ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲବର୍ଟାର କାନାନାସ୍କିସ୍‌ରେ ଜି୭ ଶିଖର ସମ୍ମିଳନୀ ଅବସରେରେ କାନାଡାର ପ୍ରଧାନମନ୍ତ୍ରୀ ଶ୍ରୀ ମାର୍କ କାର୍ନିଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି ।

ନିକଟରେ କାନାଡାରେ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କାର୍ନି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ଆଲୋଚନା । ଏହି ବୈଠକ ଉଭୟ ପକ୍ଷକୁ ଭାରତ-କାନାଡା ସମ୍ପର୍କର ସ୍ଥିତି ଏବଂ ଆଗାମୀ ମାର୍ଗ ଉପରେ ସ୍ପଷ୍ଟ ଏବଂ ଦୂରଦୃଷଟିପୂର୍ଣ୍ଣ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଥିଲା ।

ଉଭୟ ନେତା ଭାରତ-କାନାଡା ସମ୍ପର୍କର ଗୁରୁତ୍ୱକୁ ପୁନଃନିଶ୍ଚିତ କରିଥିଲେ, ଯାହା ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର ଶାସନ ପ୍ରତି ସମ୍ମାନ ଏବଂ ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ନୀତିକୁ ବଜାୟ ରଖିବାର ପ୍ରତିବଦଦ୍ଧତା ଉପରେ ଆଧାରିତ । ସେମାନେ ଚିନ୍ତା ଓ ସମ୍ବେଦନଶୀଳତା ପ୍ରତି ପାରସ୍ପରିକ ସମ୍ମାନ, ଦୃଢ଼ ଲୋକ ସମ୍ପର୍କ ଏବଂ ବର୍ଦ୍ଧିତ ଆର୍ଥିକ ପରିପୂରକତା ଉପରେ ଆଧାରିତ ଏକ ଗଠନମୂଳକ ଏବଂ ସନ୍ତୁଳିତ ସହଭାଗିତା ଅନୁସରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ପକ୍ଷ ପରସ୍ପରର ରାଜଧାନୀକୁ ହାଇକମିଶନଙ୍କ ଶୀଘ୍ର ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସମ୍ପର୍କରେ ସ୍ଥିରତା ଫେରାଇ ଆଣିବା ପାଇଁ ଏକ ସ୍ଥିର ଏବଂ ଗଠନମୂଳକ ପଦକ୍ଷେପ ନେବାକୁ ଦୁଇ ନେତା ସହମତ ହୋଇଥିଲେ ।

ବିଶ୍ୱାସ ଏବଂ ପୁନଃନିର୍ମାଣ ତଥା ସମ୍ପର୍କରେ ଗତି ଆଣିବା ପାଇଁ ବିଭିନ୍ନ କ୍ଷେତ୍ରରେ ବରିଷ୍ଠ ମନ୍ତ୍ରୀ ତଥା କାର୍ଯ୍ୟକାରୀ ସ୍ତରୀୟ ଆଲୋଚନା ପୁଣି ଆରମ୍ଭ କରିବାର ଗୁରୁତ୍ୱ ଉପରେ ଦୁଇ ନେତା ଜୋର୍ ଦେଇଥିଲେ ।

ଏଥିସହ ଦୁଇ ନେତା ସ୍ୱଚ୍ଛ ଶକ୍ତି, ଡିଜିଟାଲ୍ ପରିବର୍ତ୍ତନ, କୃତ୍ତ୍ରିମ ବୁଦ୍ଧିମତ୍ତା, ଏଲ୍‌ଏନ୍‌ଜି, ଖାଦ୍ୟ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଉଚ୍ଚଶିକ୍ଷା, ଗତିଶୀଳତା ଏବଂ ଯୋଗାଣ ଶଙ୍ଖଳ ସ୍ଥିରତା ଭଳି କ୍ଷେତ୍ରରେ ଭବିଷ୍ୟତର ସହଯୋଗ ପାଇଁ ସୁଯୋଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏକ ମୁକ୍ତ ଏବଂ ଖୋଲା ହିନ୍ଦ-ପ୍ରଶାନ୍ତକୁ ପ୍ରୋତ୍ସାହିତ କରିବାକୁ ଦୁଇ ପୁଣି ଆଗ୍ରହ ଦେଖାଇଥିଲେ । ଏକ ବ୍ୟାପକ ଆର୍ଥିକ ସହଭାଗିତା ଚୁକ୍ତି (ସିଇପିଏ) ପାଇଁ ପଥ ପ୍ରଶସ୍ତ କରିବା ଉଦ୍ଦେଶ୍ୟରେ ପ୍ରାରମ୍ଭିକ ପ୍ରଗତି ବାଣିଜ୍ୟ ଚୁକ୍ତି (ଇପିଟିଏ) ଉପରେ ଅଟକି ରହିଥିବା ଆଲୋଚନାକୁ ପୁଣି ଆରମ୍ଭ କରିବାର ଗୁରୁତ୍ୱ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେମାନେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ଦେବାକୁ ସହମତ ହୋଇଥିଲେ ।

ଉଭୟ ନେତା ଜି୭ ବୈଠକରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ସମ୍ପର୍କରେ ସ୍ୱୀକାରୋକ୍ତି ଦୋହରାଇଥିଲେ । ଏହାଛଡା ଜଳବାୟୁ କାର୍ଯ୍ୟକାରୀ, ସମାବେଶୀ ଅଭିବୃଦ୍ଧି ଏବଂ ସ୍ଥାୟୀ ବିକାଶ ଭଳି ବିଶ୍ୱସ୍ତରୀୟ ପ୍ରାଥମିକତା ଉପରେ ଗଠନମୂଳକ ଭାବରେ ଏକାଠି କାମ କରିବାର ଉଭୟ ପକ୍ଷର ଇଚ୍ଛାକୁ ସ୍ୱୀକାର କରିଥିଲେ ।

ନେତାମାନେ ଦୁଇ ଦେଶ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିବା ସହ ଉଭୟ ଦେଶର ଲାଭ ପାଇଁ ଏହି ଜୀବନ୍ତ ସେତୁକୁ ବ୍ୟବହାର କରିବାକୁ ରାଜି ହୋଇଥିଲେ ।

ଦୁଇ ନେତା ପରସ୍ପର ସହ ସମ୍ପର୍କରେ ରହିବାକୁ ସହମତ ହୋଇଥିଲେ ଏବଂ ଖୁବ୍‌ଶୀଘ୍ର ସାକ୍ଷାତ କରିବାକୁ ଆଶାବ୍ୟକ୍ତ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s exports hit $43.56 billion in April as shipments record double-digit growth

Media Coverage

India’s exports hit $43.56 billion in April as shipments record double-digit growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.