ଆଜି ଯେତେବେଳେ ଭାରତ ଏକ ବିକଶିତ ରାଷ୍ଟ୍ର ଦିଗରେ ଅଗ୍ରସର ହେଉଛି, ବଙ୍ଗର ଭାଗିଦାରୀ ଅପେକ୍ଷିତ ଏବଂ ଅତ୍ୟାବଶ୍ୟକ : ପ୍ରଧାନମନ୍ତ୍ରୀ
ଏହି ଉଦ୍ଦେଶ୍ୟ ସହିତ, କେନ୍ଦ୍ର ସରକାର ଏଠାରେ ଭିତ୍ତିଭୂମି, ନବାଚାର ଏବଂ ନିବେଶକୁ ନିରନ୍ତର ପ୍ରେରଣା ଦେଉଛି : ପ୍ରଧାନମନ୍ତ୍ରୀ
ବଙ୍ଗଳାର ବିକାଶ ଭାରତର ଭବିଷ୍ୟତର ମୂଳ ଭିତ୍ତି : ପ୍ରଧାନମନ୍ତ୍ରୀ
ଏହି ସହରାଞ୍ଚଳ ଗ୍ୟାସ ଯୋଗାଣ ପ୍ରକଳ୍ପ କେବଳ ଏକ ପାଇପଲାଇନ ପ୍ରକଳ୍ପ ନୁହେଁ, ଏହା ସରକାରୀ ଯୋଜନାର ଡୋର୍ ଷ୍ଟେପ୍ ଡେଲିଭରିର ଏକ ଉଦାହରଣ: ପ୍ରଧାନମନ୍ତ୍ରୀ
ଆମେ ଏପରି ଏକ ଭାରତ ଆଡକୁ ଅଗ୍ରସର ହେଉଛୁ, ଯେଉଁଠାରେ ଇନ୍ଧନ ଶସ୍ତା, ସ୍ୱଚ୍ଛ ଏବଂ ସହଜରେ ଉପଲବ୍ଧ: ପ୍ରଧାନମନ୍ତ୍ରୀ

ସହରାଞ୍ଚଳ ଗ୍ୟାସ ଯୋଗାଣ (ସିଜିଡି) ନେଟୱାର୍କକୁ ସମ୍ପ୍ରସାରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଆଲିପୁରଦ୍ୱାରରେ ସିଜିଡି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି, ସେ ଐତିହାସିକ ଭୂମି ଆଲିପୁରଦ୍ୱାରରୁ ପଶ୍ଚିମବଙ୍ଗର ଲୋକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ । ସେ ଏହି ଅଞ୍ଚଳର ସମୃଦ୍ଧ ସାଂସ୍କୃତିକ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏହି କ୍ଷେତ୍ର କେବଳ ନିଜର ସୀମା ଦ୍ୱାରା ନୁହେଁ ବରଂ ଏହାର ମୂଳ ପରମ୍ପରା ଏବଂ ସମ୍ପର୍କ ଯୋଗୁଁ ବେଶ୍ ପରିଚିତ ବୋଲି ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଲିପୁରଦ୍ୱାରର ଗୋଟିଏ ସୀମାରୋ ଭୁଟାନ ଅଂଶୀଦାର ଥିବାବେଳେ, ଅନ୍ୟ ପାଶ୍ୱର୍ରେ ଆସାମ ଏହାକୁ ସ୍ୱାଗତ କରୁଛି । ଏହାର ଦୁଇ ପାଶ୍ୱର୍ରେ ଜଲପାଇଗୁଡିର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ କୁଚବିହାରର ଗୌରବ ରହିଛି, ଯାହା ଏହି ଅଞ୍ଚଳର ଅବିଚ୍ଛେଦ୍ୟ ଅଂଶ ଭାବରେ ଦଣ୍ଡାୟମାନ । ସେ ଏହି ସମୃଦ୍ଧ ଭୂମି ପରିଦର୍ଶନ କରିବାର ସୌଭାଗ୍ୟ ପ୍ରକାଶ କରି ବଙ୍ଗର ଐତିହ୍ୟ ଏବଂ ଏକତାରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

“ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଥିବା ବେଳେ, ବଙ୍ଗର ଭାଗୀଦାରୀ ଅପେକ୍ଷିତ ଏବଂ ଅତ୍ୟାବଶ୍ୟକ” ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏଥିସହ ଏହ କ୍ଷେତ୍ରର ଭିତ୍ତିଭୂମି, ନବସୃଜନ ଏବଂ ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିରନ୍ତର ପ୍ରୟାସ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ କହିଥିଲେ, “ବଙ୍ଗର ବିକାଶ ଭାରତର ଭବିଷ୍ୟତର ଏକ ସୁଦୃଢ଼ ମୂଳ ଭିତ୍ତି ସ୍ତମ୍ଭ ଅଟେ ।” ସେ କହିଥିଲେ ଯେ ଆଜି ଏହି ଯାତ୍ରାରେ ଆଉ ଏକ ମଜବୁତ ମାଇଲଖୁଣ୍ଟ ଯୋଡା ଯାଇଛି । ସେ ଆଲିପୁରଦ୍ୱାର ଏବଂ କୁଚବିହାରରେ ସିଟି ଗ୍ୟାସ ବିତରଣ ପ୍ରକଳ୍ପର ଶୁଭାରମ୍ଭ ଘୋଷଣା କରିଥିଲେ । ଏହା ୨.୫ ଲକ୍ଷରୁ ଅଧିକ ପରିବାରକୁ ସ୍ୱଚ୍ଛ, ନିରାପଦ ଏବଂ ସୁଲଭ ପାଇପ ଗ୍ୟାସ ଯୋଗାଣ କରିବ । ଶ୍ରୀ ମୋଦୀ କହିଥିଲେ ଯେ, ଏହି ପଦକ୍ଷେପ ଯୋଗୁଁ ଏଲ୍‌ପିଜି ସିଲିଣ୍ଡର କିଣିବାର ଚିନ୍ତା ଦୂର ହେବ ଏବଂ ଏହା ଦ୍ୱାରା ପରିବାରଗୁଡିକୁ ସୁରକ୍ଷିତ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବ । ଏହାଛଡା, ସିଏନ୍‌ଜି ଷ୍ଟେସନ୍‌ଗୁଡିକର ସମ୍ପ୍ରସାରଣ ସବୁଜ ଇନ୍ଧନର ଉପଲବ୍ଧତା ବୃଦ୍ଧି କରିବ, ଯାହା ଫଳରେ ଖର୍ଚ୍ଚ କମିବା ସହ ସମୟ ଦକ୍ଷତା ଏବଂ ପରିବେଶଗତ ଲାଭ ମିଳିବ । ସେ ଏହି ନୂତନ ଆରମ୍ଭ ପାଇଁ ଆଲିପୁରଦ୍ୱାର ଏବଂ କୁଚବିହାରର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଗୁରୁତ୍ୱାରୋପ କରିଥିଲେ, “ସିଟି ଗ୍ୟାସ ବିତରଣ ପ୍ରଳକ୍‌ପ କେବଳ ଏକ ପାଇପଲାଇନ ପଦକ୍ଷେପ ନୁହେଁ, ବରଂ ଅତ୍ୟାବଶ୍ୟକ ସେବାର ଡୋର ଷ୍ଟେପ୍ ଡେଲିଭରି ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ ଅଟେ ।”

 

ଶକ୍ତି କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତିକୁ ଗୁରୁତ୍ୱ ଦେଇ ଏବଂ ଗ୍ୟାସ-ଆଧାରିତ ଅର୍ଥନୀତି ଆଡକୁ ଦେଶର ଦୃତ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ମସିହାରେ ସହରାଞ୍ଚଳ ଗ୍ୟାସ ସେବା କେବଳ ୬୬ ଜିଲ୍ଲାରେ ଉପଲବ୍ଧ ଥିଲା । ଆଜି ସହରାଞ୍ଚଳ ଗ୍ୟାସ ଯୋଗାଣ ନେଟୱାର୍କ ସମଗ୍ର ଦେଶରେ ୫୫୦ରୁ ଅଧିକ ଜିଲ୍ଲାକୁ ବିସ୍ତାରିତ ହୋଇଛି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହି ନେଟୱାର୍କ ବର୍ତ୍ତମାନ ଗ୍ରାମ ଏବଂ ଛୋଟ ସହରଗୁଡିକରେ ପହଞ୍ଚିଛି, ଯାହା ଲକ୍ଷ ଲକ୍ଷ ପରିବାର ପାଇଁ ପାଇପ ଜରିଆରେ ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରୁଛି । ସେ କହିଥିଲେ ଯେ, ସିଏନ୍‌ଜିର ବ୍ୟାପକ ବ୍ୟବହାର ସାର୍ବଜନୀନ ପରିବହନକୁ ପରିବର୍ତ୍ତନ କରିଛି, ଯାହା ପ୍ରଦୂଷଣ ସ୍ତରକୁ ବହୁ ମାତ୍ରାରେ କମାଇବାରେ ସହାୟକ ହୋଇଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପରିବର୍ତ୍ତନ କେବଳ ନାଗରିକଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରେ ନାହିଁ ବରଂ@û[ðòK ବୋଝକୁ ମଧ୍ୟ କମାଇଥାଏ ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଭାରତର ଗ୍ୟାସ-ଆଧାରିତ ଅର୍ଥନୀତି ଦିଗରେ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିଛି ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥଲେ ଯେ, ୨୦୧୬ରେ ଆରମ୍ଭ ହୋଇଥିବା ଏହି ଯୋଜନା ଲକ୍ଷ ଲକ୍ଷ ଗରିବ ମହିଳାଙ୍କ ଜୀବନକୁ ଧୂଆଁପୂର୍ଣ୍ଣ ରୋଷେଇ ଘରୁ ମୁକ୍ତି ଦେବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆଣିବା ଏବଂ ଘରେ ରୋଷେଇ କାର୍ଯ୍ୟରେ ସମ୍ମାନ ବୃଦ୍ଧି କରି ଉଲ୍ଲେଖନୀୟ ଉନ୍ନତି ଆଣିଛି ।

 

ଶ୍ରୀ ମୋଦୀ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ୨୦୧୪ରେ ଦେଶରେ ୧୪ କୋଟିରୁ କମ ଏଲ୍‌ପିଜି ସଂଯୋଗ ଥିଲା, ଯେତେବେଳେ ଆଜି ଏହି ସଂଖ୍ୟା ୩୧ କୋଟିକୁ ଅତିକ୍ରମ କରିଛି, ଯାହା ସାର୍ବଜନୀନ ଗ୍ୟାସ ଯୋଗାଣର ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ସରକାର ଦେଶବ୍ୟାପୀ ଗ୍ୟାସ ବଣ୍ଟନ ନେଟୱାର୍କକୁ ମଜବୁତ କରିଛି ଯାହାଦ୍ୱାରା ଦେଶର ପ୍ରତ୍ୟେକ କୋଣରେ ଏହା ପହଞ୍ଚିପାରିଛି । ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ଏଲ୍‌ପିଜି ବିତରକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ ଭାରତରେ ୧୪ ହଜାରରୁ କମ୍ ଏଲ୍‌ପିଜି ବିତରକ ଥିବାବେଳେ ଏବେ ଏହି ସଂଖ୍ୟା ୨୫,୦୦୦ରୁ ଅଧିକ ହୋଇଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗ୍ୟାସ ସିଲିଣ୍ଡର ସହଜରେ ଉପଲବ୍ଧ ହେଉଛି, ଯାହା ଫଳରେ ସାରା ଦେଶରେ ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନ ସୁଲଭ ହେଉଛି ।

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପର ଗୁରୁତ୍ୱ ଉପରେ ଜୋର ଦେଇ ଏହାକୁ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏକ ବିପ୍ଳବୀ ପଦକ୍ଷେପ ବୋଲି କହିଥିଲେ । ସେ ଆଲୋକପାତ କରିଥିଲେ ଯେ, ଏହି ପଦକ୍ଷେପ ଅଧୀନରେ ଭାରତର ପୂର୍ବ ରାଜ୍ୟଗୁଡିକୁ ସଂଯୋଗ କରିବା ପାଇଁ ଗ୍ୟାସ ପାଇପଲାଇନ ବିସ୍ତାର କରାଯାଇଛି । ଯାହା ପଶ୍ଚିମବଙ୍ଗ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଗ୍ୟାସ ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଏହି ପ୍ରୟାସଗୁଡିକ କେବଳ ଶକ୍ତି ଉପଲବ୍ଧତାକୁ ବିସ୍ତାର କରିନାହିଁ ବରଂ ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ପାଇପଲାଇନ ନିର୍ମାଣଠାରୁ ଗ୍ୟାସ ଯୋଗାଣ ପର୍ଯ୍ୟନ୍ତ, ବିଭିନ୍ନ ସ୍ତରରେ ନିଯୁକ୍ତି ସୃଷ୍ଟି ବୃଦ୍ଧି ପାଇଛି, ଯାହା ଗ୍ୟାସ ଆଧାରିତ ଶିଳ୍ପ ଉପରେ ନିର୍ଭରଶୀଳ ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ, “ଭାରତ ଏବେ ଏକ ଭବିଷ୍ୟତ ଆଡକୁ ଅଗ୍ରଗତି କରୁଛି, ଯେଉଁଠାରେ ଶକ୍ତି ସୁଲଭ, ସ୍ୱଚ୍ଛ ଏବଂ ସାର୍ବଜନୀନ ଭାବରେ ଉପଲବ୍ଧ ।”

 

ପଶ୍ଚିମବଙ୍ଗ ଭାରତର ସଂସ୍କୃତି, ଜ୍ଞାନ ଏବଂ ବୈଜ୍ଞାନିକ ପ୍ରଗତିରେ ଏକ ପ୍ରମୁଖ କେନ୍ଦ୍ର ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଥିଲେ ଯେ, ବଙ୍ଗର ଅଭିବୃଦ୍ଧି ବିନା ଏକ ବିକଶିତ ଭାରତର କଳ୍ପନା ସାକାର ହୋଇପାରିବ ନାହିଁ । ସେ କହିଥିଲେ ଯେ, ଏହାକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଗତ ଦଶନ୍ଧି ଧରି ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିଛନ୍ତି ।

ସେ ପୂର୍ବା ଏକ୍ସପ୍ରେସ୍‌ୱେ, ଦୁର୍ଗାପୁର ଏକ୍ସପ୍ରେସୱେ, ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରର ଆଧୁନିକୀକରଣ, କୋଲକାତା ମେଟ୍ରୋ ସମ୍ପ୍ରସାରଣ, ନୂତନ ଜଲପାଇଗୁଡି ଷ୍ଟେସନର ରୂପାନ୍ତର ଏବଂ ଡୁଆର୍ସ ରୁଟ୍‌ରେ ନୂତନ ଟ୍ରେନ୍ ପ୍ରଚଳନ ଭଳି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ଉପରେ ଆଲେକପାତ କରିଥିଲେ, ଯାହାର ଲକ୍ଷ୍ୟ ହେଉଛି ବଙ୍ଗର ପ୍ରଗତିକୁ ତ୍ୱରାନ୍ୱିତ କରିବା । ଶ୍ରୀ ମୋଦୀ କହିଥିଲେ, “ନୂତନ ଭାବରେ ଆରମ୍ଭ ହୋଇଥିବା ପ୍ରକଳ୍ପ କେବଳ ଏକ ପାଇପଲାଇନ ନୁହେଁ ବରଂ ପ୍ରଗତିରେଖା ଅଟେ ।” ନାଗରିକଙ୍କ ଜୀବନକୁ ସହଜ କରିବା ଏବଂ ବଙ୍ଗର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦୀ କହିଥିଲେ ଯେ, ପଶ୍ଚିମବଙ୍ଗର ବିକାଶ ଦିଗରେ ଆଗକୁ ବଢ଼ିବ ବୋଲି ଆଶା ପ୍ରକାଶ କରି ସେ ନିଜ ବକ୍ତବ୍ୟ ଶେଷ କଲେ ଏବଂ ରାଜ୍ୟବାସୀଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀ, ଆଲିପୁରଦ୍ୱାରର ସାଂସଦ ଶ୍ରୀ ମନୋଜ ଟିଗ୍‌ଗା ପ୍ରମୁଖ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

୧୦୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ସିଟି ଗ୍ୟାସ ବିତରଣ (ସିଜିଡି) ପ୍ରକଳ୍ପର ଲକ୍ଷ୍ୟ ହେଉଛି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ କାର୍ଯ୍ୟ କାର୍ଯ୍ୟକ୍ରମ (ଏମ୍‌ଡବ୍ଲ୍ୟୁପି) ଲକ୍ଷ୍ୟ ଅନୁଯାୟୀ ପ୍ରାୟ ୧୯ଟି ସିଏନ୍‌ଜି ଷ୍ଟେସନ ସ୍ଥାପନ କରି ଯାନବାହନ ଚଳାଚଳ ପାଇଁ ସଙ୍କୁଚିତ ପ୍ରାକୃତିକ ଗ୍ୟାସ (ସିଏନ୍‌ଜି) ଯୋଗାଇବା ସହିତ ୨.୫ ଲକ୍ଷରୁ ଅଧିକ ପରିବାର, ୧୦୦ରୁ ଅଧିକ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କମ୍ପ୍ରେସ୍‌ଡ୍ ନାଚୁରାଲ୍ ଗ୍ୟାସ (ସିଏନ୍‌ଜି) ଯୋଗାଇବା । ଏହା ସୁବିଧାଜନକ, ନିର୍ଭରଯୋଗ୍ୟ, ପରିବେଶ ଅନୁକୂଳ ଏବଂ କମ୍ ଖର୍ଚ୍ଚରେ ଇନ୍ଧନ ଯୋଗାଣ ଏବଂ ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of His Majesty King Harald V of Norway
August 28, 2026

The Prime Minister, Shri Narendra Modi condoled the passing of His Majesty King Harald V of the Kingdom of Norway. Recalling his meeting with His Majesty during his visit to Norway earlier this year, Shri Modi remembered his warmth and profound sense of service to the people and nation of Norway.

The Prime Minister posted on X;

“Deeply saddened by the passing of His Majesty King Harald V of the Kingdom of Norway.

I fondly recall meeting His Majesty during my visit to Norway earlier this year and was deeply touched by his warmth and profound sense of service to his nation.

My heartfelt condolences to the Royal Family and the people of Norway.