ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୁଷ୍ମାନ ଭାରତ ଯୋଜନା ୭ ବର୍ଷ ପୂର୍ଣ୍ଣ ଅବସରରେ ଆଜି ଏହା ପୁଣି ସ୍ପଷ୍ଟ କରିଛନ୍ତି କି; ଏହି ଯୋଜନା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାମର୍ଥ୍ୟ, ବିତ୍ତୀୟ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରି ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାକୁ ସୁନିଶ୍ଚିତ କରିଛି ।
ମାଇଁ ଗଭ ଇଣ୍ଡିଆ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଆୟୁଷ୍ମାନ ଭାରତର ୭ ବର୍ଷ ପୂର୍ଣ୍ଣ ହେଉଛି! ଏହା ଏଭଳି ଏକ ପଦକ୍ଷେପ ଥିଲା ଯାହା ଭବିଷ୍ୟତର ଆବଶ୍ୟକତାକୁ ଆକଳନ କରିଥିଲା ଏବଂ ଲୋକଙ୍କ ପାଇଁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସହଜଲବ୍ଧ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଏହା କାରଣରୁ ଭାରତ ସାର୍ବଜନୀକ ସ୍ୱାସ୍ଥ୍ୟ ସେବାରେ କ୍ରାନ୍ତିର ସାକ୍ଷୀ ହୋଇପାରୁଛି । ଏହି ଯୋଜନା ହିତାଧିକାରୀମାନଙ୍କ ପାଇଁ ବିତ୍ତୀୟ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିଛି । ଭାରତ ଏହା ଦେଖାଇପାରିଛି କି କିପରି ଏହାର ବିସ୍ତାର, କରୁଣା ଏବଂ ପ୍ରଯୁକ୍ତିଗତ ମାନବ ସଶକ୍ତିକରଣକୁ ଅଧିକ ଆଗକୁ ବଢ଼ାଇପାରିବ ।”
Today we mark #7YearsOfAyushmanBharat! This was an initiative that anticipated the needs of the future and focussed on ensuring top quality as well as affordable healthcare for people. Thanks to it, India is witnessing a revolution in public healthcare. It has ensured financial… https://t.co/ys5oc9QnXf
— Narendra Modi (@narendramodi) September 23, 2025


