ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ବ୍ରାଜିଲ୍‌ର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍‌-କାନେଲ ବର୍‌ମୁଡେଜଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ୨୦୨୩ରେ ଜୋହାର୍ନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ରାଷ୍ଟ୍ରପତି ଡିଆଜ-କାନଲେଙ୍କୁ ଭେଟିଥିଲେ, ଯେଉଁଠାରେ କ୍ୟୁବା ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିଲେ ।

 

ଦୁଇ ନେତା ଆର୍ଥିକ ସହଯୋଗ, ବିକାଶ ସହଭାଗିତା, ଫିନ୍‌ଟେକ, କ୍ଷମତା ନିର୍ମାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ । ଡିଜିଟାଲ୍ କ୍ଷେତ୍ରରେ ବିଶେଷଜ୍ଞତାକୁ ସ୍ୱୀକାର କରି ରାଷ୍ଟ୍ରପତି ଡିଆଜ-କାନଲେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ୟୁପିଆଇ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଆୟୁର୍ବେଦକୁ କ୍ୟୁବାର ସ୍ୱୀକୃତି ପାଇଁ ପ୍ରଶଂସା କରିଥିଲେ ଏବଂ କ୍ୟୁବାର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆୟୁର୍ବେଦକୁ ସମନ୍ୱିତ କରିବା ପାଇଁ ସମର୍ଥନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କ୍ୟୁବା ଦ୍ୱାରା ଭାରତୀୟ ଫାର୍ମାକୋପୋଇଆକୁ ସ୍ୱୀକୃତି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ଭାରତୀୟ ଜେନେରିକ ଔଷଧର ଉପଲବ୍ଧତା ସହଜ କରାଇବ ।

 

ଦୁଇ ନେତା ଗ୍ଲୋବାଲ ସାଉଥ ପାଇଁ ଚିନ୍ତାର କାରଣ ସ୍ୱାସ୍ଥ୍ୟ, ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଉପରେ କାମ କରିବାକୁ ସହମତ ହୋଇଥିଲେ । ସେମାନେ ବହୁପକ୍ଷୀୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ପ୍ରଶଂସା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI 2.0: India bets big on making more of the smartphone at home

Media Coverage

PLI 2.0: India bets big on making more of the smartphone at home
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 29, 2026
May 29, 2026

Every Sector, Every Citizen: How PM Modi’s Vision is Transforming India Across All Fronts