ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ରାଜକୁମାୀ ଆଷ୍ଟ୍ରିଡ ୨୦୨୫ ମାର୍ଚ୍ଚ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବେଲଜିଆନ ଇକୋନୋମିକ୍ ମିସନର ନେତୃତ୍ୱ ନେଇ ଭାରତ ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଭାରତରେ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ସ୍ୱାଗତ କରିବା ସହ ୩୦୦ ପ୍ରତିନିଧିଙ୍କର ଏକ ବୃହତ ଟିମର ନେତୃତ୍ୱ ନେବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଟିମ୍ ରେ ପ୍ରମୁଖ ଉଦ୍ୟୋଗପତି, ସରକାରୀ ଅଧିକାରୀ ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସାମିଲ ଅଛନ୍ତି ।
ଭାରତକୁ ରାଜକୁମାରୀ ଆଷ୍ଟ୍ରିଡ ଦ୍ୱିତୟଥର ଇକୋନୋମିକ୍ ମିସନର ନେତୃତ୍ୱ ନେଇ ଆସିଛନ୍ତି । ଏଥିରେ ଉର୍ଦ୍ଧ୍ୱମୁଖୀ ଥିବା ଭାରତ-ବେଲଗିୟମ ଆର୍ଥିକ ସମ୍ପର୍କକୁ ଗୁରୁତ୍ୱ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ଏବଂ ରାଜକୁମାରୀ ଆଷ୍ଟ୍ରିଡଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବାଣିଜ୍ୟ, ନିବେଶ, ଟେକ୍ନୋଲୋଜି, ପ୍ରତିରକ୍ଷା, ନବାଚାର, କ୍ଲିନ ଏନର୍ଜି, ମୌଳିକ ଭିତ୍ତିଭୂମି, କୃଷି, ଦକ୍ଷତା, ଏକାଡେମିକ ଏକ୍ସଚେଞ୍ଜ ଏବଂ ସାଂସ୍କୃତିକ ଓ ପାରସ୍ପରିକ ଜନସମ୍ପର୍କ ଇତ୍ୟାଦି ସାମିଲ ଅଛି ।
ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚ ପ୍ରଭାବୀ କ୍ଷେତ୍ର ଗୁଡ଼ିକରେ ଏକାଠି କାମ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ, ଯାହାକି ଆର୍ଥିକ ନମନୀୟତାକୁ ଦୃଢ଼ କରିବ, ନବାଚାର ଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ଉଭୟ ଦେଶର ଜନସାଧାରଣଙ୍କ ଫାଇଦା ପାଇଁ ଦ୍ୱିପାକ୍ଷିକ ସହଯୋଗକୁ ଦୃଢ଼ କରିବ ।
Pleased to meet HRH Princess Astrid of Belgium. Deeply appreciate her initiative to lead a 300-member Economic Mission to India. Look forward to unlocking limitless opportunities for our people through new partnerships in trade, technology, defence, agriculture, life sciences,… pic.twitter.com/Fjx0x44Vob
— Narendra Modi (@narendramodi) March 4, 2025


