ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୋହାନ୍ସବର୍ଗରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଶ୍ରୀ ସିରିଲ ରାମଫୋସାଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ରାମଫୋସାଙ୍କୁ ଭବ୍ୟ ଆତିଥ୍ୟ ଏବଂ ଶିଖର ସମ୍ମିଳନୀର ସଫଳ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସେ ନୂଆଦିଲ୍ଲୀ ଜି-୨୦ ଶିଖର ସମ୍ମିଳନୀ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡିକୁ ଆଗକୁ ନେବା ଏବଂ ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣ ଆଫ୍ରିକାର ଜି-୨୦ ପ୍ରୟାସକୁ ପ୍ରଶଂସା କରିଥିଲେ ।

 

ଭାରତ-ଦକ୍ଷିଣ ଆଫ୍ରିକା ସମ୍ପର୍କର ଆଧାର ଐତିହାସିକ ସମ୍ପର୍କକୁ ମନେପକାଇ, ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ବାଣିଜ୍ୟ ତଥା ନିବେଶ, ଖାଦ୍ୟ ସୁରକ୍ଷା, ଦକ୍ଷତା ବିକାଶ, ଖଣି, ଯୁବ ବିନିମୟ ଏବଂ ଲୋକ-ଲୋକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ସାଧାରଣ ଭିତ୍ତିଭୂମି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ । ଦୁଇ ନେତା ଦକ୍ଷିଣ ଆଫ୍ରିକାରେ ଭାରତୀୟ କମ୍ପାନୀଗୁଡିକର ବର୍ଦ୍ଧିତ ଉପସ୍ଥିତିକୁ ସ୍ୱାଗତ କରିଥିଲେ ଏବଂ ବିଶେଷକରି ଭିତ୍ତଭୂମି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଖଣି ଏବଂ ଷ୍ଟାର୍ଟ-ଅପ କ୍ଷେତ୍ରରେ ପାରସ୍ପରିକ ନିବେଶକୁ ସହଜ କରିବା ପାଇଁ ସହମତ ହୋଇଥିଲେ । ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକାର ଚିତାବାଘକୁ ଭାରତ ସ୍ଥାନାନ୍ତର ପାଇଁ ରାଷ୍ଟ୍ରପତି ରାମଫୋସାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କୁ ଭାରତ ନେତୃତ୍ୱାଧୀନ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସରେ ଯୋଗଦେବାକୁ ଆମନ୍ତ୍ରଣ କରିଥିଲେ।

 

ଦୁଇ ନେତା ଗ୍ଲୋବାଲ ସାଉଥର ସ୍ୱରକୁ ଉଚ୍ଚ କରିବା ପାଇଁ ମିଳିତ ଭାବରେ କାମ କରିବାକୁ ସହମତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଆଇବିଏସ୍‌ଏ ନେତାମାନଙ୍କ ବୈଠକ ଆୟୋଜନ ପାଇଁ ଦକ୍ଷିଣ ଆଫ୍ରିକା ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ରାମଫୋସା ୨୦୨୬ରେ ଭାରତର ଆଗାମୀ ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ଣ୍ଣ ସମର୍ଥନ ପାଇଁ ଆଶ୍ୱାସନା ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UPI goes live at Eiffel Tower and French airports as India-France digital ties strengthen

Media Coverage

UPI goes live at Eiffel Tower and French airports as India-France digital ties strengthen
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 15, 2026
June 15, 2026

Citizens Celebrate 12 Years of Modi: Building a Saksham Middle Class at Home While Earning Global Respect Abroad