Received numerous letters and messages primarily focused on two topics: Chandrayaan-3's successful landing and the successful hosting of the G-20 in Delhi: PM
Bharat Mandapam has turned out to be a celebrity in itself. People are taking selfies with it and also posting them with pride: PM Modi
India-Middle East-Europe Economic Corridor is going to become the basis of world trade for hundreds of years to come: PM Modi
The fascination towards India has risen a lot in the last few years and after the successful organisation of G20: PM Modi
Santiniketan and the Hoysala temples of Karnataka have been declared world heritage sites: PM Modi
During the last few years, in the country, a commendable rise has been observed in the numbers of lions, tigers, leopards and elephants: PM Modi

ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି: ପ୍ରଧାନମନ୍ତ୍ରୀ

 

ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍‌’ର ଆଉ ଏକ ଅଧ୍ୟାୟରେ ଦେଶର ସଫଳତା, ଦେଶବାସୀଙ୍କ ସଫଳତା, ସେମାନଙ୍କ ପ୍ରେରଣାଦାୟୀ ଜୀବନଯାତ୍ରା ସମ୍ପର୍କରେ ଆପଣମାନଙ୍କ ସହ ଭାବବିନିମୟ କରିବାର ସୁଯୋଗ ମିଳିଛି । ବିଗତ ଦିନରେ ସବୁଠାରୁ ଅଧିକ ଚିଠି, ବାର୍ତ୍ତା ଆଦି ଯାହା ମୋତେ ମିଳିଛି, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ରିତ । ପ୍ରଥମ ପ୍ରସଙ୍ଗଟି ହେଲା ଚନ୍ଦ୍ରଯାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ପ୍ରସଙ୍ଗଟି ହେଲା ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ । ଦେଶର ପ୍ରତ୍ୟେକ ଭାଗରୁ ସମାଜର ପ୍ରତ୍ୟେକ ବର୍ଗରୁ, ସବୁ ବୟସର ଲୋକଙ୍କର ଅସଂଖ୍ୟ ଚିଠି ମୋତେ ମିଳିଛି । ଯେତେବେଳେ ଚନ୍ଦ୍ରଯାନ-୩ ର ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଥିଲା, ସେତେବେଳେ କୋଟି କୋଟି ଲୋକ ଭିନ୍ନ ଭିନ୍ନ ମାଧ୍ୟମରେ ଏହି ଘଟଣାର ପ୍ରତିଟି ମୁହୁର୍ତ୍ତର ସାକ୍ଷୀ ହେଉଥିଲେ । ଇସ୍ରୋର ୟୁ-ଟ୍ୟୁବ୍ ଲାଇଭ୍ ଚ୍ୟାନେଲ୍‌ରେ ୮୦ ଲକ୍ଷରୁ ଅଧିକ ଲୋକ ଏହି ଘଟଣାକୁ ଦେଖିଲେ, ଯାହା ଏକ ରେକର୍ଡ଼ । ଏଥିରୁ ଜଣାପଡ଼ୁଛି ଯେ, ଚନ୍ଦ୍ରଯାନ-୩ ସହ କୋଟି କୋଟି ଭାରତୀୟଙ୍କ କେତେ ଗଭୀର ଭାବାବେଗ ଜଡ଼ିତ ହୋଇରହିଛି । ଚନ୍ଦ୍ରଯାନର ଏହି ସଫଳତା ପରେ ଦେଶରେ ଏବେ ଗୋଟିଏ ସୁନ୍ଦର କୁଇଜ୍ ପ୍ରତିଯୋଗିତା ମଧ୍ୟ ଚାଲିଛି, ଯାହାକୁ ଚନ୍ଦ୍ରଯାନ-୩ ମହାକୁଇଜ୍ ନାମରେ ନାମିତ କରାଯାଇଛି । ମାଇ ଗଭ୍ ପୋର୍ଟାଲ୍‌ରେ ଚାଲିଥିବା ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଅଂଶଗ୍ରହଣ କରିସାରିଲେଣି । ମାଇ ଗଭ୍ ଆରମ୍ଭ ହେବାପରେ କୌଣସି କୁଇଜ୍ ପ୍ରତିଯୋଗିତାରେ ଏହା ସର୍ବାଧିକ ଅଂଶଗ୍ରହଣ । ଯଦି ଆପଣ ଏ ଯାଏଁ ଏଥିରେ ଅଂଶଗ୍ରହଣ କରିନାହାନ୍ତି, ତାହେଲେ ବିଳମ୍ବ ନ କରି ଏଥିରେ ଅଂଶଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଏଥିପାଇଁ ଆଉ ମାତ୍ର ଛଅ ଦିନ ସମୟ ଅଛି । ଏହି କୁଇଜ୍‌ରେ ନିଶ୍ଚୟ ଭାଗ ନିଅନ୍ତୁ ।

ମୋର ପରିବାରଜନ,

 ଚନ୍ଦ୍ରଯାନ-୩ ର ସଫଳତା ପରେ ଜି-୨୦ର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି । ଭାରତ ମଣ୍ଡପମ୍ ସ୍ୱୟଂ ପ୍ରସିଦ୍ଧି ଲାଭ କରିସାରିଛି । ଲୋକେ ଏହାସହିତ ସେଲ୍ଫି ଉଠାଉଛନ୍ତି ଏବଂ ଗର୍ବର ସହିତ ଏହାକୁ ପୋଷ୍ଟ ମଧ୍ୟ କରୁଛନ୍ତି । ଭାରତ ଏହି ସମ୍ମିଳନୀରେ ଆଫ୍ରିକାନ୍ ୟୁନିଅନ୍‌କୁ ଜି-୨୦ର ଏକ ପୂର୍ଣ୍ଣାଙ୍ଗ ସଦସ୍ୟ ରୂପେ ସାମିଲ କରାଇ ନିଜର ସଶକ୍ତ ନେତୃତ୍ୱର ପରିଚୟ ଦେଇଛି। ଆପଣମାନେ ଜାଣିଥିବେ, ଭାରତ ଯେତେବେଳେ ବହୁତ ସମୃଦ୍ଧ ଦେଶ ଥିଲା, ସେହି ଯୁଗରେ ଆମ ଦେଶ ଓ ବିଶ୍ୱରେ ସିଲ୍କ ରୁଟ୍ ବିଷୟରେ ବହୁତ ଆଲୋଚନା ହେଉଥିଲା । ଏହି ସିଲ୍କ ରୁଟ୍ ବ୍ୟବସାୟ ବାଣିଜ୍ୟର ବହୁତ ବଡ଼ ମାଧ୍ୟମ ଥିଲା । ଏବେ ଆଧୁନିକ ଯୁଗରେ ଭାରତ ଆଉ ଏକ ଇକନମିକ୍ କରିଡର୍ ସମ୍ପର୍କରେ ଜି-୨୦ରେ ପ୍ରସ୍ତାବ ଦେଇଛି । ଏହା ହେଉଛି ଇଣ୍ଡିଆ- ମିଡିଲ୍ ଇଷ୍ଟ – ୟୁରୋପ ଇକନମିକ୍ କରିଡର୍ । ଏହି କରିଡର୍ ଆଗାମୀ ଶହ ଶହ ବର୍ଷ ଧରି ବିଶ୍ୱ ବାଣିଜ୍ୟର ଆଧାର ହେବାକୁ ଯାଉଛି ଏବଂ ଇତିହାସ ଏହାକୁ ସର୍ବଦା ମନେ ରଖିବ ଯେ ଏହି କରିଡର୍ ର ସୂତ୍ରପାତ ଭାରତ ଭୂମିରେ ହୋଇଥିଲା ।

ବନ୍ଧୁଗଣ,

 ଜି-୨୦ ସମୟରେ ଭାରତର ଯୁବଶକ୍ତି ଯେଉଁଭଳି ଭାବରେ ଏହି ଆୟୋଜନ ସହ ଜଡ଼ିତ ହେଲେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିବାର ଆବଶ୍ୟକତା ରହିଛି । ବର୍ଷତମାମ ଦେଶର ଅନେକ ବିଶ୍ୱ ବିଦ୍ୟାଳୟମାନଙ୍କରେ ଜି-୨୦ ସମ୍ପର୍କିତ କାର୍ଯ୍ୟକ୍ରମମାନ ଆୟୋଜିତ ହେଲା । ଏବେ ଏହି କ୍ରମରେ ଦିଲ୍ଲୀରେ ଆଉ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଜି-୨୦ ୟୁନିଭର୍ସିଟି କନେକ୍ଟ ପ୍ରୋଗ୍ରାମ୍ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ଦେଶର ଲକ୍ଷ ଲକ୍ଷ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପରସ୍ପରର ସଂସ୍ପର୍ଶରେ ଆସିବେ । ଏଥିରେ ଆଇଆଇଟି, ଆଇଆଇଏମ୍‌, ଏନ୍‌ଆଇଟି ଏବଂ ମେଡିକାଲ୍ କଲେଜ୍ ଭଳି ଅନେକ ପ୍ରତିଷ୍ଠିତ ସଂସ୍ଥାନ ମଧ୍ୟ ଅଂଶଗ୍ରହଣ କରିବେ । ଯଦି ଆପଣ କଲେଜ୍ ଛାତ୍ର, ତାହେଲେ ୨୬ ସେପ୍ଟେମ୍ବର ଦିନ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ନିଶ୍ଚୟ ଦେଖିବେ, ଯଦି ସମ୍ଭବ ତା ହେଲେ ଏଥିରେ ଅଂଶଗ୍ରହଣ କରନ୍ତୁ ବୋଲି ମୁଁ ଅନୁରୋଧ କରୁଛି । ଭାରତର ଭବିଷ୍ୟତ, ଯୁବବର୍ଗର ଭବିଷ୍ୟତ ଉପରେ ଏଥିରେ ଅନେକ ଋଚିପୂର୍ଣ୍ଣ କଥା ରହିବ । ମୁଁ ନିଜେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେବି । ମୁଁ ମଧ୍ୟ ଆମ କଲେଜ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିବାକୁ ଉତ୍କଣ୍ଠିତ ।

ମୋର ପରିବାରଜନ, ଆଜିଠାରୁ ଦୁଇ ଦିନ ପରେ ସେପ୍ଟେମ୍ବର ୨୭ ତାରିଖ ଦିନ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବ । ପର୍ଯ୍ୟଟନକୁ କିଛି ଲୋକ କେବଳ ଭ୍ରମଣ ଭାବେ ଦେଖନ୍ତି, କିନ୍ତୁ ପର୍ଯ୍ୟଟନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରୋଜଗାର ସହିତ ଜଡ଼ିତ । କୁହାଯାଏ ଯେ, ସବୁଠାରୁ କମ ବିନିଯୋଗରେ ସର୍ବାଧିକ ରୋଜଗାର ଯଦି କୌଣସି କ୍ଷେତ୍ର ସୃଷ୍ଟି କରୁଥାଏ, ତାହା ହେଉଛି ପର୍ଯ୍ୟଟନ କ୍ଷେତ୍ର । ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଯେ କୌଣସି ଦେଶର ଭାବମୂର୍ତ୍ତି (ଗୁଡ୍‌ୱିଲ୍‌) ଏହା ପ୍ରତି ଆକର୍ଷଣ ସୃଷ୍ଟି କରିଥାଏ । ବିଗତ ବର୍ଷମାନଙ୍କରେ ଭାରତ ପ୍ରତି ଆକର୍ଷଣ ବହୁଳ ଭାବେ ବୃଦ୍ଧି ପାଇଛି । ଜି-୨୦ ର ସଫଳ ଆୟୋଜନ ପରେ ବିଶ୍ୱର ଲୋକଙ୍କ ଆଗ୍ରହ ଭାରତ ପ୍ରତି ବୃଦ୍ଧି ପାଇଛି ।

ବନ୍ଧୁଗଣ, ଜି-୨୦ ରେ ଏକ ଲକ୍ଷରୁ ଅଧିକ ପ୍ରତିନିଧି ଭାରତକୁ ଆସିଲେ । ସେମାନେ ଏଠାକାର ବିବିଧତା, ଭିନ୍ନ ଭିନ୍ନ ପରମ୍ପରା, ଭଳିକି ଭଳି ଖାଦ୍ୟପେୟ ଓ ଆମ ଐତିହ୍ୟ ସହ ପରିଚିତ ହେଲେ । ଏଠାକୁ ଆସିଥିବା ପ୍ରତିନିଧିମାନେ ନିଜ ସହ ଯେଉଁ ସୁନ୍ଦର ଅନୁଭୂତି ନେଇ ଯାଇଛନ୍ତି, ଏହାଦ୍ୱାରା ପର୍ଯ୍ୟଟନ ଆହୁରି ବୃଦ୍ଧି ପାଇବ । ଆପଣମାନେ ଜାଣିଛନ୍ତି ଯେ, ଭାରତରେ ଏକରୁ ବଳି ଆରେକ ୱାର୍ଲଡ଼ ହେରିଟେଜ୍ ସାଇଟ୍ ମଧ୍ୟ ରହିଛି ଏବଂ ଏହାର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କିଛିଦିନ ପୂର୍ବେ ଶାନ୍ତି ନିକେତନ ଏବଂ କର୍ଣ୍ଣାଟକର ପବିତ୍ର ହୋଏଶାଳା ମନ୍ଦିରକୁ ୱାର୍ଲଡ଼ ହେରିଟେଜ୍ ସାଇଟ୍ ଭାବେ ଘୋଷଣା କରାଯାଇଛି । ମୁଁ ଏହି ସୁନ୍ଦର ଉପଲବ୍ଧି ପାଇଁ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ ୨୦୧୮ ମସିହାରେ ଶାନ୍ତି ନିକେତନ ଯିବାର ସୁଯୋଗ ମିଳିଥିଲା । ଶାନ୍ତି ନିକେତନ ସହ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ଗଭୀର ସମ୍ପର୍କ ଥିଲା । ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ଶାନ୍ତି ନିକେତନର ମହାନ୍ ବାଣୀ ସଂସ୍କୃତର ଗୋଟିଏ ପ୍ରାଚୀନ ଶ୍ଳୋକରୁ ଗ୍ରହଣ କରିଥିଲେ । ସେହି ଶ୍ଳୋକଟି ହେଉଛି –

ଯତ୍ର ବିଶ୍ୱମ୍ ଭବତ୍ୟେକ ନୀଡ଼ମ୍‌

ଅର୍ଥାତ୍‌, ଯେଉଁଠି ଗୋଟିଏ ଛୋଟିଆ ବସାରେ ସାରା ସଂସାର ସମାହିତ ହୋଇପାରେ ।

କର୍ଣ୍ଣାଟକର ଯେଉଁ ହୋଏଶାଳା ମନ୍ଦିରକୁ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସୂଚୀରେ ସାମିଲ୍ କରିଛି ତାହା ତ୍ରୟୋଦଶ ଶତାବ୍ଦିର ସୁନ୍ଦର କାରୁକାର୍ଯ୍ୟ ପାଇଁ ସୁପ୍ରସିଦ୍ଧ । ୟୁନେସ୍କୋ ଦ୍ୱାରା ଏହି ମନ୍ଦିରକୁ ମାନ୍ୟତା ମିଳିବା ମନ୍ଦିର ନିର୍ମାଣର ଭାରତୀୟ ପରମ୍ପରାର ମଧ୍ୟ ସମ୍ମାନ ଅଟେ । ଭାରତରେ ଏବେ ସମୁଦାୟ ୱାର୍ଲ୍‌ଡ ହେରିଟେଜ୍ ପ୍ରପର୍ଟିର ମୋଟ ସଂଖ୍ୟା ୪୨ ହେଲାଣି । ଆମର ଅଧିକରୁ ଅଧିକ ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନଗୁଡ଼ିକ ପାଇଁ ୱାର୍ଲଡ ହେରିଟେଜ୍ ଭାବେ ମାନ୍ୟତା ପ୍ରାପ୍ତ କରିବା ପାଇଁ ଭାରତ ପ୍ରୟାସରତ । ଆପଣମାନେ ଯେ କୌଣସି ଜାଗାକୁ ବୁଲିବାକୁ ଯିବାକୁ ଯୋଜନା କରନ୍ତୁ, ସେଠାରେ ଭାରତର ବିବିଧତାର ଅବଲୋକନ କରିବାକୁ ଆପଣମାନଙ୍କୁ ମୋର ଅନୁରୋଧ । ଆପଣ ଭିନ୍ନ ଭିନ୍ନ ରାଜ୍ୟର ସଂସ୍କୃତି ସମ୍ପର୍କରେ ଜାଣନ୍ତୁ, ହେରିଟେଜ୍ ସାଇଟ୍ସଗୁଡ଼ିକୁ ଦେଖନ୍ତୁ । ଏହାଦ୍ୱାରା ଆପଣ ନିଜ ଦେଶର ଗୌରବପୂର୍ଣ୍ଣ ଇତିହାସ ସମ୍ପର୍କରେ ତା ଜାଣିବାକୁ ପାଇବେ, ଏହାଛଡ଼ା ଆପଣ ସ୍ଥାନୀୟ ଲୋକଙ୍କ ଆୟ ବୃଦ୍ଧିର ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବେ।

ମୋର ପରିବାରଜନ, ଭାରତୀୟ ସଂସ୍କୃତି ଏବଂ ଭାରତୀୟ ସଙ୍ଗୀତ ଏବେ ଗ୍ଲୋବାଲ୍ ହୋଇସାରିଛି । ସାରା ବିଶ୍ୱର ଲୋକଙ୍କ ଆଗ୍ରହ ଏଥିପ୍ରତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ଛୋଟ ଝିଅର ଏକ ସୁନ୍ଦର କୃତିର ଗୋଟିଏ ଛୋଟ ଅଡିଓ ଆପଣମାନଙ୍କୁ ଶୁଣାଉଛି . . .

### (MKB EP 105 AUDIO Byte 1)###

ଏହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଗଲେ ନା? କେତେ ମଧୁର ସ୍ୱର! ପ୍ରତ୍ୟେକ ଶବ୍ଦରେ ଯେଉଁ ଭାବ ଭରିରହିଛି ସେଥିରେ ଈଶ୍ୱରଙ୍କ ପ୍ରତି ତାଙ୍କର ଶ୍ରଦ୍ଧାକୁ ଆମେ ଅନୁଭବ କରିପାରିବା । ଯଦି ମୁଁ କହେ ଯେ, ଏହି ସୁମଧୁର ସ୍ୱର ହେଉଛି ଜର୍ମାନୀର ଜଣେ ଝିଅର, ତା’ହେଲେ ଆପଣ ଆହୁରି ଅଧିକ ଆଶ୍ଚର୍ଯ୍ୟାନ୍ୱିତ ହେବେ । ଏହି ଝିଅଙ୍କ ନାଁ ହେଉଛି କେସ୍ମି । ୨୧ ବର୍ଷୀୟ କେସ୍ମୀ ଆଜିକାଲି ଇନ୍‌ଷ୍ଟାଗ୍ରାମରେ ଖୁବ ଚହଳ ସୃଷ୍ଟି କରିଛନ୍ତି। ଜର୍ମାନୀରେ ବାସ କରୁଥିବା କେସ୍ମୀ କେବେହେଲେ ଭାରତକୁ ଆସିନାହାନ୍ତି, କିନ୍ତୁ ଭାରତୀୟ ସଙ୍ଗୀତ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ଯିଏ କେବେହେଲେ ଭାରତକୁ ଦେଖିନାହାନ୍ତି, ତାଙ୍କର ଭାରତୀୟ ସଙ୍ଗୀତ ପ୍ରତି ଏହି ଆକର୍ଷଣ ନିଶ୍ଚିତଭାବେ ପ୍ରେରଣାଦାୟକ । ଜନ୍ମରୁ ହିଁ କେସ୍ମିଙ୍କର ଦୃଷ୍ଟିଶକ୍ତି ନାହିଁ, କିନ୍ତୁ ଏହା ତାଙ୍କ ଅସାଧାରଣ ଉପଲବ୍ଧିରେ ପ୍ରତିବନ୍ଧକ ହୋଇପାରିନି । ସଙ୍ଗୀତ ଓ ସୃଜନଶୀଳତାକୁ ନେଇ ତାଙ୍କ ମନରେ ଏଭଳି ଆବେଗ ଥିଲା ଯେ ପିଲାଦିନରୁ ହିଁ ସେ ଗାଇବା ଆରମ୍ଭ କରିଦେଇଥିଲେ । ମାତ୍ର ତିନିବର୍ଷ ବୟସରୁ ହିଁ ସେ ଆଫ୍ରିକାନ୍ ଡ୍ରମିଂ ଆରମ୍ଭ କରିଦେଇଥିଲେ । ମାତ୍ର ୫-୬ ବର୍ଷ ହେବ, ସେ ଭାରତୀୟ ସଙ୍ଗୀତ ସହ ପରିଚିତ ହୋଇଛନ୍ତି । ଭାରତୀୟ ସଙ୍ଗୀତ ତାଙ୍କୁ ଏତେ ଆକର୍ଷିତ କରିଛି ଯେ ସେ ସମ୍ପୂର୍ଣ୍ଣ ଭାବେ ଏଥିରେ ମଜ୍ଜିଯାଇଛନ୍ତି । ସେ ତବଲା ବାଦନ ମଧ୍ୟ ଶିଖିଛନ୍ତି । ସବୁଠାରୁ ପ୍ରେରଣାଦାୟୀ କଥା ହେଲା ଯେ ସେ ଅନେକ ଭାରତୀୟ ଭାଷାରେ ଗାଇବାରେ ପାରଙ୍ଗମ ହୋଇସାରିଛନ୍ତି । ସଂସ୍କୃତ, ହିନ୍ଦୀ, ମାଲାୟାଲାମ୍‌, ତାମିଲ୍‌, କନ୍ନଡ଼ ହେଉ କି ଆସାମୀ, ବଙ୍ଗଳା, ମରାଠୀ, ଉର୍ଦ୍ଦୁ ହେଉ ସେ ଏହି ସବୁ ଭାଷାରେ ନିଜ କଣ୍ଠଦାନ କରିଛନ୍ତି । ଆପଣମାନେ କଳ୍ପନା କରପାରୁଥିବେ, ଯଦି କୌଣସି ଅଜଣା ଭାଷାର ଦୁଇ-ତିନି ଧାଡ଼ି କହିବାକୁ ହେଲେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ, କିନ୍ତୁ କେସ୍ମୀଙ୍କ ପାଇଁ ଏସବୁ ଯେମିତି ଅତି ସାଧାରଣ କଥା । ଆପଣମାନଙ୍କ ପାଇଁ ମୁଁ ଏଠାରେ ସେ ଗାଇଥିବା ଗୋଟିଏ କନ୍ନଡ଼ ଗୀତ ଶେୟାର କରୁଛି ।

ଅଡିଓ ବାଇଟ୍‍ ୨

ଭାରତୀୟ ସଂସ୍କୃତି ଓ ସଂଗୀତକୁ ନେଇ ଜର୍ମାନୀର କେସ୍‌ମୀଙ୍କ ଏହି ଆବେଗକୁ ମୁଁ ହୃଦୟର ସହିତ ପ୍ରଶଂସା କରୁଛି । ତାଙ୍କର ଏହି ପ୍ରୟାସ ପ୍ରତ୍ୟେକ ଭାରତୀୟଙ୍କୁ ଅଭିଭୂତ କରିବ ।

ମୋର ପରିବାରଜନ, ଆମ ଦେଶରେ ଶିକ୍ଷାକୁ ସବୁବେଳେ ଏକ ସେବା ରୂପେ ଦେଖାଯାଏ । ମୋତେ ଉତ୍ତରାଖଣ୍ଡର ଏପରି କେତେକ ଯୁବକ ଯୁବତୀଙ୍କ ସମ୍ପର୍କରେ ସୂଚନା ମିଳିଛି, ଯେଉଁମାନେ ଏହି ଭାବନା ସହିତ ପିଲାଙ୍କ ଶିକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ନୈନିତାଲ ଜିଲ୍ଲାର କେତେକ ଯୁବକ ଯୁବତୀ ପିଲାଙ୍କ ପାଇଁ ନିଆରା ଘୋଡ଼ା ପାଠାଗାର ଆରମ୍ଭ କରିଛନ୍ତି । ଏହି ପାଠାଗାରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଦୁର୍ଗମରୁ ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହାରି ଜରିଆରେ ପିଲାମାନଙ୍କ ପାଖରେ ପୁସ୍ତକ ପହଞ୍ଚୁଛି ଏବଂ କେବଳ ସେତିକି ନୁହେଁ, ଏହି ସେବା ସଂପୂର୍ଣ୍ଣ ମାଗଣା । ଏ ପର୍ଯ୍ୟନ୍ତ ନୈନିତାଲର ୧୨ଟି ଗାଁକୁ ଏହି ପାଠାଗାରର ସୁବିଧା ରହିଛି । ପିଲାମାନଙ୍କର ଶିକ୍ଷା ସହିତ ଜଡ଼ିତ ଏହି ମହତ୍‍ କାମରେ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ଲୋକେ ମଧ୍ୟ ବାହାରୁଛନ୍ତି । ଏହି ଘୋଡ଼ା ପାଠାଗାର ଜରିଆରେ ପ୍ରୟାସ କରାଯାଉଛି ଯେ ଦୂରଦୂରାନ୍ତରର ଗାଁଗୁଡ଼ିକରେ ରହୁଥିବା ପିଲାଙ୍କୁ ସ୍କୁଲ୍‍ ପଢ଼ାବହି ବ୍ୟତୀତ କବିତା, ଗପ ଓ ନୈତିକଶିକ୍ଷାର ବହି ପଢ଼ିବାର ସୁଯୋଗ ମିଳୁ । ଏହି ନିଆରା ପାଠାଗାର ପିଲାଙ୍କୁ ମଧ୍ୟ ଖୁବ୍‍ ଭଲ ଲାଗୁଛି ।

ବନ୍ଧୁଗଣ, ମୋତେ ହାଇଦରାବାଦରେ ପାଠାଗାର ସହିତ ସଂପୃକ୍ତ ଏପରି ଏକ ନିଆରା ପ୍ରୟାସ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି । ଏଠାରେ, ସପ୍ତମ ଶ୍ରେଣୀରେ ପଢ଼ୁଥିବା ଝିଅ ଆକର୍ଷଣା ସତୀଶ ଚମତ୍କାର କାର୍ଯ୍ୟ କରିଛନ୍ତି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମାତ୍ର ୧୧ ବର୍ଷ ବୟସରେ ସେ ପିଲାଙ୍କ ପାଇଁ ଗୋଟିଏ ଦୁଇଟି ନୁହେଁ, ବରଂ ସାତ ସାତଟି ପାଠାଗାର ଚଳାଉଛନ୍ତି । ଆକର୍ଷଣାଙ୍କୁ ଦୁଇବର୍ଷତଳେ ଏ ନେଇ ପ୍ରେରଣା ମିଳିଥିଲା, ଯେତେବେଳେ ସେ ନିଜ ବାପାମାଆଙ୍କ ସହିତ ଗୋଟିଏ କର୍କଟରୋଗ ଚିକିତ୍ସାକେନ୍ଦ୍ରକୁ ଯାଇଥିଲେ । ତାଙ୍କର ବାପା ସାହାଯ୍ୟ ଦରକାର ହେଉଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେଠାକୁ ଯାଇଥିଲେ । ପିଲାମାନେ ସେଠାରେ ତାଙ୍କୁ ‘କଲରିଂବୁକ୍‍ସ’ ଦେବାକୁ କହିଥିଲେ ଏବଂ ଏକଥା ତାଙ୍କ ପ୍ରାଣପ୍ରିୟ ଝିଅର ହୃଦୟକୁ ଏତେ ଛୁଇଁଗଲା ଯେ ସେ ବିଭିନ୍ନ ପ୍ରକାରର ପୁସ୍ତକ ଏକାଠି କରିବାକୁ ପ୍ରତିଜ୍ଞା କଲେ । ସେ ନିଜର ଆଖାପାଖ ପଡ଼ୋଶୀ ଘର, ବନ୍ଧୁବାନ୍ଧବ ଓ ସାଥୀମାନଙ୍କଠାରୁ ବହି ଜମାକରିବା ଆରମ୍ଭ କରିଦେଲେ ଓ ଆପଣଙ୍କୁ ଏହାଜାଣି ଖୁସି ଲାଗିବ ଯେ ପ୍ରଥମ ପାଠାଗାର ସେହି କର୍କଟ ଚିକିତ୍ସାକେନ୍ଦ୍ର ପିଲାମାନଙ୍କ ପାଇଁ ଖୋଲାଗଲା । ଅଭାବୀ ପିଲାଙ୍କ ପାଇଁ ଭିନ୍ନ ଭିନ୍ନ ଜାଗାରେ ଏହି ଝିଅଟି ଏ ପର୍ଯ୍ୟନ୍ତ ଯେଉଁ ସାତଟି ପାଠାଗାର ଖୋଲିଛି, ସେଥିରେ ଏବେ ପ୍ରାୟ ୬ ହଜାର ପୁସ୍ତକ ରହିଛି । ଛୋଟିଆ ଆକର୍ଷଣା ଯେଉଁଭଳି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ବଡ଼ କାମ କରୁଛନ୍ତି, ତାହା ପ୍ରତ୍ୟେକଙ୍କ ପାଇଁ ପ୍ରେରଣାଦାୟକ ।

ବନ୍ଧୁଗଣ, ଏକଥା ସତ, ଆଜିର ଯୁଗ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଏବଂ E-Books ଯୁଗ, ତଥାପି ପୁସ୍ତକ ଆମ ଜୀବନରେ ଗୋଟିଏ ଭଲ ବନ୍ଧୁର ଭୂମିକା ନିର୍ବାହ କରେ, ସେଥିପାଇଁ ପିଲାମାନଙ୍କୁ ବହି ପଢ଼ିବା ପାଇଁ ଆମେ ପ୍ରେରଣା ଯୋଗାଇବା ଆବଶ୍ୟକ ।

ମୋର ପରିବାର ଜନ, ଆମ ଶାସ୍ତ୍ରରେ କୁହାଯାଇଛି-

ଜୀବେଷୁକରୁଣାଚାପି, ମୈତ୍ରୀତେଷୁବିଧୀୟତାମ୍‍ ।

ଅର୍ଥାତ, ଜୀବମାନଙ୍କ ପ୍ରତି କରୁଣା ପ୍ରଦର୍ଶନ କର ଏବଂ ସେମାନଙ୍କୁ ନିଜର ମିତ୍ରକର । ଆମର ତ ଅଧିକାଂଶ ଦେବଦେବୀଙ୍କର ବାହନ ପଶୁପକ୍ଷୀ ଅଟନ୍ତି । ବହୁ ଲୋକ ମନ୍ଦିର ଯାଆନ୍ତି, ଭଗବାନଙ୍କ ଦର୍ଶନ କରନ୍ତି, କିନ୍ତୁ ଯେଉଁ ଜୀବଜନ୍ତୁ ତାଙ୍କର ବାହନ ହୋଇଥାନ୍ତି, ସେମାନଙ୍କ ଆଡ଼କୁ ସେତିକି ଦୃଷ୍ଟି ଦିଅନ୍ତି ନାହିଁ । ଏହି ଜୀବଜନ୍ତୁ ଆମର ଆସ୍ଥାର କେନ୍ଦ୍ରରେ ତ ରହିବା ଉଚିତ, ଆମକୁ ସେମାନଙ୍କୁ ଯଥାସମ୍ଭବ ସୁରକ୍ଷା ମଧ୍ୟ ଦେବା ଦରକାର । ବିଗତ କିଛିବର୍ଷ ମଧ୍ୟରେ ଦେଶରେ ବାଘ, ସିଂହ, କଲରାପତରିଆ ଓ ହାତୀଙ୍କ ସଂଖ୍ୟାରେ ଉତ୍ସାହଜନକ ବୃଦ୍ଧି ଦେଖାଯାଇଛି । ଅନେକ ପ୍ରକାରର ପ୍ରୟାସ ମଧ୍ୟ ନିରନ୍ତର ଜାରି ରହିଛି, ଯେପରିକି ଏହି ଧରିତ୍ରୀ ଉପରେ ବସବାସ କରୁଥିବା ଅନ୍ୟ ଜୀବଜନ୍ତୁମାନଙ୍କୁ ବଞ୍ଚାଯାଇପାରିବ । ରାଜସ୍ଥାନର ପୁଷ୍କରରେ ମଧ୍ୟ ଏପରି ଏକ ନିଆରା ପ୍ରୟାସ କରାଯାଉଛି । ଏଠାରେ ସୁଖଦେବ ଭଟ୍ଟ ଜୀ ଓ ତାଙ୍କ ଦଳ ମିଶି ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଲାଗିପଡ଼ିଛନ୍ତି ଆଉ ଜାଣନ୍ତି ତାଙ୍କ ଦଳର ନାମ କ’ଣ? ତାଙ୍କ ଦଳର ନାମ ହେଉଛି – କୋବ୍ରା । ଏହି ଭୟଙ୍କର ନାମ ଏଇଥିପାଇଁ ରଖାଯାଇଛି, କାରଣ ତାଙ୍କ ଦଳ ଏହି ଅଞ୍ଚଳରେ ଭୟଙ୍କର ସାପଗୁଡ଼ିକୁ ଉଦ୍ଧାର କରିବାର କାର୍ଯ୍ୟ ମଧ୍ୟ କରିଥାଏ । ଏହି ଦଳରେ ବହୁତ ଲୋକ ସଂପୃକ୍ତ ଅଛନ୍ତି, ଯେଉଁମାନେ କେବଳ ଗୋଟିଏ ଫୋନ୍‍କଲ୍‍ରେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି ଓ ନିଜ ଅଭିଯାନରେ ଲାଗିପଡ଼ନ୍ତି । ସୁଖଦେବ ଜୀଙ୍କ ଏହି ଦଳ ଏ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ବିଷାକ୍ତ ସାପଙ୍କ ଜୀବନରକ୍ଷା କରିଛନ୍ତି । ଏହି ପ୍ରୟାସ ଦ୍ୱାରା ଯେଉଁଠି ଲୋକଙ୍କର ବିପଦ ଦୂର ହୋଇଛି, ସେଇଠି ପ୍ରକୃତିର ସୁରକ୍ଷା ମଧ୍ୟ ହେଉଛି । ଏହି ଦଳ ଅନ୍ୟ ରୋଗିଣା ପଶୁଙ୍କ ସେବାକାର୍ଯ୍ୟ ମଧ୍ୟ କରୁଛି ।

ବନ୍ଧୁଗଣ, ତାମିଲନାଡୁର ଚେନ୍ନଇରେ ଅଟୋଚାଳକ ଏମ୍‍. ରାଜେନ୍ଦ୍ର ପ୍ରସାଦ ଜୀ ମଧ୍ୟ ଏକ ନିଆରା କାମ କରୁଛନ୍ତି । ସେ ଗତ ୨୫-୩୦ ବର୍ଷ ଧରି ପାରାମାନଙ୍କ ସେବାକାର୍ଯ୍ୟରେ ଲାଗିଛନ୍ତି । ତାଙ୍କ ନିଜ ଘରେ ୨୦୦ରୁ ଅଧିକ ପାରା ଅଛନ୍ତି । ପକ୍ଷୀମାନଙ୍କର ଭୋଜନ, ପାଣି, ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ସବୁ ଜିନିଷର ସେ ସଂପୂର୍ଣ୍ଣ ଧ୍ୟାନ ରଖନ୍ତି । ଏଥିରେ ତାଙ୍କର ବହୁତ ଟଙ୍କା ଖର୍ଚ୍ଚ ହୁଏ, କିନ୍ତୁ ସେ ନିଜ କାମ ପାଇଁ ଉତ୍ସର୍ଗୀକୃତ । ବନ୍ଧୁଗଣ, ଲୋକଙ୍କୁ ସତ୍‍ ଉଦ୍ଦେଶ୍ୟ ରଖି ଏଭଳି କାମ କରୁଥିବା ଦେଖି ସତକୁ ସତ ବହୁତ ଶାନ୍ତି ମିଳେ, ବହୁତ ଖୁସି ଲାଗେ । ଯଦି ଆପଣଙ୍କୁ ମଧ୍ୟ ଏପରି କିଛି ନିଆରା ପ୍ରୟାସ ସମ୍ପର୍କରେ ସୂଚନା ମିଳେ, ତେବେ ସେ ସମ୍ପର୍କରେ ନିଶ୍ଚୟ ଶେୟାର୍‍ କରନ୍ତୁ ।

ମୋର ପ୍ରିୟ ପରିବାରଜନ, ସ୍ୱାଧୀନତାର ଏହି ଅମୃତକାଳ, ଦେଶ ପାଇଁ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟକାଳ ମଧ୍ୟ ଅଟେ । ନିଜର କର୍ତ୍ତବ୍ୟକୁ ତୁଲାଇବା ଦ୍ୱାରା ହିଁ ଆମେ ନିଜର ଲକ୍ଷ୍ୟକୁ ହାସଲ କରିପାରିବା, ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବା । କର୍ତ୍ତବ୍ୟର ଭାବନା ଆମ ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ । ୟୁପିର ସମ୍ଭଲ୍‍ରେ, ଦେଶ କର୍ତ୍ତବ୍ୟ ଭାବନାରଏପରି ଏକ ଦୃଷ୍ଟାନ୍ତ ଦେଖିଛି ଯାହାକୁ ମୁଁ ଆପଣଙ୍କ ସହିତ ମଧ୍ୟ ଶେୟାର୍‍ କରିବାକୁ ଚାହୁଁଛି । ଆପଣ ଭାବନ୍ତୁ ତ ୭୦ରୁ ବେଶୀ ଗାଁ, ହଜାର ହଜାର ଲୋକ ଆଉ ସମସ୍ତେ ମିଶି ଗୋଟିଏ ଲକ୍ଷ୍ୟରେ, ଗୋଟିଏ ଧ୍ୟେୟର ପ୍ରାପ୍ତି ପାଇଁ ଏକାଠି ହୁଅନ୍ତି, ଲାଗିପଡ଼ନ୍ତି । ଏପରି କମ୍‍ ଘଟେ, କିନ୍ତୁ ସମ୍ଭଲ୍‍ର ଲୋକେ ଏହାକରି ଦେଖାଇଛନ୍ତି । ଏହି ଲୋକେ ମିଳିମିଶି ଜନଭାଗିଦାରୀ ଓ ସାମୂହିକତାର ବହୁତ ସୁନ୍ଦର ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରକୃତରେ, ଏହି ଅଞ୍ଚଳରେ କେଇ ଦଶନ୍ଧି ତଳେ ‘ସୋତ୍‍’ ନାମକ ନଦୀଟିଏ ଥିଲା । ଅମରୋହାରୁ ଆରମ୍ଭ ହୋଇସମ୍ଭଲ୍‍ ଦେଇ ବଦାୟୁଁ ପର୍ଯ୍ୟନ୍ତ ବହୁଥିବା ଏହି ନଦୀ ଏକଦା ଏହି ଅଞ୍ଚଳରେ ଜୀବନଦାୟିନୀ ରୂପେ ପ୍ରସିଦ୍ଧ ଥିଲା । ଏହି ନଦୀରେ ଅନବରତ ଜଳ ପ୍ରବାହିତ ହେଉଥିଲା, ଯାହା ଏଠାକାର ଚାଷୀମାନଙ୍କ ଚାଷର ମୁଖ୍ୟ ଆଧାର ଥିଲା । ସମୟକ୍ରମେ ନଦୀର ପ୍ରବାହ କମ୍‍ ହୋଇଗଲା, ନଦୀ ଯେଉଁ ରାସ୍ତାରେ ବହୁଥିଲା ସେଠାରେ ଜବରଦଖଲ ହେଲା ଓ ଏହି ନଦୀ ବିଲୁପ୍ତ ହୋଇଗଲା । ନଦୀକୁ ମାଆ ମନେକରୁଥିବା ଆମ ଦେଶରେ, ସମ୍ଭଲ୍‍ର ଜନସାଧାରଣ ଏହି ସୋତ୍‍ ନଦୀକୁ ମଧ୍ୟ ପୁନର୍ଜୀବିତ କରିବାକୁ ପ୍ରତିଜ୍ଞା କଲେ । ଗତବର୍ଷ ଡିସେମ୍ବରରେ ୭୦ରୁ ଅଧିକ ଗ୍ରାମ ପଞ୍ଚାୟତ ମିଶି ସୋତ୍‍ ନଦୀର କାୟା ପରିବର୍ତ୍ତନ କାମ ଆରମ୍ଭ କଲେ । ଗ୍ରାମପଞ୍ଚାୟତର ଲୋକେ ଏହି କାର୍ଯ୍ୟରେ ସରକାରୀ ବିଭାଗଗୁଡ଼ିକୁ ମଧ୍ୟ ନିଜ ସାଂଗରେ ନେଲେ । ଆପଣଙ୍କୁ ଏହାଜାଣି ଖୁସି ଲାଗିବ ଯେ ବର୍ଷର ପ୍ରଥମ ୬ ମାସରେ ହିଁ ଏହି ଲୋକେ ନଦୀର ୧୦୦ କିଲୋମିଟରରୁ ଅଧିକ ପୁନରୁଦ୍ଧାର କରିଥିଲେ । ଯେତେବେଳେ ବର୍ଷାଦିନ ଆରମ୍ଭ ହେଲା, ସେତେବେଳେ ଏଠାକାର ଲୋକଙ୍କ ପରିଶ୍ରମର ସୁଫଳ ଦେଖିବାକୁ ମିଳିଲା ଓ ସୋତ୍‍ ନଦୀ ଜଳପୂର୍ଣ୍ଣ ହୋଇଗଲା । ଏଠାକାର ଚାଷୀଙ୍କୁ ଏହା ଖୁସି ହେବାପାଇଁ ଏକ ସୁଯୋଗ ସୃଷ୍ଟି କରିଛି । ଲୋକେ ନଦୀକୂଳରେ ୧୦,୦୦୦ରୁ ଅଧିକ ବାଉଁଶ ଗଛ ମଧ୍ୟ ଲଗାଇଛନ୍ତି, ଯେପରିକି ଏହାର କୂଳ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ନଦୀର ଜଳରେ ତିରିଶ ହଜାରରୁ ଅଧିକ ଗମ୍ବୁସିଆ ମାଛ ଛଡ଼ାଯାଇଛି, ଯେପରିକି ମଶା ବଂଶବିସ୍ତାର କରିପାରିବେ ନାହିଁ । ବନ୍ଧୁଗଣ, ସୋତ୍‍ ନଦୀର ଉଦାହରଣ ଆମକୁ ଜଣାଇଥାଏ ଯେ ଯଦି ଆମେ ପ୍ରତିଜ୍ଞା କରିବା ତା’ହେଲେ ବଡ଼ରୁ ବଡ଼ ସମସ୍ୟାକୁ ମଧ୍ୟ ଅତିକ୍ରମ କରି ଏକ ବଡ଼ ପରିବର୍ତ୍ତନ ଆଣିପାରିବା । ଆପଣ ମଧ୍ୟ କର୍ତ୍ତବ୍ୟପଥରେ ଚାଲି ନିଜ ଆଖପାଖରେ ଏପରି ବହୁତ ପରିବର୍ତ୍ତନର ମାଧ୍ୟମ ହୋଇପାରିବେ ।

ମୋର ପରିବାରଜନ, ଯେତେବେଳେ ଲକ୍ଷ୍ୟ ଦୃଢ଼ ଥାଏ ଆଉ କିଛି ଶିଖିବାର ଦୃଢ଼ ଇଚ୍ଛାଶକ୍ତି ଥାଏ, ସେତେବେଳେ କୌଣସି କାମ କରିବା ଅସମ୍ଭବ ହୋଇନଥାଏ । ପଶ୍ଚିମବଙ୍ଗର ଶ୍ରୀମତୀ ଶକୁନ୍ତଳା ସରଦାର ଏହି କଥାକୁ ସମ୍ପୂର୍ଣ୍ଣ ପ୍ରମାଣ କରି ଦେଖାଇଛନ୍ତି । ଆଜି ସେ ଅନ୍ୟ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ଶକୁନ୍ତଳା ଜୀ ହେଉଛନ୍ତି ଜଙ୍ଗଲ ମହଲ୍‌ର ଶାତନାଲା ଗ୍ରାମର ଜଣେ ଅଧିବାସୀ । ତାଙ୍କର ପରିବାର ଦୀର୍ଘ ସମୟ ଧରି ମଜୁରୀ ଖଟି ପେଟ ପୋଷୁଥିଲେ । ସେଥିରେ ତାଙ୍କ ପରିବାରର ପାଳନ ପୋଷଣ ବି ଅସମ୍ଭବ ଥିଲା । ସେ ଗୋଟିଏ ନୂଆ ରାସ୍ତାଟିଏ ବାଛିନେଲେ ଏବଂ ସେଥିରେ ସଫଳତା ଲାଭକରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ । ସେ ଏଭଳି ସଫଳତା କେମିତି ପାଇଲେ, ସେ କଥା ଆପଣମାନେ ନିଶ୍ଚୟ ଜାଣିବାକୁ ଚାହିଁବେ । ତା’ର ଜବାବ ହେଉଛି – ଗୋଟିଏ ସିଲେଇ ମେସିନ୍ । ଗୋଟିଏ ସିଲେଇ ମେସିନ୍ ସାହାଯ୍ୟରେ ସେ ଶାଳପତ୍ରଗୁଡ଼ିକୁ ନେଇ ବହୁତ ସୁନ୍ଦର ଡିଜାଇନ୍ କରିବା ଆରମ୍ଭ କରିଦେଲେ । ତାଙ୍କର ଏହି କଳାକୌଶଳ ତାଙ୍କ ପୁରା ପରିବାରର ଜୀବନ ବଦଳେଇଦେଲା । ତାଙ୍କ ଦ୍ୱାରା ନିର୍ମିତ ଏହି ଅଭୁତପୂର୍ବ ହସ୍ତଶିଳ୍ପର ଚାହିଦା ଦିନକୁ ଦିନ ବଢ଼ିଚାଲିଲା । ଶକୁନ୍ତଳା ଦେବୀଙ୍କର ଏହି କୁଶଳତା ଖାଲି ତାଙ୍କ ଜୀବନକୁ ବଦଳେଇଦେଲା – ସେତିକି ନୁହେଁ, ବରଂ ଶାଳପତ୍ର ସଂଗ୍ରହ କରୁଥିବା ଅନେକ ଲୋକଙ୍କ ଜୀବନରେ ମଧ୍ୟ ବୈବର୍ତ୍ତନିକ ପରିବର୍ତ୍ତନ ଆଣିଦେଲା । ଏବେ ସେ ଅନେକ ମହିଳାଙ୍କୁ ଟ୍ରେନିଂ ଦେବାର କାମ ମଧ୍ୟ ଆରମ୍ଭ କରିଛନ୍ତି । ଆପଣମାନେ କଳ୍ପନା କରିପାରୁଥିବେ ଯେ ଦିନେ ମଜୁରୀ ଉପରେ ନିର୍ଭର କରି ଚଳୁଥିବା ଗୋଟିଏ ପରିବାର ଆଜି କେମିତି ଅନ୍ୟମାନଙ୍କୁ ରୋଜଗାର ପାଇଁ ପ୍ରେରିତ କରିପାରୁଛି । ସେମାନେ ଦିନମଜୁରୀ ଉପରେ ନିର୍ଭର କରୁଥିବା ନିଜର ପରିବାରକୁ ନିଜ ଗୋଡ଼ରେ ଠିଆ କରାଇ ପାରିଛନ୍ତି । ଏହାଦ୍ୱାରା ସେମାନଙ୍କ ପରିବାରକୁ ଅନ୍ୟ ଜିନିଷ ଉପରେ ଧ୍ୟାନ ଦେବାର ସୁଯୋଗ ମିଳୁଛି । ଆଉ ଗୋଟିଏ କଥା ହେଉଛି, ଶକୁନ୍ତଳାଙ୍କର ସ୍ଥିତି ଟିକେ ଠିକ୍ ହେଲାପରଠାରୁ ଏବେ ସେ ସଞ୍ଚୟ କରିବା ମଧ୍ୟ ଆରମ୍ଭ କରିଦେଲେଣି । ନିଜ ପିଲାମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ କରିବା ଉଦ୍ଦେଶ୍ୟରେ ଏବେ ସେ ଜୀବନବୀମା ଯୋଜନାରେ ମଧ୍ୟ ଅର୍ଥ ବିନିଯୋଗ କଲେଣି । ଶକୁନ୍ତଳା ଦେବୀଙ୍କର ଏହି ଉତ୍ସାହ ପାଇଁ ତାଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ଭାରତର ଲୋକମାନେ ଏହିଭଳି ପ୍ରତିଭାରେ ପରିପୂର୍ଣ୍ଣ ହୋଇ ରହିଛନ୍ତି - ଆପଣ ତାଙ୍କୁ ସୁଯୋଗ ଦିଅନ୍ତୁ । ଦେଖିବେ, ସେ କେମିତି କମାଲ୍ କରି ଦେଖେଇବେ ।

ମୋର ପରିବାରଜନ, ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀ ସମୟର ସେହି ଦୃଶ୍ୟକୁ କେହି କ’ଣ କେବେ ଭୁଲିପାରିବ – ଯେତେବେଳେ ବିଶ୍ୱର ଅନେକ ନେତା ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଏକାସାଥିରେ ରାଜଘାଟରେ ପହଞ୍ଚିଥିଲେ । ସାରା ବିଶ୍ୱରେ ବାପୁଜୀଙ୍କର ବିଚାରର ଆଜି ବି କେତେ ପ୍ରାସଙ୍ଗିକତା ରହିଛି – ଏହା ହେଉଛି ତା’ର ଏକ ବଡ଼ ପ୍ରମାଣ । ଗାନ୍ଧି ଜୟନ୍ତୀ ଉପଲକ୍ଷେ ସାରାଦେଶରେ ସ୍ୱଚ୍ଛତା ସମ୍ବନ୍ଧିତ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି – ଏଥିପାଇଁ ମୁଁ ଅତ୍ୟନ୍ତ ଖୁସି । କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ “ସ୍ୱଚ୍ଛତା ହିଁ ସେବା ଅଭିଯାନ” ଖୁବ ଜୋରସୋରରେ ଚାଲିଛି । Indian Swachhata Leagueରେ ବହୁତ ସହଭାଗିତା ଦେଖାଯାଉଛି । ଆଜି ‘ମନ୍ କି ବାତ୍‌’ ମାଧ୍ୟମରେ ମୁଁ ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ - ୧ ଅକ୍ଟୋବର ଅର୍ଥାତ ରବିବାର ସକାଳ ୧୦ଟା ବେଳେ ସ୍ୱଚ୍ଛତା ଉପରେ ଗୋଟିଏ ବହୁତ ବଡ଼ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଆପଣମାନେ ମଧ୍ୟ କିଛି ସମୟ ବାହାର କରି ସ୍ୱଚ୍ଛତା ସହ ଜଡ଼ିତ ଏହି ଅଭିଯାନରେ ସାମିଲ ହୁଅନ୍ତୁ । ଆପଣ ନିଜର ଗଳି, ଆଖପାଖ ସ୍ଥାନ, ପାର୍କ, ନଦୀ, ସରୋବର ଅଥବା ଅନ୍ୟ ସାର୍ବଜନିକ ସ୍ଥାନରେ ଏହି ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇପାରନ୍ତି । ଯେଉଁଠି ଅମୃତ ସରୋବର ନିର୍ମାଣ ହୋଇଛି ସେଠିତ ସ୍ୱଚ୍ଛତା କାର୍ଯ୍ୟ ଅବଶ୍ୟ କରିବାକୁ ହେବ । ସ୍ୱଚ୍ଛତାର ଏହି କାର୍ଯ୍ୟାଞ୍ଜଳି ହିଁ ଗାନ୍ଧିଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ମୁଁ ଆପଣଙ୍କୁ ପୁଣିଥରେ ମନେ ପକେଇଦେବାକୁ ଚାହେଁ ଯେ ଏ ବର୍ଷ ଗାନ୍ଧି ଜୟନ୍ତୀରେ ଖଦୀର କୌଣସି ଗୋଟିଏ ଉତ୍ପାଦ ନିଶ୍ଚୟ କିଣନ୍ତୁ ।

ମୋର ପରିବାରଜନ, ଆମ ଦେଶରେ ଉତ୍ସବର ଋତୁ ଆରମ୍ଭ ହୋଇଗଲାଣି । ଆପଣ ସମସ୍ତଙ୍କ ଘରେ କିଛି ଗୋଟିଏ ନୂଆ କିଣିବାର ଯୋଜନା ହେଉଥିବ । କେହି କେହି ନବରାତ୍ର ସମୟରେ ନିଜର ଶୁଭକାମ ଆରମ୍ଭ କରିବାକୁ ଅପେକ୍ଷା କରିଥିବେ । ଆନନ୍ଦ ଓ ଉତ୍ସାହର ଏହି ବାତାବରଣ ମଧ୍ୟରେ ଆପଣମାନେ Vocal for Localର ମନ୍ତ୍ରଟିକୁ ମଧ୍ୟ ମନେରଖିବେ ନିଶ୍ଚୟ । ଯେତେଦୂର ସମ୍ଭବ ଆପଣ ଭାରତରେ ତିଆରି ଜିନିଷଗୁଡ଼ିକ କିଣନ୍ତୁ, ଭାରତୀୟ ଉତ୍ପାଦଗୁଡ଼ିକୁ ବ୍ୟବହାର କରନ୍ତୁ ଏବଂ Made in India ପଦାର୍ଥଗୁଡ଼ିକ ହିଁ ଉପହାର ଦିଅନ୍ତୁ । ଆପଣଙ୍କର ଏହି ଛୋଟିଆ ଖୁସିଟି, ଅନ୍ୟ ଏକ ପରିବାର ପାଇଁ ଗୋଟିଏ ବଡ଼ ଖୁସିର କାରଣ ହୋଇପାରିବ । ଆପଣ ଯେଉଁ ଭାରତୀୟ ଜିନିଷଟି କିଣିବେ ତା’ର ଲାଭ ସିଧା ଆମର ଶ୍ରମିକ, କାରିଗର, ଶିଳ୍ପୀ ଏବଂ ଅନ୍ୟ ବିଶ୍ୱକର୍ମା ଭାଇଭଉଣୀମାନଙ୍କୁ ମିଳିବ । ଆଜିକାଲି ତ ଅନେକ Start ups ଦ୍ୱାରା ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରାଯାଉଛି । ଆପଣ ଯଦି ସ୍ଥାନୀୟ ଜିନିଷ କିଣିବେ ତେବେ Start ups ର ଏହି ଯୁବକମାନଙ୍କର ଲାଭ ହେବ ।

ମୋର ପ୍ରିୟ ପରିବାରଜନ, ‘ମନ୍ କି ବାତ୍‌’ରେ ଆଜିପାଇଁ ଏତିକି । ଆସନ୍ତା ଥର ‘ମନ୍ କି ବାତ୍‌’ରେ ଆପଣମାନଙ୍କୁ ଭେଟିଲା ବେଳକୁ ନବରାତ୍ରି ଓ ଦଶହରା ବିତିଯାଇଥିବ । ଉତ୍ସବର ଏହି ଋତୁରେ ଆପଣମାନେ ମଧ୍ୟ ସମ୍ପୂର୍ଣ୍ଣ ଉତ୍ସାହର ସହିତ ସମସ୍ତ ପର୍ବ ପାଳନ କରନ୍ତୁ, ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହୁ – ଏହାହିଁ ମୋର କାମନା । ଏହି ପର୍ବଗୁଡ଼ିକ ପାଇଁ ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ନୂଆ ବିଷୟ ସହିତ, ଦେଶବାସୀଙ୍କର ନୂତନ ସଫଳତାଗୁଡ଼ିକ ସହିତ ଆପଣଙ୍କ ସାଥିରେ ପୁଣି ସାକ୍ଷାତ ହେବ । ଆପଣଙ୍କ ସନ୍ଦେଶ ମୋତେ ନିଶ୍ଚୟ ପଠାଇବେ, ଆପଣଙ୍କର ଅନୁଭୂତି ମଧ୍ୟ ଜଣେଇବାକୁ ଭୁଲିବେନି । ମୁଁ ଅପେକ୍ଷା କରିବି । ବହୁତ ବହୁତ ଧନ୍ୟବାଦ, ନମସ୍କାର ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
India-Myanmar Joint Statement during the Official Visit of the President of Myanmar to India
June 01, 2026

At the invitation of H.E. Shri Narendra Modi, Prime Minister of India, H.E. U Min Aung Hlaing, President of the Republic of the Union of Myanmar paid his first Official Visit to India from 30 May to 3 June 2026.

The President was accompanied by the Union Ministers for President’s Office, Foreign Affairs, Finance & Revenue, Agriculture, Livestock & Irrigation, and Industry & MSME Business Development, and Governor of the Central Bank of Myanmar. A business delegation from diverse sectors including agriculture, pharmaceuticals, energy, banking, construction, IT, communications, trading and logistics, as well as members of the Myanmar-India Friendship Association, were part of the Myanmar delegation.

The Prime Minister of India and the President of Myanmar held talks on 1 June 2026, during which they reviewed bilateral, regional and global issues of mutual interest and charted the way forward for the relationship. The Prime Minister hosted a luncheon in honour of the visiting dignitary. Hon’ble President of India Smt. Droupadi Murmu received the President of Myanmar on the same day. Earlier, External Affairs Minister Dr. S. Jaishankar and National Security Adviser Shri Ajit Doval separately called on the President of Myanmar.

At the commencement of the visit, the President visited Bodh Gaya on 30 May 2026, where he offered prayers at Mahabodhi Temple, Mahabodhi Meditation Centre and Sujata Temple. These visits to deeply revered sites underscored the enduring spiritual and Buddhist ties, as well as the people-to-people links, between the two countries.

The President delivered a keynote speech at the India-Myanmar Business Conclave, jointly organised by the UMFCCI and CII, in New Delhi on 31 May 2026, where business heads from both sides discussed avenues for further strengthening and expanding bilateral trade and commercial opportunities. The President also toured the NTPC Energy Technology Research Alliance (NETRA) complex in Greater Noida to observe advanced R&D work, including in clean energy innovation, energy efficiency, renewable energy integration and grid resilience.

In his interaction with the President, the Prime Minister stated that Myanmar lies at the confluence of India’s Neighbourhood First, Act East and MAHASAGAR (Mutual and Holistic Advancement for Security and Growth Across Regions) policies. The discussions underscored the importance of strengthening bilateral cooperation, including trade and economic ties, defence and security, border management, development assistance and cultural exchanges. Both sides noted ongoing discussions on various bilateral Agreements and Memoranda of Understanding and looked forward to their early conclusion.

The Prime Minister underlined that enhanced connectivity would foster mutually beneficial economic linkages and shared prosperity in the region. In this regard, both sides shared the importance of working closely towards the completion of Kaladan Multi-Modal Transit Transport project and the India-Myanmar-Thailand trilateral highway.

The Prime Minister conveyed that the Mekong Ganga ICCR scholarships for Myanmar students would be enhanced from 36 to 100 from 2026 onwards.

Both sides agreed to facilitate and enhance bilateral trade including through the Rupee-Kyat settlement mechanism, and appreciated the steady growth in the volume of transactions recorded since its operationalisation in May 2024. Both sides also expressed support for closer trade and investment cooperation in the areas of mutual interest such as agro-processing, petroleum, energy, mining sectors, in accordance with their respective national laws and regulations.

The Prime Minister reaffirmed India’s support for the sovereignty and territorial integrity of the Republic of the Union of Myanmar. Both sides underscored the importance of preventing the misuse of sovereign territory for activities inimical to their security interests. The President reiterated Myanmar’s assurance that its territory would not be permitted to be used against India’s security interests. The Prime Minister affirmed that India, as a steadfast and trusted partner of Myanmar, remained committed to deepening security cooperation between the two countries.

The Prime Minister conveyed support for Myanmar-led efforts towards achieving peace, stability, national reconciliation and socio-economic development. He also offered continued assistance and cooperation, based on mutual respect and friendly relations between the two countries. The President appreciated India’s constructive support and cooperation.

The Prime Minister expressed confidence that the meetings of the President with the Governor of Maharashtra and the Chief Minister, as well as his business engagements during his upcoming visit to Mumbai on 02 - 03 June 2026 would further strengthen existing bilateral cooperation and economic ties.

The official visit of President U Min Aung Hlaing reaffirmed the long-standing friendship and close partnership between Myanmar and India and the shared commitment of both countries to further strengthen cooperation for the mutual benefit of the two countries. Both sides agreed to continue close engagement at all levels.

President U Min Aung Hlaing expressed his sincere appreciation to Prime Minister Shri Narendra Modi for the warm hospitality extended to him and to the members of his delegation during their stay in India. The President also extended an invitation to the Prime Minister of India to visit Myanmar at mutually convenient dates.