PM Modi meets 24 member delegation from Jammu & Kashmir’s Apni Party
PM calls for Janbhagidari in transforming Jammu & Kashmir, emphasizes on importance of administration that gives voice to the people
Youth should act as catalytic agents for the development of Jammu & Kashmir: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀ ଅଲତାଫ ବୁଖାରୀଙ୍କ ନେତୃତ୍ଵରେ ଆସିଥିବା ଜମ୍ମୁ-କଶ୍ମୀର ଆପନୀ ପାର୍ଟିର ଏକ 24ଜଣିଆ ପ୍ରତିନିଧି ଦଳ ସହ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ଅନୁଷ୍ଠିତ ଆଲୋଚନାରେ ପ୍ରଧାନମନ୍ତ୍ରୀ ଜମ୍ମୁ-କଶ୍ମୀରର ପରିବର୍ତ୍ତନ ପାଇଁ ଜନଭାଗିଦାରୀ ନିମନ୍ତେ ଆହ୍ଵାନ କରିଥିଲେ ଏବଂ ଲୋକଙ୍କ ସ୍ଵରକୁ ଶୁଣୁଥିବା ଏକ ପ୍ରଶାସନ ପାଇଁ ଗୁରୁତ୍ଵାରୋପ କରିଥିଲେ । ରାଜନୈତିକ ଏକୀକରଣ ଜରିଆରେ ଏହି କ୍ଷେତ୍ରରେ ଗଣତନ୍ତ୍ର ସୁଦୃଢ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଯୁବ ସଶକ୍ତିକରଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜମ୍ମୁ-କଶ୍ମୀରର ଯୁବକମାନେ ବିକାଶର ପ୍ରତିନିଧି ସାଜିବା ଆବଶ୍ୟକ । ଜମ୍ମୁ-କଶ୍ମୀରର ସାମଗ୍ରିକ ପରିବର୍ତ୍ତନ ନିମନ୍ତେ ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଓ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ ।

ଭିତ୍ତିଭୂମି ବିକାଶ ଉପରେ ବ୍ୟାପକ ଗୁରୁତ୍ଵ ପ୍ରଦାନ କରିବା ସହିତ ପର୍ଯ୍ୟଟନ ଭଳି କ୍ଷେତ୍ରରେ ନୂଆ ନିବେଶ ସମ୍ଭାବନା ସୃଷ୍ଟି କରିବା ଜରିଆରେ କ୍ଷେତ୍ରର ଅର୍ଥନୈତିକ ବିକାଶ ପ୍ରତି ସରକାର ସମର୍ପିତ ବୋଲି ଏହି ପ୍ରତିନିଧି ଦଳକୁ ପ୍ରଧାନମନ୍ତ୍ରୀ ଆଶ୍ଵାସନା ଦେଇଥିଲେ । ଜମ୍ମୁ-କଶ୍ମୀରର ସମସ୍ତ ସମସ୍ୟାର ସମାଧାନ ଲାଗି ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ପ୍ରତିନିଧି ଦଳ ସହିତ ଜନସାଂକ୍ଷିକ ପରିବର୍ତ୍ତନ, ସୀମା ନିର୍ଦ୍ଧାରଣ ଏବଂ ରାଜ୍ୟ ବାସସ୍ଥାନ ଅନୁମତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଯଥାଶୀଘ୍ର ସମ୍ଭବ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ଲାଗି ସମାଜର ସବୁ ବର୍ଗଙ୍କ ସହିତ ସରକାର କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ ରେଖାପାତ କରିଥିଲେ । ଏନେଇ ସଂସଦରେ ସେ ଦେଇଥିବା ବିବୃତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଆପନୀ ପାର୍ଟିର ସଭାପତି ଶ୍ରୀ ଅଲତାଫ ବୁଖାରୀ ଉଲ୍ଲେଖ କରିଥିଲେ ଯେ, 5 ଅଗଷ୍ଟ 2019ରେ ଧାରା 370 ଉଚ୍ଛେଦ ଲାଗି ଯେତେବେଳେ ନିଷ୍ପତ୍ତି ନିଆଗଲା ତାହା ଜମ୍ମୁ-କଶ୍ମୀର ପାଇଁ ଏକ ଐତିହାସିକ ମୂହୁର୍ତ୍ତ ଥିଲା ।

ଜମ୍ମୁ-କଶ୍ମୀରର ବିକାଶ ପାଇଁ ଅସୀମିତ ସମର୍ଥନ ଓ ଅବିରାମ ପ୍ରୟାସ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରତିନିଧି ଦଳ ଧନ୍ୟବାଦ ଜଣାଇଥିଲେ । ଏହି କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଦିଗରେ ସରକାର, ସୁରକ୍ଷା ଏଜେନ୍ସି ଓ ଜମ୍ମୁ-କଶ୍ମୀରର ଲୋକମାନଙ୍କ ଉଦ୍ୟମକୁ ସେମାନେ ମଧ୍ୟ ପ୍ରଶଂସା କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sagar Bandhu: India provides assistance to restore road connectivity in cyclone-hit Sri Lanka

Media Coverage

Operation Sagar Bandhu: India provides assistance to restore road connectivity in cyclone-hit Sri Lanka
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 5, 2025
December 05, 2025

Unbreakable Bonds, Unstoppable Growth: PM Modi's Diplomacy Delivers Jobs, Rails, and Russian Billions