ବ୍ରାଜିଲର ରିଓ ଡି ଜେନେରିଓରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ନବ ନିର୍ବାଚିତ ରାଷ୍ଟ୍ରପତି ପ୍ରବୱୋ ସୁବିଆନ୍ତୋଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କର ଏହା ପ୍ରଥମ ବୈଠକ ଥିଲା ।

 

ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢ଼ାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ। ଭାରତ ଓ ଇଣ୍ଡୋନେସିଆ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ଦୁଇ ନେତା ବିଭିନ୍ନ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ଜି୨୦ ମଧ୍ୟରେ ସେମାନଙ୍କର ଘନିଷ୍ଠ ସଯୋଗ ବିଷୟରେ ଆଲୋଚନା କରି ସେମାନେ ଗ୍ଲୋବାଲ୍ ସାଉଥ୍ ଦୃଷ୍ଟିକୋଣକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ । ଏହାଛଡା ସେମାନେ ମଧ୍ୟ ଏସିଆନ୍ ସମତେ ବହୁପକ୍ଷୀୟ ଏବଂ ବହୁମୁଖୀ ମଞ୍ଚରେ ଚାଲିଥିବା ସହଯୋଗର ସମୀକ୍ଷା କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts