ଭାରତରେ ଜାପାନର ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଭାରତରେ ବିକଶିତ ଜାପାନ ପ୍ଲସ୍ ବ୍ୟବସ୍ଥା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ଭାରତର ପ୍ରଶାସନ ନୀତି ଦ୍ୱାରା ପରିଚାଳିତ ଏବଂ ସରକାର ଏକ ସ୍ୱଚ୍ଛ ଓ ଆକଳନଯୋଗ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ
ଭାରତର ଯୁବପିଢ଼ି, କୁଶଳୀ ଶ୍ରମଶକ୍ତି ଏବଂ ସ୍ୱଳ୍ପ ବ୍ୟୟରେ କାମ କରୁଥିବା ଶ୍ରମିକମାନେ ଏହାକୁ ଉତ୍ପାଦନ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି: ପ୍ରଧାନମନ୍ତ୍ରୀ
ଭାରତର ବିଶାଳ ବିବିଧତାକୁ ଦୃଷ୍ଟିରେ ରଖି ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ: ପ୍ରଧାନମନ୍ତ୍ରୀ
ବିକଶିତ ଭାରତ @2047ର ପରିକଳ୍ପନା ପ୍ରତି ସମର୍ଥନ ଓ ପ୍ରତିବଦ୍ଧତା ବ୍ୟକ୍ତ କଲା ପ୍ରତିନିଧି ଦଳ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଦିଲ୍ଲୀର 7 ଲୋକ କଲ୍ୟାଣ ମାର୍ଗଠାରେ କେଇଜାଇ ଦୋୟୁକାଇ(ଜାପାନ ଆସୋସିଏସନ ଅଫ୍ କର୍ପୋରେଟ୍ ଏକଜିକ୍ୟୁଟିଭ୍)ର ଅଧ୍ୟକ୍ଷ ଶ୍ରୀ ତାକେଶି ନିନାମୀଙ୍କ ନେତୃତ୍ୱରେ ଏହାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପ୍ରତିନିଧି ଦଳ ଏବଂ ଅନ୍ୟ ୨୦ ଜଣ ବ୍ୟବସାୟିକ ପ୍ରତିନିଧିଙ୍କୁ ସାକ୍ଷାତ କରିଛନ୍ତି । ଭାରତ ଏବଂ ଜାପାନ ମଧ୍ୟରେ ଆର୍ଥିକ ସହଯୋଗକୁ ଗଭୀର କରିବା ସକାଶେ ସେମାନଙ୍କ ମତାମତ ଏବଂ ବିଚାର ଶୁଣିବା ଏହି ସାକ୍ଷାତ ବୈଠକର ଉଦ୍ଦେଶ୍ୟ ଥିଲା। ଏହି ଆଲୋଚନାରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁଦୃଢ଼ କରିବା, ନିବେଶ ସୁଯୋଗ ବୃଦ୍ଧି କରିବା ଏବଂ କୃଷି, ସାମୁଦ୍ରିକ ଉତ୍ପାଦ, ମହାକାଶ, ପ୍ରତିରକ୍ଷା, ବୀମା, ପ୍ରଯୁକ୍ତି, ଭିତ୍ତିଭୂମି, ବେସାମରିକ ବିମାନ ଚଳାଚଳ, ସ୍ୱଚ୍ଛ ଶକ୍ତି, ଆଣବିକ ଶକ୍ତି ଏବଂ ଏମଏସଏମଇ ଭାଗିଦାରୀ ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ଦେବା ଭଳି ପ୍ରସଙ୍ଗ ସାମିଲ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଜାପାନ ସ୍ୱତନ୍ତ୍ର ରଣନୀତିକ ଏବଂ ବିଶ୍ୱସ୍ତରୀୟ ଭାଗିଦାରୀ ଉପରେ ଆଲୋକପାତ କରିଥିଲେ ଏବଂ ବ୍ୟବସାୟ ଅନୁକୂଳ ପରିବେଶ ପ୍ରଦାନ କରିବା ଲାଗି ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ। ଭାରତରେ ଜାପାନର ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ଭାରତରେ ବିକଶିତ ଜାପାନ ପ୍ଲସ୍ ବ୍ୟବସ୍ଥା ଉପରେ ସେ ଆଲୋକପାତ କରିଥିଲେ। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ ନିବେଶକମାନଙ୍କ ପାଇଁ କୌଣସି ଅସ୍ପଷ୍ଟତା କିମ୍ବା ଦ୍ୱିଧା ରହିବା ଉଚିତ ନୁହେଁ। ଭାରତରେ ପ୍ରଶାସନ ନୀତି ଦ୍ୱାରା ପରିଚାଳିତ ଏବଂ ସରକାର ଏକ ସ୍ୱଚ୍ଛ ଓ ଆକଳନଯୋଗ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀ ଦେଶରେ ବିମାନ ଚଳାଚଳ କ୍ଷେତ୍ରର ବିପୁଳ ଅଭିବୃଦ୍ଧି ବିଷୟରେ କହିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ନୂତନ ବିମାନ ବନ୍ଦର ନିର୍ମାଣ ଏବଂ ଲଜିଷ୍ଟିକ୍ସ ସାମର୍ଥ୍ୟର ସମ୍ପ୍ରସାରଣ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ଦିଗରେ ମଧ୍ୟ ଭାରତ କାର୍ଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବିଶାଳ ବିବିଧତାକୁ ଦୃଷ୍ଟିରେ ରଖି ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ସହିତ ସହଯୋଗର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ ଏବଂ ସେମାନଙ୍କୁ ଭାରତ ସହିତ ସହଭାଗୀ ହେବାକୁ ଉତ୍ସାହିତ କରିଥିଲେ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଜୈବ ଇନ୍ଧନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଏକ ମିଶନର ଶୁଭାରମ୍ଭ କରି ଭାରତ ସବୁଜ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରୁଛି। ସେ କହିଥିଲେ ଯେ ବିଶେଷ କରି କୃଷି କ୍ଷେତ୍ର ଜୈବ ଇନ୍ଧନ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ସଂଯୋଜନ ଭାବେ ଲାଭବାନ ହେବ।

ପ୍ରଧାନମନ୍ତ୍ରୀ ବୀମା କ୍ଷେତ୍ରକୁ ଉନ୍ମୁକ୍ତ କରିବା ଏବଂ ମହାକାଶ ଓ ଆଣବିକ ଶକ୍ତି ଭଳି ଅତ୍ୟାଧୁନିକ କ୍ଷେତ୍ରରେ ସୁଯୋଗ ବୃଦ୍ଧି ବିଷୟରେ ଆଲୋଚନା କରିଥିଲେ। ଜାପାନର ବରିଷ୍ଠ ବ୍ୟବସାୟୀ ନେତାମାନଙ୍କୁ ନେଇ ଗଠିତ କେଇଜାଇ ଦୋୟୁକାଇ ପ୍ରତିନିଧି ଦଳ ଭାରତ ପାଇଁ ସେମାନଙ୍କର ଯୋଜନା ବିଷୟରେ ଅବଗତ କରାଇଥିଲେ।

ମାନବ ସମ୍ବଳ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ଥିବା ସହଭାଗୀ ସମ୍ଭାବନାର ଉପଯୋଗ କରିବା ଲାଗି ମଧ୍ୟ ସେମାନେ ଆଗ୍ରହ ପ୍ରକାଶ କରିଥିଲେ। ଉଭୟ ପକ୍ଷ ଭବିଷ୍ୟତର ସହଯୋଗକୁ ନେଇ ଆଶା ବ୍ୟକ୍ତ କରିଥିଲେ ଏବଂ ଆଗାମୀ ବର୍ଷଗୁଡ଼ିକରେ ବ୍ୟବସାୟ ଓ ନିବେଶ ସମ୍ପର୍କକୁ ଗଭୀର କରିବା ଲାଗି ଆଶା ବ୍ୟକ୍ତ କରିଥିଲେ।

ସନଟୋରୀ ହୋଲ୍ଡିଂସ ଲିମିଟେଡର ପ୍ରତିନିଧି ନିର୍ଦ୍ଦେଶକ, ସଭାପତି ତଥା ସିଇଓ ଶ୍ରୀ ନିନାମି ତାକେଶୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଓ ଜାପାନ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଭାରତରେ ନିବେଶ କରିବା ଲାଗି ଜାପାନ ପାଇଁ ସେ ବିପୁଳ ସୁଯୋଗ ଦେଖୁଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦ ୱାର୍ଲ୍ଡ’ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏନଇସି କର୍ପୋରେସନର କର୍ପୋରେଟ ବରିଷ୍ଠ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ମୁଖ୍ୟ ସରକାରୀ ବ୍ୟାପାର ଅଧିକାରୀ, ତନାକା ଶିଗେହିରୋ ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ପୁଞ୍ଜି ବିନିଯୋଗ କରିବା ପାଇଁ ଜାପାନୀ ଶିଳ୍ପ ପାଇଁ ତାଙ୍କର ଦୂରଦୃଷ୍ଟି ଏବଂ ଆଶା ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି।

ଏନଇସି କର୍ପୋରେସନର କର୍ପୋରେଟ ବରିଷ୍ଠ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ମୁଖ୍ୟ ସରକାରୀ ବ୍ୟାପାର ଅଧିକାରୀ, ତନାକା ଶିଗେହିରୋ ମନ୍ତବ୍ୟ ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ପୁଞ୍ଜି ବିନିଯୋଗ କରିବା ପାଇଁ ଜାପାନୀ ଶିଳ୍ପ ପାଇଁ ତାଙ୍କର ଦୂରଦୃଷ୍ଟି ଏବଂ ଆଶା ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
West Asia conflict: 59 India-bound vessels transited Hormuz since war

Media Coverage

West Asia conflict: 59 India-bound vessels transited Hormuz since war
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 22, 2026
July 22, 2026

From Scholarships to Homes to High-Speed Rail: Inclusive Growth Under PM Modi’s Leadership