ଜାତୀୟ ଗ୍ରୀନ୍‍ ହାଇଡ୍ରୋଜେନ ମିଶନ ଅଧୀନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
ଆନ୍ଧ୍ରପ୍ରଦେଶ ପାଇଁ ଏହା ଏକ ବଡ଼ ଦିନ; ଆମେ ଗୁରୁତ୍ୱପୂର୍ଣ୍ଣ ସବୁଜ ଶକ୍ତି ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ପ୍ରକଳ୍ପର ଶୁଭାରମ୍ଭ କରୁଛୁ: ପ୍ରଧାନମନ୍ତ୍ରୀ
ଆନ୍ଧ୍ରପ୍ରଦେଶର ବିକାଶ ଆମର ଲକ୍ଷ୍ୟ, ଆନ୍ଧ୍ରବାସୀଙ୍କ ସେବା କରିବା ଆମର ପ୍ରତିବଦ୍ଧତା: ପ୍ରଧାନମନ୍ତ୍ରୀ
ଆନ୍ଧ୍ର ଭବିଷ୍ୟତ ବୈଷୟିକ ଜ୍ଞାନକୌଶଳର କେନ୍ଦ୍ର ଭାବେ ଉଭା ହେବ: ପ୍ରଧାନମନ୍ତ୍ରୀ
ଆମ ସରକାର ସହରୀକରଣକୁ ଏକ ସୁଯୋଗ ଭାବରେ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ
ସମୁଦ୍ର ସମ୍ବନ୍ଧୀୟ ସୁଯୋଗର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଆମେ ନୀଳ ଅର୍ଥନୀତିକୁ ପ୍ରୋତ୍ସାହିତ କରୁଛୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଭଗବାନ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ୬୦ ବର୍ଷ ର ବ୍ୟବଧାନ ପରେ ଲୋକଙ୍କ ଆଶୀର୍ବାଦରେ ଦେଶରେ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ର ସରକାର ନିର୍ବାଚିତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଗଠନ ପରେ ଆନ୍ଧ୍ରପ୍ରଦେଶରେ ସରକାରୀ ଭାବେ ଏହା ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଥିଲା। କାର୍ଯ୍ୟକ୍ରମ ପୂର୍ବରୁ ରୋଡ୍ ସୋ' ସମୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିବାରୁ ଶ୍ରୀ ମୋଦୀ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ତାଙ୍କ ଭାଷଣ ସମୟରେ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରତ୍ୟେକ ଶବ୍ଦ ଏବଂ ଭାବନାକୁ ସମ୍ମାନ କରନ୍ତି । ଆନ୍ଧ୍ରପ୍ରଦେଶ ଏବଂ ଭାରତର ଜନସାଧାରଣଙ୍କ ସମର୍ଥନରେ ଶ୍ରୀ ନାଇଡୁ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଥିବା ସମସ୍ତ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ।

 

"ଆମ ଆନ୍ଧ୍ରପ୍ରଦେଶ ଏକ ସମ୍ଭାବନା ଏବଂ ସୁଯୋଗର ରାଜ୍ୟ", ଶ୍ରୀ ମୋଦୀ କହିଥିଲେ । ଯେତେବେଳେ ଏହି ସମ୍ଭାବନାଗୁଡିକ ଉପଲବ୍ଧ ହେବ, ସେତେବେଳେ ଆନ୍ଧ୍ରପ୍ରଦେଶର ବିକାଶ ହେବ ଏବଂ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଆନ୍ଧ୍ରପ୍ରଦେଶର ବିକାଶ ଆମର ଲକ୍ଷ୍ୟ ଏବଂ ଆନ୍ଧ୍ରପ୍ରଦେଶବାସୀଙ୍କ ସେବା କରିବା ଆମର ପ୍ରତିବଦ୍ଧତା ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ୨୦୪୭ ସୁଦ୍ଧା ଆନ୍ଧ୍ରପ୍ରଦେଶ ୨.୫ ଟ୍ରିଲିୟନ ଡଲାର ଅର୍ଥନୀତି ରେ ପରିଣତ ହେବାପାଇଁ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଶ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସରକାର 'ସ୍ୱର୍ଣ୍ଣ ଆନ୍ଧ୍ର @2047' ଅଭିଯାନ ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଏବଂ ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ବିଶେଷ ପ୍ରାଥମିକତା ଦେଉଛନ୍ତି ବୋଲି କହିଥିଲେ । ଆଜି ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦଘାଟନ କରାଯିବା ସହ ଏହି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଆନ୍ଧ୍ରପ୍ରଦେଶବାସୀ ଓ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

ଆନ୍ଧ୍ର ପ୍ରଦେଶ ନିଜର ଅଭିନବ ପ୍ରକୃତି ଯୋଗୁଁ ଆଇଟି ଏବଂ ପ୍ରଯୁକ୍ତିବିଦ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ "ଆନ୍ଧ୍ରପ୍ରଦେଶ ପାଇଁ ବର୍ତ୍ତମାନ ଭବିଷ୍ୟତ ପ୍ରଯୁକ୍ତିର କେନ୍ଦ୍ର ହେବାର ସମୟ ଆସିଛି"। ଗ୍ରୀନ୍‍ ହାଇଡ୍ରୋଜେନ ଭଳି ଉଦୀୟମାନ ଜ୍ଞାନକୌଶଳରେ ନେତୃତ୍ୱ ନେବାର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ । ୨୦୨୩ ରେ ଜାତୀୟ ଗ୍ରୀନ୍‍ ହାଇଡ୍ରୋଜେନ ମିଶନ ଆରମ୍ଭ ହୋଇଥିଲା ଏବଂ ୨୦୩୦ ସୁଦ୍ଧା ୫ ନିୟୁତ ମେଟ୍ରିକ ଟନ୍ ଗ୍ରୀନ୍‍ ହାଇଡ୍ରୋଜେନ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଗ୍ରୀନ୍‍ ହାଇଡ୍ରୋଜେନ ହବ୍ ପ୍ରତିଷ୍ଠା କରାଯିବ, ସେଥିମଧ୍ୟରୁ ଗୋଟିଏ ବିଶାଖାପାଟଣାରେ ହେବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶାଖାପାଟଣା ବିଶ୍ୱର ସେହି ଅଳ୍ପ କେତୋଟି ସହର ମଧ୍ୟରୁ ଗୋଟିଏ ହେବ ଯେଉଁଠାରେ ବୃହତ ପରିମାଣର ଗ୍ରୀନ୍‍ ହାଇଡ୍ରୋଜେନ ଉତ୍ପାଦନ ସୁବିଧା ରହିଛି । ଏହି ଗ୍ରୀନ୍‍ ହାଇଡ୍ରୋଜେନ ହବ୍ ଆନ୍ଧ୍ରପ୍ରଦେଶରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଏକ ଉତ୍ପାଦନ ଇକୋସିଷ୍ଟମ୍ ବିକଶିତ କରିବ ବୋଲି ସେ ଆଲୋକପାତ କରିଥିଲେ।

 

ନାକ୍କାପଲ୍ଲୀରେ ବୃହତ୍‍ ଔଷଧ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିବାର ସୁଯୋଗ ତାଙ୍କୁ ମିଳିଛି ବୋଲି ଶ୍ରୀ ମୋଦୀ କହିଥିଲେ ଏବଂ ଦେଶର ଯେଉଁ ତିନୋଟି ରାଜ୍ୟରେ ଏଭଳି ପାର୍କ ପ୍ରତିଷ୍ଠା କରାଯାଉଛି ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ ଅନ୍ୟତମ ବୋଲି ଆଲୋକପାତ କରିଥିଲେ। ଏହି ପାର୍କ ଉତ୍ପାଦନ ଏବଂ ଗବେଷଣା ପାଇଁ ଉତ୍କୃଷ୍ଟ ଭିତ୍ତିଭୂମି ପ୍ରଦାନ କରିବ, ନିବେଶକଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ସ୍ଥାନୀୟ ଫାର୍ମା କମ୍ପାନୀଗୁଡ଼ିକୁ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସହରୀକରଣକୁ ଏକ ସୁଯୋଗ ଭାବରେ ଦେଖୁଛନ୍ତି ଏବଂ ଆନ୍ଧ୍ରପ୍ରଦେଶକୁ ନୂତନ ଯୁଗର ସହରୀକରଣର ଉଦାହରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆଜି କ୍ରିସ୍‍ ସିଟି ନାମରେ ପରିଚିତ କୃଷ୍ଣପାଟନମ୍ ଶିଳ୍ପାଞ୍ଚଳର ଶିଳାନ୍ୟାସ କରାଯାଇଛି। ଏହି ସ୍ମାର୍ଟ ସିଟି ଚେନ୍ନାଇ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡରର ଏକ ଅଂଶ ହେବ, ଯାହା ଦ୍ୱାରା ହଜାର ହଜାର କୋଟି ପୁଞ୍ଜିନିବେଶ ଆକୃଷ୍ଟ ହେବ ଏବଂ ଆନ୍ଧ୍ରପ୍ରଦେଶରେ ଲକ୍ଷ ଲକ୍ଷ ଶିଳ୍ପ ନିଯୁକ୍ତି ସୃଷ୍ଟି ହେବ ।

 

ଶ୍ରୀ ସିଟିରୁ ଆନ୍ଧ୍ର ପ୍ରଦେଶ ଏକ ଉତ୍ପାଦନ କେନ୍ଦ୍ର ଭାବରେ ଲାଭବାନ ହେଉଛି ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଥିଲେ ଯେ ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଦେଶର ଶ୍ରେଷ୍ଠ ରାଜ୍ୟ ମାନଙ୍କ ମଧ୍ୟରେ ରହିବା ଏହାର ଲକ୍ଷ୍ୟ । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ସରକାର ଉତ୍ପାଦନକୁ ପ୍ରୋତ୍ସାହିତ କରୁଛନ୍ତି, ଯାହାଫଳରେ ବିଭିନ୍ନ ସାମଗ୍ରୀ ଉତ୍ପାଦନ ପାଇଁ ଭାରତ ବିଶ୍ୱର ଶ୍ରେଷ୍ଠ ଦେଶ ମାନଙ୍କ ମଧ୍ୟରେ ଗଣାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନୂତନ ସହର ବିଶାଖାପାଟଣାରେ ଦକ୍ଷିଣ ତଟ ରେଳବାଇ ଜୋନ୍ ମୁଖ୍ୟାଳୟର ଶିଳାନ୍ୟାସ କରାଯାଇଥିଲା । ପୃଥକ ରେଳ ଜୋନ୍ ପାଇଁ ଦୀର୍ଘଦିନର ଦାବି ପୂରଣ କରି ସେ ଆନ୍ଧ୍ରପ୍ରଦେଶ ପାଇଁ ଏହି ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦକ୍ଷିଣ ତଟ ରେଳ ଜୋନ୍ ମୁଖ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ କୃଷି ଓ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ଏବଂ ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥନୀତି ପାଇଁ ନୂତନ ସୁଯୋଗ ମିଳିବ । ହଜାର ହଜାର କୋଟି ଟଙ୍କାର ଯୋଗାଯୋଗ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ଆନ୍ଧ୍ରପ୍ରଦେଶ ଶତ ପ୍ରତିଶତ ରେଳ ବିଦ୍ୟୁତୀକରଣ ଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି ଏବଂ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୭୦ରୁ ଅଧିକ ରେଳ ଷ୍ଟେସନର ବିକାଶ କରାଯାଉଛି । ଆନ୍ଧ୍ରପ୍ରଦେଶର ଲୋକଙ୍କ ସହଜ ଯାତ୍ରା ପାଇଁ ୭ଟି ବନ୍ଦେ ଭାରତ ଟ୍ରେନ୍ ଏବଂ ଅମୃତ ଭାରତ ଟ୍ରେନ୍ ଚଳାଚଳ କରାଯାଉଛି ବୋଲି ସେ କହିଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ "ଆନ୍ଧ୍ରପ୍ରଦେଶରେ ଭିତ୍ତିଭୂମି ବିପ୍ଳବ, ଉନ୍ନତ ଯୋଗାଯୋଗ ଏବଂ ସୁବିଧା ସହିତ, ରାଜ୍ୟର ଚିତ୍ରକୁ ବଦଳାଇ ଦେବ"। ଆନ୍ଧ୍ରପ୍ରଦେଶର ୨.୫ ଟ୍ରିଲିୟନ ଡଲାର ଅର୍ଥନୀତିର ଭିତ୍ତିଭୂମି ସୃଷ୍ଟି କରି ଏହି ବିକାଶ ଜରିଆରେ ସହଜ ଜୀବନଧାରଣ ଏବଂ ବ୍ୟବସାୟ କରିବାରେ ସହଜତା ଆଣିବ ବୋଲି ସେ କହିଥିଲେ।

 

ବିଶାଖାପାଟଣା ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଶତାବ୍ଦୀ ଧରି ଭାରତର ବାଣିଜ୍ୟର ପ୍ରବେଶ ଦ୍ୱାର ହୋଇ ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ବହନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସାମୁଦ୍ରିକ ସୁଯୋଗର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ମିଶନ ମୋଡରେ ନୀଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମତ୍ସ୍ୟଚାଷ ସହ ଜଡ଼ିତ ଲୋକଙ୍କ ଆୟ ଓ ବ୍ୟବସାୟ ବୃଦ୍ଧି ପାଇଁ ବିଶାଖାପାଟଣା ମାଛଧରା ବନ୍ଦରର ଆଧୁନିକୀକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ଭଳି ସୁବିଧା ଯୋଗାଇ ଦେବା ଏବଂ ସାମୁଦ୍ରିକ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଥିଲେ।

 

ବିକାଶର ସୁଫଳ ଯେପରି ସମାଜର ସମସ୍ତ ବର୍ଗଙ୍କ ପାଖରେ ପହଂଚିପାରିବ ସେଦିଗରେ ପ୍ରତ୍ୟେକ କ୍ଷେତ୍ରରେ ସାମଗ୍ରିକ ଏବଂ ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ଏକ ସମୃଦ୍ଧ ଏବଂ ଆଧୁନିକ ଆନ୍ଧ୍ରପ୍ରଦେଶ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ସମର୍ପଣକୁ ସେ ଦୋହରାଇଥିଲେ। ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଆଜି ଉଦଘାଟନ ହେଉଥିବା ପ୍ରକଳ୍ପ ଗୁଡ଼ିକ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ, ଯାହା ଦ୍ୱାରା ଆନ୍ଧ୍ରପ୍ରଦେଶବାସୀଙ୍କ ସମୃଦ୍ଧି ସୁନିଶ୍ଚିତ ହୋଇଛି ।

 

ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀ ଏସ ଅବଦୁଲ ନଜିର, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ ।

 


ପୃଷ୍ଠଭୂମି

ସବୁଜ ଶକ୍ତି ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ତାଙ୍କ ପ୍ରତିବଦ୍ଧତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟସ୍ଥ ପୁଡିମାଡାକାଠାରେ ଅତ୍ୟାଧୁନିକ ଏନଟିପିସି ଗ୍ରୀନ ଏନର୍ଜି ଲିମିଟେଡ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି, ଯାହା ଜାତୀୟ ଗ୍ରୀନ୍‍ ହାଇଡ୍ରୋଜେନ ମିଶନ ଅଧୀନରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ହବ୍ ଅଟେ । ଏହି ପ୍ରକଳ୍ପରେ ପାଖାପାଖି ୧,୮୫,୦୦୦ କୋଟି ଟଙ୍କା ବିନିଯୋଗ ହେବ। ଏଥିରେ ୨୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତାରେ ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ । ଏହା ୧୫୦୦ ଟିପିଡି ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ୭୫୦୦ ଟିପିଡି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ରହିବ ଯେଉଁଥିରେ ଗ୍ରୀନ୍‍ ମିଥେନଲ, ଗ୍ରୀନ୍‍ ୟୁରିଆ ଏବଂ ବିମାନ ଇନ୍ଧନ ସହିତ ଭାରତର ସର୍ବବୃହତ୍ ସମନ୍ବିତ ଗ୍ରୀନ ହାଇଡ୍ରୋଜେନ୍ ଉତ୍ପାଦନ କେନ୍ଦ୍ର ରେ ପରିଣତ ହେବ, ଯେଉଁଥିରେ ମୁଖ୍ୟତଃ ରପ୍ତାନି ବଜାରକୁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ୨୦୩୦ ସୁଦ୍ଧା ଭାରତର ୫୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ କରିବାରେ ଯଥେଷ୍ଟ ଯୋଗଦାନ ଦେବ ।

 

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ୧୯,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଓ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ, ଯେଉଁଥିରେ ବିଶାଖାପାଟଣାଠାରେ ଦକ୍ଷିଣ ତଟ ରେଳପଥ ମୁଖ୍ୟାଳୟର ଶିଳାନ୍ୟାସ ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ବଢ଼ାଇବ।

 

ସୁଲଭ ଏବଂ ସହଜ ସ୍ୱାସ୍ଥ୍ୟସେବା ର ସ୍ୱପ୍ନକୁ ଆଗକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଅନକାପଲ୍ଲୀ ଜିଲ୍ଲାର ନାକ୍କାପଲ୍ଲୀଠାରେ ବୃହତ୍‍ ଔଷଧ ପାର୍କର ଶିଳାନ୍ୟାସ କରିଥିଲେ । ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର (ଭିସିଆଇସି) ଏବଂ ବିଶାଖାପାଟଣା-କାକିନାଡା ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋକେମିକାଲ ଇନଭେଷ୍ଟମେଣ୍ଟ ରିଜିୟନ ର ନିକଟତର ହେତୁ ବୃହତ୍‍ ଔଷଧ ପାର୍କ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

 

ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଚେନ୍ନାଇ ବେଙ୍ଗାଲୁରୁ ଶିଳ୍ପ କରିଡର ଅଧୀନରେ କୃଷ୍ଣପାଟନମ୍ ଶିଳ୍ପାଞ୍ଚଳ (କ୍ରିସ୍‍ ସିଟି)ର ଶିଳାନ୍ୟାସ କରିଥିଲେ । ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ଏକ ପ୍ରମୁଖ ପ୍ରକଳ୍ପ କ୍ରିଷ୍ଣାପାଟଣାମ ଇଣ୍ଡଷ୍ଟ୍ରିଆଲ ଏରିଆ (କ୍ରିସ୍‍ ସିଟି)କୁ ଗ୍ରୀନ ଫିଲ୍ଡ ଇଣ୍ଡଷ୍ଟ୍ରିଆଲ ସ୍ମାର୍ଟ ସିଟି ଭାବରେ ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପ ପ୍ରାୟ ୧୦,୫୦୦ କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ ପୁଞ୍ଜିନିବେଶ ଆକୃଷ୍ଟ କରିବ ଏବଂ ପ୍ରାୟ ୧ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ, ଜୀବନ ଧାରଣର ମାନ ବୃଦ୍ଧି କରିବ ଏବଂ ଆଞ୍ଚଳିକ ଅଗ୍ରଗତିକୁ ତ୍ୱରାନ୍ୱିତ କରିବ ବୋଲି ଆକଳନ କରାଯାଇଛି।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
500 ethanol pumps by year-end: Union minister Hardeep Singh Puri

Media Coverage

500 ethanol pumps by year-end: Union minister Hardeep Singh Puri
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"