ନାଗପୁର - ବିଜୟୱାଡ଼ା ଅର୍ଥନୈତିକ କରିଡର ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି
ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହାଇଦ୍ରାବାଦ - ବିଶାଖାପାଟଣା କରିଡର ସମ୍ବନ୍ଧୀୟ ସଡ଼କ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ
ପ୍ରମୁଖ ତୈଳ ଓ ଗ୍ୟାସ ପାଇପ ଲାଇନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ
ହାଇଦ୍ରାବାଦ (କାଚେଗୁଡା) - ରାଇଚୁର - ହାଇଦ୍ରାବାଦ (କାଚେଗୁଡା) ଉଦ୍‌ଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ
ତେଲେଙ୍ଗାନାର ହଳଦୀ ଚାଷୀ ମାନଙ୍କୁ ଲାଭାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବାକୁ ଘୋଷଣା କରିଛନ୍ତି
ଅର୍ଥନୈତିକ କରିଡର ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ମାର୍ଗ ଉନ୍ମୁକ୍ତ କରିବ
ନୂଆ ସାମ୍ମାକ୍କା - ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଖର୍ଚ୍ଚ ହେବ ୯୦୦ କୋଟି ଟଙ୍କା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ମହବୁବନଗରରେ ୧୩,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ସେସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ସଡ଼କ, ରେଳ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ଏବଂ ଉଚ୍ଚ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଏହି ବିକାଶ ପ୍ରକଳ୍ପ ଗୁଡିକରେ ଅନ୍ତର୍ଭୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ଅବସରରେ , ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଟ୍ରେନ୍ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାର୍ବଣ ଋତୁର ଆଗମନ ଉପରେ ଆଲୋକପାତ କରି କହିଥିଲେ ଯେ, ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ ହେବା ଦ୍ୱାରା ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଶକ୍ତି ପୂଜାର ଭାବନା ପ୍ରତିଷ୍ଠା ହୋଇଛି ।

 

ପ୍ରଧାନମନ୍ତ୍ରୀ ଆଜି ଅନେକ ସଡ଼କ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରି ଖୁସି ବ୍ୟକ୍ତ କରିଥିଲେ ଯାହା ଏହି ଅଞ୍ଚଳରେ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ନାଗପୁର - ବିଜୟୱାଡା ଅର୍ଥନୈତିକ କରିଡର ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ର ପରିବହନ ଏବଂ ବ୍ୟବସାୟକୁ ସହଜ କରିବ, ଏହା ଏହି ରାଜ୍ୟ ଗୁଡିକରେ ବାଣିଜ୍ୟ, ପର୍ଯ୍ୟଟନ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବ ।

ଏହି କରିଡରରେ ୮ଟି ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍‌, ୫ଟି ବୃହତ ଖାଦ୍ୟ  ପାର୍କ, ୪ଟି ମାଛଧରା ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର, ୩ଟି ଔଷଧ ଓ ମେଡିକାଲ କ୍ଲଷ୍ଟର ଏବଂ ୧ଟି ବୟନ କ୍ଲଷ୍ଟର ସମେତ ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଚିହ୍ନଟ କରାଯାଇଛି । ଏହା ଦ୍ୱାରା ହନାମକୋଣ୍ଡା, ମହବୁବାବାଦ, ୱାରାଙ୍ଗଲ ଏବଂ ଖମ୍ମାମ ଜିଲ୍ଲାର ଯୁବକ ମାନଙ୍କ ପାଇଁ ଅନେକ ପଥ ଉନ୍ମୁକ୍ତ ହେବ ।

 

ଏଠାରେ ଉତ୍ପାଦିତ ସାମଗ୍ରୀ ଗୁଡିକୁ ବନ୍ଦରକୁ ନେବା ପାଇଁ ତେଲଙ୍ଗାନା ଭଳି ସ୍ଥଳଭାଗ ଦ୍ୱାରା ଆବଦ୍ଧ ରାଜ୍ୟ ନିମନ୍ତେ ରେଳ ଓ ସଡ଼କ ଯୋଗାଯୋଗର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ କରିଡର ତେଲଙ୍ଗାନା ଦେଇ ଗତି କରୁଛି । ଏସବୁ ପ୍ରକଳ୍ପ ଏହି ରାଜ୍ୟକୁ ପୂର୍ବ ଓ ପଶ୍ଚିମ ଉପକୂଳ ସହ ଯୋଡ଼ିବାର ମାଧ୍ୟମ ହେବ । ହାଇଦ୍ରାବାଦ ବିଶାଖାପାଟଣା କରିଡରର ସୂର୍ଯ୍ୟପେଟ - ଖମ୍ମାମ ବିଭାଗ ମଧ୍ୟ ଏଥିରେ ସାହାଯ୍ୟ କରିବ । ଏହା ପୂର୍ବତଟରେ ପହଞ୍ଚିବାରେ ସହାୟକ ହେବ । ଏହା ବ୍ୟତୀତ ଶିଳ୍ପ ଓ ବ୍ୟବସାୟର ଲଜିଷ୍ଟିକ୍ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ । ଜାକଲାଇର ଓ କ୍ରିଷ୍ଣା ସେକ୍ସନ ମଧ୍ୟରେ ନିର୍ମାଣ ହେବାକୁ ଥିବା ରେଳ ଲାଇନ୍ ମଧ୍ୟ ଏଠାକାର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।

ତେଲଙ୍ଗାନାର ହଳଦୀ ଚାଷୀ ମାନଙ୍କର ହିତ ପାଇଁ କେନ୍ଦ୍ର ସରକାର ଜାତୀୟ ହଳଦୀ ବୋର୍ଡ ଗଠନ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଜାତୀୟ ହଳଦୀ ବୋର୍ଡ ଯୋଗାଣ ଶୃଙ୍ଖଳାର ମୂଲ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବ ଏବଂ କୃଷକ ମାନଙ୍କ ପାଇଁ ଭିତ୍ତିଭୂମି ବିକାଶରେ ସାହାଯ୍ୟ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜାତୀୟ ହଳଦୀ ବୋର୍ଡ ଗଠନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତେଲଙ୍ଗାନା ଏବଂ ସମଗ୍ର ଦେଶର ସମସ୍ତ ହଳଦୀ ଚାଷ କରୁଥିବା କୃଷକ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଶକ୍ତି ଏବଂ ଶକ୍ତି ନିରାପତ୍ତା କ୍ଷେତ୍ରରେ ସମଗ୍ର ବିଶ୍ୱରେ ସାମ୍ପ୍ରତିକ ବିକାଶ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହିତ ଏହା କହିଥିଲେ ଯେ ସରକାର କେବଳ ଶିଳ୍ପ ପାଇଁ ନୁହେଁ ବରଂ ପରିବାର ଗୁଡିକୁ ମଧ୍ୟ ଶକ୍ତି ସୁରକ୍ଷିତ କରିଛନ୍ତି । ୨୦୧୪ରେ ଏଲ୍‌ପିଜି ସିଲିଣ୍ଡର ସଂଖ୍ୟା ୧୪ କୋଟି ଥିବାବେଳେ ୨୦୨୩ ରେ ଏହା ୩୨ କୋଟିକୁ ବୃଦ୍ଧି ପାଇବାର ଉଦାହରଣ ଦେବା ସହ ନିକଟରେ ଗ୍ୟାସ ଦର ହ୍ରାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । "ସରକାର ଦେଶରେ ଏଲ୍‌ପିଜି ବିତରଣ ନେଟୱାର୍କର ସମ୍ପ୍ରସାରଣକୁ ପ୍ରୋତ୍ସାହନ ଦେଉଛନ୍ତି" ବୋଲି  ପ୍ରଧାନମନ୍ତ୍ରୀ କହିବା ସହିତ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ହାସନ - ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ ପ୍ରକଳ୍ପ ଏହି ଅଞ୍ଚଳର ଲୋକ ମାନଙ୍କୁ ଶକ୍ତି ସୁରକ୍ଷା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେ କୃଷ୍ଣପାଟନମରୁ ହାଇଦ୍ରାବାଦ ମଧ୍ୟରେ ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ ପାଇପଲାଇନର ଶିଳାନ୍ୟାସ କରିବା ଉପରେ ମଧ୍ୟ ଆଲୋକପାତ କରିଥିଲେ ଯାହା ତେଲଙ୍ଗାନାରେ ହଜାର ହଜାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବ ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଅନେକ କୋଠାକୁ ଉଦଘାଟନ କରିଥିଲେ । କେନ୍ଦ୍ର ସରକାର ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟକୁ 'ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ' ର ମାନ୍ୟତା ଦେବା ସହ ସ୍ୱତନ୍ତ୍ର ପାଣ୍ଠି ପ୍ରଦାନ କରିଛନ୍ତି । "ଭାରତ ସରକାର ମୁଲୁଗୁ ଜିଲ୍ଲାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି  ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

 

ଏହି ବିଶ୍ୱ ବିଦ୍ୟାଳୟର ନାମ ଶ୍ରଦ୍ଧାଳୁ ଆଦିବାସୀ ଦେବୀ ସାମ୍ମାକ୍କା - ସାରକ୍କାଙ୍କ ନାମରେ ରଖାଯିବ । ସାମ୍ମାକ୍କା - ସାରକ୍କା କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ପ୍ରାୟ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ପାଇଁ ଶ୍ରୀ ମୋଦୀ ମଧ୍ୟ ତେଲଙ୍ଗାନାର ଅଧିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏବଂ ସାଂସଦ ଶ୍ରୀ ବନ୍ଦୀ ସଞ୍ଜୟ କୁମାର ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ସମଗ୍ର ଦେଶରେ ଅତ୍ୟାଧୁନିକ ସଡ଼କ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଏକାଧିକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା ଓ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନାଗପୁର - ବିଜୟୱାଡା ଅର୍ଥନୈତିକ କରିଡରର ଅଂଶ ବିଶେଷ ପ୍ରମୁଖ ସଡ଼କ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଜାତୀୟ ରାଜପଥ - ୧୬୩ଜି’ ର ୱାରାଙ୍ଗଲରୁ ଖମ୍ମାମ ସେକ୍ସନ ପର୍ଯ୍ୟନ୍ତ ୧୦୮ କିଲୋମିଟର ଲମ୍ବର 'ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ' ଏବଂ ଜାତୀୟ ରାଜପଥ -  ୧୬୩ଜିର ଖମ୍ମାମରୁ ବିଜୟୱାଡ଼ା ସେକ୍ସନ ପର୍ଯ୍ୟନ୍ତ ୯୦ କିଲୋମିଟର ଲମ୍ବା 'ଚାରି ଲେନ୍ ଆକ୍ସେସ୍ ନିୟନ୍ତ୍ରିତ ଗ୍ରୀନଫିଲ୍ଡ ରାଜପଥ' । ପ୍ରାୟ ୬୪୦୦ କୋଟି ଟଙ୍କା ବ୍ୟୟରେ ଏହି ସଡ଼କ ପ୍ରକଳ୍ପ ଗୁଡ଼ିକର ବିକାଶ କରାଯିବ । ଏହି ପ୍ରକଳ୍ପ ଗୁଡ଼ିକ ୱାରାଙ୍ଗଲ ଏବଂ ଖମ୍ମାମ ମଧ୍ୟରେ ଯାତ୍ରା ଦୂରତା ପ୍ରାୟ ୧୪ କିଲୋମିଟର ହ୍ରାସ କରିବ; ଏବଂ ଖମ୍ମାମ ଏବଂ ବିଜୟୱାଡା ମଧ୍ୟରେ ପ୍ରାୟ ୨୭ କିଲୋମିଟର ଯାତ୍ରା ଦୂରତାକୁ କମ୍ କରିବ ।

 

ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥ - ୩୬୫ବିବିର ୫୯ କିଲୋମିଟର ଦୀର୍ଘ  ସୂର୍ଯ୍ୟପେଟରୁ ଖମ୍ମାମ ସେକ୍ସନକୁ ଚାରି ଲେନ୍ କରିବା ପାଇଁ ଏକ ସଡ଼କ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୪୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ- ବିଶାଖାପାଟଣା କରିଡରର ଏକ ଅଂଶ ଏବଂ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଆନ୍ଧ୍ରପ୍ରଦେଶର ଖମ୍ମାମ ଜିଲ୍ଲା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳକୁ ଉନ୍ନତ ସଂଯୋଗ ମିଳିବ ।

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ '୩୭ କିଲୋମିଟର ଜାକଲାଇର- କ୍ରିଷ୍ଣା ନୂତନ ରେଳ ଲାଇନ' କୁ ଲୋକାର୍ପଣ କରିଥିଲେ । ୫୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ନୂଆ ରେଳ ଲାଇନ୍ ସେକ୍ସନ ପ୍ରଥମ ଥର ପାଇଁ ପଛୁଆ ଜିଲ୍ଲା ନାରାୟଣପେଟା ଅଞ୍ଚଳକୁ ରେଳ ମାନଚିତ୍ରରେ ଆଣିଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କ୍ରିଷ୍ଣା ଷ୍ଟେସନରୁ ହାଇଦ୍ରାବାଦ (କାଚେଗୁଡା) - ରାଇଚୁର - ହାଇଦ୍ରାବାଦ (କାଚେଗୁଡା) ଉଦଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ୍ ସେବା ତେଲଙ୍ଗାନାର ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମହବୁବନଗର ଏବଂ ନାରାୟଣପେଟା ଜିଲ୍ଲାକୁ କର୍ଣ୍ଣାଟକର ରାଇଚୁର ଜିଲ୍ଲା ସହ ସଂଯୋଗ କରିବ । ଏହି ସେବା ପଛୁଆ ଜିଲ୍ଲା ମହବୁବନଗର ଏବଂ ନାରାୟଣପେଟାର ଅନେକ ନୂତନ ଅଞ୍ଚଳକୁ ପ୍ରଥମ ଥର ପାଇଁ ରେଳ ସଂଯୋଗ ପ୍ରଦାନ କରିବ, ଯାହା ଦ୍ୱାରା ଛାତ୍ରଛାତ୍ରୀ, ଦୈନିକ ଯାତ୍ରୀ, ଶ୍ରମିକମାନେ ଉପକୃତ ହେବା ସହିତ  ଏହି ଅଞ୍ଚଳର ସ୍ଥାନୀୟ ହସ୍ତତନ୍ତ ଶିଳ୍ପ ମଧ୍ୟ ଲାଭାନ୍ୱିତ ହେବ ।

 

ଦେଶରେ ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ତୈଳ ଏବଂ ଗ୍ୟାସ ପାଇପଲାଇନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା ଏବଂ ସମର୍ପଣ କରାଯାଇଥିଲା । ପ୍ରଧାନମନ୍ତ୍ରୀ 'ହାସନ - ଚେର୍ଲାପଲ୍ଲୀ ଏଲ୍‌ପିଜି ପାଇପଲାଇନ  ପ୍ରକଳ୍ପ' କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ପାଖାପାଖି ୨୧୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କର୍ଣ୍ଣାଟକର ହାସନରୁ ଚେର୍ଲାପଲ୍ଲୀ (ହାଇଦ୍ରାବାଦର ଉପନଗର) ପର୍ଯ୍ୟନ୍ତ ଏହି ଏଲ୍‌ପିଜି ପାଇପ୍‌ଲାଇନ ଏହି ଅଞ୍ଚଳରେ ଏଲ୍‌ପିଜି ପରିବହନ ଏବଂ ବିତରଣର ଏକ ସୁରକ୍ଷିତ, ସୁଲଭ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିଥାଏ । ସେ  କ୍ରିଷ୍ଣାପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର)' ପର୍ଯ୍ୟନ୍ତ  'ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍‌)ର ମଲ୍ଟିପ୍ରଡକ୍ଟ ପେଟ୍ରୋଲିୟମ୍ ପାଇପଲାଇନ୍‌ର ଶିଳାନ୍ୟାସ କରିଥିଲେ ।

୧୯୪୦ କୋଟି ଟଙ୍କା ବ୍ୟୟରେ ୪୨୫ କିଲୋମିଟର ପାଇପଲାଇନ ନିର୍ମାଣ କରାଯିବ । ଏହି ପାଇପଲାଇନ ଏହି ଅଞ୍ଚଳରେ ପେଟ୍ରୋଲିୟମ ଉତ୍ପାଦର ଏକ ସୁରକ୍ଷିତ, ଦ୍ରୁତ, ଦକ୍ଷ ଏବଂ ପରିବେଶ ଅନୁକୂଳ ମାଧ୍ୟମ ପ୍ରଦାନ କରିବ ।

ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟର ପାଞ୍ଚଟି ନୂତନ କୋଠା ଅର୍ଥାତ୍ ସ୍କୁଲ ଅଫ୍ ଇକୋନୋମିକ୍ସ ; ସ୍କୁଲ୍ ଅଫ୍ ମ୍ୟାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟକ୍ସ; ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍‌; ଲେକଚର ହଲ୍ କମ୍ପେ୍ଲକ୍ସ - ୩; ଏବଂ ସରୋଜିନୀ ନାଇଡୁ ସ୍କୁଲ ଅଫ୍ ଆର୍ଟସ ଆଣ୍ଡ କମ୍ୟୁନିକେସନ (ଆନେକ୍ସ) କୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟରେ ଭିତ୍ତିଭୂମିର ଉନ୍ନତିକରଣ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ଉନ୍ନତ ସୁବିଧା ଏବଂ ସୁଗମତା ପ୍ରଦାନ କରିବା ଦିଗରେ ଏକ ପଦକ୍ଷେପ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
GeM gross merchandise value surges from Rs 422 crore to over Rs 1.55 lakh crore in a decade: Piyush Goyal

Media Coverage

GeM gross merchandise value surges from Rs 422 crore to over Rs 1.55 lakh crore in a decade: Piyush Goyal
NM on the go

Nm on the go

Always be the first to hear from the PM. Get the App Now!
...
PM to release the Autobiography of Former President Shri Ram Nath Kovind on 12 August
August 11, 2026
Title of the Autobiography: “Triumph of the Indian Republic: My Life, My Struggles”

Prime Minister Shri Narendra Modi will release the autobiography of former President of India, Shri Ram Nath Kovind, titled “Triumph of the Indian Republic: My Life, My Struggles”, on 12 August, 2026, at 9:30 AM at Vigyan Bhavan, New Delhi. Prime Minister will also address the gathering on the occasion.

The release of the autobiography by the Prime Minister will mark a significant occasion celebrating the life and contributions of one of India’s most distinguished public figures. The autobiography offers a deeply personal account of Shri Ram Nath Kovind’s remarkable life journey, tracing his experiences, struggles and achievements from his early years to his distinguished public life and eventual service as the 14th President of India. The book provides insights into the values, experiences and circumstances that shaped his journey and public service.