ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନୀ ଆଲବାନିଜ ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜି୨୦ ନେତାଙ୍କ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି । ୨୦୨୦ରେ ସମ୍ପର୍କକୁ ବ୍ୟାପକ ରଣନୈତିକ ସହଭାଗୀତା ସ୍ତରରେ ପହଞ୍ଚାଇବା ପରେ, ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ଗଭୀରତା ଏବଂ ବିବିଧତା ଉପରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଛନ୍ତି । ସମ୍ପ୍ରତି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତି ସମବେଦନା ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଆଲବାନିଜ ଭାରତ ପ୍ରତି ତାଙ୍କର ଏକତା ଭାବନା ପ୍ରକାଶ କରିଛନ୍ତି । ଦୁଇ ନେତା ଆତଙ୍କବାଦ ବିରୁଦ୍ଧରେ ବିଶ୍ୱସ୍ତରୀୟ ଲଢ଼େଇକୁ ଅଧିକ ସଶକ୍ତ କରିବା ପାଇଁ ନିଜର ପ୍ରତିବଦ୍ଧା ଦୋହରାଇଥିଲେ ।

 

ଦୁଇ ନେତା ରାଜନୈତିକ ଏବଂ ରଣନୈତିକ, ପ୍ରତିରକ୍ଷା ଏବଂ ସୁରକ୍ଷା, ଶକ୍ତି, ବାଣିଜ୍ୟ ଏବଂ ନିବେଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରଯୁକ୍ତିବିଦ୍ୟା, ଗତିଶୀଳତା, ଶିକ୍ଷା ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନା କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।

ଉଭୟ ନେତା ସ୍ୱୀକାର କରିଛନ୍ତି ଯେ, ଉଚ୍ଚସ୍ତରୀୟ ସମ୍ପର୍କର ନିରନ୍ତରତା ଦ୍ୱିପାକ୍ଷିକ ସମ୍ପର୍କକୁ ଗତିଶୀଳତା ପ୍ରଦାନ କରିଛି । ଭାରତ-ଅଷ୍ଟ୍ରେଲିଆ ବ୍ୟାପାକ ରଣନୈତିକ ସହଭାଗୀତାକୁ ଆହୁରି ଶୀର୍ଷକୁ ନେବା ପାଇଁ ଦୁଇ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
A Milestone in Financial Inclusion: The Success Story of PMSBY

Media Coverage

A Milestone in Financial Inclusion: The Success Story of PMSBY
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 9, 2026
May 09, 2026

Citizens Celebrate India’s Civilisational & Economic Awakening Under PM Narendra Modi