ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ବିଭାଗର ନୂତନ କାର୍ଯ୍ୟାଳୟ କମ୍ପ୍ଲେକ୍ସ- ବାଣିଜ୍ୟ ଭବନର ଆଧାରଶିଳା ସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକଟ କରି କହିଛନ୍ତି ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଭବନର ନିର୍ମାଣ କାର୍ଯ୍ୟ ଶେଷ କରାଯିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ନୂତନ ଭାରତର ଚିନ୍ତାଧାରା ଅନୁସାରେ ଏହା ନିର୍ମାଣ କରାଯିବ ଏବଂ ପୁରାତନ ଚିନ୍ତାଧାରାରୁ ଏହାକୁ ଦୂରେଇ ଦିଆଯିବ ଯାହା ଫଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭବନ ପ୍ରକଳ୍ପ ନିର୍ମାଣ ଏପରିକି ରାଜଧାନୀ କ୍ଷେତ୍ରରେ ମଧ୍ୟ ଅତ୍ୟଧିକ ବିଳମ୍ବ ହୋଇଥିଲା । ଏହି ପ୍ରସଙ୍ଗରେ ସେ ଡଃ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର, ଡଃ ଆମ୍ବେଦକର ଜାତୀୟ ସ୍ମାରକ, ପ୍ରବାସୀ ଭାରତୀୟ କେନ୍ଦ୍ର ଓ କେନ୍ଦ୍ରୀୟ ସୂଚନା କମିଶନଙ୍କ ନୂତନ କାର୍ଯ୍ୟାଳୟ ଭବନ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ ।

ସେ କହିଲେ ଯେ ସରକାରୀ କାର୍ଯ୍ୟଧାରାରେ ଶିଥିଳତା ହଟାଇବା ହେଉଛି ଏହାର ଉଦ୍ଦେଶ୍ୟ । ସେ ଆଶାପ୍ରକାଶ କରିଥିଲେ ଯେ ପ୍ରସ୍ତାବିତ ନୂତନ ବାଣିଜ୍ୟ ଭବନ କାର୍ଯ୍ୟାଳୟ ଭାରତର ବାଣିଜ୍ୟିକ କ୍ଷେତ୍ରରେ ଶିଥିଳତା ଭଙ୍ଗ କରିବାରେ ପୁନଃ ସହାୟକ ହେବ । ଦେଶର ବିଶାଳ ଜନସଂଖ୍ୟାର ଲାଭ ସମ୍ବନ୍ଧରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆମ ଯୁବବର୍ଗଙ୍କ ଅଭିଳାଷ ପୁରଣ କରିବା ହେଉଛି ଆମର ସାମଗ୍ରୀକ ଦାୟିତ୍ୱ ।

ଡିଜିଟାଲ ବୈଷୟିକ ଜ୍ଞାନ ଆହରଣ କରିବା ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ ଯେଉଁ ଜମିରେ ଏବେ ନୂତନ ଭବନ ନିର୍ମାଣ କରାଯାଉଛି, ପୂର୍ବରୁ ତାହା ଯୋଗାଣ ଏବଂ ବ୍ୟବସ୍ଥାପନ ସାଧାରଣ ନିର୍ଦ୍ଦେଶାଳୟ ଅଧୀନରେ ରହିଥିଲା । ଏହା ବର୍ତ୍ତମାନ ସରକାରୀ ଇ-ବଜାରସ୍ଥଳରେ ପରିବର୍ତ୍ତିତ ହୋଇଛି ଏବଂ ଖୁବ କମ ସମୟ ମଧ୍ୟରେ ଏଠାରେ 8700 କୋଟି ଟଙ୍କାର କାରବାର ହୋଇଥିବାର ସେ କହିଥିଲେ । ଜିଇଏମର ପୁନଃ ପ୍ରସାରଣ ଦିଗରେ କାର୍ଯ୍ୟ କରି ଦେଶର ଏମଏସଏମଇ କ୍ଷେତ୍ରର ଲାଭ ଉଦ୍ଦେଶ୍ୟରେ ଏହାର ଉପଯୋଗ ପାଇଁ ସେ ବାଣିଜ୍ୟ ବିଭାଗକୁ ପ୍ରେରିତ କରିଥିଲେ । ସେ ମଧ୍ୟ ଜିଏସଟିର ଲାଭ ସମ୍ବନ୍ଧରେ ପ୍ରକାଶ କରି କହିଥିଲେ ଯେ କେନ୍ଦ୍ର ସରକାର ଜନସାଧାରଣ, ବିକାଶ ଏବଂ ପୁଞ୍ଜିନିବେଶକୁ ସହାୟକ ହେଲାଭଳି ପରିବେଶ ସୃଷ୍ଟି କରିବା ପାଇଁ ନିୟମିତ ପ୍ରୟାସ କରୁଛନ୍ତି ।

ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତ କିପରି ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ତାହା ବର୍ଣ୍ଣନା କରିବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ବୃହତ୍ ଅର୍ଥନୈତିକ ପରିମାପକ ଏବଂ ଅନ୍ୟାନ୍ୟ ସୂଚକ ସମ୍ବନ୍ଧରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ସମ୍ପ୍ରତି ଭାରତ ହେଉଛି ବିଶ୍ୱର ପ୍ରମୁଖ ଅର୍ଥନୈତିକ ବୈଷୟିକ ଜ୍ଞାନରେ ସମୃଦ୍ଧ 5ଟି ଦେଶ ମଧ୍ୟରୁ ଅନ୍ୟତମ । ସେ କହିଲେ ଯେ ଏକ ପରସ୍ପର ସହିତ ସଂଯୁକ୍ତ ପୃଥିବୀରେ “ଔଦ୍ୟୋଗିକ ସହଜତା” ଓ “ବ୍ୟବସାୟ କରିବାର ସହଜତା” ସହିତ “ସହଜରେ ଜୀବନ ଯାପନ କରିବା” ମଧ୍ୟ ପରସ୍ପର ସହିତ ସଂପୃକ୍ତ ।

ପ୍ରଧାନମନ୍ତ୍ରୀ ରପ୍ତାନୀ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ଏବଂ କହିଥିଲେ ଯେ ଏହି ପ୍ରୟାସରେ ରାଜ୍ୟମାନେ ସକାରାତ୍ମକ ଭାବେ ଅଂଶୀଦାର ହେବା ଆବଶ୍ୟକ । ସେ କହିଥିଲେ ଯେ ମୋଟ ବୈଶ୍ୱିକ ରପ୍ତାନୀରେ ସମ୍ପ୍ରତି ଭାରତର ଅଂଶ ଶତକଡା 1.6 ପ୍ରତିଶତ ଥିଲାବେଳେ ଏହାକୁ ଅତିକମରେ ଶତକଡା 3.4 ପ୍ରତିଶତକୁ ବୃଦ୍ଧି କରିବା ପାଇଁ ବାଣିଜ୍ୟ ବିଭାଗ ପ୍ରୟାସ କରିବା ଆବଶ୍ୟକ ବୋଲି ସେ କହିଥିଲେ । ସେହିପରି ସେ କହିଥିଲେ ଯେ ଆମଦାନୀ ହ୍ରାସ କରିବା ପାଇଁ ଘରୋଇ ନିର୍ମାଣ ବୃଦ୍ଧି କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏହି ପ୍ରସଙ୍ଗରେ ସେ ଇଲେକ୍ଟ୍ରୋନିକ ବିନିର୍ମାଣର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଘରୋଇ ବିନିର୍ମାଣ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

 

Click here to read PM's speech

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features

Media Coverage

In 2019, India launched its first Vande Bharat Express; seven years later came the sleeper version, and Railways now plans 260 Vande sleeper rakes with world-class features
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 3, 2026
September 03, 2026

A- Rating to Third-Largest Wind Producer: How Modi’s Policies Are Rewriting India’s Global Rank