ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ତୁରନ୍ତ ଚିହ୍ନଟ ପାଇଁ ଅଧିକ ତଦାରଖ କରିବାକୁ ପରାମର୍ଶ
ପରୀକ୍ଷାଗାର ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ
ଏହି ରୋଗ ବିରୋଧରେ ପ୍ରତିଷେଧକ ଜନସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ସଚେତନତା ଅଭିଯାନ ଆରମ୍ଭ କରାଯିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ଏମ୍‌ ପକ୍ସ ସ୍ଥିତି ଉପରେ ନଜର ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ତାଙ୍କର ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଦେଶରେ ଏମ-ପକ୍ସ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ଏବଂ ଆନୁସଙ୍ଗିକ ଜନସ୍ୱାସ୍ଥ୍ୟ ପଦକ୍ଷେପର ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ସୂଚନାଯୋଗ୍ୟ, ଆଫ୍ରିକାର ବିଭିନ୍ନ ସ୍ଥାନରେ ଏହି ରୋଗର ବ୍ୟାପକତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ୧୪ ଅଗଷ୍ଟ ୨୦୨୪ରେ ପୁଣି ଥରେ ଏମ-ପକ୍ସକୁ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ଉଦ୍ରେକକାରୀ ଜରୁରି ପରିସ୍ଥିତି ବା ପବ୍ଲିକ୍ ହେଲ୍‌ଥ୍‌ ଇମର୍ଜେନ୍ସି ଅଫ୍ ଇଣ୍ଟରନ୍ୟାସନାଲ କନସର୍ନ (ପିଏଚ୍ଇଆଇସି) ରୂପେ ଘୋଷଣା କରିଛି। ଡବ୍ଲ୍ୟୁଏଚଓର ପୂର୍ବ ବୟାନ ଅନୁଯାୟୀ, ୨୦୨୨ ପର ଠାରୁ ସମଗ୍ର ବିଶ୍ୱରେ ୧୧୬ଟି ଦେଶରେ ୯୯,୧୭୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୨୦୮ ଜଣଙ୍କ ମୃତ୍ୟୁ ଘଟିଛି । ପରବର୍ତ୍ତୀ ସମୟରେ ଡେମୋକ୍ରାଟିକ ରିପବ୍ଲିକ୍ ଅଫ୍ କଙ୍ଗୋରେ ଏମ୍‌-ପକ୍ସ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସେମାନେ ସୂଚନା ଦେଇଛନ୍ତି। ଗତବର୍ଷ ଏହି ମାମଲା ଯଥେଷ୍ଟ ବୃଦ୍ଧି ପାଇଥିଲା ଏବଂ ଚଳିତ ବର୍ଷ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଗତବର୍ଷର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟାକୁ ଟପିଯାଇଛି, ଯେଉଁଥିରେ ୧୫,୬୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଥିବା ବେଳେ ୫୩୭ ମୃତ୍ୟୁ ଘଟିଛି। ଡବ୍ଲ୍ୟୁଏଚ୍ଓ ଦ୍ୱାରା ୨୦୨୨ରେ ଅନ୍ତର୍ଜାତୀୟ ଚିନ୍ତାର ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରଠାରୁ ଭାରତରେ ୩୦ଟି ମାମଲା ସାମ୍ନାକୁ ଆସିଛି । ୨୦୨୪ ମାର୍ଚ୍ଚରେ ଶେଷ ଥର ପାଇଁ ଏମ ପକ୍ସ ମାମଲା ଚିହ୍ନଟ ହୋଇଥିଲା।

ଏହି ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦିଆଯାଇଥିଲା ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ଏମପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ । ବର୍ତ୍ତମାନର ଆକଳନ ଅନୁଯାୟୀ, ନିରନ୍ତର ସଂକ୍ରମଣ ସହିତ ବଡ଼ ଧରଣର ସଂକ୍ରମଣ ହେବାର ଆଶଙ୍କା କମ୍ ରହିଛି।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଅବଗତ କରାଯାଇଥିଲା ଯେ ଏମ-ପକ୍ସ ସଂକ୍ରମଣ ସାଧାରଣତଃ ୨-୪ ସପ୍ତାହ ପର୍ଯ୍ୟନ୍ତ ବ୍ୟାପୁଥିବା ଏକ ସଂକ୍ରାମକ ବ୍ୟାଧି। ଏମ-ପକ୍ସ ରୋଗୀମାନେ ସାଧାରଣତଃ ସହାୟକ ଚିକିତ୍ସା ସେବା ଏବଂ ପରିଚାଳନା ଦ୍ୱାରା ସୁସ୍ଥ ହୁଅନ୍ତି । ସଂକ୍ରମିତ ରୋଗୀଙ୍କ ସହ ଦୀର୍ଘ ସମୟ ରହିବା ଏବଂ ଘନିଷ୍ଠ ସଂସ୍ପର୍ଶରେ ଆସିବା ଦ୍ୱାରା ଏମ-ପକ୍ସ ସଂକ୍ରମଣ ହୁଏ । ଏହା ମୁଖ୍ୟତଃ ଯୌନ ମାର୍ଗ, ରୋଗୀର ଶରୀର/କ୍ଷତ ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିବା କିମ୍ବା ସଂକ୍ରମିତ ବ୍ୟକ୍ତିର ଦୂଷିତ ପୋଷାକ/ଲିନେନ୍ ମାଧ୍ୟମରେ ହୋଇଥାଏ ।

 

ଗତ ଏକ ସପ୍ତାହ ମଧ୍ୟରେ ନିମ୍ନଲିଖିତ ପଦକ୍ଷେପ ନିଆଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ :

  • ଭାରତ ପାଇଁ ବିପଦ ଆକଳନ କରିବା ନିମନ୍ତେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଦ୍ୱାରା ୧୨ ଅଗଷ୍ଟ, ୨୦୨୪ରେ ବିଶେଷଜ୍ଞମାନଙ୍କର ଏକ ବୈଠକ ଡକାଯାଇଥିଲା ।
  • ଏନସିଡିସି ପକ୍ଷରୁ ପୂର୍ବରୁ ଜାରି କରାଯାଇଥିବା ଏମପକ୍ସ ଉପରେ ଏକ ସଂକ୍ରାମକ ରୋଗ (ସିଡି) ଆଲର୍ଟକୁ ଅପଡେଟ୍ କରାଯାଉଛି।
  • ଅନ୍ତର୍ଜାତୀୟ ବିମାନବନ୍ଦର (ପୋର୍ଟ ଅଫ୍ ଏଣ୍ଟ୍ରି)ରେ ସ୍ୱାସ୍ଥ୍ୟ ଟିମ୍ ର ସଚେତନତା ଆରମ୍ଭ ହୋଇଛି।
  • ଆଜି ସକାଳେ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚ୍ଏସ୍) ପକ୍ଷରୁ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ଭିଡିଓ କନଫରେନ୍ସିଂ ବୈଠକ ଡକାଯାଇଥିଲା। ରାଜ୍ୟରେ ସମନ୍ୱିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (ଆଇଡିଏସପି) ୟୁନିଟ୍ ଏବଂ ଅନ୍ତର୍ଜାତୀୟ ସୀମାରେ ପ୍ରବେଶ ବନ୍ଦର ଇତ୍ୟାଦି ସମେତ ରାଜ୍ୟସ୍ତରରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସଚେତନ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି.କେ.ମିଶ୍ର ନିରୀକ୍ଷଣ ବଢ଼ାଇବା ସହ ମାମଲାଗୁଡ଼ିକର ତୁରନ୍ତ ଚିହ୍ନଟ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଯେ ଶୀଘ୍ର ରୋଗ ଚିହ୍ନଟ ପାଇଁ ପରୀକ୍ଷାଗାର ନେଟୱାର୍କ ପ୍ରସ୍ତୁତ କରାଯାଉ। ବର୍ତ୍ତମାନ ୩୨ଟି ପରୀକ୍ଷାଗାର ନମୁନା ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି।

ଏହି ରୋଗର ନିରାକରଣ ଓ ଚିକିତ୍ସା ପାଇଁ ନିର୍ଦ୍ଧାରିତ ନିୟମକୁ ବ୍ୟାପକ ଭାବେ ପ୍ରସାରିତ କରିବାକୁ ଡାକ୍ତର ପି.କେ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ଏହି ରୋଗର ଲକ୍ଷଣ ଓ ସଂକେତ ସମ୍ପର୍କରେ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମଧ୍ୟରେ ସଚେତନତା ଅଭିଯାନ ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଠିକ୍ ସମୟରେ ପ୍ରସାରିତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ନୀତି ସଦସ୍ୟ ଡାକ୍ତର ଭିକେ ପଲ୍, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅପୂର୍ବ ଚନ୍ଦ୍ର, ସ୍ୱାସ୍ଥ୍ୟ ଗବେଷଣା ସଚିବ ଡାକ୍ତର ରାଜୀବ ବହଲ, ସଦସ୍ୟ ସଚିବ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) କ୍ରିଷ୍ଣା ଏସ୍ ବତ୍ସ, ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ଏବଂ ଗୃହ ସଚିବ ଗୋବିନ୍ଦ ମୋହନଙ୍କ ସମେତ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi