୩୦୦ ପ୍ରତିନିଧିଙ୍କ ନେତୃତ୍ୱ ନେଇଥିବା ରାଜକୁମାରୀ ଆଷ୍ଟ୍ରିଡଙ୍କ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ଭାରତ ସହ ବେଲଜିୟମ ରାଜପରିବାର ଗଭୀର ସମ୍ପର୍କକୁ ମନେପକାଇଲେ ପ୍ରଧାନମନ୍ତ୍ରୀ
ବାଣିଜ୍ୟ, ନିବେଶ, ଟେକ୍ନୋଲୋଜି, ନବାଚାର, ପ୍ରତିରକ୍ଷା, କୃଷି, ଲାଇଫ ସାଇନ୍ସ, ମହାକାଶ, ସ୍କିଲିଂ ଆଦି କ୍ଷେତ୍ରରେ ବେଲଜିୟମ ସହ ପାରସ୍ପରିକ ଲାଭକରୀ ସହଭାଗିତା ପାଇଁ ଦୁଇ ନେତାଙ୍କ ପ୍ରତିବଦ୍ଧତା

ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ରାଜକୁମାୀ ଆଷ୍ଟ୍ରିଡ ୨୦୨୫ ମାର୍ଚ୍ଚ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବେଲଜିଆନ ଇକୋନୋମିକ୍ ମିସନର ନେତୃତ୍ୱ ନେଇ ଭାରତ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତରେ ରାଜକୁମାରୀ ଆଷ୍ଟ୍ରିଡଙ୍କୁ ସ୍ୱାଗତ କରିବା ସହ ୩୦୦ ପ୍ରତିନିଧିଙ୍କର ଏକ ବୃହତ ଟିମର ନେତୃତ୍ୱ ନେବା ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଟିମ୍ ରେ ପ୍ରମୁଖ ଉଦ୍ୟୋଗପତି, ସରକାରୀ ଅଧିକାରୀ ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିନିଧିମାନେ ସାମିଲ ଅଛନ୍ତି ।

ଭାରତକୁ ରାଜକୁମାରୀ ଆଷ୍ଟ୍ରିଡ ଦ୍ୱିତୟଥର ଇକୋନୋମିକ୍ ମିସନର ନେତୃତ୍ୱ ନେଇ ଆସିଛନ୍ତି । ଏଥିରେ ଉର୍ଦ୍ଧ୍ୱମୁଖୀ ଥିବା ଭାରତ-ବେଲଗିୟମ ଆର୍ଥିକ ସମ୍ପର୍କକୁ ଗୁରୁତ୍ୱ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଏବଂ ରାଜକୁମାରୀ ଆଷ୍ଟ୍ରିଡଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ବାଣିଜ୍ୟ, ନିବେଶ, ଟେକ୍ନୋଲୋଜି, ପ୍ରତିରକ୍ଷା, ନବାଚାର, କ୍ଲିନ ଏନର୍ଜି, ମୌଳିକ ଭିତ୍ତିଭୂମି, କୃଷି, ଦକ୍ଷତା, ଏକାଡେମିକ ଏକ୍ସଚେଞ୍ଜ ଏବଂ ସାଂସ୍କୃତିକ ଓ ପାରସ୍ପରିକ ଜନସମ୍ପର୍କ ଇତ୍ୟାଦି ସାମିଲ ଅଛି ।

ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚ ପ୍ରଭାବୀ କ୍ଷେତ୍ର ଗୁଡ଼ିକରେ ଏକାଠି କାମ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ, ଯାହାକି ଆର୍ଥିକ ନମନୀୟତାକୁ ଦୃଢ଼ କରିବ, ନବାଚାର ଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ଉଭୟ ଦେଶର ଜନସାଧାରଣଙ୍କ ଫାଇଦା ପାଇଁ ଦ୍ୱିପାକ୍ଷିକ ସହଯୋଗକୁ ଦୃଢ଼ କରିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
RBI Revises FY27 GDP Growth Forecast Up To 6.7%; Sees Indian Economy Staying Resilient

Media Coverage

RBI Revises FY27 GDP Growth Forecast Up To 6.7%; Sees Indian Economy Staying Resilient
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi shares Sanskrit Subhashitam recognizing Earth as the nurturing mother of all life
August 06, 2026

The Prime Minister, Shri Narendra Modi today shared Sanskrit Subhashitam emphasising that humanity may live in harmony with the Earth, as earth is the nurturing mother of all life and the moral order that sustains her should be respected.

The Prime Minister shared a Sanskrit verse-

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥

The Prime Minister posted on X:

विश्वस्वं मातरमोषधीनां ध्रुवां भूमिं पृथिवीं धर्मणा धृताम्।

शिवां स्योनामनु चरेम विश्वहा॥