ଜାତିସଂଘ ସାଧାରଣ ପରିଷଦର ‘ଭବିଷ୍ୟର ଶିଖର ସମ୍ମିଳନୀ’ ଅବସରରେ ୨୩ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋସିଆଲିଷ୍ଟ ରିପବ୍ଲିକ ଅଫ୍ ଭିଏତନାମର ରାଷ୍ଟ୍ରପତି ତଥା କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସଚିବ ଶ୍ରୀ ତୋ ଲାମଙ୍କୁ ଭେଟିଛନ୍ତି ।

ଉନ୍ନତ ନେତୃତ୍ୱ ପାଇଁ ରାଷ୍ଟ୍ରପତି ତୋ ଲାମଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଭିଏତନାମ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଆଶା ପୋଷଣ କରିଥିଲେ ।

ଚଳିତ ମାସ ସାମୁଦ୍ରିକ ଝଡ଼ ୟାଗି ଯୋଗୁ ଭିଏତନାମରେ ହୋଇଥିବା ଧନଜୀବନ କ୍ଷତି ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ପ୍ରକାଶ କରିଥିଲେ ।  ଅପରେସନ ସାଧବ ଜରିଆରେ ଜରୁରି ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ରିଲିଫ ପଠାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ତଥା ସାଧାରଣ ସଚିବ ତୋ ଲାମ ଧନ୍ୟବାଦ ଜଣାଇଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସଭ୍ୟତା ଓ ସାଂସ୍କୃତିକ ସମ୍ପର୍କ ଏବଂ ପାରସ୍ପରିକ ଅଟଳ ବିଶ୍ୱାସ, ବୁଝାମଣା ଓ ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗକୁ ଦୋହରାଇଥିଲେ । ଭିଏତନାମ ପ୍ରଧାନମନ୍ତ୍ରୀ ଶ୍ରୀ ଫାମ୍ ମିନ୍ ଚିନଙ୍କ ଗତ ମାସର ଭାରତ ଗସ୍ତ ବିଷୟ ଉଭୟ ନେତା ମନେ ପକାଇଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଥିଲେ । ଇଣ୍ଡୋ-ପାସିଫିକ ତଥା ଆନ୍ତର୍ଜାତିକ ପ୍ଲାଟଫର୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଏବଂ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଉଭୟ ନେତା ମତ ବିନିମୟ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 08, 2026
August 08, 2026

Infrastructure + Inclusion + Innovation: How PM Modi’s Agenda is Rewiring India’s Growth Engine