ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏଣ୍ଟିଆନେ ରେ ଲାଓ ପିଡିଆରର ରାଷ୍ଟ୍ରପତି ଏବଂ ଲାଓ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି (ଏଲପିଆରପି) କେନ୍ଦ୍ରୀୟ କମିଟିର ସାଧାରଣ ସଚିବ ଥୋଙ୍ଗଲୁନ୍ ସିସୋଲିଥ୍‌ଙ୍କୁ ଭେଟିଛନ୍ତି । ଆସିଆନ ଶିଖର ସମ୍ମିଳନୀ ଏବଂ ପୂର୍ବ ଏସିଆ ଶିଖର ସମ୍ମିଳନୀ ସଫଳତାର ସହ ଆୟୋଜନ କରିଥିବାରୁ ରାଷ୍ଟ୍ରପତି ସିସୋଲିଥଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଦୁଇ ନେତା ଦ୍ୱିପାକ୍ଷିକ ସମ୍ବନ୍ଧ ବାବଦରେ ଆଲୋଚନା କରିଥିଲେ ଏବଂ ଘନିଷ୍ଠ ସମ୍ପର୍କକୁ ଆହୁରି ମଜବୁତ୍ କରିବା ଲାଗି ନିଜ ନିଜର ପ୍ରତିବଦ୍ଧତା ଦୋହରାଇଥିଲେ । ସେମାନେ କହିଥିଲେ କି ଭାରତ-ଲାଓସ ସମକାଳୀନ ସମ୍ପର୍କ ଶତାବ୍ଦୀ ପୁରୁଣା ସଭ୍ୟତାଗତ ସମ୍ବନ୍ଧ ସହ ଜଡ଼ିତ ଏବଂ ଏହାର ଚେର ବହୁ ଗଭୀର । ଐତିହ୍ୟ ପୁନରୁଦ୍ଧାର, ବିକାଶ ସହଯୋଗିତା ଏବଂ ସାଂସ୍କୃତିକ ଭାବ ବିନିମୟ କ୍ଷେତ୍ରରେ ଚାଲିଥିବା ସହଯୋଗରେ ଦୁଇ ନେତା ସନ୍ତୋଷ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଲାଓସ ଓ ଭାରତ ସମ୍ପର୍କକୁ ତ୍ୱରାନ୍ୱିତ କରିବା ଦିଗରେ ଭାରତ ଆକ୍ଟ ଇଷ୍ଟ ନୀତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇବା ସହ ୨୦୨୪ରେ ଏହାର ଏକ ଦଶନ୍ଧି ପୂରଣ ହେଉଥିବା କହିଥିଲେ । ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଥିବା ସଭ୍ୟତାଗତ ସମ୍ପର୍କକୁ ଉଲ୍ଳେଖ କରି କହିଥିଲେ, ନୂତନ ନାଳନ୍ଦା ବିଶ୍ୱବିଦ୍ୟାଳୟ ଅନେକ ସୁଯୋଗ ପ୍ରଦାନ କରୁଛି ଏବଂ ଏହା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ବଢ଼ାଇବା ଜରୁରି । ସାମୁଦ୍ରିକ ଝଡ଼ ୟାଗୀ କାରଣରୁ ଲାଓ ପିଡିଆରରେ ଆସିଥିବା ବନ୍ୟା ସମୟରେ ଭାରତ ପକ୍ଷରୁ ଦିଆଯାଇଥିବା ମାନବୀୟ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଷ୍ଟ୍ରପତି ସିସୋଲିଥ୍ କୃତଜ୍ଞତା ଜଣାଇଥିଲେ ।

ଭାରତ-ଆସିଆନ ସମ୍ବନ୍ଧକୁ ମଜବୁତ୍ କରିବା ପାଇଁ ସମର୍ଥନ ଜଣାଇଥିବାରୁ ରାଷ୍ଟ୍ରପତି ସିସୋଲିଥ୍‌ଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଦୁଇ ନେତା ମଧ୍ୟ ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ଥିବା ଅନେକ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Beyond Make in India: Building a globally competitive manufacturing ecosystem

Media Coverage

Beyond Make in India: Building a globally competitive manufacturing ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance