ପରମପୂଜ୍ୟ ପୋପ୍ ଫ୍ରାନ୍ସିସ୍ ଶନିବାର, ୩୦ ଅକ୍ଟୋବର ୨୦୨୧ରେ ଭାଟିକାନ ସିଟିର ଆପୋଷ୍ଟୋଲିକ ପ୍ୟାଲେସ ଠାରେ ସୀମିତସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି।

ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ପୋପଙ୍କୁ ସାକ୍ଷାତ କରିଛନ୍ତି। ଏଥିପୂର୍ବରୁ, 2000 ମସିହା ଜୁନ ମାସରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଭାଟିକାନ ସିଟି ପରିଦର୍ଶନ କରିବା ସହିତ ତତ୍କାଳୀନ ପୋପ ପରମପୂଜ୍ୟ ଜନ ପଲ୍ ଦ୍ୱିତୀୟଙ୍କୁ ସାକ୍ଷାତ କରିଥିଲେ। ୧୯୪୮ରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଭାରତ ଏବଂ ଭାଟିକାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି। ଏସିଆର ସର୍ବାଧିକ କ୍ୟାଥଲିକ ଧର୍ମାବଲମ୍ବୀ ଲୋକ ଭାରତରେ ରହିଛନ୍ତି।

ଆଜିର ସାକ୍ଷାତ ସମୟରେ ଦୁଇ ନେତା କୋଭିଡ-୧୯ ମହାମାରୀ ଏବଂ ସାରା ବିଶ୍ୱ ଉପରେ ଏହାର ପରିଣାମ ସମ୍ପର୍କରେ ଆଲୋଚନା କରିଥିଲେ। ଜଳବାୟୁ ପରିବର୍ତ୍ତନ କାରଣରୁ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ମଧ୍ୟ ସେମାନେ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା ମହତ୍ୱାକାଂକ୍ଷୀ ପଦକ୍ଷେପ ଏବଂ ୧୦୦ କୋଟି କୋଭିଡ-୧୯ ଟିକା ଡୋଜ୍ ଦେବାରେ ଭାରତର ସଫଳତା ସମ୍ପର୍କରେ ପୋପ୍‌ଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ମହାମାରୀ ସମୟରେ ଅନ୍ୟ ରାଷ୍ଟ୍ରମାନଙ୍କୁ ଭାରତ ସହାୟତା କରିଥିବାରୁ ପରମପୂଜ୍ୟ ପୋପ୍ ପ୍ରଶଂସା କରିଥିଲେ।

 

ପ୍ରଧାନମନ୍ତ୍ରୀ ପରମପୂଜ୍ୟ ପୋପ ଫ୍ରାନ୍ସିସଙ୍କୁ ଯଥାଶୀଘ୍ର ଭାରତ ଆସିବା ଲାଗି ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ଆନନ୍ଦର ସହିତ ସ୍ୱୀକାର କରିଥିଲେ।

 

ପ୍ରଧାନମନ୍ତ୍ରୀ ମଧ୍ୟ ପରରାଷ୍ଟ୍ର ସଚିବ ମହାମହିମ କାର୍ଡିନାଲ ପିଏତ୍ରୋ ପାରୋଲିନଙ୍କୁ ସାକ୍ଷାତ କରିଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to brave soldiers on Kargil Vijay Diwas
July 26, 2026

Prime Minister Shri Narendra Modi today stated that on Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India.

The Prime Minister noted that their valour in the face of the most formidable conditions will forever remain a source of national pride. He observed that their unwavering patriotism and devotion to duty will continue to inspire generations.

In a post on X, the Prime Minister shared:

"On Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India. Their valour in the face of the most formidable conditions will forever remain a source of national pride. Their unwavering patriotism and devotion to duty will continue to inspire generations."