ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର-ଜେନେରାଲ ମାନ୍ୟବର ସୁଶ୍ରୀ ସାମ୍ ମୋଷ୍ଟିନ୍ ଏସି)ଙ୍କ ସହ ସାକ୍ଷାତ୍ କରିଥିଲେ।
ଉଭୟ ନେତା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତିକ ଭାଗୀଦାରିର ବର୍ଦ୍ଧିତ ଗଭୀରତା ଓ ବହୁମୁଖୀ ବିସ୍ତାର ସମ୍ପର୍କରେ ମତବିନିମୟ କରିଥିଲେ। ସେମାନେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ରୁତ ଅଗ୍ରଗତି କରୁଥିବା ଆର୍ଥିକ ଭାଗୀଦାରିକୁ ସ୍ୱାଗତ କରିବା ସହ ବାଣିଜ୍ୟ, ପୁଞ୍ଜି ନିବେଶ, ଶିକ୍ଷା ଏବଂ ନବସୃଜନ କ୍ଷେତ୍ରରେ ସମ୍ପର୍କର ସମ୍ପ୍ରସାରଣ ଉଭୟ ଦେଶର ଲୋକଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ଆଖିଦୃଶିଆ ଲାଭ ପ୍ରଦାନ କରିବ ବୋଲି ବିଶ୍ୱାସ ପ୍ରକଟ କରିଥିଲେ। ଉଭୟ ନେତା ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା କ୍ରୀଡ଼ା ସମ୍ପର୍କକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭାରତରେ ଆୟୋଜିତ ହେବାକୁ ଥିବା ୨୦୩୦ କମନୱେଲଥ୍ କ୍ରୀଡ଼ା ଏବଂ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ୨୦୩୨ ଅଲିମ୍ପିକ୍ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଅଧିକ ଘନିଷ୍ଠ ସହଯୋଗ ପାଇଁ ଆହ୍ୱାନ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦୁଇ ଦେଶ ମଧ୍ୟରେ ସୁଦୃଢ଼ ପାରସ୍ପରିକ ଜନ-ସମ୍ପର୍କ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ଏକ ପ୍ରମୁଖ ଶକ୍ତି ଭାବେ ରହିଆସିଛି।
ପ୍ରଧାନମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଗଭର୍ଣ୍ଣର-ଜେନେରାଲ ସାମ୍ ମୋଷ୍ଟିନଙ୍କ ଦୃଢ଼ ସମର୍ଥନକୁ ପ୍ରଶଂସା କରିଥିଲେ।
It was a delight to meet the Governor-General of Australia, Hon. Sam Mostyn, in Melbourne. We discussed the strong and enduring bonds between India and Australia, anchored in our shared values, vibrant people-to-people ties and expanding cooperation across diverse sectors. pic.twitter.com/gEPz3noqrB
— Narendra Modi (@narendramodi) July 9, 2026


