ଜାଗ୍ରେବଠାରେ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାକୁ ଆଧାର କରି ଦୁଇ ଦେଶ ଭିତରେ ସମ୍ପର୍କ ମଜଭୂତ ରହିଥିବା ଦୁଇ ନେତା କହିଛନ୍ତି । ପ୍ରତିରକ୍ଷା, ଷ୍ଟାର୍ଟଅପ, କ୍ରୀଡା, ଆବିଷ୍କାର ପରି କ୍ଷେତ୍ରରେ ପୁଞ୍ଜି ନିବେଶର ରହିଥିବା ସୁଯୋଗକୁ ଗୁରୁତ୍ୱ ଦେବାକୁ ଦୁଇ ନେତା ରାଜି ହୋଇଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଲଢେଇ ବେଳେ ଭାରତ ସହ କ୍ରୋଏସିଆ ଛିଡା ହୋଇଥିବାରୁ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦୁଇ ଦେଶ ଭିତରେ ରହିିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମନେପକାଇ ଦୁଇ ନେତା ପାରସ୍ପରିକ ବୁଝାମଣା କାଏମ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

 

ବିଭିନ୍ନ ଆଂଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଦୁଇ ନେତା ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଭାରତ ଓ ୟୁରୋପ ଭିତରେ ରହିଥିବା ସମ୍ପର୍କ ଆହୁରି ମଜଭୂତ ହୋଇ ଆଗାମୀ ଦିନରେ ଭାରତ-କ୍ରୋଏସିଆ ସମ୍ପର୍କ ଆହୁରି ସୁଦୃଢ ହେବ ବୋଲି ଦୁଇ ନେତା ସହମତି ପ୍ରକାଶ କରିଛନ୍ତି । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation

Media Coverage

Vikas Bhi, Virasat Bhi: How JATAN, AI and Digital Archives are revolutionising India’s cultural heritage preservation
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 09, 2026
August 09, 2026

Vikas Bhi, Virasat Bhi: PM Modi’s Blueprint for a Rooted Yet Future-Ready Bharat