ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଜର୍ମାନୀର ବିଦେଶ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ଭାରତ ଏବଂ ଜର୍ମାନୀ ନିଜ ରଣନୈତିକ ସହଭାଗିତାର ୨୫ ବର୍ଷ ପୂର୍ତ୍ତି ଉତ୍ସବ ମନାଉଛନ୍ତି । ଜୀବନ୍ତ ଲୋକତନ୍ତ୍ର ଏବଂ ଅଗ୍ରଣୀ ଅର୍ଥବ୍ୟବସ୍ଥା ରୂପରେ ଆମେ, ବ୍ୟାପାର, ପ୍ରାଦ୍ୟୋଗିକୀ, ନାବାଚାର, ସ୍ଥିରତା, ବିନିର୍ମାଣ ଏବଂ ଗତିଶୀଳତାରେ ପରସ୍ପର ଲାଭପ୍ରଦ ସହଯୋଗ କୁ ବୃଦ୍ଧି କରିବାର ଅପାର ସମ୍ଭାବନା ଦେଖୁଛୁ’ ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି;
“ଜର୍ମାନୀର ବିଦେଶମନ୍ତ୍ରୀ ଜୋହାନ ୱାଡେଫୁଲଙ୍କୁ ସାକ୍ଷାତ କରି ଖୁସି ହେଲି । ଭାରତ ଏବଂ ଜର୍ମାନୀ ନିଜ ରଣନୀତିକ ସହଭାଗିତାର ୨୫ ବର୍ଷ ପୂର୍ତ୍ତି ଉତ୍ସବ ମନାଉଛନ୍ତି । ଜୀବନ୍ତ ଲୋକତନ୍ତ୍ର ଏବଂ ଅଗ୍ରଣୀ ଅର୍ଥବ୍ୟବସ୍ଥା ରୂପରେ ଆମେ, ବ୍ୟାପାର, ପ୍ରାଦ୍ୟୋଗିକୀ, ନାବାଚାର, ସ୍ଥିରତା, ବିନିର୍ମାଣ ଏବଂ ଗତିଶୀଳତାରେ ପରସ୍ପର ଲାଭପ୍ରଦ ସହଯୋଗ କୁ ବୃଦ୍ଧି କରିବାର ଅପାର ସମ୍ଭାବନା ଦେଖୁଛୁ । ଆମେ ବହୁଧ୍ରୁବୀୟ ବିଶ୍ୱ, ଶାନ୍ତି ଏବଂ ସଂଯୁକ୍ତ ରାଷ୍ଟ୍ର ସୁଧାର ପାଇଁ ଦୃଷ୍ଟିକୋଣ ବିନିମୟ କରୁଛୁ । ମୁଁ ଜର୍ମାନୀ ଚାନସେଲରଙ୍କୁ ଶୀଘ୍ର ଭାରତ ଆସିବାକୁ ନିମନ୍ତ୍ରଣ ଦୋହରାଉଛି” ।
Delighted to meet German Foreign Minister Johann Wadephul. India and Germany are celebrating 25 years of Strategic Partnership. As vibrant democracies and leading economies, we see immense potential to scale up mutually beneficial cooperation in trade, technology, innovation,… https://t.co/pybgsjeo3R
— Narendra Modi (@narendramodi) September 3, 2025


