆସାମର ଶାନ୍ତି, ବିକାଶ ଓ ଗୌରବର କେନ୍ଦ୍ରରେ  ଶାନ୍ତିର ପଥ ବାଛିଥିବା ଯୁବପିଢି ଅଛନ୍ତି। ଏକ ଉଜ୍ଜଳ ଭବିଷ୍ୟତ ଲାଗି ଏହାକୁ ଆଗକୁ ନେବାକୁ ହେବ। ଶାନ୍ତି ଚୁକ୍ତି ପରେ  ସରକାର ବୋଡ଼ୋଲାଣ୍ଡର ବିକାଶ ପାଇଁ ନିରନ୍ତର କାମ କରିଚାଲିଛନ୍ତି,  ଥଇଥାନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି ଓ ଏକ ନୂତନ ଜୀବନ ଆରମ୍ଭ ଲାଗି ଯୁବପିଢିଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ ସରକାରଙ୍କ ଉଦ୍ୟମଗୁଡିକ ଏବେ ଦୃଶ୍ୟମାନ ହେଲାଣି ଓ ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଏବେ ଆସାମର ସାଂସ୍କୃତିକ ଦୂତ ପାଲଟୁଛନ୍ତି, କ୍ରୀଡ଼ାରେ ସଫଳତା ହାସଲ କରୁଛନ୍ତି, ନୂଆ ସ୍ବପ୍ନ ଦେଖୁଛନ୍ତି ଓ ସେଗୁଡ଼ିକୁ ସାକାର କରିବା ସହ ଆସାମର ପ୍ରଗତିକୁ ଆଗେଇନେଉଛନ୍ତି।
ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ବି ଆସାମର କଳା, ସଂସ୍କୃତି ଓ ଅସ୍ମିତାକୁ ସମ୍ମାନ ଦିଆଯାଏ, କିଛି ଲୋକଙ୍କ ସମସ୍ୟା ହୋଇଥାଏ। କିଏ ଆସାମର ଅସ୍ମିତାକୁ ସମର୍ଥନ କରେ ନାହିଁ ବୋଲି ପ୍ରଶ୍ନ କରି ସେ କହିଥିଲେ ଯେ ଏକ ବିରୋଧୀ ଦଳ ଭୂପେନ ହଜାରିକାଙ୍କୁ ଭାରତ ରତ୍ନ ପ୍ରଦାନକୁ ଓ ଆସାମରେ ସେମିକଣ୍ଡକ୍ଚର ୟୁନିଟ ସ୍ଥାପନକୁ ବିରୋଧ କରିଥିଲା। ଏବେ ବି ସେ ଯେତେବେଳେ ଆସାମର ସଂସ୍କୃତି ସହ ସମ୍ପର୍କିତ କିଛି ବସ୍ତୁ ପରିଧାନ କଲେ ବିରୋଧୀ ଦଳ ତାହାକୁ କଟାକ୍ଷ କରନ୍ତି। 
 

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ କେବଳ ବିରୋଧୀମାନଙ୍କ ଯୋଗୁଁ ଆସାମ ଏବଂ ବୋଡୋଲାଣ୍ଡ ଦଶନ୍ଧି ଦଶନ୍ଧି ଧରି ମୁଖ୍ୟଧାରାରୁ ଦୂରେଇ ରହିଥିଲା। ସେ କହିଥିଲେ ଯେ ସେମାନେ ରାଜନୈତିକ ଲାଭ ପାଇଁ ଆସାମରେ ଅସ୍ଥିରତା ସୃଷ୍ଟି କରିଥିଲେ ଏବଂ ରାଜ୍ୟକୁ ହିଂସାମଧ୍ୟକୁ ଠେଲିଦେଇଥିଲେ। ସେ ମନେ ପକାଇଥିଲେ ଯେ ସ୍ୱାଧୀନତା ପରେ ଆସାମ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା, କିନ୍ତୁ ସମାଧାନ ଖୋଜିବା ପରିବର୍ତ୍ତେ ସେତେବେଳର ଶାସକ ଦଳ ରାଜନୈତିକ ଲାଭ ପାଇଁ ସେହି ସମସ୍ୟାଗୁଡ଼ିକୁ ବ୍ୟବହାର କରିଥିଲେ। ବିରୋଧୀ ଦଳକୁ ସମାଲୋଚନା କରି ଶ୍ରୀ ମୋଦୀ କହିଥିଲେ ଯେ ଯେତେବେଳେ ବିଶ୍ୱାସର ଆବଶ୍ୟକତା ଥିଲା, ସେମାନେ ବିଭାଜନର ମଞ୍ଜି ବୁଣିଥିଲେ; ଯେତେବେଳେ ଆଲୋଚନାର ଆବଶ୍ୟକତା ଥିଲା, ସେମାନେ ଏହାକୁ ଅଣଦେଖା କରିଥିଲେ ଏବଂ ଯୋଗାଯୋଗର ଦ୍ୱାର ବନ୍ଦ କରିଦେଇଥିଲେ। ସେ ଏହା ମଧ୍ୟ ରେଖାଙ୍କିତ କରିଥିଲେ ଯେ ବୋଡୋଲାଣ୍ଡର ସ୍ୱର କେବେବି ଠିକ୍ ଭାବରେ ଶୁଣାଯାଇ ନଥିଲା। ସେ କହିଥିଲେ ଯେ ଯେତେବେଳେ ଆସାମକୁ ଆରୋଗ୍ୟ ଏବଂ ସେବାର ଆବଶ୍ୟକତା ଥିଲା, ସେମାନେ ଅନୁପ୍ରବେଶକାରୀଙ୍କ ପାଇଁ ଦ୍ୱାର ଖୋଲି ଦେଇଥିଲେ ଏବଂ ସେମାନଙ୍କୁ ସ୍ୱାଗତ କରିବା ଉପରେ ଧ୍ୟାନ ଦେଇଥିଲେ।
ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ ବିରୋଧୀ ଦଳ ଆସାମର ଲୋକମାନଙ୍କୁ ନିଜର ବୋଲି ମନେ କରେ ନାହିଁ, ବରଂ ବିଦେଶୀ ଅନୁପ୍ରବେଶକାରୀଙ୍କୁ ପସନ୍ଦ କରେ ଯେଉଁମାନେ ଏହାର ବିଶ୍ୱସ୍ତ ଭୋଟ ବ୍ୟାଙ୍କ ହୋଇଯାଆନ୍ତି। ବିରୋଧୀଙ୍କ ଶାସନରେ, ଅନୁପ୍ରବେଶକାରୀମାନେ ଆସି ଲକ୍ଷ ଲକ୍ଷ ବିଘା ଜମି ଦଖଲ କରି ସରକାରୀ ସମର୍ଥନ ପାଇଥାନ୍ତି। ତେବେ ଆଜି ଶ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ଲକ୍ଷ ଲକ୍ଷ ଏକର ଜମି ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରି ଆସାମର ଯୋଗ୍ୟ ଲୋକଙ୍କୁ ଫେରସ୍ତ କରୁଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ସେ ଏହା ମଧ୍ୟ କହିଥିଲେ ଯେ ବିରୋଧୀ ଦଳ ସର୍ବଦା ଆସାମ ଏବଂ ସମଗ୍ର ଉତ୍ତର-ପୂର୍ବକୁ ଅଣଦେଖା କରିଆସିଛି, ଜାଣିଶୁଣି ଏହି ଅଞ୍ଚଳକୁ ସମସ୍ୟା ମଧ୍ୟକୁ ଠେଲି ଦେଇଛି ଏବଂ ଏହାର ବିକାଶକୁ କେବେବି ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିନାହିଁ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କ କେନ୍ଦ୍ର ଏବଂ ରାଜ୍ୟ ସରକାର ବିରୋଧୀମାନେ କରିଥିବା ପାପ ମୋଚନ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ଏବଂ ଆଜି ଦେଖାଯାଉଥିବା ବିକାଶର ଗତି ଏହାର ପ୍ରମାଣ। ସେ ବୋଡୋ-କଚାରି କଲ୍ୟାଣ ସ୍ୱୟଂଶାସିତ ପରିଷଦ ଗଠନ, ବୋଡୋଲ୍ୟାଣ୍ଡ ପାଇଁ ୧୫୦୦ କୋଟିର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ ଆବଣ୍ଟନ, କୋକ୍ରାଝାରରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଏବଂ ତାମୁଲପୁରରେ ଏକ ମେଡିକାଲ କଲେଜ ନିର୍ମାଣର ଅଗ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ। ସେ ଆହୁରି କହିଥିଲେ ଯେ ନର୍ସିଂ କଲେଜ ଏବଂ ପାରାମେଡିକାଲ୍ ପ୍ରତିଷ୍ଠାନ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରୁଛି। ଏହା ସହିତ ଗୋବର୍ଦ୍ଧନା, ପର୍ବତଝୋରା ଏବଂ ହୋରିସିଙ୍ଗାରେ ପଲିଟେକ୍ନିକ୍ ଏବଂ ତାଲିମ ପ୍ରତିଷ୍ଠାନ ପ୍ରତିଷ୍ଠା କରାଯାଇଛି।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏକ ପୃଥକ କଲ୍ୟାଣ ବିଭାଗ ଏବଂ ବୋଡୋଲ୍ୟାଣ୍ଡ ପ୍ରଶାସନିକ କର୍ମଚାରୀ କଲେଜ ପ୍ରତିଷ୍ଠା କରାଯାଇଛି, ଯାହା ବୋଡୋ ସମ୍ପ୍ରଦାୟର କଲ୍ୟାଣ ପାଇଁ ଉତ୍ତମ ନୀତି ନିର୍ଦ୍ଧାରଣକୁ ସକ୍ଷମ କରିଥାଏ। ସେ କହିଥିଲେ ଯେ ତାଙ୍କ ସରକାର ଆସାମ ଓ ଦିଲ୍ଲୀ ମଧ୍ୟରେ ହୃଦୟର ବ୍ୟବଧାନକୁ ଦୂର କରିଛନ୍ତି ଏବଂ ଉନ୍ନତି ଭିତ୍ତିଭୂମି ନିର୍ମାଣ ମାଧ୍ୟମରେ ଆସାମ ଭିତରେ ଥିବା ବ୍ୟବଧାନ ଦୂର କରିଛନ୍ତି। ପୂର୍ବରୁ ଯେଉଁ ସ୍ଥାନ ଦୁର୍ଗମ ଥିଲା, ସେଠାରେ ଏବେ ରାଜପଥ ଅଛି ଏବଂ ନୂତନ ରାସ୍ତା ସୁଯୋଗ ପ୍ରଦାନ କରୁଛି। ସେ କୋକ୍ରାଝାରକୁ ଭୂଟାନ ସୀମା ସହିତ ସଂଯୋଗ କରୁଥିବା ବିଶ୍ମୁରୀ-ସାରଲପାରା ରାସ୍ତା ପ୍ରକଳ୍ପର ଉଦାହରଣ ଦେଇଥିଲେ, ଯାହା ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଏବଂ ଏହା ସହିତ ପ୍ରସ୍ତାବିତ କୋକ୍ରାଝାର-ଗେଲେଫୁ ରେଳ ପ୍ରକଳ୍ପକୁ ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଏବଂ ଆକ୍ଟ ଇଷ୍ଟ ନୀତିର ଏକ ଅଂଶ ଘୋଷଣା କରାଯାଇଛି, ଯାହା ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବ।
 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ସମାଜ ନିଜର ମୂଳ ସହ ଯୋଡ଼ି ହୋଇଥାଏ, ଯେତେବେଳେ ଆଲୋଚନା ଓ ଭରସା ଦୃଢ ଥାଏ, ଯେତେବେଳେ ସୁଯୋଗ ସବୁ ବର୍ଗଙ୍କ ନିକଟରେ ପହଞ୍ଚେ ସେତେବେଳେ ସକାରାତ୍ମକ ପରିବର୍ତ୍ତନ ଦେଖାଯାଏ। ଆସାମ ଓ ବୋଡ଼ୋଲାଣ୍ଡ୍ ସେହି ଦିଗରେ ଗତି କରୁଛନ୍ତି। ଆସାମର ଆତ୍ମବିଶ୍ବାସ, କ୍ଷମତା ଓ ପ୍ରଗତି ଭାରତର ଅଭିବୃଦ୍ଧି କାହାଣୀରେ ଏକ ନୂଆ ଶକ୍ତି ଯୋଗ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଆସାମ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟରେ ପରିଣତ ହୋଇଛି ଓ ଏହାର ଅର୍ଥନୀତି ଗତି ଧରିଛି ଏବଂ ଏହି ରୂପାନ୍ତରଣରେ ବୋଡ଼ୋଲାଣ୍ଡ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ମହାସମାରୋହ ପାଇଁ ସେ ପୁଣି ଥରେ ଅଭିନନ୍ଦନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଶ୍ରୀ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ବଶର୍ମା, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଶ୍ରୀ ପବିତ୍ରା ମାର୍ଗେରିଟା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। 
ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ବୋଡୋ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ଗୌହାଟୀର ସରୁସାଜାଇ ଷ୍ଟାଡିୟମରେ ଆୟୋଜିତ ଏକ ଐତିହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ "ବାଗୁରୁମ୍ବା ଡାହୌ ୨୦୨୬"ରେ ଯୋଗ ଦେଇଥିଲେ।
ଏହି ଅବସରରେ, ବୋଡୋ ସମ୍ପ୍ରଦାୟର ୧୦,୦୦୦ରୁ ଅଧିକ କଳାକାର ଏକକ, ଗୋଷ୍ଠୀଗତ ପ୍ରଦର୍ଶନରେ ବାଗୁରୁମ୍ବା ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସାମର ୨୩ଟି ଜିଲ୍ଲାର ୮୧ଟି ବିଧାନସଭା ନିର୍ବାଚନମଣ୍ଡଳୀର କଳାକାରମାନେ ଅଂଶଗ୍ରହଣ କରିଥିଲେ।
 

ବାଗୁରୁମ୍ବା ହେଉଛି ପ୍ରକୃତି ସହ ସମ୍ପର୍କିତ ବୋଡୋ ସମ୍ପ୍ରଦାୟର ଲୋକନୃତ୍ୟ ମଧ୍ୟରୁ ଗୋଟିଏ। ଏହି ନୃତ୍ୟ ପ୍ରସ୍ଫୁଟିତ ଫୁଲର ପ୍ରତୀକ ଏବଂ ମାନବ ଜୀବନ ତଥା ପ୍ରାକୃତିକ ଜଗତ ମଧ୍ୟରେ ସମନ୍ୱୟକୁ ପ୍ରତିଫଳିତ କରେ। ପାରମ୍ପରିକ ଭାବରେ, ଏହା ବୋଡ଼ୋ ଯୁବକଯୁବତୀ ଓ ସଂଗୀତଜ୍ଞମାନଙ୍କ ସହ କରାଯାଏ। ମୃଦୁ ଗମ୍ଭୀର ତାଳ ସହ ଏହି ନୃତ୍ୟପରିବେଷଣ କରାଯାଇଥାଏ ଓ ଏହି ସମୟରେ ପ୍ରଜାପତି, ପକ୍ଷୀ, ପତ୍ର ଏବଂ ଫୁଲର ଅନୁକରଣ କରାଯାଏ। ଗୋଟିଏ ଗୋଷ୍ଠୀ ଏକ ବୃତ୍ତ କିମ୍ବା ଧାଡ଼ିବାନ୍ଧି ଏହି ନୃତ୍ୟ ପରିବେଷଣ କରନ୍ତି। 
 

ବୋଡୋ ଲୋକଙ୍କ ପାଇଁ ବାଗୁରୁମ୍ବା ନୃତ୍ୟର ଗଭୀର ସାଂସ୍କୃତିକ ଗୁରୁତ୍ୱ ଅଛି। ଏହା ଶାନ୍ତି, ପ୍ରଜନନ, ଆନନ୍ଦ ଏବଂ ସାମୂହିକ ସଦ୍ଭାବର ପ୍ରତୀକ। ଏହା ମଧ୍ୟ ବିଓ୍ବିସାଗୁ, ବୋଡୋ ନବବର୍ଷ ଏବଂ ଡୋମାସି ଭଳି ପର୍ବଗୁଡ଼ିକ ସହିତ ଘନିଷ୍ଠ ଭାବରେ ଜଡିତ।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
Prime Minister lauds India’s 7.8% GDP growth
August 31, 2026

The Prime Minister, Shri Narendra Modi has termed India’s 7.8% GDP growth in first quarter of FY 2026-27 a “herculean feat”. Shri Modi said that the achievement reflects the collective strength and resilience of the people of India, despite oil price shocks, supply chain disruptions and global uncertainties.

Shri Modi posted on X:

India’s exemplary GDP growth of 7.8% during Q1 of FY 2026-27 is a herculean feat.

The collective strength of our people ensured India delivered such growth despite oil price shocks and supply chain issues in the midst of global uncertainties.

Doomsayers were doomed and India bloomed…yet again!